• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୩୪୦୫ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୯୪୨ ଏବଂ ସ୍ଥାନୀୟ ସଂକ୍ରମିତ ୧୪୬୩ ଜଣ ରହିଛନ୍ତି।
  2. ୨୪ ଘଣ୍ଟାରେ ଆଉ ୬୦ ହଜାର ୪୭୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୫,୭୦,୮୮୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ହଜାର ୭୨୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୭ ହଜାର ୦୩୧ରେ ପହଞ୍ଚିଛି।
  3. କରୋନା ଟିକା ନେବା ପରେ ଦେଶରେ ୪୮୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୬ ହଜାର ହିତାଧିକାରୀଙ୍କ ଠାରେ ପାର୍ଶ୍ବପ୍ରତିକ୍ରିୟା ଦେଖାଯାଇଛି। ସରକାରଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ଜାନୁଆରୀ ୧୬ରୁ ଜୁନ୍ ୭ ତାରିଖ ମଧ୍ୟରେ ଦେଶରେ ୨୩.୫ କୋଟି ପାନ ଟିକାକରଣ କରାଯାଇଛି।
  4. ଶତ୍ରୁ ପକ୍ଷ ରାଡାରରେ ଧରା ନପଡି ନିର୍ଦ୍ଧାରିତ ସ୍ଥଳ ଉପରେ ଆକ୍ରମଣ କରିବାକୁ ସମର୍ଥ ଚୀନର ଜିଆନ ଏଚ-୨୦ ବୋମାବର୍ଷୀ ବିମାନ ମଧ୍ୟ ଅଂଶଗ୍ରହଣ କରୁଛି। ସୀମା ଆରପଟେ ଥିବା ଚୀନର ହୋଟନ ବାୟୁସେନା ଘାଟିରେ ଜିଆନ ଏଚ-୨୦ ବିମାନ ଲଗାତର ଉଡାଣ କରିବାରେ ଲାଗିଛି।
  5. ଭାରତରେ ଦେଖାଦେଇଥିବା ମହାମାରୀ କୋଭିଡ୍‌-୧୯ ଦ୍ବିତୀୟ ଲହରର ଭୟାବହତା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ଭାରତର ତ୍ରୁଟିପୂର୍ଣ୍ଣ ଅନ୍‌ଲକ୍‌ ପ୍ରକ୍ରିୟାକୁ ଦାୟୀ କରିଛି।
  6. ଅଯୋଧ୍ୟା‌ରେ ରାମ ମନ୍ଦିର ପାଇଁ ଜମି କିଣାରେ ବଡ଼ ଧରଣର ଦୁର୍ନୀତି। ୧୦ ମିନିଟର ଖେଳକୁ ନେଇ ଚର୍ଚା। ୨ କୋଟି ଟଙ୍କାରେ କିଣା ଯାଇଥିବା ଜମିର ମୂଲ୍ୟ ୧୦ ମିନିଟରେ କିପରି ୧୮ କୋଟି ୫୦ ଲକ୍ଷ ଟଙ୍କା ହୋଇଗଲା? ୧୦ ମିନିଟ୍‌ରେ ୨ କୋଟିରୁ ୧୮ କୋଟି, ରାମ ମନ୍ଦିର ଜମି କିଣାରେ ଦୁର୍ନୀତି ବିବାଦ ଘନେଇଲା ।
  7. କରୋନା ଭାଇରସର ସଂକ୍ରମଣ ହେତୁ ରେଳବାଇକୁ ମଧ୍ୟ ବ୍ୟାପକ କ୍ଷତିର ସାମ୍ନା କରିବାକୁ ପଡିଛି | ଏଭଳି ପରିସ୍ଥିତିରେ, ୨୦୨୦-୨୧ ଆର୍ଥିକ ବର୍ଷରେ ରେଳବାଇ ପ୍ଲାଟଫର୍ମ ଟିକେଟରୁ ଆୟ ଉପରେ ବହୁତ କ୍ଷତି ସହିଛି।
  8. ଭଞ୍ଜନଗର କଲେଜର ପ୍ରାକ୍ତନ ଓଡ଼ିଆ ବିଭାଗର ଅଧ୍ୟାପକ, ‘ବହିତ୍ର’  ପତ୍ରିକା ସମ୍ପାଦନା କରି ଭଞ୍ଜ ସାହିତ୍ୟର ବ୍ୟାପକ ପ୍ରଚାର ଓ ପ୍ରସାର କରିଥିବା ସୁନାମଧନ୍ୟ ବିଶିଷ୍ଟ ସାହିତ୍ୟିକ, ଡକ୍ଟର ନିଶାକର ପାଢ଼ୀ ସାର୍‌ଙ୍କ ଦେହାନ୍ତ ଘଟିଛି ।
