• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1.  ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୮୩୯ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୪୯୪୮ ଏବଂ ସ୍ଥାନୀୟ ସଂକ୍ରମିତ ୩୮୯୧ ଜଣ ରହିଛନ୍ତି।
  2. ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଏବଂ ପରେ ଘରୋଇ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳିବା ପାଇଁ ଗୁରୁବାର ଭୋର୍‌ରୁ ଭାରତୀୟ ଦଳ ସ୍ବତନ୍ତ୍ର (ଚାର୍ଟର) ବିମାନରେ ଇଂଲଣ୍ଡ ଯାତ୍ରାକରିଛି।
  3. ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‍ ଅରୁଣ କୁମାର ମିଶ୍ର ଆଜି ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତ
  4. ଜଣେ ସରକାରୀ କର୍ମଚାରୀ ଯଦି କେଭିଡ ଟିକା ନ ନେବେ, ତେବେ ତାଙ୍କ ବିରୁଦ୍ଧରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ତାଙ୍କର ଦରମା ବନ୍ଦ କରିଦିଆଯିବ। ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଉତ୍ତରପ୍ରଦେଶ ଫିରୋଜାବାଦ ଜିଲା ପ୍ରଶାସନ।
  5. ଦେଶରେ ୧୮ରୁ ୪୪ ବର୍ଷ ବୟସ୍କ ନାଗରିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦେୟଯୁକ୍ତ କୋଭିଡ ଟିକାକରଣ ନୀତିକୁ ସୁପ୍ରିମକୋର୍ଟ ବୁଧବାର ସମାଲୋଚନା କରିଛନ୍ତି। ମାନ୍ୟବର ସର୍ବୋଚ୍ଚ ଅଦାଲତ କହିଛନ୍ତି, ଏହି ବୟସ ବର୍ଗଙ୍କ ପାଇଁ କୋଭିଡ-୧୯ ଟିକାକରଣ ନୀତି ସଂପୂର୍ଣ୍ଣ ଭାବରେ ଏକଚାଟିଆ ଏବଂ ଅଯୁକ୍ତିଯୁକ୍ତ ହୋଇଛି।
  6. ଟିକା ମହଜୁଦ ନଥାଇ ଅଧିକରୁ ଅଧିକ ଟିକା କେନ୍ଦ୍ର ଖୋଲିବା ଭଳି ନିଷ୍ପତ୍ତି ପାଇଁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରିଛନ୍ତି। ବିଚାରପତି ରେଖା ପାଲି କହିଛନ୍ତି ଯେ ଦିଲ୍ଲୀ ସରକାର ଲୋକଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଦୁଇ ପାନ ଟିକା ଯୋଗାଇବା ନିଶ୍ଚିତ କରିବା ଦରକାର।
  7. କୌଣସି ତଥ୍ୟ ଗଣମାଧ୍ୟମ କିମ୍ବା ସର୍ବସାଧାରଣରେ ପ୍ରକାଶ କରିବାକୁ ହେଲେ ଉକ୍ତ ଅଧିକାରୀଙ୍କୁ ସରକାରଙ୍କ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଠାରୁ ଅନୁମତି ନେବାକୁ ବାଧ୍ୟତାମୂଳକ କରାଯାଇଛି। ବିଶେଷକରି ଗୁଇନ୍ଦା ଓ ସୁରକ୍ଷା ବାହିନୀରେ କାର୍ଯ୍ୟକରି ଅବସର ନେବା ପରେ ବିଭିନ୍ନ ଅଧିକାରୀ ଅନେକ ସମୟରେ ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ କରୁଛନ୍ତି।
  8. ବିଦେଶରୁ ଟିକା କିଣିବା ପ୍ରସଙ୍ଗରେ ସବୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଏକାଠି ହେବାକୁ ଆହ୍ୱାନ ଦେଲେ ନବୀନ । ମମତା ବାନାର୍ଜୀ ଓ କେଜ୍ରିୱାଲଙ୍କ ସମେତ ୬ ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଆଲୋଚନା ।
  9. ୬ କୋଟି ପିଏଫ ହିତାଧିକାରୀଙ୍କ ପାଇଁ ଖୁସି ଖବର, କର୍ମଚାରୀଙ୍କ ଖାତରେ ଥିବା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୮.୫ ପ୍ରତିଶତ ସୁଧ ପ୍ରଦାନ କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ।
