• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଜ୍ୟରେ ସଂକ୍ରମଣ ହାର୍ ଖସିଥିବା ବେଳେ ମୃତ୍ୟୁସଂଖ୍ୟା କମୁନି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୩ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୩ ହଜାର ୯୩୦କୁ ବୃଦ୍ଧି ପାଇଛି । ଗତ ୨୬ ତାରିଖରେ ସର୍ବାଧିକ ୪୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା ।
  2. ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୪୦୮ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୪୩ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୪୬୫ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୦୪୭୦ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୫୮୨ ସଂକ୍ରମିତ ।
  3.  ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ଧୃବରାଜ ନାଏକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅଞ୍ଚଳରେ କେହି ଦୃବୁର୍ତ୍ତ ତାଙ୍କୁ ହତ୍ୟା କରିଛି । ମାତ୍ର ୧୦୦ ଟଙ୍କା ପାଇଁ ଅଭିଯୁକ୍ତ ତାଙ୍କ ଜୀବନ ନେଇଯାଇଥିବା ସୂଚନା ମିଳିଛି ।
  4. ରାଜ୍ୟ ପୋଲିସ ବିଭାଗରେ ନିଯୁକ୍ତି ପାଇଲେ ୩୯ ଖେଳାଳୀ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ ଆଜି ୩୯ ଜଣ କ୍ରୀଡ଼ାବୀତଙ୍କୁ ପୋଲିସ ସେବାରେ ସାମିଲ କରାଯାଇଥିବା ନେଇ ସୂଚନା ମିଳିଛି । ଏଥିରୁ ୩୦ ଜଣ ମହିଳା କ୍ରୀଡ଼ାବୀତ ହୋଇଥିବାବେଳେ ୯ ଜଣ ପୁରୁଷ ଖେଳାଳୀ ରହିଛନ୍ତି । 
  5. ମହିଳା ଉଦ୍ୟୋଗ ଦିବସ ସଂଗଠନ ଭାରତର ଉତ୍ତରାଞ୍ଚଳକୁ ପ୍ରତିନିଧିତ୍ୱ କରୁଥିବା ଡଃ ସୁଶୀ ସିଂହଙ୍କୁ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରିଛି।
  6. ଜୁଲାଇ ୧୫  ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖିବାକୁ ଜାମୁ ଏବଂ କାଶ୍ମୀର  ସରକାରସ୍ଥିର କରିଛନ୍ତି    | ଜାମ୍ମୁରେ କୌଣସି  ଭ୍ରମଣ ପ୍ରତିବନ୍ଧକ ନାହିଁ କିନ୍ତୁ ଏକ ନକାରାତ୍ମକ ଆର ଟି  -ପି ସି ଆର ପରୀକ୍ଷା ଆବଶ୍ୟକ |
  7. ଭାରତ ସ୍ମାର୍ଟ ସିଟି ଆୱାର୍ଡ ପ୍ରତିଯୋଗିତା ୨୦୨୦  ଅଧୀନରେ ଉତ୍ତରପ୍ରଦେଶ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବରେ ସ୍ଥାନ ପାଇଛି। ମଧ୍ୟପ୍ରଦେଶ ଦ୍ୱିତୀୟ ସ୍ଥାନରେ ଥିବାବେଳେ ତାମିଲନାଡୁ ତୃତୀୟ ସ୍ଥାନରେ ରହିଛି।
  8. ଜୁଲାଇ ୧  ରୁ ତେଲେଙ୍ଗାନାରେ କୌଣସି  ଶାରୀରିକ ଶ୍ରେଣୀ ନାହିଁ; ଖୁବ୍ ଶୀଘ୍ର ବିଦ୍ୟାଳୟଗୁଡିକ ପାଇଁ ନିର୍ଦ୍ଦେଶାବଳୀ, ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଶିକ୍ଷା ମନ୍ତ୍ରୀ ପି ସାବିଥା ଇନ୍ଦ୍ର ରେଡ୍ଡୀଙ୍କ ଉପସ୍ଥିତିରେ କହିଛନ୍ତି।
  9. ଲଦାଖ ଅଞ୍ଚଳରେ ତିନି ଦିନିଆ ଗସ୍ତରେ ଆସିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୩୦୦  ରୁ ଅଧିକ ଯୁଦ୍ଧ ଭେଟେରାନ ଏବଂ ଏକ୍ସ-ସର୍ଭିସେନଙ୍କ ସହ ଯୋଗାଯୋଗ କରିଥିଲେ। ଦେଶ ପାଇଁ ସେମାନଙ୍କର ଅବଦାନକୁ ପ୍ରଶଂସା କରିବା |
  10. କୋଭିଡ  -୧୯  ଟିକାକୁ ସୁରକ୍ଷିତ ଭାବରେ ସଂରକ୍ଷଣ କରିବା ପାଇଁ ଶୀତଳ ଶୃଙ୍ଖଳା ସୁବିଧା ନିର୍ମାଣ ପାଇଁ ଜାପାନ ଭାରତକୁ ୧୦  ମିଲିୟନ୍ ଡଲାର୍ ସହାୟତା ପ୍ରଦାନ କରିବ
  11. ଜୁଲାଇ ୩୧ ସୁଦ୍ଧା ଯୁକ୍ତ୨ ରେଜଲ୍ଟ, ପ୍ରକାଶ ପାଇବା ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ ପରେ ବଦଳିଲା ନିଷ୍ପତ୍ତି ।
  12. ସ୍ୱଚ୍ଛତା ଲାଗି ଜମିଜମା କାଗଜପତ୍ର ସହ ସଂଯୁକ୍ତ ହେବ ‘ଆଧାର’ , ୨୦୨୩-୨୪ ସୁଦ୍ଧା ସରିବ କାର୍ଯ୍ୟ ।
  13. ଜୁଲାଇ ମାସରେ ରାଜ୍ୟକୁ ମିଳିବ ୪୦ ଲକ୍ଷ ଡୋଜ୍ ଟିକା ।
  14. କାର୍‌ର ଆଗ ଦୁଇଟି ସିଟ୍‌ରେ ଡୁଆଲ୍‌ ଏୟାରବ୍ୟାଗ୍‌ ସମୟ ସୀମା ବଢ଼ିଲା, ମିଳିଲା ଡିସେମ୍ବର ୩୧ ପର୍ଯ୍ୟନ୍ତ ସମୟ
  15. ଉପକୂଳରେ ବଢ଼ି ପାରେ ତାଲାବନ୍ଦ,୫ ପ୍ରତିଶତ ତଳକୁ ଖସୁନି ସଂକ୍ରମଣ। ଲୋକମାନଙ୍କ ଅମାନିଆ ପଣ ହିଁ ଦାୟୀ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ।
  16. ଜୁଲାଇ ଶେଷ ସୁଦ୍ଧା କିମ୍ବା ଅଗଷ୍ଟ ପହିଲାରୁ ପିଲାଙ୍କୁ ମିଳିପାରେ କରୋନା ଟିକା। ଟିକାକରଣ ପାଇଁ ‘ଜାଇକୋଭ-ଡି’ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଜାଇଡସ କାଡ଼ିଲାର କୋଭିଡ ଟିକା ‘ଜାଇକୋଭ-ଡି’
  17. ଆସନ୍ତା ସପ୍ତାହରୁ ନାମଲେଖା ଯୋଜନା,ଏଥର ଯୁକ୍ତ ଦୁଇ ପାଇଁ ବଢ଼ିବ ସ୍ଥାନ। ଖୁବ୍ ଶୀଘ୍ର ନିଷ୍ପତ୍ତି, କେହି ବଞ୍ଚିତ ହେବେନି: ମନ୍ତ୍ରୀ
  18. ଅଗଷ୍ଟ ‌୫ରୁ ‌ଉତ୍କଳ ବିଶ୍ବବିଦ୍ୟାଳୟର ‌ୟୁଜି ‌ଅନଲାଇନ୍ ପରୀକ୍ଷା।‌ ୮୦ ଅଙ୍କର ହେବ ‌ପରୀକ୍ଷା, ଅଗଷ୍ଟ ୧୬ରୁ ମୂଲ୍ୟାୟନ, ସେପ୍ଟେମ୍ବରରେ ଫଳ।
  19. ଡେଲଟା ପ୍ଲସ ଭାଇରସ ଉପରେ ବିଶେଷଜ୍ଞ ପ୍ୟାନେଲର ମତ । କହିଲେ, ଫୁସଫୁସ ପ୍ରତି ଡେଲଟା ପ୍ଲସ ଅଧିକ ହୋଇପାରେ ଆକର୍ଷିତ, ହେଲେ କରିନପାରେ କ୍ଷତି ।
  20. ଭାରତୀୟ ତୀରନ୍ଦାଜ୍‌ ଦୀପିକା କୁମାରୀଙ୍କ କମାଲ୍‌, ଗୋଟିଏ ଦିନରେ ଜିଣିଲେ ୩ ସ୍ବର୍ଣ୍ଣ ପଦକ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.