• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସିବିଏସଇ ପକ୍ଷରୁ କୁହାଯାଇଛି ଯେ ଏଥର ଦ୍ବାଦଶ ଶ୍ରେଣୀ ପରୀକ୍ଷା ହେବ ନାହିଁ। ସରକାରଙ୍କ ନିର୍ଦିଷ୍ଟ ମାର୍ଗଦର୍ଶିକା ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯିବ। ଯେଉଁମାନେ ପରୀକ୍ଷା ମୂଲ୍ୟାଙ୍କନକୁ ନେଇ ସନ୍ତୋଷ ପ୍ରକାଶ କରିବେ ନାହିଁ ସେମାନେ ଏହି ପରୀକ୍ଷା ପୁଣି ଥରେ ଦେଇପାରିବେ।
  2. କୋଭିଡରେ  ସ୍ୱାମୀଙ୍କୁ ହରାଇଥିବା ମହିଳା ଏବଂ ବାପା ମାଙ୍କୁ ହରାଇଥିବା ପିଲାମାନଙ୍କ ପାଇଁ ୧୫ ଦିନ ଭିତରେ ପେନ୍‌ସନ୍‌ ବ୍ୟବସ୍ଥା , ସମସ୍ତ ସାମାଜିକ ନିରାପତ୍ତା ଯୋଜନାର ହିତାଧିକାରୀଙ୍କୁ ୩ ମାସର ଆଗୁଆ ପେନ୍‌ସନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି ।
  3. .ବିଭନ୍ନ ଅଞ୍ଚଳରେ ଚଢ଼ାଉବେଳେ ୧୫୦ରୁ ଅଧିକ ନକଲି ଟିଭି ଜବତ ହେବ ସହ  ୪ଜଣଙ୍କୁ ଗିରଫ କଲା ପୁଲିସ, ଅଧିକ ଖୋଳତାଡ଼ ଜାରି ଜାରି ମଧ୍ୟରେ ଭୁବନେଶ୍ବରରେ ନକଲି ଟିଭି ରାକେଟର ପର୍ଦ୍ଦାଫାଶ ହୋଇଛି  ।
  4.  ଭ୍ୟାକସିନ୍‌ ପଲିସି ଉପରେ କହିଲେ ଦିଲ୍ଲୀ ହାଇକୋର୍ଟ, ୮୦ ବର୍ଷୀୟ ଜୀବନ ଜିଇଁ ସାରିଛନ୍ତି, ଯୁବପିଢ଼ିକୁ ପ୍ରାଥମିକତା ଦିଆଯାଉ ।
  5.  ଭାରତରେ ହାଇଦ୍ରାବାଦର ଔଷଧ କମ୍ପାନି , କାନାଡା କମ୍ପାନିର ଏମଆରଏନଏ କୋଭିଡ ଟିକା ତିଆରି କରିବ  ।
  6.  ରାଷ୍ଟ୍ରପତି ସ୍ୱପନ ଦାଶଗୁପ୍ତାଙ୍କୁ ପୁଣି ସାଂସଦ ମନୋନୟନ କଲେ , ରଘୁନାଥ ମହାପାତ୍ରଙ୍କ ସ୍ଥାନ ନେବେ ଜେଠମଲାନୀଙ୍କ ପୁତ୍ର  ।
  7. ଟିକାର ଗ୍ଲୋବାଲ ଟେଣ୍ଡରକୁ ଲାଗିଲା ଝଟକା । ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେଲେନି ବିଶ୍ୱର ବଡ଼ ବଡ଼ କମ୍ପାନି, ରାଜ୍ୟ କହିଲା ଟଙ୍କା ଦେଉଛୁ,  ଟିକା କିଣିକି ଦେଉ କେନ୍ଦ୍ର ।
  8. ରାଜ୍ୟରେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସମ୍ ଅଲଟିମେଟ୍ ମେଡିକେୟାରରେ ସଫଳ ଚିକିତ୍ସା ହୋଇଛି ।
  9. ଜୁନ ୧୫ରୁ ସବୁ ସ୍ୱର୍ଣ୍ଣଳଙ୍କାରରେ ‘ହଲମାର୍କ’ ଅନିବାର୍ଯ୍ୟ ଘୋଷଣା କରାଯାଇଛି ।
  10. ଏବର୍ଷ ଓଡ଼ିଶାରେ ସ୍ୱାଭାବିକ୍ ହେବ ମୌସୁମୀ ବର୍ଷା । ଆଇଏମଡିର ଆକଳନ ଜୁନରେ ଅଧିକ ବର୍ଷିବ ।
  11. ଗୋଟିଏ ଦିନରେ ଦିଆଯିବ କୋଟିଏ ଟୀକା । ବର୍ଷ ଶେଷ ସୁଦ୍ଧା ୧୦୮ କୋଟି ଲୋକଙ୍କର ହେବ ଟୀକାକରଣ ହେବ ବୋଲି     ICMR ମୁଖ୍ୟଙ୍କ ବଡ ସୂଚନା ଦେଇଛି  ।
