• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡ଼ିଶାରେ  ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୬୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୩୪୪୬ ଏବଂ ସ୍ଥାନୀୟ ସଂକ୍ରମିତ ୨୬୫୧ ରହିଥିବା ଜଣାଯାଇଛି।
  2. କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକରେ ଥିବା ଭିତରକନିକା ଜାତୀୟ ଉଦ୍ୟାନରେ ପୃଥିବୀର ସବୁଠାରୁ ବଡ଼ ବଉଳା କୁମ୍ଭୀର ଠାବ ହୋଇଛି। ଏହି କୁମ୍ଭୀରର ଲମ୍ବ ପ୍ରାୟ ୨୧ ଫୁଟ୍‍।
  3. ଆଇପିଏସ୍ ସ୍ତରରେ ଅଦଳବଦଳ: ଦୀପ୍ତେଶ ପଟ୍ଟନାୟକଙ୍କୁ ଜେଲ୍ ବିଭାଗ ଆଇଜି ଓ ନରସିଂହ ଭୋଳଙ୍କୁ କେନ୍ଦ୍ରାଞ୍ଚଳ ଆଇଜି ଭାବେ ଦାୟିତ୍ୱ, ହିମାଂଶୁ ଲାଲଙ୍କୁ ପୂର୍ବାଞ୍ଚଳ ଆଇଜି ଓ ଦୀପକ କୁମାରକୁ ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ
  4. ବିଟ୍‍ କଏନକୁ ମିଳିଲା ଆଇନଗତ ସ୍ୱୀକୃତି। ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବରେ ଏଲ୍‍ ସାଲଭାଡର ଏହାକୁ ବୈଧ ମୁଦ୍ରା ଭାବରେ ଆଇନଗତ ସ୍ୱୀକୃତି ପ୍ରଦାନ କରିଛି। ଦୈନନ୍ଦିନ ବ୍ୟବହାରରେ ଏକ କ୍ରିପଟୋକରେନ୍ସିକୁ ଗ୍ରହଣ କରିବାରେ ଏହା ପ୍ରଥମ ରାଷ୍ଟ୍ର ହୋଇଛି।
  5. ରାଜ୍ୟ କ୍ୟାବିନେଟରେ ମିଳିଲା ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ, ସେଥିମଧ୍ୟରୁ ୪ଟି ପ୍ରସ୍ତାବ ନିର୍ମାଣ ଓ ପ୍ରଶସ୍ତୀକରଣ ହେବ ବିଜୁ " ଏକ୍ସପ୍ରେସ୍ ୱେ "। ରାଜ୍ୟ କ୍ୟାବିନେଟରେ ମିଳିଲା ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ, ସେଥିମଧ୍ୟରୁ ୪ଟି ପ୍ରସ୍ତାବ ନିର୍ମାଣ ଓ ପ୍ରଶସ୍ତୀକରଣ ହେବ ବିଜୁ " ଏକ୍ସପ୍ରେସ୍ ୱେ " ।
  6. କୋଭିଡ ମୁକାବିଲା ପାଇଁ ବିଏମସିକୁ ପୁଣି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆଉ ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ।
  7. ୭ ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମସ୍ତ ଭିତ୍ତିଭୂମି ପାଇଁ ୨୯ କୋଟି ୪୧ ଲକ୍ଷ ଟଙ୍କା ବିନିଯୋଗ ହୋଇଛି ।
  8. ଏଣିକି ପିତାମାତା କୋଭିଡ-୧୯ ପଜିଟିଭ ହେଲେ ସରକାରୀ କର୍ମଚାରୀଙ୍କୁ ମିଳିବ ସ୍ୱତନ୍ତ୍ର କାଜୁଆଲ ଲିଭ । କେନ୍ଦ୍ର ସରକାରଙ୍କ କର୍ମଚାରୀ, ଜନ ଅଭିଯୋଗ ଓ ପେନସନ୍‌ ମନ୍ତ୍ରାଳୟର ଘୋଷଣା ।
