• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦଶମ, ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଫଳାଫଳ ଯଥାକ୍ରମେ ୩୦, ୩୦ ଓ ୪୦ ପ୍ରତିଶତ ହିସାବରେ ଆକଳନ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଏହାଛଡ଼ା ଆଇସିଏସ୍ଇ ଗତ ୬ବର୍ଷର ପିଲାଙ୍କ ରେଜଲ୍ଟ ହିସାବରେ ଦ୍ବାଦଶ ପରୀକ୍ଷା ଫଳାଫଳ ମୂଲ୍ୟାୟନ କରିବାକୁ ଯୋଜନା ପ୍ରସ୍ତୁତ କରିଛ। ଉଭୟ ବୋର୍ଡ ଜୁଲାଇ ୩୧ ପୂର୍ବରୁ ରେଜଲ୍ଟ ପ୍ରକାଶ କରିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି। ମୂଲ୍ୟାୟନ ଯୋଜନାକୁ ଖଣ୍ଡପୀଠ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଗ୍ରହଣ କରିବା ସହ ଫଳାଫଳ ପ୍ରକାଶ କରିବାକୁ ଅନୁମତି ଦେଇଛନ୍ତି। 
  2. ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୬ହଜାର ୨୪୦  ଆକ୍ରାନ୍ତ। କ୍ବାରେଣ୍ଟାଇନରୁ ୨ହଜାର ୧୭୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ହଜାର ୬୩୪। ୧୭ଜିଲ୍ଲାରେ ଦୈନିକ ସଂକ୍ରମଣ ଶହେ ତଳେ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୬୧୭, କଟକରୁ ୩୯୩, ଯାଜପୁରରୁ ୩୪୬, ବାଲେଶ୍ବରରୁ ୨୨୦, ପୁରୀରୁ ୨୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
  3. ଦ୍ୱିତୀୟ ଲହର ସଂକ୍ରମଣ ମାମଲା ଥମିଥିବା ବେଳେ ତୃତୀୟ ଲହର ଆସିବା ନେଇ ଆଶଙ୍କା କରିଛି ଟାସ୍କ ଫୋର୍ସ । ମହାରାଷ୍ଟ୍ରରେ ଆଗାମୀ ୨ରୁ ୪ ସପ୍ତାହ ମଧ୍ୟରେ କରୋନାର ତୃତୀୟ ଲହର ଆସିପାରେ । ତେବେ ତୃତୀୟ ଲହରର ପ୍ରଭାବ ଛୁଆଙ୍କ ଉପରେ ପଡ଼ିବ ନାହିଁ ବୋଲି କହିଛି ମହାରାଷ୍ଟ୍ର ଟାସ୍କ ଫୋର୍ସ । 
  4. ମୁଖ୍ୟମନ୍ତ୍ରୀଙ୍କ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା । ଉପକୃତ ହେବେ ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଗରିବ ଲୋକ, ଆଦିମ ଜନଜାତି, ଏନ୍.ଆର.ଇ.ଜି.ଏ ଶ୍ରମିକ, ଛାତ୍ରଛାତ୍ରୀ ସମସ୍ତେ ।
