• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ରାଜ୍ୟରେ ଗୋଟିଏ ଦିନରେ ୭୦୦୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୧୬୭ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୩୯୨୧ ଏବଂ ସ୍ଥାନୀୟ ସଂକ୍ରମିତ ୩୦୮୧ ଜଣ ରହିଛନ୍ତି।
  2. ଭୁବନେଶ୍ୱରରେ ପହଞ୍ଚିଲା ୨.୨୭ ଲକ୍ଷ କୋଭିସିଲ୍ଡ ଟିକା।
  3. ଯୁକ୍ତ ୨ ମୂଲ୍ୟାୟନ ପଦ୍ଧତି ନିର୍ଦ୍ଧାରଣ ପାଇଁ ଗଠନ ହେଲା ୧୪ ଜଣିଆ ବିଶେଷଜ୍ଞ କମିଟି । ୧୦ ଦିନ ଭିତରେ କମିଟି ଦେବ ରିପୋର୍ଟ ।
  4. କରୋନା କାଳରେ ବୀମା କମ୍ପାନୀ ମାନଙ୍କ ସହ ବୈଠକ କଲେ ଅର୍ଥମନ୍ତ୍ରୀ । ତୁରନ୍ତ କ୍ଲେମ ଉପରେ ଫୋକସ୍ ଦେବାକୁ ପରାମର୍ଶ।
  5. ଲକଡାଉନ୍ ସରିବା ବେଳକୁ କୋଭିଡ୍ ସଂକ୍ରମଣ ହାର ୫%କୁ ଖସି ଆସିଥିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇପାରେ ।
  6. ଏଣିକି ପାଠ ପଢ଼ା ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟିକା, ଆଜିଠାରୁ ୧୯୨୯କୁ ଫୋନ୍ କରି ପଞ୍ଜିକରଣ କରିପାରିବେ ଛାତ୍ରଛାତ୍ରୀ ।
  7. ଆଜିଠାରୁ ଭୁବନେଶ୍ୱରର ମାର୍କେଟ ଅଞ୍ଚଳରେ ହେବ କରୋନା ଟେଷ୍ଟିଂ । ମୋବାଇଲ୍ ଭ୍ୟାନ ପଠାଯାଇ କରାଯିବ ଆଣ୍ଟିଜେନ୍ ଏବଂ ଆରଟିପିସିଆର ଟେଷ୍ଟ । ପ୍ରେସମିଟରେ ସୂଚନା ଦେଲେ ବିଏମସି କମିସନର ।
  8. କେଜ୍ରିୱାଲଙ୍କ ସ୍ୱପ୍ନର ଯୋଜନା ‘ଘରେ ଘରେ ରାସନ’ରେ ରୋକ ଲଗାଇଲେ କେନ୍ଦ୍ର ସରକାର ।
  9. ଆରପାରିରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡା । ୯୨ ବର୍ଷ ବୟସରେ ବୁର୍ଲା ଭିମସାରରେ ଦେହାନ୍ତ ।
  10. ମଙ୍ଗଳ ଗ୍ରହରୁ ମାଟି ଆଣିବାକୁ ପ୍ରାୟ ୯୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି ନାସା ।
  11. ଜୁନ୍ ୧୫ ତାରିଖରୁ ଗୁଜୁରାଟରେ ଲାଗୁ ହେବ ‘ଲଭ୍ ଜିହାଦ’ ଆଇନ: ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ ଜେଲ ।
  12. ନାଇଜରିଆ ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଟ୍ୱିଟର ।
  13. ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଉତ୍ତର କୋରିଆ, ମାସେ ପରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ସାମ୍ନାକୁ ଆସିଲେ କିମ୍ ଜୋଙ୍ଗ।
  14. ନାଇଜେରିଆରେ ସୋସିଆଲ ମିଡିଆ ଚଳାଇବାହଁକୁ ଯୋଜନା କରୁଛି ଭାରତର ‘କୁ’।
  15. ଭାରତ ବାହାରେ ହେବ ଟି-୨୦ ବିଶ୍ୱକପ, ଏନେଇ ICCକୁ ସୂଚନା ଦେଲା BCCI ।
  16. କୁସ୍ତିଯୋଦ୍ଧା ସାଗର ଧନକଡଙ୍କ ହତ୍ୟା ଅଭିଯୋଗରେ ଜେଲରେ ବନ୍ଦୀ ଥିବା ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ଜେଲ୍ରେ ଦିଆଯାଉଥିବା ଖାଦ୍ୟରେ ପେଟ ପୁରୁନାହିଁ। ମାଗୁଛନ୍ତି ପ୍ରୋଟିନଯୁକ୍ତ ଖାଦ୍ୟ ।
  17. ବିଶିଷ୍ଟ ଗାନ୍ଧୀବାଦୀ ଶିକ୍ଷକ ନେତା ତଥା ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ପରଲୋକ।
  18. ଆରପାରିରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡା । ୯୨ ବର୍ଷ ବୟସରେ ବୁର୍ଲା ଭିମସାରରେ ଦେହାନ୍ତ ।
  19. କେନ୍ଦ୍ର ସରକାର ଓ ଟୁଇଟର ମଧ୍ୟରେ ବଢୁଛି ବିବାଦ । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଆରଏସଏସ ମୁଖ୍ୟଙ୍କ ଆକାଉଣ୍ଟରୁ ବ୍ଲୁ ଟ୍ୟାଗ ହଟାଇ ପୁଣି ଯୋଡିଲା ଟୁଇଟର।
  20. ୩ଟି ଗ୍ରାଣ୍ଡସ୍ଲାମ୍‍ ସିଙ୍ଗଲ୍‍ସ ଟାଇଟଲର ବିଜେତା ସ୍ୱିଜରଲାଣ୍ଡର ଷ୍ଟାନିଆସ୍‍ ୱାରିଙ୍କା ଆସନ୍ତା ଗ୍ରାଣ୍ଡସ୍ଳାମ୍‍ ଟେନିସ ଚମ୍ପିଆନ୍‍ସିପରୁ ଓହରି ଯାଇଛନ୍ତି। ଜୁନ୍‍ ୨୮ରୁ ଲଣ୍ଡନ୍‍ରେ ୱିମ୍ବଲଡନ ଚମ୍ପିଆନ୍‍ସିପ ଆରମ୍ଭ ହେଉଛି। ପୂର୍ବତନ ବିଶ୍ୱର ୩ନଂ ପୁରୁଷ ସିଙ୍ଗଲ୍‍ସ ଖେଳାଳି ୱାରିଙ୍କାଙ୍କର ଚଳିତବର୍ଷ ପ୍ରାରମ୍ଭରେ ପାଦରେ ଆଘାତ ଲାଗିଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.