• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. କେନ୍ଦ୍ର ସରକାର ଦେଶର କୃଷି କ୍ଷେତ୍ରରେ ସୌର ଶକ୍ତି ଉପଯୋଗ କରିବାକୁ ୨୦,୦୦୦ କୋଟି ଟଙ୍କା ବ୍ୟୟରେ ଏକ ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଏହାଦ୍ୱାରା କୃଷି କ୍ଷେତ୍ରକୁ ଚବିଶ ଘଣ୍ଟିଆ ଏବଂ ସ୍ୱଳ୍ପ ମୂଲ୍ୟରେ ବିଦ୍ୟୁତ ଯୋଗାଣ ସମ୍ଭବ ହୋଇପାରିବ ବୋଲି କେନ୍ଦ୍ର ଶକ୍ତି ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଆର କେ ସିଂ କହିଛନ୍ତି ।
  2.  ଗୁରୁବାର ଦିନ ଆଫଗାନିସ୍ତାନ ସୈନ୍ୟଙ୍କ ଜବାବି ଆକ୍ରମଣରେ ୨୫୮ ଜଣ ତାଲିବାନ ଆତଙ୍କି ପ୍ରାଣ ହରାଇଥିବା ଜଣାଯାଇଛି । ଏଥିସହିତ ୧୫୬ ଜଣ ଆହତ ହୋଇଛନ୍ତି 
  3. ଜାତିସଂଘ ସାଧାରଣ ସଭା ଦ୍ବିତୀୟ ଥର ପାଇଁ ଏଣ୍ଟୋନିଓ ଗୁଟେର୍ସଙ୍କୁ ମହାସଚିବ ଭାବେ ଶୁକ୍ରବାର ନିର୍ବାଚିତ କରିଛି। ସେ ଆସନ୍ତା ବର୍ଷ ଜାନୁଆରୀ ପହିଲାରୁ ୩୧ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ଜାତିସଂଘର ମହାସଚିବ ଭାବେ କାର୍ଯ୍ୟ ନିର୍ବାହ କରିବେ।
  4. ସୁ-ସାହିତ୍ୟିକ  ଏବଂ  ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା।
  5. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡା, ଭଦ୍ରକ, ଜଗତସିଂହପୁର, ପୁରୀ, ସୋନପୁର, ନୟାଗଡ, ସୁନ୍ଦରଗଡ ଏବଂ ମୟୁରଭଂଜ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି, ତରଳ ଅକ୍ସିଜେନ ପ୍ଲାଣ୍ଟ ଓ ଅକ୍‌ସିଜେନ ଉତ୍ପାଦନ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ରଖିବା ସହ ଅନ୍ୟାନ୍ୟ ଭିତ୍ତିଭୂମିର ଉଦଘାଟନ କରିଛନ୍ତି।
  6. ଘରେ ବସି ଅନ୍‌ଲାଇନ୍‌ରେ ପରୀକ୍ଷା ଦେବେ ୟୁଜି ପିଜି ଶେଷ ସେମିଷ୍ଟର ପରୀକ୍ଷାର୍ଥୀ, ବ୍ୟାକ୍‌ ପେପର ପରୀକ୍ଷା ମଧ୍ୟ ଅନ୍‌ଲାଇନ୍‌ରେ ହେବ
  7. ଦିଲ୍ଲୀପ ତିର୍କୀ ହେଲେ ଓଡ଼ିଶା ହକି ଆଡହକ କମିଟି ଅଧ୍ୟକ୍ଷ  ହୋଇ  ଅଛନ୍ତି ।
  8. ଦଶମ ପରୀକ୍ଷା ମାର୍କ ଭିତ୍ତିରେ ହେବ ଯୁକ୍ତ ଦୁଇ ମୂଲ୍ୟାୟନ, ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ଫଳାଫଳ
  9. ଛ' ଯୋଡ଼ା ପାସେଞ୍ଜର ଟ୍ରେନ ୩୦ ଜୁନ ପର୍ଯ୍ୟନ୍ତ ବାତିଲ ।