  10. ପରଲୋକରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଗତକାଲି ସନ୍ଧ୍ୟା ୫.୩୦ ମିନିଟ୍ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।
  11. ଚାକିରି ଉପରେ କରୋନା ମାଡ । ବେରୋଜଗାରର ସତ ସାମ୍ନାକୁ ଆଣିଲା ସିଏମଆଇଇର ରିପୋର୍ଟ । ଜାନୁଆରିରୁ-ମେ’ ଭିତର ଚାକିରୀ ହରାଇଲେ ୨କୋଟି ୨୭ଲକ୍ଷ ଲୋକ ।
  12. ଓଡ଼ିଶାରେ ପ୍ରଥମ: ରାଜଧାନୀରେ ଆରମ୍ଭ ହେଲା ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ “ଅମୃତ ଧାରା” ଯୋଜନା, କୋଭିଡ୍ ହସ୍ପିଟାଲରେ ବେଡ୍ ମିଳିବା ଯାଏଁ ସଂକ୍ରମିତ ରୋଗୀଙ୍କୁ ମିଳିବ ଅକ୍ସିଜେନ୍
  13. ମହାରାଷ୍ଟ୍ର ସରକାରଙ୍କ ବଡ ଘୋଷଣା, ନିଜ ଗାଁକୁ କରୋନା ମୁକ୍ତ କର, ୫୦ ଲକ୍ଷ ଟଙ୍କା ପୁରସ୍କାର ନିଅ ।
  14. ଗତକାଲି ଡେବ୍ୟୁ ମ୍ୟାଚ୍‌ରେ ଶତକ ଅର୍ଜନ କଲେ ଡେଓ୍ଵନ କନଓ୍ଵେ, ଭାଙ୍ଗିଲେ ଗାଙ୍ଗୁଲିଙ୍କ ୨୫ ବର୍ଷର ପୁରୁଣା ରେକର୍ଡ ।ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ନ୍ୟୁଜିଲାଣ୍ଡ ୩ ଓ୍ଵିକେଟ୍ ହରାଇ ୨୪୬ ରନ କରିଛି।
  15. ରାଜ୍ୟ ସରକାର ବାତ୍ୟା ‘ୟାସ୍‌’ର କ୍ଷୟକ୍ଷତି ଆକଳନ କରିଛନ୍ତି । ବାତ୍ୟାରେ ୧୧ ହଜାର ଗ୍ରାମର ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ୫୨୦ କୋଟି ଟଙ୍କାର ସରକାରୀ ଭିତ୍ତିଭୂମି ଓ ୯୦ କୋଟି ଟଙ୍କାର ବ୍ୟକ୍ତିଗତ ସମ୍ପତ୍ତି ନଷ୍ଟ ହୋଇଛି। ସମୁଦାୟ କ୍ଷତିର ପରିମାଣ ୬୧୦ କୋଟି ଟଙ୍କା ।
  16. କେରଳରେ ମୌସୁମି ବାୟୁ ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି । ଗୁରୁବାର କେରଳରେ ମୌସୁମି ବାୟୁ ଛୁଇଁବାର ସମ୍ଭାବନା ରହିଛି । କେରଳର କେତେକ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିଛି । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
  17. ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀଭାବେ ଡ. ପ୍ରଭାସଚନ୍ଦ୍ର ଆଚାର୍ଯ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି ।
  18. ହୀରାକୁଦ ଆଇଟିଆଇର ମେସିନିଷ୍ଟ ଛାତ୍ର ବୀରେନ୍ଦ୍ର ସେଠ ସର୍ବଭାରତୀୟ ଟ୍ରେଡ୍‌ ପରୀକ୍ଷାରେ ସାରା ଦେଶରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ।
  19. ଆମେରିକା ପାଇଁ ଖେଳିବାକୁ ଭାରତ ଛାଡ଼ିଲେ ସ୍ମିତ୍: ୨୦୧୨ରେ ୧୯ ବର୍ଷରୁ କମ୍ ବିଶ୍ବକପ୍‌ ବିଜେତା ଦଳର ସଦସ୍ୟ ଥିଲେ ।
  20. ସ୍କୁଲ କ୍ୟାମ୍ପସଗୁଡ଼ିକ ସବୁଜିମାମୟ ହେବ । ମୌସୁମୀ ସମୟ ତଥା ବର୍ଷା ଋତୁରେ ପ୍ର‌ାଥମିକ ଓ ହାଇସ୍କୁଲ କ୍ୟାମ୍ପସଗୁଡ଼ିକରେ ବ୍ୟାପକ ବୃକ୍ଷରୋପଣ ଦିଗରେ ପଦକ୍ଷେପ ନେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଚିଠି ଲେଖି ସମସ୍ତ ଜିଲ୍ଲାପାଳ ତଥା ମୋ ସ୍କୁଲ ଅଭିଯାନର ଜିଲ୍ଲାସ୍ତରୀୟ କମିଟି ଅଧ୍ୟକ୍ଷଙ୍କୁ କହିଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.