- ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୧୫ ହଜାର ୨୩୫କୁ ବୃଦ୍ଧି । ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୩,୮୪୭ ଜଣଙ୍କ ଜୀବନ । ଦେଶରେ ଦିନକରେ ୨ ଲକ୍ଷ ୧୧ ହଜାର ୨୯୮ କୋରୋନାରେ ଆକ୍ରାନ୍ତ ।
- ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୬,୭୩୬ କରୋନା ପଜିଟିଭ। ଏଥିମଧ୍ୟରୁ ଲୋକାଲ କେସ ୨,୯୬୨ ଥିବା ବେଳ କ୍ୱାରେଣ୍ଟିନରୁ ବାହାରିଛନ୍ତି ୩,୭୭୪ ଜଣ ।
- ରାଜ୍ୟରେ ଆଉ ୩୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୬୧୮କୁ ବୃଦ୍ଧି।
- କରୋନାରେ ଆଖି ବୁଜିଛନ୍ତି ପୁଣି ଜଣେ ସଂଗୀତ ନିର୍ଦ୍ଦେଶକ ତଥା ଆଲବମ୍ ଓ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ଦେହାନ୍ତ ।
- ବାତ୍ୟା ଯିବା ପରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ବୁଧବାର ସନ୍ଧ୍ୟା ୭ଟାରୁ ବିମାନ ଚଳାଚଳ ପୁଣି ଥରେ ସ୍ୱାଭାବିକ ହୋଇଛି ।
- ମହାରାଷ୍ଟ୍ର କ୍ୟାଡରର ବରିଷ୍ଠ ଆଇପିଏସ୍ ଅଧିକାରୀ ସୁବୋଧ କୁମାର ଜୈସୱାଲ ବୁଧବାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦାୟିତ୍ୱ ଗ୍ରହଣ କରିଛନ୍ତି ।
- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକୁ ପାଳନ କରି ବାତ୍ୟା ୟାସର ଭୟାବହ ପରିସ୍ଥିତିକୁ ଆଖିଆଗରେ ରଖି ଚୌଦ୍ୱାର-କଟକ ବିଧାନସଭା କ୍ଷେତ୍ରର ଜଗତପୁର ୪୯ ନମ୍ବର ୱାର୍ଡରେ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ,ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଛି ।
- ୧୨ ବର୍ଷରୁ ଊର୍ଦ୍ଧ୍ଵ ପିଲାଙ୍କ ପାଇଁ ଉପଯୁକ୍ତ ଫାଇଜର ଟିକା, ଭାରତରେ ତ୍ଵରିତ ମଞ୍ଜୁରୀ ପାଇଁ କମ୍ପାନୀର ନିବେଦନ କରିଛି ।
- ୧୨୮ଟି ଗ୍ରାମର ସମସ୍ତ ପରିବାରକୁ ୭ ଦିନ ପର୍ଯ୍ୟନ୍ତ ରିଲିଫ ଯୋଗାଇ ଦିଆଯିବ ।
- ନୂଆ ‘ଆଇଟି’ ନିୟମାବଳି ଗୋପନୀୟତା ଅଧିକାର ଉଲ୍ଲଂଘନ କରିବା ସହ ସମ୍ବିଧାନ ବିରୋଧୀ ବୋଲି କହି ‘ଫେସ୍ବୁକ୍’ ମାଲିକାନାରେ ଥିବା ‘ହ୍ବାଟ୍ସ୍ଆପ୍’ କେନ୍ଦ୍ର ସରକାରଙ୍କୁ ଚାଲେଞ୍ଜ୍ କରି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବାର ଦିନକ ପରେ କେନ୍ଦ୍ରମନ୍ତ୍ରୀ ଉପରୋକ୍ତ ସ୍ପଷ୍ଟିକରଣ ଦେଇଛନ୍ତି।
- ବାତ୍ୟା ୟାସର ପ୍ରଭାବ ଆକଳନ ଠାରୁ ଢେର କମ୍ । ବାତ୍ୟା ୟାସ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଆଇଏମ୍ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।
- ଉକୃଷ୍ଟ କୋଭିଚ୍ ପରିଚାଳନା ନିମନ୍ତେ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାକୁ ଆର୍ଥିକ ସହାୟତା, ଡାକ୍ତରୀ ସରଞ୍ଜାମ ଓ ଉପକରଣ ଯୋଗାଇବ ଓଡ଼ିଶା ଔଷଧ ନିଗମ ।
- କୋଭିଡ-୧୯ ଉତ୍ପତ୍ତିର ଗୋଇନ୍ଦା ରିପୋର୍ଟ ମାଗିଲେ ବାଇଡେନ, ତିନିମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ।
- କେନ୍ଦ୍ରୀୟ ଅର୍ଥରାଶି ଏସଡ଼ିଆରଏଫ୍ ପାଣ୍ଠିରୁ ଅଗ୍ରୀମ ୬୪୧.୬ କୋଟିକୁ ବାତ୍ୟା ପ୍ରଭାବିତଙ୍କ ପାଇଁ ବ୍ୟବହାର କରାଯାଉ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
- ରାମଦେବ ଚଳାଇଥିବା ବିଭ୍ରାନ୍ତିକର ପ୍ରଚାର ବନ୍ଦ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉ ବୋଲି ନିବେଦନ କରି ‘ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍’ (ଆଇଏମ୍ଏ ) ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପତ୍ର ଲେଖିଛି। ଉକ୍ତ ପତ୍ରରେ ‘ଆଇଏମ୍ଏ’ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛି ଯେ, କୋଭିଡ୍ ଟିକାକରଣ ବିଷୟରେ ‘ଭୟ ବିସ୍ତାର’ କରାଉଥିବା ଅଭିଯୋଗରେ ‘ପତଞ୍ଜଳି ଉତ୍ପାଦ’ର ମାଲିକଙ୍କୁ ‘ବୁକ୍’ କରାଯାଉ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.