• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିଶ୍ଵ ରାଜନୀତିରେ ପରସ୍ପରର ଚିର ବିରୋଧୀ ଆମେରିକା ରାଷ୍ଟ୍ରପତି ଓ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ ଜିନେଭାରେ ଶିଖର ସମ୍ମିଳନୀ ଆରମ୍ଭ ହୋଇ ଯାଇଛି।
  2. ଦେଶରେ ଦିନକୁ ଦିନ ଖସୁଛି କରୋନା ଗ୍ରାଫ୍। ୨୪ ଘଣ୍ଟାରେ ୬୭ ହଜାର ୨୦୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦୀର୍ଘ ୭୧ ଦିନ ପରେ ଦେଶରେ ସବୁଠୁ କମ୍ ଆକ୍ଟିଭ କେସ୍ ରହିଛି। ଏଯାବତ୍ ୮ ଲକ୍ଷ ୨୬ ହଜାର ୭୪୦ ଆକ୍ଟିଭ କେସ୍ ରହିଛି।
  3. ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ସଂଖ୍ୟା ଦିନକୁ ଦିନ କମୁଥିବା ବେଳେ ଗତ ୨୪ ଘଣ୍ଟାରେ ୩୬୩୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨ ହଜାର ୦୬୯ଟି ମାମଲା ଆସିଥିବା ବେଳେ ୧ ହଜାର ୫୬୨ଟି ମାମଲା ସ୍ଥାନୀୟ ସଂକ୍ରମଣ ।
  4. ଭାରତୀୟ ମେଡିକାଲ ଆସୋସିଏସନର ତଥ୍ୟ ଅନୁସାରେ, କରୋନାର ଦ୍ୱିତୀୟ ଲହରରେ ୭୩୦ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ସବୁଠୁ ଅଧିକ ଡାକ୍ତର ବିହାରରେ ଜୀବନ ହାରିଛନ୍ତି ।
  5. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁରୋପର ସର୍ବବୃହତ ଡିଜିଟାଲ ଏବଂ ଷ୍ଟାର୍ଟଅପ୍ ଇଭେଣ୍ଟକୁ ସମ୍ବୋଧିତ କରିଛନ୍ତି - VIVATEK; ପରବର୍ତ୍ତୀ ମହାମାରୀରୁ ପୃଥିବୀକୁ ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା
  6. ବିଦେଶ ଯାତ୍ରା ପାଇଁ ୨ୟ ଡୋଜ କୋଭିସିଲ୍ଡ ଟିକାକରଣ ନେଇ ନୂଆ ଗାଇଡଲାଇନ। ଏହି ନୂଆ ଗାଇଡଲାଇନ୍ ଜାରି କଲା ସ୍ୱାସ୍ଥ୍ୟ ବିଭାଗ। ବିଦେଶ ଯାତ୍ରା ପାଇଁ ୪୮ଦିନ ପୂର୍ବରୁ ମିଳିବ ୨ୟ ଡୋଜ। କେବଳ ସରକାରୀ ଟିକାକେନ୍ଦ୍ରରେ ହିଁ ହେବ ଟିକାକରଣ।
  7. କେନ୍ଦ୍ର କହିଛି - ଟୀକାରେ ଗାଇ ର   ନବଜାତ ବାଛୁରୀର କୌଣସି  ସେରମ୍ ନାହିଁ
  8. ଏଥର ମଧ୍ୟ ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା । ଜୁଲାଇ ୨୫ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ। ରଥଯାତ୍ରା ପରେ ମହାପ୍ରଭୁଙ୍କ ଦର୍ଶନ ଦେଇ ନିଆଯିବ ପରବର୍ତ୍ତୀ ନିଷ୍ପତ୍ତି ।
  9. ଆଜିଠାରୁ ଜୁଲାଇ ୧ ସକାଳ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ୍ ଲାଗୁ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାକୁ ‘ଏ’ କାଟାଗୋରୀ ଏବଂ ଅନ୍ୟ ୧୩ଟି ଜିଲ୍ଲାକୁ ‘ବି କାଟାଗୋରୀରେ ବିଭକ୍ତ  କରାଗଲା ।
