• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୮୯୬ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୮୫୩ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟର ଚିହ୍ନଟ କରାଯାଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୩୩୩୨ ଏବଂ ସ୍ଥାନୀୟ ସଂକ୍ରମିତ ୨୫୬୪ ଜଣ ରହିଛନ୍ତି।
  2. ମୁକ୍ତାକାଶ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଚୁକ୍ତିରୁ ରୁଷିଆ ଓହରି ଯାଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ଦିନ ଏ ସଂମ୍ପର୍କିତ ଏକ ଆଇନରେ ସ୍ୱାକ୍ଷର କରିଛନ୍ତି।
  3. କୋଭିଡ-୧୯ କାରଣରୁ ଭାରତର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଗୁରୁତର ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଛି। ଏଭଳି ଜଟିଳ ପରିସ୍ଥିତିରେ ଏହାକୁ ସହାୟତା କରିବ ବିଶ୍ୱବ୍ୟାଙ୍କ। ଦେଶର ଏମଏସଏମଇ କ୍ଷେତ୍ରକୁ ପୁନଃ ସୁଦୃଢ କରିବାକୁ ବିଶ୍ୱବ୍ୟାଙ୍କ ୫୦୦ ନିୟୁତ ଡଲାରର ଏକ ଯୋଜନା ପ୍ରସ୍ତୁତ କରିଛି।
  4. ୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ନାଗରିକଙ୍କୁ ମାଗଣା ଟୀକା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ । ଜୁନ ୨୧ ସୋମବାର ଠାରୁ ଆରମ୍ଭ ହେବ ଟୀକାକରଣ ।
  5. ନଭେମ୍ବର ମାସ ଯାଏ ୮୦ କୋଟି ଲୋକଙ୍କୁ ମିଳିବ ମାଗଣା ରାସନ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଗରିବଙ୍କୁ ୫ କେଜି ଚାଉଳ କିମ୍ବା ଗହମ ଓ ୧ କେଜି ଡାଲି ମିଳିବ।  ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଗରିବଙ୍କୁ ୫ କେଜି ଚାଉଳ କିମ୍ବା ଗହମ ଓ ୧ କେଜି ଡାଲି ମିଳିବ। 
  6. ମହାକାଶ ଯାତ୍ରାରେ ଯିବେ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ । ଆସନ୍ତା ଜୁଲାଇ ୨୦ ତାରିଖରେ ବ୍ଲୁ ଅରିଜିନ୍ ବିମାନରେ ସେ ଏହି ଯାତ୍ରା କରିବେ ବୋଲି ସୂଚନା ଦେଇଛନ୍ତି । ତେବେ ଯଦି ଜେଫ୍ ବେଜୋସ ମହାକାଶକୁ ଯାତ୍ରା କରନ୍ତି, ତେବେ ସେ ପ୍ରଥମ ଅରବପତି ଭାବେ ମହାକାଶ ଯାତ୍ରା କରିବେ ।
