• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗତ ୨୪ ଘଣ୍ଟାରେ ଆଉ ୨୬୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୫୧୭ ମାମଲା ଚିହ୍ନଟ ହୋଇଥିବା ବେଳେ ୧୧୨୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା ସଂକ୍ରମଣ ମାମଲା ୯ ଲକ୍ଷ ୬ ହଜାର ୪୨୯କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଓ କଟକକୁ କାଟି ବାଲେଶ୍ୱରରେ ସର୍ବାଧିକ ୩୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୦ ଜଣଙ୍କ ପ୍ରାଣ ନେଇଛି ମହାମାରୀ । ଏଥିସହ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୩ ହଜାର ୯୭୦ରେ ପହଞ୍ଚିଛି ।
  2. ୨୦୨୫ ସୁଦ୍ଧା ରାଜ୍ୟର ବିଭିନ୍ନ ନଦୀରେ ପ୍ରାୟ ୪୦ଟି ଇନ୍‌-ଷ୍ଟ୍ରିମ ଷ୍ଟୋରେଜ୍ ନିର୍ମାଣ ଯୋଜନା ରହିଛି। ପାନୀୟଜଳ, ଅତିରିକ୍ତ ଜଳସେଚନ ଓ ବିଜୁଳି ଉତ୍ପାଦନରେ ଲାଗିବ ନଦୀ ଭିତରେ ସଂରକ୍ଷିତ ଜଳ। ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ଋଷିକୁଲ୍ୟା ଆଦି ନଦୀରେ ଇନ୍‌-ଷ୍ଟ୍ରିମ ଷ୍ଟୋରେଜ୍ ନିର୍ମାଣ ପାଇଁ ୧୧ହଜାର ୭୧୩ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାର ପରିଚାଳନା ଦାୟିତ୍ୱ ନେଇଛି ଜଳସମ୍ପଦ ବିଭାଗ। ପ୍ରଥମ ପର୍ଯ୍ୟାୟରେ ସାଢେ ୩ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି। 
  3. ଚାଇନା ଗତ ଛଅମାସ ମଧ୍ୟରେ ତିବ୍ୱତ ଅଞ୍ଚଳରେ ଭାରତୀୟ ସୀମା ନିକଟରେ ପ୍ରାୟ ୧୦୦ରୁ ଅଧିକ ସାମରିକ ଡ୍ରିଲ କରିଥିବା ଏକ ରିପୋର୍ଟରୁ ଜଣାଯାଇଛି ।
  4. ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭,୫୬୬ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେହିଭଳି ଗୋଟିଏ ଦିନରେ ୫୬,୯୯୪ ଜଣ କରୋନାରୁ ଆରୋଗ୍ୟଲାଭ କରିଛନ୍ତି । ଗୋଟିଏ ଦିନରେ ୯୦୭ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତକାଲି ସୁଦ୍ଧା ଦେଶରେ ମୋଟ ୨,୯୩,୬୬,୬୦୧ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବାବେଳେ ୫,୫୨,୬୫୯ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।