  10.  “ଗଭୀର ମହାସାଗର ଅଭିଯାନ”କୁ ୪ ହଜାର ୭୭ କୋଟି ଟଙ୍କା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ।
  11. ୨୦୨୧-୨୨ ବର୍ଷ ପାଇଁ ଫସଫରସ ଏବଂ ପୋଟାସ ସାର ଉପରେ ପୁଷ୍ଟିକରଭିତିକ ସବସିଡ଼ି ହାରକୁ କ୍ୟାବିନେଟର ଅନୁମୋଦନ।
  12. ଦିଲ୍ଲୀ ସରକାରଙ୍କ କଡା ଘୋଷଣା, ଏଣିକି ରାସ୍ତାରେ ପୁରୁଣା କାର୍ ଚଳାଇଲେ ଲାଗିବ ଫାଇନ୍ । ଯଦି ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ କାର ଓ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ କାର ହୋଇଥିବ ।
  13. ବିଦେଶ ଯାତ୍ରା ପାଇଁ ବଦଳିଲା କୋଭିଶିଲଡ୍ ଟିକାର ଦ୍ୱିତୀୟ ଡୋଜ୍ ଅବଧି । ଏଣିକି ଟିକାର ଦ୍ୱିତୀୟ ଡୋଜ୍କୁ ୨୮ଦିନ ପରେ ଓ ୮୪ଦିନ ପୂର୍ବରୁ ନେଇପାରିବେ ନାଗରିକ ।
  14. ଖଣି ଅଂଚଳରେ ପଡ଼ି ରହିଥିବା ୧୦ ହଜାର କୋଟି ମୂଲ୍ୟର ୧୬.୫ ମିଲିୟନ ଟନ୍ ଲୁହା ପଥରକୁ ବଜାରରେ ବିକ୍ରି କରିବା ପାଇଁ ବିଧାୟକ ମୋହନ ମାଝିଙ୍କ ଦାବି ।
  15. ବ୍ଲୁମ୍ବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ : ବିଶ୍ୱର ୫୦ଟି ସହର ଭିତରେ ସ୍ଥାନ ପାଇଲା ରାଉରକେଲା ।
  16. କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ ୪୧ ଅର୍ଡିନାନ୍ସ ଫ୍ୟାକ୍ଟ୍ରିକୁ ସାତ କର୍ପୋରେଟ୍ କମ୍ପାନୀରେ ପରିଣତ କରିବାକୁ ନିଷ୍ପତ୍ତି ।
  17. ରାଜ୍ୟରେ ପୁଣି ପେଟ୍ରୋଲ ୨୯ ପଇସା ଏବଂ ଡିଜେଲ ୧୭ ପଇସା ବୃଦ୍ଧି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦେଶର ୯ ରାଜ୍ୟରେ ପେଟ୍ରୋଲ ଦର ୧୦୦ ଟଙ୍କା ପାର କଲାଣି
  18. ରଘୁରାଜପୁରରେ ଅନୁଷ୍ଠିତ କଳା ଶିବିର ସପ୍ତରଙ୍ଗ ଉଦ୍ ଯାପିତ : ଭାଗ ନେଇଥିବା ପ୍ରତି ପରିବାରକୁ ଦଶହଜାର ଟଙ୍କା ମାନ ଦେୟ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ।
  19. ୟୁଟ୍ୟୁବ୍ରୁ ପଢ଼ିବେ ପ୍ରାଥମିକ ପିଲା; ଜୁନ୍ ୨୧ରୁ ଜୁଲାଇ ୭ ଯାଏ କାର୍ଯ୍ୟସୂଚୀ ପ୍ରସ୍ତୁତ, ସକାଳ ୯ଟାରୁ ୧୦ଟା ୩୦ ଯାଏ କ୍ଲାସ।
  20. ବଦଳିଲା ସରକାର, ବଦଳିଲାନି ନୀତି: ଉସୁକାଇଲା ଗାଜା, ମିସାଇଲ ମାଡ କରି ମୁହଁତୋଡ ଜବାବ ଦେଲା ଇସ୍ରାଏଲ .

 

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.