  7. ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ ଉଚ୍ଛେଦ ନିଷ୍ପତ୍ତିକୁ କାଏମ ରଖିଲେ ହାଇକୋର୍ଟ । ୨୦୧୯ ଅଗଷ୍ଟ ୭ ରାୟକୁ ଚ୍ୟାଲେଂଜ କରି ହୋଇଥିବା ୬ଟି ରିଟ୍ ପିଟିସନ୍ ହେଲା ଖାରଜ ।
  8. ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ୨୦୦ କୋଟି ଡୋଜ୍ ଟିକା ଉପଲବ୍ଧ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ।
  9. କୁନି ପିଲାଙ୍କ କରୋନା ଟିକା । କ୍ଲିନିକାଲ ଟ୍ରାଏଲ ପାଇଁ ସରକାରଙ୍କ ଅନୁମୋଦନ ପରେ ଟିକା ପରୀକ୍ଷା ପାଇଁ ଦିଲ୍ଲୀ ଏମ୍ସରେ  ଆରମ୍ଭ ହେଲା ସ୍କ୍ରିନିଂ ପ୍ରକ୍ରିୟା ।
  10. ଶକ୍ତିଶାଳୀ ହେବ ଭାରତୀୟ ନୌସେନା, ଜୁଲାଇରେ ମିଳିବ ଘାତକ ହେଲିକପ୍ଟର ରୋମିଓ । ଏଥିପାଇଁ ୨୦୨୦ ରୁ ଭାରତ ଏବଂ ଆମେରିକା ମଧ୍ୟରେ ୧୬ ହଜାର କୋଟି ଟଙ୍କାର ଡିଲ୍‌ ହୋଇଥିଲା ।
  11. ଟିକାକରଣକୁ ବ୍ୟାପକ କରିବା ପାଇଁ କେଜ୍ରିୱାଲ ସରକାର ଆରମ୍ଭ କଲେ ‘ବୁଥ୍ ଯେଉଁଠି, ଟିକା ଦିଆଯିବ ସେଇଠି’ ଯୋଜନା । ଜୁନ୍ ମାସ ଭିତରେ ୪୫ ବର୍ଷରୁ ଅଧିକଙ୍କୁ ଟିକାକରଣର ଟାର୍ଗେଟ୍ 
  12. ମହାକାଶକୁ ଯାଉଥିବା ପ୍ରଥମ କୋଟିପତି ହେବେ ଆମାଜନ ସିଇଓ ଜେଫ ବେଜୋସ । ସେ ଜୁଲାଇ ୨୦ ରେ ନିଜ ଭାଇଙ୍କ ସହ ମହାକାଶକୁ ଯିବେ  ।
  13. ଜୁଲାଇ ୨୩ରୁ ଆରମ୍ଭ ହେଉଥିବା ଅଲମ୍ପିକ୍‍ କ୍ରୀଡ଼ା ପାଇଁ ଭାରତର ୧୪ଟି ବିଭାଗରେ ଭାଗ ନେବେ ୫୬ ପୁରୁଷ ଓ ୪୪ ମହିଳା ପ୍ରତିଯୋଗୀ, ମନ ଲଗାଇ କରୁଛନ୍ତି ଅଭ୍ୟାସ ।
  14. ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଜୁଲାଇ ୧୩ରୁ ଆରମ୍ଭ ହେବ ଦିନିକିଆ ଓ ଟି-୨୦ ସିରିଜ୍‌ । ଏହି ସିରିଜ୍‌ର ପୂରା ପ୍ରସାରଣ ଟେନ ସ୍ପୋର୍ଟ୍ସ ରେ ହେବ ।
  15. ଆଇପିଏଲର ଅବଶିଷ୍ଟ ମ୍ୟାଚ ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ଅକ୍ଟୋବର ୧୫ ଯାଏଁ ଖେଳାଯିବ । ୟୁଏଇର ଶାରଜାହ ଏବଂ ଆବୁ ଧାବୀରେ ଆଇପିଏଲର ଅବଶିଷ୍ଟ ମ୍ୟାଚ ଖେଳାଯିବ ।
  16. ଜମି ଜବରଦଖଲକାରୀ କେବେହେଲେ ଆଇନର ଶରଣ ନେଇପାରିବେ ନାହିଁ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏଥିସହିତ ଆରାବଳି ଜଙ୍ଗଲ ଅଞ୍ଚଳରେ ଏକ ଗ୍ରାମ ନିକଟରେ ଜବର ଦଖଲ କରି ଗଢି ଉଠିଥିବା ପ୍ରାୟ ୧୦ ହଜାର ଆବାସିକ ନିର୍ମାଣ ସମେତ ସମସ୍ତ ଜବରଦଖଲ ସେଠାରୁ ହଟାଇବାକୁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ହରିଆଣା ଓ ଫରିଦାବାଦ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କୁ ଉଚ୍ଛେଦ ଅଭିଯାନ ସମୟରେ ପୂର୍ଣ୍ଣ ପୁଲିସ ସୁରକ୍ଷା ଯୋଗାଇଦେବାକୁ ମଧ୍ୟ ସୁପ୍ରିମ କୋର୍ଟ ଫରିଦାବାଦ ଡେପୁଟି ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
  17. ଇଂଲଣ୍ଡ ଗସ୍ତରେ ଯିବା ପୂର୍ବରୁ ଭାରତୀୟ ମହିଳା କ୍ରିକେଟ୍‌ ଦଳର ଖେଳାଳିଙ୍କୁ ଖୁସିଖବର ମିଳିଥିଲା। ବିଳମ୍ବରେ ବିସିସିଆଇ ସୂତ୍ରରୁ ପ୍ରକାଶ ଯେ ୮/୯ ଦିନ ତଳେ ମହିଳା ଖେଳାଳିଙ୍କୁ ୨୦୨୦ରେ ଅଷ୍ଟ୍ରେଲିଆରେ ଖେଳା ଯାଇଥିବା ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ର ପୁରସ୍କାର ରାଶି ବିସିସିଆଇ ପ୍ରଦାନ କରିସାରିଛି।
  18. ସୋମବାର ଏଠାରେ ଖେଳା ଯାଇଥିବା ଫିଫା ବିଶ୍ବକପ୍‌-୨୦୨୨ ଓ ଏସିଆନ କପ୍‌ ଯୋଗ୍ୟତା ପର୍ଯ୍ୟାୟ ଫୁଟ୍‌ବଲ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। ଗ୍ରୁପ୍‌-ଇର ଏହି ମ୍ୟାଚ୍‌ରେ ଅଧିନାୟକ ସୁନୀଲ ଛେତ୍ରୀଙ୍କ ୨ଟି ଗୋଲ୍‌ ବଳରେ ବାଂଲାଦେଶକୁ ୨-୦ ଗୋଲ୍‌ରେ ଭାରତ ପରାସ୍ତ କରିଛି। ଫଳରେ ଗ୍ରୁପ୍‌-ଇରେ ଭାରତ ପ୍ରଥମ ବିଜୟ ହାସଲ କରିଛି।
  19. ଭାରତୀୟ ଆୟକର ବିଭାଗ ସୋମବାରଠାରୁ ନିଜର ନୂଆ ୱେବସାଇଟ ଆରମ୍ଭ କରିଛି। କରଦାତା ଏହି ୱେବସାଇଟ ମାଧ୍ୟରେ ଟିକସ ଫେରସ୍ତ ପାଇଁ ଆବେଦନ କଲେ ଯଥାଶୀଘ୍ର ସେମାନଙ୍କ ସମସ୍ୟାର ସମାଧାନ ହୋଇ ପାରିବ। ମୋବାଇଲରେ ଏହି ୱେବସାଇଟ୍‌ କାର୍ଯ୍ୟକ୍ଷମ ହୋଇଥିଲେ ହେଁ ଚଳିତ ମାସ ୧୮ ତାରିଖ ଠାରୁ ଏଥିରେ ଆଇଟିଆର ଦାଖଲ ହେବା ଆରମ୍ଭ କରାଯିବ ବୋଲି ଆୟକର ବିଭାଗ ସୂଚନା ଦେଇଛି
  20. ନ୍ୟାୟାଳୟ ଭିତରେ ଶୁଣାଣି ପ୍ରକ୍ରିୟାର ରେକର୍ଡିଂ ଓ ସିଧା ପ୍ରସାରଣ ପାଇଁ ସୁପ୍ରିମକୋର୍ଟ ଇ-କମିଟି ପକ୍ଷରୁ ଚିଠା ଢାଞ୍ଚା ନିୟମ ଜାରି କରାଯାଇଛି। ଏ ସଂକ୍ରାନ୍ତରେ ମତାମତ, ଉପଦେଶ ଓ ପରାମର୍ଶ ଦେବା ପାଇଁ ସବୁ ଭାଗିଦାରୀମାନଙ୍କୁ ଅନୁରୋଧ କରାଯାଇଛି। ସୁପ୍ରିମକୋର୍ଟ ଇ-କମିଟି ୱେବ୍‍ସାଇଟ୍‍ www.ecommitteesci.gov.inରେ ଚିଠା ନିୟମ ଢାଞ୍ଚା ଉପଲବ୍ଧ ରହିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.