  12. ଦେଶରେ ପହଞ୍ଚିଲା ସ୍ପୁଟନିକ-ଭି’ର ସବୁଠାରୁ ବଡ଼ କନସାଇନମେଣ୍ଟ । ରୁଷିଆରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ପ୍ରାୟ ୩୦ଲକ୍ଷ ଡୋଜ ଭାକ୍ସିନ ଆସିଲା ।
  13. ଚୀନରୁ ଆସୁଛି ଆଉ ଏକ ବିପଦ, ମଣିଷ ଶରୀରରେ ବାର୍ଡ ଫ୍ଲୁ ଭୂତାଣୁ, ବିଶ୍ଵରେ ପ୍ରଥମ ମାମଲା ଅଟେ ।
  14. ଚାଇନାରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ବ୍ୟାପିଲା H10N3 ବାର୍ଡ ଫ୍ଲୁ ! ଚୀନର ୪୧ ବର୍ଷୀୟ ବ୍ୟକ୍ତି ଆକ୍ରାନ୍ତ ।
  15.  ଆଜିଠାରୁ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଲଣ୍ଡନର ଆଇକନିକ୍ ଲର୍ଡ କ୍ରିକେଟ୍ ପଡ଼ିଆରେ ଆରମ୍ଭ ହେବ ।
  16. ବିସିସିଆଇ କଥା ମାନିଲା ଆଇସିସି, ଟି-୨୦ ବିଶ୍ଵ କପ୍ ପାଇଁ ଦେଲା ଜୁନ ୨୮ ପର୍ଯ୍ୟନ୍ତ ସମୟ ।
  17. ୧୮-୨୮ ବର୍ଷ ବୟସରେ ଅବସର ନେଲେ ଭାରତୀୟ କ୍ରିକେଟର ସମିତ ପଟେଲ । ୨୦୧୨ରେ ତାଙ୍କ ପ୍ରତିନିଧିତ୍ୱରେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଟ୍ରଫି ହାତେଇଥିଲା ଭାରତୀୟ ଦଳ। ସମିତ ପଟେଲ । ୨୦୧୨ରେ ତାଙ୍କ ପ୍ରତିନିଧିତ୍ୱରେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଟ୍ରଫି ହାତେଇଥିଲା ଭାରତୀୟ ଦଳ। 
  18.  କରୋନା ମହାମାରୀ କେବଳ ଅର୍ଥନୀତିକୁ ନୁହେଁ ସାଧାରଣ ଲୋକଙ୍କୁ ମଧ୍ୟ ବଡ଼ ଧରଣର ଝଟ୍‌କା ଦେଇଛି  ୨୦୨୦-୨୧ରେ ଲୋକମାନଙ୍କ ମୁଣ୍ଡପିଛା ଆୟ ୯୯,୯୬୪ ଟଙ୍କାକୁ ହ୍ରାସ ପାଇଛି ।
  19.  ଅଭିଶପ୍ତ ମେ, ଭାରତରେ ବିଶ୍ବ ରେକର୍ଡ, ସର୍ବାଧିକ ସଂକ୍ରମଣ ସର୍ବାଧିକ ମୃତ୍ୟୁ । କେବଳ ଏହି ମାସରେ ହିଁ ଭାରତରେ ୧.୨ ଲକ୍ଷ କୋଭିଡ୍‌ ଆକ୍ରାନ୍ତଙ୍କର ମୁତ୍ୟୁ ଘଟିଛି, ଯାହା ଗତ ଏପ୍ରିଲ ମାସ ତୁଳନାରେ(୪୮,୭୬୮) ପ୍ରାୟ ଅଢ଼େଇଗୁଣା ଅଧିକ ।
  20.  ଓଡ଼ିଶାରେ  ନୂଆ ନିର୍ଦ୍ଦେଶନାମା ଅନୁସାରେ ୩୦% କର୍ମଚାରୀରେ ସରକାରୀ ଅଫିସ । ରାଜ୍ୟ ସରକାର ଆଜି ସରକାରୀ ଅଫିସ୍ ଚାଲିବା ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଭିନ୍ନକ୍ଷମ କର୍ମଚାରୀ ଓ ମହିଳା କର୍ମଚାରୀମାନେ ଘରୁ ରହି କାମ କରିବେ। ସେମାନେ ଅଫିସ୍ ଆସିବା ଆବଶ୍ୟକ ନାହିଁ ବୋଲି କୁହାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.