• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ସଂକଳ୍ପ, ଛାତ୍ରଛାତ୍ରୀ ପଢ଼ିବେ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା ପାଠ
  2. ଜୁନ୍ ୧୦ ଯାଏ ୬ ଯୋଡ଼ା ପାସେଞ୍ଜର ଟ୍ରେନ ବାତିଲ୍ ।
  3. ୧୦ଟି ଉପକୂଳବର୍ତ୍ତୀ ଜିଲ୍ଲାର ତଟବର୍ତ୍ତୀ ଅଞ୍ଚଳକୁ ସୁରକ୍ଷା ଦେବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି । ବିଶ୍ବ ବ୍ୟାଙ୍କ ସହାୟତାରେ ୧୯୪୪ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଡିପିଆର୍ ପ୍ରସ୍ତୁତ ଚାଲିଛି ।
  4.  ବିଜେଡି ସାଂସ୍କୃତିକ ସମନ୍ବୟ ସାମ୍ମୁଖ୍ୟ ପକ୍ଷରୁ ‘ଆମ ଭରସା ନବୀନ ଅଭିଯାନର ଶୁଭାରମ୍ଭ ହୋଇଛି।
  5. କୋଭିଡ ରୋଗୀଙ୍କ ସଂକ୍ରମଣ ହ୍ରାସ କରିବାରେ ସଫଳ ହୋଇଥିବା ୨-ଡିଜି ଔଷଧର ୫ ହଜାର ସ୍ୟାଚେଟ୍ (ପୁଡ଼ିଆ) ଓଡ଼ିଶା ସରକାର ଅର୍ଡର କରିଛନ୍ତି ।
  6. ଆସନ୍ତା ଜୁନ୍ ୧ ତାରିଖରୁ ରାଜ୍ୟରେ ଡିଗ୍ରୀ କଲେଜ୍ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅନ୍ଲାଇନ୍ କ୍ଲାସ ଆରମ୍ଭ ହେବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି । ।
  7. କରୋନାରେ ଅନାଥ ଶିଶୁଙ୍କୁ ମିଳିବ ମାଗଣା ଶିକ୍ଷା, ୧୮ ବର୍ଷ ହେବା ପରେ ମାସିକ ଭତ୍ତା ସହ ୨୩ ବର୍ଷ ହେବା ପରେ ମିଳିବ ୧୦ ଲକ୍ଷ ଟଙ୍କା । ପିଏମ୍ କେୟାର୍ସରୁ ସହାୟତା କରିବେ ସରକାର ।
  8. ପୁଡୁଚେରୀ ସରକାର ମଧ୍ୟ ଜୁନ୍ ୭ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଲକ୍‌ଡାଉନ୍ ପରିବର୍ଦ୍ଧିତ କରିଛନ୍ତି। ଦିଲ୍ଲୀ ସରକାର ଜୁନ୍‌ ୭ ତାରିଖଯାଏଁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ ବି ସ୍ବୀକୃତିପ୍ରାପ୍ତ ଶିଳ୍ପାଞ୍ଚଳରେ ଉତ୍ପାଦନ ଓ ନିର୍ମାଣ ଶିଳ୍ପଗୁଡ଼ିକ ଖୋଲିବାକୁ ଅନୁମତି ଦେଇଛନ୍ତି। ଏହା ବ୍ୟତିରେକେ, ମିଜୋରାମ, ମେଘାଳୟ ଏବଂ ଗୋଆ ସରକାର ମଧ୍ୟ ଯଥାକ୍ରମେ ଜୁନ୍‌ ୬ ଓ ୭ ପର୍ଯ୍ୟନ୍ତ ଲକ୍‌ଡାଉନ୍ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି।
