• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତରେ ଅକ୍ଟୋବର ୨୦୨୦ରେ ପ୍ରଥମ କରି ଚିହ୍ନଟ ହୋଇଥିବା କରୋନା ଭାରିଆଣ୍ଟ B.1.617.2 G/452R.V3 ର ନାମକୁ ଡେଲ୍ଟା ରଖିବାକୁ ନିଷ୍ପତ୍ତି ହୋଇଛି । ସେହିଭଳି ଭାରତରେ ଚିହ୍ନଟ ହୋଇଥିବା କରୋନାର ୨ୟ ଷ୍ଟ୍ରେନର(B.1.617.1) ନାମ କପ୍ପାରଖାଯାଇଛି ।
  2. ଦେଶରେ ଯଦି ଆଗକୁ ଆଉ କୌଣସି ପ୍ରକାରର ଅଧିକ ଘାତକ ରୂପାନ୍ତରିତ ପ୍ରଜାତିର କରୋନାଭୂତାଣୁ ଆବିର୍ଭୂତ ନହୁଏ, ତେବେ ଏହି ଟିକା ସୁରକ୍ଷା ମଧ୍ୟ ଦୁଇରୁ ତିନି ବର୍ଷ ଯାଏ ବଳବତ୍ତର ରହିପାରେ ବୋଲି କର୍ଣ୍ଣାଟକ କୋଭିଡ୍‌ ଟାସ୍କ ଫୋର୍ସର ସଦସ୍ୟ ତଥା ପ୍ରଖ୍ୟାତ ଭୂତାଣୁ ବିଶେଷଜ୍ଞ ଡା. ଭି ରବି ଆଶା ପ୍ରକଟ କରିଛନ୍ତି। 
  3. ସରକାରଙ୍କୁ ସମାଲୋଚନା କରିବା ଦେଶଦ୍ରୋହ ନୁହେଁ। ଦେଶର ସର୍ବୋଚ୍ଚ ଅଦାଲତ ସୋମବାର ଏଭଳି ଟିପ୍ପଣୀ ଦେବା ସହିତ ଗଣମାଧ୍ୟମର ସ୍ବାଧୀନତା ପରିପ୍ରେକ୍ଷୀରେ ଦେଶଦ୍ରୋହର ସଂଜ୍ଞା ନିରୂପଣ କରିବାର ସମୟ ଆସିଯାଇଛି ବୋଲି କହିଛନ୍ତି। 
  4. ବିଶ୍ୱ ଅର୍ଥନୀତି ଚଳିତ ବର୍ଷ ୫ଦଶମିକ ୮ ପ୍ରତିଶତକୁ ବୃଦ୍ଧି ପାଇବ। ଇକୋନମିକ୍‍ କୋଅପରେସନ୍‍ ଆଣ୍ଡ ଡେଭ୍‍ଲପ୍‍ମେଣ୍ଟ ଅର୍ଗାନାଇଜେସନ ପକ୍ଷରୁ ଚଳିତ ବର୍ଷ ପାଇଁ ଏହି ଆକଳନ କରାଯାଇଛି।
  5. ନୂଆ ନିୟମ ଉପରେ ରୋକ୍‌ ଲଗାଇବାକୁ ଅନୁରୋଧ କରିଥିବା ଟ୍ବିଟରକୁ କୋର୍ଟ କହିଛନ୍ତି, ଯଦି ନିୟମ ଉପରେ ରୋକ୍‌ ଲଗା ନ ଯାଏ, ତେବେ କମ୍ପାନୀକୁ ଏହାକୁ ପାଳନ କରିବାକୁ ହେବ। ଅନ୍ୟପଟେ ଟ୍ବିଟର ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ କୁହାଯାଇଛି ଯେ, ସେ ନୂତନ ଆଇଟି ନିୟମ (ମଧ୍ୟବର୍ତ୍ତୀ ନିର୍ଦେଶାବଳୀ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ୨୦୨୧ର ଅନୁପାଳନ କରିନେଇଛି।
  6. ଜୁହି ଚାୱଲା ୫-ଜି ମୋବାଇଲ ଟାୱାରଗୁଡ଼ିକରୁ ବାହାରିବାକୁ ଥିବା ହାନିକାରକ ରାଡିଏଶନ ବିରୋଧରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଉଦ୍ୟମ ଚଳାଇଛନ୍ତି। ଏବେ ଏହା ବିରୋଧରେ ସେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।
