• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କୋଭିଡ୍ ମହାମାରୀ ସମୟରେ ଲୋକଙ୍କ ଉପକାର ପାଇଁ ସରକାର ସୃଷ୍ଟି କରିଥିବା ୪ଟି ଜାତୀୟ ସ୍ତରୀୟ ହେଲ୍ପ୍ ଲାଇନ୍ ନମ୍ବର ଗୁଡ଼ିକୁ ହେଲା  ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ରୀୟ ହେଲ୍ପଲାଇନ ନମ୍ବର – ୧୦୭୫ ,ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ହେଲ୍ପ୍ ଲାଇନ ନମ୍ବର – ୧୦୯୮ ,ବରିଷ୍ଠ ନାଗରିକଙ୍କ ପାଇଁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ନମ୍ବର -୧୪୫୬୭ ,ଜାତୀୟ ମାନସିକ ସ୍ୱାସ୍ଥ୍ୟ ଓ ସ୍ନାୟୁ ବିଜ୍ଞାନ ପ୍ରତିଷ୍ଠାନର ହେଲ୍ପ୍ ଲାଇନ୍ ୦୮୦-୪୬୧-୧୦୦୭
  2. ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ପଦ୍ଧତ୍ତିରୁ ଅନ୍ୟ ରାଜ୍ୟଗୁଡିକ ଶିକ୍ଷା କରିବାକୁ ଭୂବିଜ୍ଞାନ ସଚିବ ମାଧବନ ରାଜୀବନଙ୍କ ପରାମର୍ଶ
  3.  ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ବିବାହ କରିଛନ୍ତି। ଗୋପନରେ ଆୟୋଜିତ ଏକ ଉତ୍ସବରେ ସେ ତାଙ୍କ ପ୍ରେମିକା କ୍ୟାରୀ ସାଇମଣ୍ଡସ୍ଙ୍କୁ ନିଜ ଜୀବନସାଥୀ ଭାବରେ ଗ୍ରହଣ କରିଛନ୍ତି।
  4.  ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ୧୯ଟି ଜିଲ୍ଲାରେ ପଜିଟିଭିଟି ରେଟ୍ କମିଛି, ୫ଟି ଜିଲ୍ଲାରେ ପଜିଟିଭିଟି ରେଟ୍ ୫% ତଳେ
  5. ଚୀନରୁ ଏକ ସ୍ୱତନ୍ତ୍ର ବିମାନରେ ଓଡିଶା ପାଇଁ ବିଦେଶରୁ ଆସି ପହଁଚିଲା ୧୩୫୦ ଅକ୍ସିଜେନ ସିଲିଣ୍ଡର
  6. ଗତବର୍ଷ କେନ୍ଦ୍ର ସରକାର ତେଲର ଉତ୍ପାଦନ ଶୁଳ୍କରେ ଯେଉଁ ବୃଦ୍ଧି କରିଥିଲେ ତାହା ରାଜକୋଷ ଭଣ୍ଡାରର ଭରିବାରେ ବିଶେଷ ସହାୟକ ହୋଇଛି । ତେଲ ଟିକସରୁ ସରକାର ଅତିରିକ୍ତ ୧.୮ ଲକ୍ଷ କୋଟି ଟଙ୍କାର ଆୟ କରିଛନ୍ତି । ପେଟ୍ରୋଲିୟମ୍ ମନ୍ତ୍ରଣାଳୟରୁ ଜାରି କରାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି ।
  7. ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୟୁ-ଟ୍ୟୁବ ଚ୍ୟାନେଲ ଲୋକାର୍ପିତ ।