  9. ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ଆସିବ ମୌସୁମୀ, ଜୁନ୍ ଦ୍ୱିତୀୟ ସପ୍ତାହ ସୁଦ୍ଧା ଛୁଇଁବ ଓଡ଼ିଶା । ସେହିପରି ଆସନ୍ତା ୫ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଓ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
  10. ବାତ୍ୟା ସମୟରେ ଜୁଆର ରୋକିବାକୁ ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ୍ । ସମୁଦ୍ର ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାରେ ୩୮୦ କିଲୋମିଟର ପର୍ଯ୍ୟନ୍ତ ନିର୍ମାଣ କରାଯିବ ସ୍ୱତନ୍ତ୍ର ବନ୍ଧ । ଖର୍ଚ୍ଚ ହେବ ୬୦୦୦ କୋଟି ।
  11. ଏଥର ବିଳମ୍ବ ହେବ ଏକାଡେମୀ ଆୱାର୍ଡ । କରୋନା ଯୋଗୁଁ ୨୭ ଫେବୃଆରୀ ୨୦୨୨ ଘୁଞ୍ଚି ୨୭ ମାର୍ଚ୍ଚ ୨୦୨୨ ରେ ହେବ ଅନୁଷ୍ଠିତ ।
  12. ଜନସନ ଆଣ୍ଡ୍ ଜନସନର ଗୋଟିଏ ପାନ କୋଭିଡ ଟିକାକୁ ବ୍ରିଟେନର ସରକାର ଦେଲେ ମଞ୍ଜୁରି ।
  13. ମରଣୋତ୍ତର ଶୌର୍ଯ୍ୟ ଚକ୍ର ଭୂଷିତ ସହିଦ ଯବାନ ବିଭୂତି ଶଙ୍କର ଢୋଣ୍ଡିିୱାଲଙ୍କ ପତ୍ନୀ ନୀତିକା କୌଲ ଲେଫ୍ଟନାଣ୍ଟ ଭାବେ ସେନାରେ ଯୋଗଦେଲେ ।
  14. କରୋନା ଯୋଗୁଁ ଅଧାରୁ ବନ୍ଦ ଥିବା ଆଇପିଏଲ ମ୍ୟାଚ ୟୁଏଇରେ ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧୦ ଯାଏ ଖେଳାଯିବ ।
  15. କେନ୍ଦ୍ର ସରକାରଙ୍କ ବଡ ଘୋଷଣା, କରୋନା ମହାମାରୀ ଦ୍ୱାରା ଅନାଥ ପିଲାମାନଙ୍କୁ 10 ଲକ୍ଷ ଟଙ୍କା ଦିଆଯିବ ।
  16. କୃଷକମାନେ ଜୁନ୍ ୫  ରେ କୃଷି ନିୟମର ନକଲ ଜାଳି 'ସମ୍ପୂର୍ଣ  ବିପ୍ଳବ ଦିବସ' ପାଳନ କରିବେ ।
  17. ରାମଦେବଙ୍କ ବିରୋଧରେ ରେସିଡେଣ୍ଟ ଡାକ୍ତରମାନେ ଜୁନ୍ ୦୧  ରେ ପ୍ରଦର୍ଶନ କରିବେ ବୋଲି ସେ କହିଛନ୍ତି - ବିନା ସର୍ତ୍ତରେ କ୍ଷମା ମାଗନ୍ତୁ ।
  18. ଜୁଲାଇ ଶେଷ ସୁଦ୍ଧା ଭାରତ ପ୍ରତିଦିନ ୧ କୋଟି ଲୋକଙ୍କୁ ଟିକାକରଣ କରିବାକୁ ଆଶା ରଖିଥିବା କହିଛନ୍ତି ଏମ୍ସ ନିର୍ଦ୍ଦେଶକ ।
  19. ୟୁନାଇଟେଡ୍ ଆରବ ଏମିରେଟ୍ସରେ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ଖେଳାଯିବ ଆଇପିଏଲର ଅବଶିଷ୍ଟ ୨୫ଟି ମ୍ୟାଚ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.