  7. ଆଜି ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଳପନ୍‌ ବନ୍ଦୋପାଧ୍ୟୟ ଅବସର ଗ୍ରହଣ କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନୂଆ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି। ୩ ମାସର ବର୍ଦ୍ଧିତ କାର୍ଯ୍ୟକାଳ ସତ୍ତ୍ବେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ପଦରୁ ବିବାଦ ଭିତରେ ଅଳପନ୍‌ ବନ୍ଦୋପାଧ୍ୟୟ ଅବସର ଗ୍ରହଣ କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଳ୍ପନ ବନ୍ଦୋପାଧ୍ୟାୟଙ୍କୁ ୩ ବର୍ଷ ପାଇଁ ତାଙ୍କର ନୂଆ ମୁଖ୍ୟ ପରାମର୍ଶଦାତା ନିଯୁକ୍ତି ଦେଇଛନ୍ତି। 
  8. କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କୁ ଚଳିତ ବର୍ଷର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ସ୍ୱତନ୍ତ୍ର ପୁରସ୍କାର ମିଳିଛି। ପ୍ରତ୍ୟେକ ବର୍ଷ ମାଦକ ଦ୍ରବ୍ୟ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୬ଟି ଅଞ୍ଚଳ ମଧ୍ୟରୁ ବ୍ୟକ୍ତି କିମ୍ବା ସଂଗଠନକୁ ଏହି ପୁରସ୍କାର ଦିଆଯାଇଥାଏ।
  9. ଗ୍ରାଣ୍ଡସ୍ଲାମ୍ ଟେନିସ ଚମ୍ପିଆନ୍‌ସିପ୍ ଫ୍ରେଞ୍ଚ୍ ଓପନ୍‌ର ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଗତବର୍ଷର ଚମ୍ପିଆନ୍ ପୋଲାଣ୍ଡର ଇଗା ସ୍ବିଆଟେକ୍। ସୋମବାର ମହିଳା ସିଙ୍ଗଲ୍‌ସର ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ୮ମ ସିଡ୍‌ ସ୍ବିଆଟେକ୍‌ ସହଜରେ ୬-୦, ୭-୫ ସେଟ୍‌ରେ ସ୍ଲୋଭାକିଆର କାଜା ଜୁଆନ୍‌ଙ୍କୁ ପରାସ୍ତ କରିଛନ୍ତି।
  10. ଦକ୍ଷିଣ ଆମେରିକୀୟ ରାଷ୍ଟ୍ରମାନଙ୍କୁ ନେଇ ଆୟୋଜନ ହେଉଥିବା କୋପା ଆମେରିକା ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଚଳିତବର୍ଷ ବ୍ରାଜିଲରେ ଆୟୋଜନ ହେବ। ଏହି ଟୁର୍ଣ୍ଣାମେଣ୍ଟକୁ ଆର୍ଜେଣ୍ଟିନା ଓ କଲମ୍ବିଆ ମିଳିତ ଭାବେ ଆୟୋଜନ କରିବାର ଥିଲା। ହେଲେ କୋଭିଡ୍‌-୧୯ ଚିନ୍ତା ଯୋଗୁଁ କୋପା ଆମେରିକା ଆୟୋଜନ କରିବାକୁ ଆର୍ଜେଣ୍ଟିନା ଓ କଲମ୍ବିଆ ମନା କରି ଦେଇଥିଲେ।
  11. ବିହାର ଦରଭଙ୍ଗାର ଚର୍ଚ୍ଚିତ ‘ସାଇକେଲ ଗାର୍ଲ’ ଜ୍ୟୋତି ପାସୱାନଙ୍କ  ବାପା ମୋହନ ପାସୱାନଙ୍କ ସୋମବାର ହୃଦଘାତରେ ମୃତ୍ୟୁ ହୋଇଛି।