  5. ରଥ ଯାତ୍ରା ସମୟରେ ପୁରୀକୁ ବାହାର ଲୋକଙ୍କ ପ୍ରବେଶ ମନା, ବନ୍ଦ ରହିବ ବସ ଓ ଟ୍ରେନ ଚଳାଚଳ, ସିଲ୍ ହେବ ଜାତୀୟ ରାଜପଥ ।
  6. ସୁପ୍ରିମକୋର୍ଟକୁ ଗଲା କେନ୍ଦ୍ରାପଡ଼ା ବଳଦେବଜୀଉ ରଥଯାତ୍ରା ପ୍ରସଙ୍ଗ, ରଥଯାତ୍ରା ଲାଗି ଅନୁମତି ଅନୁରୋଧ କରି ମଦନ ପତ୍ରି ନାମକ ଜଣେ ବ୍ୟକ୍ତିଙ୍କ ସୁପ୍ରିମକୋର୍ଟରେ ଦାଖଲ କଲେ ସ୍ପେଶାଲ ଲିଭ ପିଟିସନ ।
  7. ପିଲାମାନଙ୍କ ପାଇଁ କୋଭିଡ ଟିକା ଉପଲବ୍ଧ ହେବା ଏକ ମହତ୍ୱପୂର୍ଣ୍ଣ ସଫଳତା ହେବ ଓ ଏହା ଦ୍ୱାରା ସ୍କୁଲ୍ ଖୋଲିବା ଓ ପିଲାମାନଙ୍କ ବାହାରକୁ ଯିବା ଆସିବାର ବାଟ ଫିଟିବ ବୋଲି କହିଛନ୍ତି ଦିଲ୍ଲୀ ଏମ୍ସର ମୁଖ୍ୟ ଡଃ ରଣଦୀପ୍ ଗୁଲେରିଆ ।
  8. କରୋନା ଟିକାକରଣରେ ଆମେରିକାକୁ ଟପିଲା ଭାରତ, ଆମେରିକାରେ ୩୨ କୋଟି ୩୩ଲକ୍ଷ ୨୭ହଜାର ଲୋକଙ୍କୁ ଟିକାକରଣ କରାଯାଇଥିବା ବେଳେ ଭାରତରେ ୩୨ କୋଟି ୩୬ଲକ୍ଷ ୬୩ହଜାର ୨୯୭ ଜଣଙ୍କୁ ଟିକାକରଣ କରାଯାଇଛି ।
  9. କ୍ଷେପଣାସ୍ତ୍ର ପରୀକ୍ଷଣରେ ଭାରତକୁ ଆଉ ଏକ ସଫଳତା । ଅଗ୍ନି ସିରିଜର ଅତ୍ୟାଧୁନିକ ମିଜାଇଲ୍ ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ । 
  10. ଜୁଲାଇ ମାସ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ବିଶେଷ ଟ୍ରେନ ଜୁଲାଇ ୧୪ ପର୍ଯ୍ୟନ୍ତ ସପ୍ତାହକୁ ଚାରିଦିନ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି ।
  11. କୋୱିନ୍ ୱେବସାଇଟ୍ ଅନୁସାରେ, ଭୁବନେଶ୍ୱରର କେୟାର ହସ୍ପିଟାଲରେ ସ୍ପୁଟନିକ୍‌-ଭି ଟିକା ପାଇଁ ସ୍ଲଟ ଉନ୍ମୁକ୍ତ ହୋଇଛି । ଆସନ୍ତା ମଙ୍ଗଳବାରଠୁ ଏହି ସ୍ଲଟ୍ ନିମନ୍ତେ ପଞ୍ଜିକରଣ କରାଯିବ ବୋଲି ହସ୍ପିଟାଲ ପକ୍ଷର ସୂଚନା ମିଳିଛି। ଏବେ ସ୍ପୁଟନିକ୍ ଭି ଟିକା ପାଇଁ ୧୧୪୫ଟଙ୍କା ଦେବାକୁ ପଡ଼ିବ ।
  12. ଦେଶରେ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ୍ ପାଣ୍ଠି ସଂଗଠନ (ଇପିଏଫ୍‌ଓ) ସହିତ ଜଡିତ ନିଯୁକ୍ତ ଲୋକଙ୍କ ପାଇଁ ଏକ ଖୁସି ଖବର ଅଛି । କରୋନା ସଙ୍କଟର ଆସନ୍ତା ବର୍ଷ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ମୋଦି ସରକାର ତାଙ୍କ ବେତନରୁ କଟାଯାଇଥିବା ପିଏଫ୍ ପରିମାଣ ଦେବେ ।