  5. କରୋନା କାଳରେ ଭାରତକୁ ସହାୟତାର ହାତ ବଢାଇଲା ଗୁଗୁଲ । ଦେଶରେ ୧୧୩ କୋଟି ଟଙ୍କା ବିନିମୟରେ ସ୍ଥାପନ କରିବ ୮୦ ଟି ଅକ୍ସିଜେନ ପ୍ଲାଣ୍ଟ ।
  6. କରୋନା ଯୋଗୁଁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ିଲା ଗାଡ଼ି ଫିଟନେସ୍, ପରମିଟ୍ ଓ ଡିଏଲ୍ ବୈଧତା ।
  7. ପୁରୀରେ ଖୁବ୍ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ବିମାନବନ୍ଦର, ସର୍ଭେ କଲେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଟିମ୍।
  8. କମିଶନରେଟ ପୋଲିସ ପକ୍ଷରୁ ଦୁଇଟି ଆପ ଲଞ୍ଚ ହୋଇଛି । ଯେଉଁ ଆପରେ ରହିବ ଅପରାଧି ମାନଙ୍କ ଡାଟା । ‘କୁଣ୍ଡଳୀ’ ଓ ‘ସନ୍ଧାନ’ ନାମରେ ଦୁଇଟି ଆପର ଶୁଭାରମ୍ଭ କରିଛି ପୋଲିସ କମିଶନର। 
  9. ମୋ ସ୍କୁଲ୍ ଅଭିଯାନ’ର ୨୫ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ୩୪ ହଜାର ସ୍କୁଲକୁ ୧୦୫ କୋଟି ଟଙ୍କାର ପ୍ରକଳ୍ପକୁ ମିଳିଲା ଅନୁମୋଦନ ।
  10. ମହାକାଶ ଇତିହାସରେ ଚୀନର ନୂଆ ଯୁଗ । ଦେଶର ନୂଆ ମହାକାଶ ଷ୍ଟେସନ ଲାଗି ପ୍ରେରିତ ହୋଇଛି ରକେଟ୍ । ବର୍ତ୍ତମାନ ସୁଦ୍ଧା ଚାଲି ଆସିଥିବା ଅଭିଯାନ ମଧ୍ୟରେ ସବୁଠାରୁ ଦୀର୍ଘତମ ଯାତ୍ରା କରିବ ଏହି ରକେଟ୍ । ଏହାସହ ବିଶ୍ବର ପ୍ରମୁଖ ମହାକାଶ ଶକ୍ତି ଭାବେ ଚୀନ ନିଜକୁ ସାମିଲ କରିଛି । ଲଙ୍ଗମାର୍ଚ୍ଚ-୨ ଏଫ ନାମକ ରକେଟରେ ତିନି ଜଣ ମହାକାଶଚାରୀ ତିଆଙ୍ଗଙ୍ଗ ସ୍ପେସ ଷ୍ଟେସନକୁ ଯାତ୍ରା କରିଛନ୍ତି ।
  11. ୧୬ଜଣିଆ ଦଳ ଘୋଷଣା କରିଛି ହକି ଇଣ୍ଡିଆ । ୮ ବରିଷ୍ଠଙ୍କ ସହ ୮ ନୂଆ ଖେଳାଳିଙ୍କ ନାଁ ଘୋଷଣା କରିଛି ଦଳ । ଟିମରେ ସବିତାଙ୍କୁ ଗୋଲ କିପର ଭାବେ ମିଳିଛି ଦାୟିତ୍ୱ । ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ରାନି, ମୋନିକା, ନିକ୍କି ପ୍ରଧାନ, ନବଜୋତ କୌର, ଗୁରଜିତ କୌର, ଉଦିତା, ବନ୍ଦନା କଟାରିୟା, ନିସା, ନେହା । ଚଳିତବର୍ଷ ଖେଳାଯିବ ଟୋକିଓ ଅଲମ୍ପିକ୍ ।
  12.  ‘ଡାଇରେକ୍ଟୋରେଟ୍‌ ଅଫ୍‌ ଇଣ୍ଟେଲିଜେନ୍ସ୍‌’ର ଗୁଇନ୍ଦାମାନେ ଦୀର୍ଘ ୧୮ ଘଣ୍ଟାର ବ୍ୟାପକ ତଲାସ ଅଭିଯାନ ଚଳାଇ ମଣିପୁରର ଇମ୍ଫାଲ୍‌ରେ ଏକ କାର୍‌ ଭିତରୁ ୨୧ କୋଟି ଟଙ୍କା ମୂଲ୍ୟର ୪୩ କିଲୋରୁ ଅଧିକ ସୁନା ବିସ୍କୁଟ୍‌ ଜବତ କରିଛନ୍ତି।