  12. କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଦେଶର ୧୧ ଅଣ ଏନଡିଏ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ସେ କହିଛନ୍ତି , ୧୧ ରାଜ୍ୟ ସରକାର ଏକାଠି ହୋଇ ମାଗଣାରେ ଟିକା ଯୋଗାଇ ଦେବା ପାଇଁ କେନ୍ଦ୍ର ଉପରେ ଚାପ ପକାଯାଉ।
  13. ଓଡିଆ ଅଧିକାରୀ ଜଗନ୍ନାଥ ମହାପାତ୍ର କେନ୍ଦ୍ରୀୟ ପ୍ରତ୍ୟକ୍ଷ କରବୋର୍ଡର ପରବର୍ତ୍ତୀ ଅଧ୍ୟକ୍ଷ ହେବେ । ଜୁନ୍‌ ୧ ତାରିଖରୁ ସେ ଏହି କାର୍ଯ୍ୟଭାର ସମ୍ଭାଳିବେ। ଏବେ ସେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (CBDT)ର ସଦସ୍ୟ ଅଛନ୍ତି । ତାଙ୍କୁ ଆସନ୍ତା ତିନିମାସ ପର୍ଯ୍ୟନ୍ତ ଏହି ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । 
  14. ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯିବା ସହିତ ବ୍ୟାନ୍‌ ଯୁଦ୍ଧାସ୍ତ୍ର ଲିଷ୍ଟ ଜାରି କରାଯାଇଛି । ତେବେ ୨୦୨୧ ଡିସେମ୍ବର ଠାରୁ ୨୦୨୫ ଡିସେମ୍ବର ମଧ୍ୟରେ ଧୀରେ ଧୀରେ ଏହି ବ୍ୟାନ୍‌ ନିର୍ଦ୍ଦେଶ ଲାଗୁ ହେବ। ଏହି ୧୦୮ ଯୁଦ୍ଧ ସାମଗ୍ରୀ ମଧ୍ୟରୁ ଚଳିତ ବର୍ଷ ଡିସେମ୍ବର ମାସ ଠାରୁ ୪୯ଟି ଯୁଦ୍ଧାସ୍ତ୍ର ଉପରେ ବ୍ୟାନ୍‌ ନିର୍ଦ୍ଦେଶ ଲାଗୁ ହେବ ବୋଲି ପ୍ରତିରକ୍ଷାମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। 
  15. ଉତ୍ତରପ୍ରଦେଶର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀ କରୋନାରେ ମୃତ୍ୟବରଣ କରିଥିଲେ ସେମାନଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନଥଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଅନୁକମ୍ପା ରାଶିକୁ ୧୫ ଳକ୍ଷ ଟାଙ୍କାରୁ ୩୦ ଲକ୍ଷ ଟଙ୍କା କରିଦିଆଯାଇଛି।
  16. କାଲିଠୁ ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟିକାକରଣ ବନ୍ଦ । ଟିକା ଆସିଲେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ବିଭିନ୍ନ କମ୍ପାନୀ ଟିକା କେବେ ଯୋଗାଇବେ ସେନେଇ ସଠିକ ଭାବେ ଜଣାଇନାହାନ୍ତି । ରାଜ୍ୟରେ ଜୁନ୍ ୨ରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ବନ୍ଦ ରହିବ।
