• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୨୦୧୬ ଏବଂ ସ୍ଥାନୀୟ ସଂକ୍ରମିତ ୧୫୧୯ ଜଣ ଅଛନ୍ତି।
  2. ଭାଭା ପରମାଣୁ ଗବେଷଣା କେନ୍ଦ୍ର, ମୁମ୍ବଇରେ କାର୍ଯ୍ୟରତ ଓଡିଆ ବୈଜ୍ଞାନିକ ଡଃ ଜ୍ୟୋତିର୍ମୟୀ ମହାନ୍ତି ୨୦୧୯ ପାଇଁ ସମ୍ମାନଜନକ ‘ହୋମି ଭାଭା ବିଜ୍ଞାନ ଓ ପ୍ରାଦ୍ୟୋଗିକୀ ପୁରସ୍କାର’ ଲାଗି ମନୋନୀତ ହୋଇଛନ୍ତି।
  3. ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ମହିଳା କ୍ରିକେଟ ସାମିଲ ହୋଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ଟ୍ବେଣ୍ଟି୨୦ ମ୍ୟାଚ ଜୁଲାଇ ୨୯ରୁ ଅଗଷ୍ଟ ୭ ପର୍ଯ୍ୟନ୍ତ ଏଜ୍‌ବାଷ୍ଟନର ଷ୍ଟାଡ଼ିୟମରେ ଖେଳାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ଘୋଷଣା କରାଯାଇଛି।  ୨୪ ବର୍ଷ ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରିକେଟକୁ ସାମିଲ କରାଯାଇଛି।
  4. ଗତ ମାସରେ ପାଲେଷ୍ଟାଇନ ଏବଂ ଇସ୍ରାଏଲ ମଧ୍ୟରେ ୧୧ ଦିନ ଧରି ଚାଲିଥିବା ଲଢେଇରେ ଅନ୍ତ ଘଟାଇବାକୁ ରାଜିନାମା ହେବାବରେ ବୁଧବାର ଇସ୍ରାଏଲ ପୁନର୍ବାର ଆକ୍ରମଣ କରିଛି।
  5. କେନ୍ଦ୍ର ସରକାର କୋଲ୍‍ ଇଣ୍ଡିଆ ନିକଟରୁ ୧୪୨୬ କୋଟି ଟଙ୍କା ଲାଭାଂଶ ବାବଦରେ ପାଇବେ। ସିଆଇଏଲ୍‍ ଅତିରିକ୍ତ ଚୂଡାନ୍ତ ୩୫% ଲାଭାଂଶ ପ୍ରଦାନ ସମ୍ପର୍କରେ ଘୋଷଣା କରିବା ପରେ ସରକାର ଏହି ପରିମାଣର ଅର୍ଥ ପାଇବାକୁ ଯାଉଛନ୍ତି।
  6. ଏଣିକି ୧୮ ବର୍ଷରୁ ଅଧିକ ବ୍ୟକ୍ତି ସିଧାସଳଖ ଟିକାକରଣ କେନ୍ଦ୍ରକୁ ଯାଇ ନିଜ ନାଁ ପଞ୍ଜିକରଣ କରିପାରିବେ । କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି
  7. ୭ଟି ଜିଲାର ୨୭ଟି ଆଦିବାସୀ ଅଧ୍ୟୁଷିତ ବ୍ଲକ୍‌ରେ କୃଷକଙ୍କ ଆୟବୃଦ୍ଧି, ୯୬୯ଟି କୃଷି ଓ ଅଣକୃଷିଭିତ୍ତିକ କ୍ଲଷ୍ଟର ମାଧ୍ୟମରେ ୧ ଲକ୍ଷ ୫୦ ହଜାର ଜନଜାତି ପରିବାର ହେଲେ ଉପକୃତ ।
  8. ଆନ୍ଧ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୨୦୨୧-୨୨ ଶିକ୍ଷାବର୍ଷରୁ ଡିଗ୍ରୀ କଲେଜରେ ବାଧ୍ୟତାମୂଳକ ହେବ ଇଂରାଜୀ ମାଧ୍ୟମ ।
  9. ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ସାବାଳିକା ପତ୍ନୀଙ୍କ ସହ ରହିପାରିବେନି ନାବାଳକ ସ୍ୱାମୀ ।
  10. ବର୍ଷ ହଜ୍‌ରେ ଯାଇ ପାରିବେ ନାହିଁ ଭାରତୀୟ, କରୋନା କାରଣରୁ ସମସ୍ତ ଆବେଦନ ହେଲା ବାତିଲ୍ ।
