• +91-9861016349 / +91-9437281655
  • Email: amarisatya@gmail.com

Odia Current News

1.    ଓଡ଼ିଶାରେ  ୨୪  ଘଂଟାରେ  ଆଉ ୩ ହଜାର ୫୭୭ ନୂଆ ସଂକ୍ରମିତ ଚିହ୍ନଟ । କ୍ୱାରେଣ୍ଟାଇନ୍ରୁ ୨୦୩୯ ଓ ସ୍ଥାନୀୟ ଅଞ୍ଚଳରୁ ୧୫୩୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି 
2.    ଦେଶରେ ୬୦ ହଜାର ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଆଜି ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟାରେ ୬୦,୭୫୩ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୯,୮୨୩,୫୪୬ରେ ପହଞ୍ଚିଛି। ଅନ୍ୟପକ୍ଷେ ୨୪ ଘଣ୍ଟାରେ ୧୬୪୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି  
3.    ଦେଶର ଶ୍ରେଷ୍ଠ ୧୦ ବାସପୋଯୋଗୀ ସହର ମଧ୍ୟରେ ୪ର୍ଥ ସ୍ଥାନ ପାଇଲା ଭୁବନେଶ୍ୱର । ନାଗରିକ ଅନୁଭୂତି ସର୍ବେକ୍ଷଣରେ ସର୍ବାଧିକ ୯୪.୮ ପ୍ରତିଶତ ସ୍କୋର ପାଇବା ସହ ସହଜ ଜୀବନଧାରଣ ସୂଚକାଙ୍କରେ ମିଳିଲା ଏହି ସ୍ଥାନ ।
4.    ଗୃହ ନିର୍ମାଣ କ୍ଷେତ୍ରରେ ଚୀନର ଏକ ପ୍ରଯୁକ୍ତି କମାଲ୍ ଦେଖାଇଛି। ମାତ୍ର ୨୮ ଘଣ୍ଟା ୪୫ ମିନିଟରେ ୧୦ ମହଲା ବିଶିଷ୍ଟ ଏକ ଆବାସିକ ଆପାର୍ଟମେଣ୍ଟକୁ ଏହି ପ୍ରଯୁକ୍ତି ମାଧ୍ୟମରେ ନିର୍ମାଣ କରାଯାଇଛି।
5.    ରୁପା ଛାଉଣୀ ରେ ଝଲସିବ ଶ୍ରୀମନ୍ଦିର ମୁଖ୍ୟ ଦ୍ୱାର । ପ୍ରଥମ ପର୍ଯ୍ୟାୟରେ ୨ଟି ଦ୍ୱାର ଶ୍ରୀ ଗୁଣ୍ଡିଚା ଯାତ୍ରା ପର ଦିନ ଠାରୁ ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ ।
6.    ଅନଲକ୍ ପ୍ରକ୍ରିୟାକୁ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ କଲା କେନ୍ଦ୍ର । କଟକଣା କୋହଳ ହେଲେ ବି କୋଭିଡ୍ ନିୟମ ପାଳନକୁ ଗୁରୁତ୍ୱ ଦେବାକୁ ଦେଲେ ପରାମର୍ଶ । 
7.    NTPCଙ୍କୁ ମିଳିଲା ଭାରତର ଶ୍ରେଷ୍ଠ ନିଯୁକ୍ତିଦାତା ସମ୍ମାନ, କାର୍ଯ୍ୟକରିବା ଲାଗି ୫୦ ପ୍ରମୁଖ ସଂସ୍ଥା ମଧ୍ୟରେ ଅନ୍ୟତମ ।
8.    ରେଳ ବିଭାଗ ପକ୍ଷରୁ ବଡ ନିଷ୍ପତ୍ତି, ଆଉ ୬୬୦ ଟ୍ରେନର ସଞ୍ଚାଳନ ପାଇଁ ମିଳିଲା ଅନୁମୋଦନ ।
9.    ତେଲେଙ୍ଗାନା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା । ଦେଶର ପ୍ରଥମ ରାଜ୍ୟ ଭାବେ ଆଜିଠାରୁ ହଟିଲା ସମ୍ପୂର୍ଣ୍ଣ ଲକଡାଉନ୍ କଟକଣା । ଜୁଲାଇ ୧ ରୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ ।ଜୁଲାଇ ୧ ରୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ ।