  8.  ଡିଫେଣ୍ଡିଂ ଚାମ୍ପିଅନ୍ ପୂଜା ରାଣୀ ଉଜବେକିସ୍ତାନର ମାଭ୍ଲୁଦା ମୋଭ୍ଲୋନୋଭାଙ୍କୁ ପରାସ୍ତ କରି ରବିବାର ଦିନ ଦୁବାଇରେ ଚାଲିଥିବା ଏସୀୟ ବକ୍ସିଂ ଚାମ୍ପିଅନସିପରେ ୭୫ କିଲୋଗ୍ରାମ ବର୍ଗରେ ଟାଇଟଲ ଜିତିଛନ୍ତି ।
  9. ବୟସ୍କଙ୍କ ପରେ ୧୨ରୁ ୧୮ ବର୍ଷ ବର୍ଗ ପିଲାଙ୍କଠାରେ ଜାଇଡସ୍ କାଡିଲା ପ୍ରସ୍ତୁତ ଜିକୋଭ୍-ଡି କୋଭିଡ୍ ଟିକାର କ୍ଲିନିକାଲ ପରୀକ୍ଷା ଜାରି ରହିଛି। କମ୍ପାନୀ ଏହାର ପ୍ଲାସ୍ମିଡ୍ ଡିଏନ୍ଏ ଟିକା ୫ରୁ ୧୨ ବର୍ଷ ପିଲାଙ୍କଠାରେ ପରୀକ୍ଷା କରିବାକୁ ଯୋଜନା କରୁଛି । ଏହି ଟିକା ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଛି ।
  10. ଓଡ଼ିଶାର  ପ୍ରାଥମିକ ସମବାୟ ସମିତି ଓ ଲ୍ୟାମ୍ପ୍ସ୍ ଜରିଆରେ ୧୪ଟି ଜିଲ୍ଲାରେ ୬୩ ହଜାର ୮୨୭ ଜଣ ଚାଷୀଙ୍କଠାରୁ ଏବେସୁଦ୍ଧା ୪ ଲକ୍ଷ ୨୫ ହଜାର ମେଟ୍ରିକ୍ ଟନ୍ ରବି ଧାନ ସଂଗ୍ରହ ହୋଇଛି।
  11.  ‘ଭିମସାର’ରେ ୭ କଳା କବକ ରୋଗୀ, ମୁମ୍ବଇରୁ ଔଷଧ ମଗାଇଲେ ରାମଚନ୍ଦାନୀ ।
  12.  ମହାରାଷ୍ଟ୍ରରେ ୧୫ ଜୁନ୍ ଯାଏ ଘୁଞ୍ଚିଲା ତାଲାବନ୍ଦ ଅବଧି, କଟକଣାରେ ସାମାନ୍ୟ କୋହଳ ।
  13. IPL 2021: ଅଷ୍ଟ୍ରେଲିଆର ଶ୍ରେଷ୍ଠ ୧୦ ଖେଳାଳି ଯଦି ନଖେଳିବେ, କ୍ଷତି ସହିବେ ୪୧ କୋଟି ।
  14. ରାଜ୍ୟରେ ବଢ଼ିଲା ତାଲାବନ୍ଦ ଅବଧି, ଜୁନ ୧୭ ପର୍ଯ୍ୟନ୍ତ ତାଲାବନ୍ଦ ବଢ଼ିବା ନେଇ ସୂଚନା ।
  15.  ମୌସୁମୀ କେରଳ ଛୁଇଁବାରେ ବିଳମ୍ୱ ହେବ । ପୂର୍ବରୁ ପାଣିପାଗ ବିଭାଗ ଅନୁମାନ କରିଥିଲା ମେ ୩୧ରେ ମୌସୁମୀ କେରଳ ଛୁଇଁବ। ଏବେ କିନ୍ତୁ ଜୁନ୍ ୨ରେ ମୌସୁମୀ କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
  16. ପୁଣି କରୋନା ଭ୍ୟାକସିନ୍ ଉପରେ ପ୍ରଶ୍ନ ଉଠାଇଲେ ବାବା ରାମଦେବ; କହିଲେ- ଯୋଗ ଏବଂ ଆୟୁର୍ବେଦର ଡବଲ୍ ଡୋଜ୍ ନେଉଛି, ଟିକା ଦରକାର ନାହିଁ ।
  17. ଟିକା ନଷ୍ଟ ରୋକିବାରୁ ଅଧିକ ୨.୮ଲକ୍ଷ ଲୋକଙ୍କୁ ଟିକା ଦେଇଛି ଓଡ଼ିଶା; ସଂକ୍ରମଣ ଖସୁଛି, ଆହୁରି ଖସିବ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.