  13. ଭାରତୀୟ କ୍ରିକେଟ୍ ଟିମ୍ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ପାଦ ଥାପିଛି । ଭାରତୀୟ ଟିମ୍ ଶ୍ରୀଲଙ୍କାରେ ଜୁଲାଇ ୧୩ ତାରିଖରୁ ଦିନିକିଆ ସିରିଜ୍ ଖେଳିବ । ଏହା ପରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ ।
  14. ରାଜ୍ୟରେ ୬୦୦ ସିଟ୍‌ ବିଶିଷ୍ଟ ନର୍ସିଂ କଲେଜ ଖୋଲିବ । ୧୦ଟି ଜିଲାରେ ଏହି କଲେଜ ଖୋଲିବାକୁ ସରକାର ଯୋଜନା କରିଛନ୍ତି। ପ୍ରତି କଲେଜରେ ୬୦ଟି ଲେଖାଏ ସିଟ୍‌ ରହିବ । ଏ ନେଇ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି ।
  15. ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି । ଏହି ଜିଲ୍ଲା ଗୁଡିକ ହେଲା , ବାଲେଶ୍ବର , ଭଦ୍ରକ , ଯାଜପୁର , କେନ୍ଦ୍ରାପଡା , କଟକ , ଜଗତସିଂହପୁର , ପୂରୀ , ଖୋର୍ଦ୍ଧା , ନୟାଗଡ଼ , ଗଜପତି , ଗଞ୍ଜାମ , କେନ୍ଦୁଝର , ମୟୂରଭଞ୍ଜ , ମାଲକାନଗିରି , କୋରାପୁଟ ଓ କନ୍ଧମାଳ ।
  16. ଏଥର ରଥ ଯାତ୍ରା ସମୟରେ ପୁରୀକୁ ବାହାର ଲୋକଙ୍କ ପ୍ରବେଶ ମନା, ବନ୍ଦ ରହିବ ବସ ଓ ଟ୍ରେନ ଚଳାଚଳ, ସିଲ୍ ହେବ ଜାତୀୟ ରାଜପଥ।
  17. ଆଜିଠାରୁ ଭୁବନେଶ୍ୱରର କେୟାର ହସ୍ପିଟାଲରେ ୧୮ରୁ ୪୪ବର୍ଷ ବୟସର ବ୍ୟକ୍ତିଙ୍କ ପାଇଁ ଋଷ୍ ନିର୍ମିତ ଟିକା ସ୍ପୁଟନିକ୍‌-ଭି ର ସ୍ଲଟ୍ ନିମନ୍ତେ ପଞ୍ଜିକରଣ କରାଯିବ । ଟିକା ପାଇଁ ୧୧୪୫ଟଙ୍କା ଦେବାକୁ ପଡ଼ିବ। ଋଷ୍ ନିର୍ମିତ ଟିକା ସ୍ପୁଟନିକ୍‌-ଭି ର ସ୍ଲଟ୍ ନିମନ୍ତେ ପଞ୍ଜିକରଣ କରାଯିବ । ଟିକା ପାଇଁ ୧୧୪୫ଟଙ୍କା ଦେବାକୁ ପଡ଼ିବ।
  18. ସାମ୍ବାଦିକ ପି.ସାଇନାଥ ପାଇଲେ ଜାପାନର ଅନ୍ତର୍ଜାତୀୟ ଗ୍ରାଣ୍ଡ ପୁରସ୍କାର ‘ଫୁକୁଓକା’।
  19. ଚଳିତ ବର୍ଷ ଭାରତରେ ହେବନି ଟି-୨୦ ବିଶ୍ଵକପ: ୟୁଏଇକୁ ସ୍ଥାନାନ୍ତରଣ ପାଇଁ ବିସିସିଆଇର ନିଷ୍ପତ୍ତି ।
  20. ପ୍ୟାରିସ୍‌ରେ ‘ୱାର୍ଲଡ୍‌ କପ୍‌ ଷ୍ଟେଜ୍‌ ଥ୍ରି’ରେ ୩ଟି ସ୍ବର୍ଣ୍ଣପଦକ ଜିଣି ବିଶ୍ବର ୧ ନମ୍ବର ମାନ୍ୟତା ବଜାୟ ରଖିଲେ ଦୀପିକା କୁମାରୀ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.