  10. ମେସ୍କୋରେ ବିନା ଅନୁମତିରେ ରେଲଓ୍ବେ ସାଇଡିଂ, ତଦନ୍ତ କଲେ ପ୍ରଦୂଷଣ ଅଧିକାରୀ।
  11. ଅଭିନେତ୍ରୀ ଦିବ୍ୟା ଦତ୍ତା, ତନିଷା ଚାଟର୍ଜୀ, ମଂଜରୀ ଫାଡନିସ୍ ଓ ଚନ୍ଦନ ଆନନ୍ଦଙ୍କ ଅଭିନୀତ ନୀଳମାଧବ ପଣ୍ଡାଙ୍କ ଚଳଚିତ୍ର ‘ମେଘାସ୍ ଡାଇଭର୍ସ’ ନିକଟରେ ଜେନେଭା ଅବଜରଭର୍ସଠାରେ ପ୍ରଦର୍ଶିତ ହୋଇଛି ।
  12. ଭାରତୀୟ ମହିଳା କ୍ରିକେଟ୍ ଟିମର ଯୁବ ଓପ୍ନର ଶେଫାଳି ବର୍ମା ନିଜର ପଦାର୍ପଣ ଟେଷ୍ଟରେ ହିଁ ଇତିହାସ ରଚିଛନ୍ତି।
  13. ଜମ୍ମୁ-କଶ୍ମୀରର ଏକ ସ୍କୁଲ୍ ନିର୍ମାଣ କାର୍ଯ୍ୟ ପାଇଁ ୧ କୋଟି ଟଙ୍କା ଦେଲେ ଅକ୍ଷୟ କୁମାର ।
  14.  ‘ଜୁନ୍ ଶେଷ ସପ୍ତାହରୁ ଦୈନିକ ୩ଲକ୍ଷ ଲୋକଙ୍କୁ ଦିଆଯିବ ଟିକା’ । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆସନ୍ତା ସପ୍ତାହରୁ ରାଜ୍ୟକୁ ଆହୁରି ଟିକା ଆସିବ।
  15. ରାଜଧାନୀର ସରକାରୀ କର୍ମଚାରୀଙ୍କ ପାଇଁ ଟିକା ବାଧ୍ୟତାମୂଳକ, ଅଫିସ ଆସିବାକୁ ହେଲେ ଟିକା ନେବା ଜରୁରୀ ।
  16. ଅକ୍ଟୋବରରୁ ଆରମ୍ଭ ହେବ କୋଭିଡ଼୍ ମହାମାରୀର ତୃତୀୟ ଲହର ।
  17. କରୋନା ସହ ଲଢିବା ପାଇଁ ପ୍ରସ୍ତୁତ ହେବ ୧ ଲକ୍ଷ ସମ୍ମୁଖ ଯୋଦ୍ଧା । 'କ୍ରାସ୍–କୋର୍ସ ପ୍ରୋଗ୍ରାମ' ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ।
  18. ଶୁକ୍ରବାର ଦିନ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ ତାଙ୍କ ନାମ ସୁପ୍ରିମକୋର୍ଟ ବିଚାରପତି ନିମନ୍ତେ ସୁପାରିଶ କରିଛନ୍ତି । ଏହି ବ୍ୟକ୍ତିଜଣକ ହେଉଛନ୍ତି ମାହମୁଦ ଜମାଲ । ୧୯୬୭ରେ ନାଇରୋବିରେ ଏକ ଭାରତୀୟ ପରିବାରରେ ତାଙ୍କର ଜନ୍ମ ହୋଇଥିଲା ।
  19. ଭାରତୀୟ ଦୌଡ଼କୁଦ ଜଗତର କିମ୍ବଦନ୍ତୀ ପୁରୁଷ ମିଲ୍‍ଖା ସିଂହଙ୍କ ପରଲୋକ ଘଟିଛି, ସେ କରୋନା ପରବର୍ତ୍ତୀ ଜଟିଳତାରେ ପୀଡିତ ଥିଲେ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା।
  20. ସାମାଜିକ ଗଣମାଧ୍ୟମ ଟୁଇଟରକୁ ସଂସଦୀୟ ଷ୍ଟାଣ୍ଡିଂ କମିଟି ଶୁକ୍ରବାର ଚରମବାଣୀ ଶୁଣାଇଛି। କମିଟି କହିଛି ଯେ ଭାରତରେ କାରବାର କରିବାକୁ ହେଲେ ନିଜର ନୀତି ନିୟମ ନୁହେଁ; ଭାରତର ନୀତି ଓ ନିୟମକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ହେବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.