  9. ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇଲେ କେନ୍ଦ୍ର ସରକାର । ଧାନ କ୍ୱିଣ୍ଟାଲ ପିଛା MSP ୧୯୪୦ ଟଙ୍କାକୁ ବୃଦ୍ଧି ନେଇ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସୂଚନା ।
  10. ଔଷଧ ଦୋକାନୀ ଏବଂ କର୍ମଚାରୀଙ୍କୁ ଟିକାକରଣ ପାଇଁ ନିର୍ଦେଶ। ପ୍ରାଥମିକତା ଭିତ୍ତିରେ ଟିକାକରଣ ପାଇଁ ସବୁ ଜିଲାପାଳଙ୍କୁ ନିର୍ଦେଶ ଦେଲେ ଏସିସିଏସ୍ ପ୍ରଦୀପ୍ତ ମହାପାତ୍ର ।
  11. ଭାରତୀୟ ରେଳବାଇକୁ ୭୦୦ ମେଗାହର୍ଜ ବ୍ୟାଣ୍ଡରେ ୫ ମେଗାହର୍ଜ ସ୍ପେକ୍ଟ୍ରମ୍ ଆବଣ୍ଟନକୁ କେନ୍ଦ୍ର କ୍ୟାବିନେଟ୍ ର ଅନୁମୋଦନ।
  12. ବ୍ଲାକ୍, ହ୍ୱାଇଟ୍ ଓ ୟେଲୋ ଫଙ୍ଗସ୍ ପରେ ଗାଜିଆବାଦର ଜଣେ ରୋଗୀଙ୍କ ଠାରୁ ହର୍ପିସ୍ ସିମ୍ପ୍ଲେକ୍ସ ନୂଆ ଭାଇରସ୍ ଚିହ୍ନଟ । ଡାକ୍ତର ଦାବି ଏହା ଅତ୍ୟନ୍ତ ବିପଜ୍ଜନକ ।
  13. ଦୁଇ ବର୍ଷ ବଢ଼ିଲା ଆରବିଆଇ ଡେପୁଟି ଗଭର୍ଣ୍ଣର ମହେଶ କୁମାର ଜୈନଙ୍କ କାର୍ଯ୍ୟକାଳ ।
  14. ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗର ଟପ୍-୨୦୦ରେ ଆଇଆଇଟି ବମ୍ବେ ସହ ଭାରତର ତିନି ବିଶ୍ଵ ବିଦ୍ୟାଳୟ ସାମିଲ ।
  15. ଓଡିଶାର ୫ ସହରରେ ଶହେ ଟପିଲା ପେଟ୍ରୋଲ ଦର । ଡିଜେଲ୍ ବି ଟପିଲା ଶହେ । ପକେଟ୍ ଉପରେ ପେଟ୍ରୋଲ ମାଡକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ।
  16. ଟିକଟକ୍, ଓ୍ବିଚାଟକୁ ନିଷିଦ୍ଧ କରିବାକୁ ଟ୍ରମ୍ପ ଜାରି କରିଥିବା ନିର୍ଦ୍ଦେଶକୁ ରଦ୍ଦ କଲେ ବାଇଡେନ ।
  17. ଭାରତକୁ ଗ୍ରିପେନ ଲଢୁଆ ବିମାନ ବିକ୍ରି ପାଇଁ ସ୍ବିଡେନରୁ ମିଳିଲା ପ୍ରସ୍ତାବ ।
  18. କରୋନା ରୋଗୀଙ୍କୁ ସହାୟତା ଦେବାକୁ ପୁଣି ଆଗକୁ ଆସିଲେ ଅଭିନେତ୍ରୀ ଉର୍ବଶୀ ରୌତେଲା । ଦାନକଲେ ୨ କୋଟି ୩୫ ଲକ୍ଷ ଟଙ୍କାର ଅକ୍ସିଜେନ କନସେଂଟ୍ରେଟର ।
  19. ଦକ୍ଷିଣ ମହାସାଗରକୁ ବିଶ୍ୱର ପଞ୍ଚମ ମହାସାଗର ଚିହ୍ନଟ କଲେ ନ୍ୟାସନାଲ ଜିଓଗ୍ରାଫି କାର୍ଟୋଗ୍ରାଫର ।
  20. ଚୀନର ମହାଧନୀଙ୍କୁ ପଛରେ ପକାଇ ଅରବପତିଙ୍କ ଲିଷ୍ଟରେ ଚମକିଲେ ଅମ୍ବାନୀ ଏବଂ ଅଦାନୀ, ଅଧିକାର କଲେ ଯଥାକ୍ରମେ ୧୨ ଏବଂ ୧୪ ତମ ସ୍ଥାନ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.