  9. ପରୀକ୍ଷା କେନ୍ଦ୍ରକୁ ଆସିବାକୁ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଚିଠି । ଆଇଏନଇ-ସିଇଟି ଏବଂ ଏମ୍ସ ପରୀକ୍ଷାର ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଚିଠି । ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡକୁ ପାସ୍ ଭାବେ ବିଚାର କରି ଛାଡ଼ି ଦେବାକୁ ନିର୍ଦ୍ଦେଶ । ସବୁ ଜିଲ୍ଲାପାଳ ଓ ପୌର କମିଶନରଙ୍କୁ ଏ ନେଇ ଚିଠି ଲେଖିଲେ ଏସିଏସ । ଆସନ୍ତା ୧୬ରେ ଆଇଏନଇ-ସିଇଟି ଏବଂ ୨୭ରେ ଏମ୍ସ ପରୀକ୍ଷା।
  10. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ମିଳିତ ଜାତିସଂଘର ‘ମରୁଭୂମିକରଣ, ମୃତ୍ତିକା ଅବକ୍ଷୟ ଓ ମରୁଡ଼ି ଉପରେ ଉଚ୍ଚସ୍ତରୀୟ ଆଲୋଚନା’ରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଛନ୍ତି । 
  11. ରାଜ୍ୟରେ ୭% ତଳକୁ ଖସିଲା ସଂକ୍ରମଣ ହାର । ଦିନକରେ ୪୩୩୯ , ୪୪ ମୃତ୍ୟୁ ।
  12. ଭାରତରେ ଦେଖାଦେଇଥିବା ମହାମାରୀ କୋଭିଡ୍‌-୧୯ ଦ୍ବିତୀୟ ଲହରର ଭୟାବହତା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ଭାରତର ତ୍ରୁଟିପୂର୍ଣ୍ଣ ଅନ୍‌ଲକ୍‌ ପ୍ରକ୍ରିୟାକୁ ଦାୟୀ କରିଛି ।
  13. ଲଘୁଚାପ ଝାଡ଼ଖଣ୍ଡ ପଳାଇଲା ; ବଡ ବର୍ଷା ସମ୍ଭାବନା କମ୍ ।
  14. ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜମି କିଣାରେ ଦୁର୍ନୀତି ଅଭିଯୋଗ । ଆପ୍ ଓ ସମାଜବାଦୀ ପାର୍ଟି ଆଣିଲେ ଅଭିଯୋଗ, କହିଲେ ପ୍ରକୃତ ମୂଲ୍ୟ ଠାରୁ ବହୁ ଅଧିକ ମୂଲ୍ୟରେ କିଣାଯାଇଛି ଜମି ।
  15. ପଶ୍ଚିମବଙ୍ଗ ରେ ପୁଣି ଜୁଲାଇ ୧ ତାରିଖ ଯାଏଁ ବଢିଲା ଲକଡାଉନ୍, ଘୋଷଣା କଲେ ପଶ୍ଚିମବଙ୍ଗ ସରକାର ।
  16. ବାଙ୍ଗଲାଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚଳିତ ମାସ ୩୦ ପର୍ଯ୍ୟନ୍ତ ଭାରତ-ବାଙ୍ଗଲାଦେଶ ସୀମା ସଂଯୋଗୀକରଣ ରାସ୍ତାକୁ ବନ୍ଦ ରଖାଯିବ କିନ୍ତୁ ଆବଶ୍ୟକୀୟ ସାମଗ୍ରୀ ପରିବହନ ନିମନ୍ତେ ଏହି ରାସ୍ତା ଖୋଲା ରହିବ ।
  17. ଚଳିତ ବର୍ଷ ଅକ୍ଟୋବରରେ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ୱାର୍ଲ୍ଡ ଏକ୍ସପୋରେ ଭାରତ ତାର ମହାକାଶ ଶକ୍ତି ପ୍ରଦର୍ଶନ କରିବ ।
  18. ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମ୍ୟାଚ୍ ଜୁନ୍ ୧୮ ତାରିଖରେ ଖେଳାଯିବ।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.