10.    ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମାଙ୍କ ଘୋଷଣା, ଏଣିକି ଦୁଇରୁ ଅଧିକ ପିଲା ଥିଲେ ସରକାରୀ ଯୋଜନାରେ ମିଳିବନାହିଁ ଲାଭ ।
11.    ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ୨୦,୭୦୦ କୋଟି ଟଙ୍କା କଳାଧନ ଗଚ୍ଛିତ, ସ୍ପଷ୍ଟି କରଣ ଦେଲା ଅର୍ଥ ମନ୍ତ୍ରଣାଳୟ ।
12.    ଚେନ୍ନାଇର ଚିଡିଆଖାନାରେ ୪ଟି ସିଂହଙ୍କ ଶରୀରରେ କରୋନାର ଡେଲଟା ଭାରିଆଣ୍ଟ ଚିହ୍ନଟ ।
13.    ଖୁବଶୀଘ୍ର ଆଣ୍ଡ୍ରୋଏଡ ବ୍ୟବହାରକାରୀଙ୍କ ପାଇଁ ଗୁଗୁଲ ଆଣିବାକୁ ଯାଉଛି ଆଇଫୋନ ଭଳି ‘ଫାଇଣ୍ଡ ମାଇ ନେଟୱାର୍କ ଫିଚର’! ଏଥିଯୋଗୁଁ ଉପଭୋକ୍ତା ସେମାନଙ୍କର ହଜିଯାଇଥିବା ଡିଭାଇସଗୁଡ଼ିକୁ ଖୁବ ସହଜରେ ପାଇ ପାରିବେ।
14.    ଧୋନୀଙ୍କ ରେକର୍ଡ ଭାଙ୍ଗିଲେ କୋହଲି, ଟେଷ୍ଟ କ୍ରିକେଟରେ ଅଧିକ ମ୍ୟାଚରେ ଅଧିନାୟକତ୍ୱ କରିବାର ନୂଆ ରେକର୍ଡ ହାସଲ କରିଲେ ।
15.    ସାଉଥମ୍ପଟନ୍ରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ର ଫାଇନାଲ ମ୍ୟାଚରେ ବାଧକ ସାଜିଲା ଖରାପ ଆଲୋକ,ଭାରତର ସ୍କୋର ୧୪୬/୩, ଆଜି କୋହଲିଙ୍କ ଉପରେ ନଜର ।
16.    ରୁଷିଆର ସାଇବେରିଆ ଅଧୀନ କେମେରୋଭୋ ଓବ୍ଲାଷ୍ଟଠାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୧୭ ଜଣ ଆହତ ହୋଇଛନ୍ତି । 
17.    ଡାକ୍ତରଙ୍କ ଉପରେ ହେଉଥିବା ଆକ୍ରମଣ ପାଇଁ ଆକ୍ସନ ମୁଡ୍ରେ କେନ୍ଦ୍ର ସରକାର, ମାମଲା ରୁଜୁ ପାଇଁ ରାଜ୍ୟକୁ ନିର୍ଦ୍ଦେଶ ।
18.    କୋଭିଡ୍ ଚିକିତ୍ସା ପାଇଁ ସମ୍ ହସ୍ପିଟାଲ ନେଲାଣି ୧୧୯କୋଟି ଟଙ୍କା, ରୋଗୀ ନଥିଲେ ବି ବେଡ୍ ଚାର୍ଜ ।
19.    ପଶ୍ଚିମ ଓଡ଼ିଶାର ନୂଆପଡ଼ା ଜିଲ୍ଲା ଚିକିତ୍ସା ଜଗତରେ ଇତିହାସ ରଚିଛି । ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ସ୍ପାଇନାଲ ଏଲ-୧ ଅସ୍ତ୍ରୋପଚାର କରି ଡା.ବିପୁଳ ଗର୍ଗ ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ସଫଳତା ଆଣିଛନ୍ତି ।
20.    ଜୁନ ୨୧ତାରିଖ ଦିନ ସପ୍ତମ ଯୋଗଦିବସ ପାଳନ ଅବସରରେ ଭାରତୀୟ ଡାକବିଭାଗ (ଇଣ୍ଡିଆ ପୋଷ୍ଟ)ପକ୍ଷରୁ ଏ ସ୍ୱତନ୍ତ୍ର ସ୍ମାରକୀ ମୋହର ଉନ୍ମୋଚନ କାର୍ୟ୍ୟକ୍ରମ ଆୟୋଜନ ହେଉଛି । ସମଗ୍ର ଦେଶରେ ୮୧୦ଟି ମୁଖ୍ୟ ଡାକଘରେ ଏହି ମୋହରଗୁଡିକ ଏକସଙ୍ଗେ ଉନ୍ମୋଚନ ହେବ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.