  17. ଝାଡଖଣ୍ଡରେ ରାଜ୍ୟ ସରକାର ରଜନୀଗନ୍ଧା, ପାନ ପରାଗ ସମେତ ୧୧ ପାନ ମସଲା ଉପରେ ଲଗାଇଥିବା କଟକଣାକୁ ଏକ ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଆୟୋଗ ଅରୁଣ କୁମାରଙ୍କ ପକ୍ଷରୁ ଜାରି ଆଦେଶ ମୁତାବକ ଏହି ପାନ ମସାଲାରେ ମ୍ୟାଗ୍ନେସିୟମ କାର୍ବୋନେଟ୍ ମାତ୍ରା ଅଧିକ ମିଳିଛି। ଏଥିରେ ହୃଦଘାତ ଜନିତ ବିପଦ ବଢିବାର ଅଧିକ ସମ୍ଭାବନା ରହିଛି।
  18. ଜୁନ୍ ୨୪ତାରିଖରେ ମହାପ୍ରଭୁଙ୍କ ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା, ଏ ବର୍ଷ ମଧ୍ୟ ଗତ ବର୍ଷ ପରି ବିନାଭକ୍ତରେ ହୋଇପାରେ ଦେବସ୍ନାନ ପୂର୍ଣ୍ଣିମା । ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଭର୍ଚ୍ୟୁଆଲ୍ ବୈଠକରେ ନିଆଯାଇଛି ଏଭଳି ନିଷ୍ପତ୍ତି ।
  19. ରାଜ୍ୟ ପୁଲିସର ଚାରି ଜଣ ଡିଏସପିଙ୍କୁ ସୋମବାର ଦିନ ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଅର୍ଥନୈତିକ ଅପରାଧିକ ଶାଖାର ଡିଏସପି ଦିଲ୍ଲୀପ କୁମାର ତ୍ରିପାଠୀ ପଦୋନ୍ନତି ପାଇ ଅତିରିକ୍ତ ଏସପି, ସିଏଡବ୍ଲ୍ୟ ଏବଂ ସିଡବ୍ଲ୍ୟୁ ହୋଇଛନ୍ତି । ସେହିପରି ବାଲେଶ୍ୱର ସଦର ଏସଡିପିଓ ଶ୍ରୀହର୍ଷ ମିଶ୍ରଙ୍କୁ ଅତିରିକ୍ତ ଏସପି ଗୁଇନ୍ଦା ନିଯୁକ୍ତି ମିଳିଛି। ସେହିପରି ଆଇୟୁସିଏଡବ୍ଲ୍ୟୁର ଡିଏସପି ଉମେଶ କୁମାର ପଣ୍ଡା ଆଇୟୁସିଏଡବ୍ଲ୍ୟୁ ଜଗତସିଂହପୁରର ଅତିରିକ୍ତ ଏସପି ହୋଇଛନ୍ତି । ସେହିପରି କେନ୍ଦୁଝର ହେଡକ୍ୱାର୍ଟର ଡିଏସପି ସୁବୋଧ କୁମାର ମଲ୍ଲିକଙ୍କୁ ଏସଓଜି ଅତିରିକ୍ତ ଏସପି ଭାବେ ନିଯୁକ୍ତି ଦିଆଯାଇଛି।
  20. ଓଡ଼ିଆ ଟିମ୍‍ ଦ୍ୱାରା ପ୍ରସ୍ତୁତ ଏହି ରୋମାଞ୍ଚକ ମ୍ୟୁଜିକ୍‍ ଭିଡିଓ ଶିବ ତାଣ୍ଡବ ସ୍ତ୍ରୋତମ ଓ ସାଗର ମନ୍ଥନ ଉପରେ ଆଧାରିତ ଭିଡିଓ ‘ପୃଥିବୀ ମନ୍ଥନ’ ୟୁନାଇଟେଡ୍‍ ନେସନ୍‍ସ ଏନଭାଇରମେଣ୍ଟ୍‍ ପ୍ରୋଗ୍ରାମ୍‍ (ୟୁଏନ୍‍ଇପି), ଇଟଂରନ୍ୟାସନାଲ୍‍ ୟୁନିୟନ୍‍ ଫର କନ୍‍ଜରଭେସନ୍‍ ଅଫ୍‍ ନେଚର୍‍ (ଆଇୟୁସିଏନ୍‍), ବମ୍ବେ ନାଚୁରାଲ୍‍ ହିଷ୍ଟ୍ରି ସୋସାଇଟି (ବିଏନ୍‍ଏଚ୍‍ଏସ୍‍), ଦି ଏନର୍ଜି ଆଣ୍ଡ୍‍ ରିସୋର୍ସେସ୍‍ ଇନଷ୍ଠିଚ୍ୟୁଟ୍‍ (ଟେରି), ୱାଇଲଡ୍‍ ଲାଇଫ୍‍ ଟ୍ରଷ୍ଟ୍‍ ଅଫ୍‍ ଇଣ୍ଡିଆ (ଡବ୍ଲୁଟିଆଇ) ଓ କର୍ଣ୍ଣାଟକ ସରକାରଙ୍କ ଏକ ସଂସ୍ଥା ଜଙ୍ଗଲ ଲଜେସ୍‍ ଆଣ୍ଡ୍‍ ରିସୋର୍ସେସ୍‍ (ଜେଏଲ୍‍ଆର୍‍) ସେମାନଙ୍କ ଲୋଗୋକୁ ଏହି ମ୍ୟୁଜିକ୍‍ ଭିଡିଓରେ ବ୍ୟବହାର କରିବା ଲାଗି ଅନୁମତି ପ୍ରଦାନ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.