  13. ନ୍ୟାସନାଲ ଅଥିରିଟି କେମିକାଲ ୱିପନ୍ସ କନଭେନସନର ଅଧ୍ୟକ୍ଷ ହେଲେ ଓଡିଆ ଆଇଏଏସ ମନୋଜ ପରିଡା ।
  14. ପ୍ରକାଶ ପାଇଲା ଅଲ ଇଣ୍ଡିଆ ଆଇଟିଆଇ ରାଙ୍କିଙ୍ଗ । ରାଜ୍ୟର ୬ ଆଇଟିଆଇ ଟପ୍ ୧୦୦ ରାଙ୍କିଙ୍ଗ ମଧ୍ୟରେ । ରାଜ୍ୟରେ ପ୍ରଥମ ସ୍ଥାନ ସହ ଅଲ ଇଣ୍ଡିଆ ରାଙ୍କିଙ୍ଗରେ ଦ୍ୱାଦଶ ସ୍ଥାନରେ ସ୍ଥାନ ପାଇଲା ବ୍ରହ୍ମପୁର ଆଇଟିଆଇ  ।
  15. ଆସନ୍ତା ୨ରୁ ୪ ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ ଆସିପାରେ କରୋନାର ତୃତୀୟ ଲହର । ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଏମସର ମିଳିତ ଆକଳନ ।
  16. ନନ୍ଦିଗ୍ରାମ ନିର୍ବାଚନ ଫଳାଫଳକୁ ମମତାଙ୍କ ଚ୍ୟାଲେଞ୍ଜ, ଆଜି ହାଇକୋର୍ଟରେ ହେବ ଶୁଣାଣି ।
  17. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ନୂତନ କୃଷି ସଂସ୍କାର ଆଇନ ପ୍ରତ୍ୟାହାର ପାଇଁ ଦାବି ଜଣାଇଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ।
  18. ଏକାଠି ହେଲେ ବିଶ୍ୱର ଦୁଇ ଶକ୍ତଶାଳୀ ପ୍ରତିଦ୍ୱନ୍ଦୀ ବାଇଡେନ୍ ଓ ପୁତିନ୍ । ଜେନିଭାରେ ଏକଘଣ୍ଟାରୁ ଅଧିକ ସମୟ ଧରି କରିଲେ ଆଲୋଚନା । ରାଷ୍ଟ୍ରଦୂତ ପୁନଃ ଅବସ୍ଥାପିତ କରିବାକୁ ମିଳିଲା ସହମତି ।
  19. ଆଜିଠାରୁ ଭାରତ ଆଉ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚମ୍ପିଅନସିପ୍ ଫାଇନାଲ ପାଇଁ ସାଉଥମ୍ପଟନରେ ଆରମ୍ଭ ହେବ ଖେଳ । ଏହାର ସିଧା ପ୍ରସାରଣ ଷ୍ଟାର୍ ସ୍ପୋର୍ଟସ୍ ବ୍ୟତୀତ ଦୂରଦର୍ଶନର କ୍ରୀଡ଼ା ଚ୍ୟାନେଲ୍ ଡିଡି ସ୍ପୋର୍ଟସରେ ମଧ୍ୟ ଦିନ ୧.୦ରୁ ପ୍ରସାରିତ ହେବ।
  20. ଟୋକିଓ ଅଲମ୍ପିକ୍ସ ନେଇ ଭାରତୀୟ ମହିଳା ହକି ଟିମରେ ଘୋଷଣା । ୧୬ଜଣିଆ ଟିମରେ ଓଡ଼ିଆ ଝିଅଙ୍କୁ ସୁଯୋଗ । ଟୋକିଓରେ ପ୍ରତିଭା ପ୍ରଦର୍ଶନ କରିବେ ସୁନ୍ଦରଗଡ଼ର ଦିପଗ୍ରେସ ଏକା ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.