  11. ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଭାରତୀୟ ଟିମ୍ ଘୋଷଣା କଲା ବିସିସିଆଇ । ରନ୍ ମେସିନ ବିରାଟ କୋହଲି ଏହି ଟେଷ୍ଟ ଟିମ୍‌ର ଅଧିନାୟକ ରହିଥିବା ବେଳେ ଆଜିଙ୍କ୍ୟ ରାହାଣେ ହେଲେ ଉପ ଅଧିନାୟକ
  12. କୋଭିଡ ଟିକା ନେଇ ପାର୍ଶ୍ବପ୍ରତିକ୍ରିୟାରୁ ଦେଶରେ ପ୍ରଥମ ମୃତ୍ୟୁ। ପାର୍ଶ୍ବ ପ୍ରତିକ୍ରିୟା ମୃତ୍ୟୁ ନେଇ ସ୍ପଷ୍ଟ କଲା ଏଇଏଫ୍‌ଆଇ ପ୍ୟାନେଲ।କରୋନା ଟିକା ୦.୦୧% ଲୋକଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟା ।
  13. ବିରୋଧ କରୁଥିବା ପଶୁପତି ପାରସଙ୍କ ସମେତ ୫ ସାଂସଦଙ୍କୁ ଏଲଜେପିରୁ ନିଲମ୍ବିତ କଲେ ଚିରାଗ ପାସୱାନ୍‌ ।
  14. ରାମ ମନ୍ଦିର ଜମି ଦୁର୍ନୀତି ମାମଲା: ରିପୋର୍ଟ ମାଗିଲେ ବିଜେପି ସଭାପତି ଜେପି ନଡ୍ଡା ଓ ଗୃହ ମନ୍ତ୍ରୀ ଅମିତ୍ ଶାହା, ସଂଘର ବି ନଜର ।
  15. ମଇ ମାସରେ ଭାରତର ରପ୍ତାନି ୩୨.୨୭ ବିଲିଅନ ଡଲାରକୁ ବୃଦ୍ଧି; ବାଣିଜ୍ୟ ନିଅଣ୍ଟ ୬.୨୮ ବିଲିଅନ ଡଲାର ।
  16.  ଆରାର ପ୍ରମୁଖ ବ୍ୟବସାୟୀ ଇମ୍ରାନ ଖାନ୍‌ଙ୍କୁ ୨୦୧୮ରେ ଦିବାଲୋକରେ ହତ୍ୟା‌ କରାଯାଇଥିଲା। ଏହି ମାମଲାରେ କୋର୍ଟ ୨ ଭାଇଙ୍କ ସମେତ ୧୦ ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି। 
  17. ଦିଲ୍ଲୀ ଦଙ୍ଗା ମାମଲାରେ ଗିରଫ ହୋଇଥିବା ୩ ଜଣ ଜେଏନ୍‌ୟୁ ଏବଂ ଜାମିଆ ଛାତ୍ରଙ୍କୁ ଦିଲ୍ଲୀ ହାଇକୋର୍ଟ ଜାମିନ ମଂଜୁର କରିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସ ଅତ୍ୟନ୍ତ ବେପରୁଆ ଭାବେ ଛାତ୍ରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଲଗାଇଥିଲା ବୋଲି ହାଇକୋର୍ଟ କହିଛନ୍ତି।
  18. ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ପାଇଁ ସଂସଦୀୟ ସ୍ଥାୟୀ କମିଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରର ଅଧିକାରୀଙ୍କୁ ଜୁନ ୧୮ ତାରିଖରେ ହାଜର ହେବା ପାଇଁ ନୋଟିସ ଜାରି କରିଛନ୍ତି ।
  19. ପଶ୍ଚିମବଙ୍ଗରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି ।
  20. ଚଳିତବର୍ଷ ଜାନୁଆରି ୧୬ରୁ ଜୁନ ୭ ସୁଦ୍ଧା ଦେଶରେ ୨୬,୨୦୦ ଜଣଙ୍କ ଠାରେ କରୋନା ଟିକାର ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏଥିପାଇଁ ୪୮୮ ଜଣଙ୍କର ଜୀବନ ଯାଇଛି ବୋଲି ଜଣାଯାଇଛି। ଉପରୋକ୍ତ ଅବଧି ମଧ୍ୟରେ ଦେଶରେ ୨୩.୫ କୋଟି ଲୋକଙ୍କୁ ଟିକା ଦିଆଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.