• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବାଲେଶ୍ବରର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗର ପ୍ରାୟ ୫୦ କିଲୋମିଟର ଦୂରରେ ଅତି ଉଗ୍ର ସାମୁଦ୍ରିକ ବାତ୍ୟା ୟାସ୍‌କେନ୍ଦ୍ରିଭୂତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ସୂଚନାରୁ ଜଣାପଡ଼ିଛି। ଏଥିସହ ସକାଳ ୯ଟା ବେଳେ ୟାସ୍‌ଲ୍ୟାଣ୍ଡ୍‌ଫଲ୍‌ବା ସ୍ଥଳଭାଗରେ ପଡ଼ିବାପ୍ରକ୍ରିୟା ଆରମ୍ଭ ‌ହୋଇଯାଇଛି।
  2. ବାତ୍ୟା ପରବର୍ତ୍ତୀ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ରାଜ୍ୟ ସରକାରଙ୍କ ପାଇଁ ସବୁଠାରୁ ବଡ଼ ଆହ୍ବାନ ହେବ। ଉଲ୍ଲେଖଯୋଗ୍ୟ, ୮ଟି ବାତ୍ୟାରେ ଓଡ଼ିଶାକୁ ୩୨ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି।
  3. ଗତ ୨୪ ଘଣ୍ଟା ମଧ୍ୟରେ ୧୧୬୨୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୨୬୦୦୩ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୫୦୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୧୧୪ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
  4. ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ କହିଛି ଯେ କରୋନାର ଦ୍ୱିତୀୟ ତରଙ୍ଗରେ ଏପର୍ଯ୍ୟନ୍ତ ୫୧୩ ଡାକ୍ତର କରୋନାର ଶିକାର ହୋଇଛନ୍ତି । ଡାକ୍ତରଙ୍କ ମୃତ୍ୟୁ ସହ ଜଡିତ ସର୍ବଶେଷ ତଥ୍ୟ ପ୍ରକାଶ କରି ଆଇଏମଏ କହିଛି ଯେ ରାଜଧାନୀ ଦିଲ୍ଲୀରେ ଡାକ୍ତରଙ୍କ ସର୍ବାଧିକ ମୃତ୍ୟୁ ହୋଇଛି 
  5. ବାତ୍ୟା ପୂର୍ବରୁ ବେଙ୍ଗଲରେ ଆସିଲା ଟର୍ଣ୍ଣାଡୋ ବା ଖଣ୍ଡିଆଭୂତ । ୮୦ ଘର ଭାଙ୍ଗି ଯାଇଥିବା ବେଳେ ୨ ଜଣ ଲୋକ ବିଜୁଳି ଝଟକାରେ ପ୍ରାଣ ହରାଇଲେ ।
  6. ଆଜି ଓଡ଼ିଶା ସମେତ ୨୦ଟି ସହରରେ ଦେଖାଦେବ ଏ ବର୍ଷ ର ପ୍ରଥମ ଚନ୍ଦ୍ର ଗ୍ରହଣ ।
  7. ଭୟଙ୍କର ସାମୁଦ୍ରିକ ବାତ୍ୟାରେ ପରିଣତ ହେଲା ୟାସ୍‍ ରାତି ସୁଦ୍ଧା ୫ଲକ୍ଷରୁ ଅଧିକ ଲୋକଙ୍କୁ କରାଗଲା ସ୍ଥାନାନ୍ତରିତ ।
  8. ବନ୍ଦ ହେଲା ଭୁବନେଶ୍ବର ବିମାନବନ୍ଦର । ମେ ୨୭ ସକାଳ ୫ଟା ଯାଏ ବିମାନ ଉଡ଼ାଣ ବନ୍ଦ କରାଗଲା । ଏ ନେଇ ଭୁବନେଶ୍ବର ବିମାନବନ୍ଦର ନିର୍ଦେଶକ ଭି.ଭି. ରାଓଙ୍କ ସୂଚନା ।
  9. କରୋନା ଚିକିତ୍ସା ପାଇଁ ଭାରତକୁ ଆସିଲା ଆଂଟିବଡି କକ୍ଟେଲ୍’: ଗୋଟିଏ ଡୋଜର ଦାମ ୫୯,୭୫୦ ଟଙ୍କା ।
