• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. NITI ଆୟୋଗ ସୂଚନା ଅନୁସାରେ  କରୋନାର ତୃତୀୟ ତରଙ୍ଗ ସେପ୍ଟେମ୍ବର-ଅକ୍ଟୋବରରେ ଆସିପାରେ, ଏଥିପାଇଁ  ପ୍ରସ୍ତୁତ ରହିବା ଆବଶ୍ୟକ |
  2. ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ, ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ :-    ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।
  3. ରାମଦେବଙ୍କ ନୂତନ ବିବୃତ୍ତି ଦେଇ   କହିଛନ୍ତି ,"ସୋମବାର ଠାରୁ ମୁଁ ଫାର୍ମା କମ୍ପାନୀଗୁଡିକର ପୋଲ ଖୋଲିବି, ଆପଣ ଯାହା ଚାହାଁନ୍ତି ତାହା କରନ୍ତୁ "|
  4. ମରିସସ୍ ର  ପୂର୍ବତନ ରାଷ୍ଟ୍ରପତି ଅନିରୁଦ୍ଧ ଜଗନ୍ନାଥଙ୍କ ଦେହାନ୍ତରେ ଦେଶରେ ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ ଘୋଷଣା ।
  5. କୋଭିଡ ଯୋଗୁଁ ଦେଶରେ ଅଟକି ରହିଥିବା ବିଦେଶୀ ନାଗରିକଙ୍କର ଭିସା ଅବଧୀ ଅଗଷ୍ଟ ୩୧ ତାରିଖ ଯାଏ ବୃଦ୍ଧି ।
  6. ହିତାଧିକାରୀଙ୍କୁ ଆଗୁଆ ମିଳିବ ୩ ମାସର ଭତ୍ତା । ଜୁନ୍, ଜୁଲାଇ, ଅଗଷ୍ଟ ମାସର ଭତ୍ତା ଆଗୁଆ ଦିଆଯିବ । ସୂଚନା ଦେଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।
  7. ରାଉରକେଲାରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଭୂମି ପୂଜା ଅନୁଷ୍ଠିତ ହୋଇଛି ।
  8. ପ୍ରଦୂଷଣ ରୋକିବାକୁ ପୂର୍ବତଟ ରେଳପଥର ଭିନ୍ନ ପଦକ୍ଷେପ,ସବୁଜ ରେଳ ମିଶନର ରହିଛି ଲକ୍ଷ୍ୟ । ୨୦୩୦ ପୂର୍ବରୁ ଏକ “ନେଟ୍ ଜିରୋ କାର୍ବନ ନିର୍ଗମନକାରୀ” ହେବାକୁ ଯାଉଛି। 
  9. ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ)କୁ ରୁଷୀୟ କୋଭିଡ ଟିକା ସ୍ପୁଟନିକ ଭି ଉତ୍ପାଦନ ପାଇଁ ଅନୁମତି ପ୍ରଦାନ କରିଛନ୍ତି  । 
  10. କ୍ଷତିଗ୍ରସ୍ତ ଜମାକାରୀ ଅନଲାଇନ୍ ରେ   କରି  ପାରିବେ ଆବେଦନ , ଉନ୍ମୋଚନ ହେଲା ଓ୍ଵେବସାଇଟ୍  । 
  11.  www.opid.odisha.gov.inରେ ଅନଲାଇନ୍ ଆବେଦନ କରି ପାରିବେ।
  12. ଦେଶରେ ୬ଟି ବୁଡ଼ାଜାହାଜ ନିର୍ମାଣ ପାଇଁ ପ୍ରତୀରକ୍ଷା ଅଧିକୃତ ପରିଷଦର ଅନୁମତି ।
  13. ଆୟକର ବିଭାଗ ଏବେ 15.47 ଲକ୍ଷ ଟିକସଦାତାଙ୍କୁ 26276 କୋଟି ଟଙ୍କା ଫେରସ୍ତ  କରିଛି ।
  14. ଚଳିତ ଜୁନମାସ ୨୪ ତାରିଖରେ Microsoft ଏହାର Windows ଅପରେଟିଂ ସିଷ୍ଟମର ‘ପରବର୍ତ୍ତୀ ଜେନେରେସନ୍’  ଲଞ୍ଚ କରିବ।
  15. ଚାଇନାର କୃତ୍ରିମ ସୂର୍ଯ୍ୟ ସୃଷ୍ଟି କଲା ୧୨ କୋଟି ଡିଗ୍ରୀ ସେଲସିୟସ ତାପମାତ୍ର ।
  16. ପ୍ରଥମ ଥର ପାଇଁ ଲ୍ୟାବରେ ପ୍ରସ୍ତୁତ ହେଲା ମା’ କ୍ଷୀର, ଖୁବ ଶୀଘ୍ର ବଜାରକୁ ଆସିବା ସମ୍ଭାବନା । ଆମେରିକାର ମହିଳା ବୈଜ୍ଞାନିକମାନେ ବିଶ୍ୱରେ ପ୍ରଥମ ଥର ପାଇଁ ଏହି ଦୁଗ୍ଧ ପ୍ରସ୍ତୁତ କରିଛନ୍ତି ।
  17. ଶକ୍ତିଶାଳୀ ହେବ ଭାରତୀୟ ନୌସେନା,  ୬ଟି ଆଡ୍ଭାନ୍ସ ସବମରିନ୍ ନିର୍ମାଣ ପାଇଁ ୫୦ ହଜାର କୋଟିର ପ୍ରକଳ୍ପକୁ ମଞ୍ଜୁରୀ ଦେଲା ପ୍ରତିରକ୍ଷା ମନ୍ତ୍ରାଳୟ ।
  18. ଫୋବର୍ସ ଧନୀ ଖେଳାଳୀ ତାଲିକାରେ ଏକମାତ୍ର କ୍ରିକେଟର ବିରାଟ କୋହଲି ୨୨୯ କୋଟି ସହ ୫୯ ସ୍ଥାନରେ ଅଛନ୍ତି ।
  19. ପାଣିପାଗ ବଦଳିଛି। ଏଥର ଉତ୍ତାପ ମଧ୍ୟ ବୃଦ୍ଧି ପାଇଛି,  ମୋୖସୁମୀ ବର୍ତ୍ତମାନ କେରଳରେ ଅଛି କିନ୍ତୁ ଅନେକ ରାଜ୍ୟରେ ମୋୖସୁମୀ ତାମିଲନାଡୁରେ ପହଞ୍ଚିବ, ଦୁଇ ତିନି ଦିନ ମଧ୍ୟରେ ମୁମ୍ବାଇରେ ଟକ୍କର ଦେବ |
  20. ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଫେସବୁକର ବଡ କାର୍ଯ୍ୟ, ଆକାଉଣ୍ଟକୁ 2 ବର୍ଷ ପାଇଁ ସ୍ଥଗିତ ରଖାଯାଇଛି
  21. ଗତ ତିନିମାସ ମଧ୍ୟରେ କେନ୍ଦ୍ର ସରକାର 28 ହଜାରରୁ ଅଧିକ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଥିଲେ, 19,694 ଟି ସମାଧାନ କରାଯାଇଥିଲା

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.