  10. ବର୍ନାର୍ଡ ଆର୍ନଲ୍ଟ ହେଲେ ବିଶ୍ୱର ସବୁଠୁ ଧନୀ, ଜେଫ୍‍ ବେଜୋସଙ୍କୁ ପଛରେ ପକାଇଲେ । ସମ୍ପତ୍ତି ପରିମାଣ ୧୮୬.୨ ବିଲିଅନ ଡଲାର ।
  11. ଆଇପିଏସ ଅଧିକାରୀ ସୁବୋଧ ଜୟସଓ୍ଵାଲ ହେଲେ ସିବିଆଇର ନୂତନ ନିର୍ଦ୍ଦେଶକ ।ସୁବୋଧ ଜୟସଓ୍ଵାଲ ହେଲେ ସିବିଆଇର ନୂତନ ନିର୍ଦ୍ଦେଶକ ।
  12. ମାଲେସିଆର ରାଜଧାନୀ କୁଆଲାଲୁମ୍ପୁରରେ ବଡ଼ ଧରଣର ଟ୍ରେନ ଦୁଘର୍ଟଣା, ୨୦୦ ଜଣ ଗୁରୁତର ଆହତ ।
  13. କରୋନା ଆକ୍ରାନ୍ତଙ୍କୁ ରାମଦେବଙ୍କ କରୋନିଲ କିଟ ବାଣ୍ଟିବ ହରିୟାଣା ସରକାର, ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ସୂଚନା ।
  14. କରୋନା ସହ ଲଢେଇରେ ଆଗକୁ ଆସିଲା ବିସିସିଆଇ । ୨୦୦୦ ଅକ୍ସିଜେନ୍ କନସେନଟ୍ରେଟର୍ସ ଦେବାକୁ ଘୋଷଣା ।
  15. ଦେଶରେ କରୋନା ସଂକ୍ରମଣର ପଜିଟିଭିଟି ହାର ୯.୫୪କୁ ଖସିଲା: ମହାରାଷ୍ଟ୍ରର ୧୮ ଜିଲ୍ଲାରେ ହୋମ୍‌ ଆଇସୋଲେସନ ମନା ।ଦେଶରେ କରୋନା ସଂକ୍ରମଣର ପଜିଟିଭିଟି ହାର ୯.୫୪କୁ ଖସିଲା: ମହାରାଷ୍ଟ୍ରର ୧୮ ଜିଲ୍ଲାରେ ହୋମ୍‌ ଆଇସୋଲେସନ ମନା ।
  16. ସିଙ୍ଗିଙ୍ଗ୍ ରିୟଲିଟି ସୋ ‘ଇଣ୍ଡିଆନ୍ ଆଇଡଲ୍ ୧୨’ ବିବାଦ ମଧ୍ୟରେ ଘେରି ରହିଛି । ନିକଟରେ କିଶୋର କୁମାରଙ୍କ ଏପିସୋଡକୁ ନେଇ ବିବାଦ ଦେଖାଦେଇଥିଲା। ବର୍ତ୍ତମାନ ମହାରାଷ୍ଟ୍ର ନବନିର୍ମାନ ସେନା (MNS) ର ଟାର୍ଗେଟରେ ଇଣ୍ଡିଆନ ଆଇଡଲ୍ ସୋ ଆସିଛି। ବିବାଦ ଏତେ ବଢିଗଲା ଯେ ସୋ’ର ହୋଷ୍ଟ ଆଦିତ୍ୟ ନାରାୟଣଙ୍କୁ ତାଙ୍କୁ କ୍ଷମା ମାଗିବାକୁ ପଡ଼ିଥିଲା । 
  17. ଇଂଲଣ୍ଡ ଗସ୍ତ ପୂର୍ବରୁ କଡ଼ା କୋଭିଡ ସୁରକ୍ଷା ବଳୟକୁ ଗଲେ ଭାରତୀୟ ପୁରୁଷ ଓ ମହିଳା ଟିମ୍‌ । ଜୁନ୍‌ ୨ରେ ସମସ୍ତେ ଇଂଲଣ୍ଡ ଯିବେ ।
  18. ଆଇପିଏଲ୍‌-୨୦୨୧ର ବାକି ମ୍ୟାଚ ସେପ୍ଟେମ୍ବର ୧୯ କିମ୍ବା ୨୦ ତାରିଖରୁ ଆରମ୍ଭ ହୋଇପାରେ । ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଅକ୍ଟୋବର ୧୦ ତାରିଖରେ ଖେଳାଯିବ ।
  19. ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାର ଗିରଫ ପରେ ରେଲୱେ ଚାକିରିରୁ ହେଲେ ସସପେଣ୍ଡ ।
  20. କୋଭିଡ୍‌ରେ ଆଖି ବୁଜିଲେ ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ସଂସ୍ଥା ର ଦୁଗ୍ଧ ବ୍ୟବସାୟର ମୁଖ୍ୟ ସୁନୀଲ ବଂଶାଲ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.