• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୭ମ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜି ସମଗ୍ର ବିଶ୍ବ କୋଭିଡ୍‌-୧୯ ମହାମାରୀ ବିପକ୍ଷରେ ସଂଗ୍ରାମରତ ଥିବାବେଳେ ଯୋଗ ଆଶାର ପ୍ରତିଶ୍ରୁତି ହୋଇପାରିଛି। ଆଜକୁ ଦୁଇ ବର୍ଷ ହେବ ଭାରତ କିଂବା ବିଶ୍ବରେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପାରି ନ ଥିଲେ ବି ଯୋଗ ପ୍ରତି ଥିବା ଉତ୍ସାହ ହ୍ରାସ ପାଇ ନାହିଁ।
  2. ରବିବାର ବିଳମ୍ବିତ ରାତିରେ ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ସୋପୋର୍‌ରେ ଆରମ୍ଭ ହୋଇଥିବା ‘ଏନ୍‌କାଉଣ୍ଟର୍‌’ରେ ଆତଙ୍କବାଦୀ ସଙ୍ଗଠନ ‘ଲଶ୍କର-ଏ-ତୈବା’ର ଜଣେ କୁଖ୍ୟାତ କମାଣ୍ଡର୍‌ଙ୍କ ସମେତ ୩ଜଣ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଛି।
  3. ଆଜିଠାରୁ ପ୍ରଥମଥର ପାଇଁ ୟୁ ଟ୍ୟୁବ ମାଧ୍ୟମରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ପିଲାଏ ପଡିବେ ପାଠ ।
  4. ଅନାଥଙ୍କ ପାଇଁ ‘ଆଶୀର୍ବାଦ’ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ବାପା,ମା’ ବା ପରିବାରର ମୁଖ୍ୟଙ୍କୁ ହରାଇ ଥିବା ପିଲାମାନଙ୍କ ଶିକ୍ଷା-ଦୀକ୍ଷା, ଭରଣପୋଷଣ ତଥା ଯତ୍ନ ପାଇଁ ପିଲାଟିକୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ମିଳିବ ମାସିକ ୨୫୦୦ ଟଙ୍କା।
  5. ଆଜି ସପ୍ତମ ଅନ୍ତର୍ଜାତୀୟ ଯୋଗଦିବସ, କାର୍ଯ୍ୟକ୍ରମକୁ ସକାଳ ୬.୩୦ରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ୮୧୦ଟି ମୁଖ୍ୟ ଡାକଘରେ ଉନମୋଚିତ ହେବ ସ୍ମାରକୀ ଡାକଟିକେଟ ।
  6. ଆଜିଠୁ ରାଜ୍ୟରେ ଟିକାକରଣର ବଡ଼ ଅଭିଯାନ । ୨ ହଜାର ଟିକା କେନ୍ଦ୍ରରେ ଦିନକୁ ୩ ଲକ୍ଷ ଟିକା ଦେବା ଲକ୍ଷ୍ୟ । ଏଣିକି ବିନା ପୂର୍ବ ପଂଜିକରଣରେ ସିଧାସଳଖ ନେଇପାରିବେ ଟିକା ।
  7. ରଥଯାତ୍ରା ପାଇଁ ନୀତି ନିର୍ଘଂଟ ଚୂଡ଼ାନ୍ତ । ବିନା ଭକ୍ତରେ ମାଉସୀ ଘରକୁ ଯିବେ ମହାବହୁ । ସକାଳ ସାଢ଼େ ୮ରେ ଆରମ୍ଭ ହେବ ପହଣ୍ଡି । ଅପରାହ୍ନ ୨ଟାରେ ଛେରା ପହଁରା, ୩ଟାରେ ରଥଟଣା।
  8. କେନ୍ଦ୍ରୀୟ ରେଶମ ବୋର୍ଡରୁ କେନ୍ଦୁଝରର ଡକ୍ଟର ପ୍ରଶାନ୍ତ କୁମାର କରଙ୍କୁ ମିଳିଲା ଶ୍ରେଷ୍ଠ ବୈଜ୍ଞାନିକ ସମ୍ନାନ । ଟସର ରେଶମ ବିଷୟରେ ଉଚ୍ଚମାନର ଗବେଷଣା ତଥା ବୈଜ୍ଞାନିକ ପଦ୍ଧତିରେ ଚାଷର ପ୍ରଚାର ପ୍ରସାର ଯୋଗୁଁ ମିଳିଲା ଏହି ପୁରସ୍କାର ।
  9. ପ୍ରତିବନ୍ଧକ ହଟାଇଲା ୟୁଏଇ, ଜୁନ ୨୩ରୁ ଭାରତରୁ ଦୁବାଇକୁ ଆରମ୍ଭ ହେବ ବିମାନ ଚଳାଚଳ ।
  10. ଲଣ୍ଡନରେ ଚାଲିଥିବା IND vs NZ WTC ଫାଇନାଲ ୨୦୨୧ ରେ ଭାରତୀୟ ଦଳ ଏହାର ପ୍ରଥମ ଇନିଂସରେ ମାତ୍ର ୨୧୭ ରନ କରି ହେଲା ଅଲଆଉଟ ।
  11. ଅଲିମ୍ପିକ୍‌ ପୂର୍ବରୁ ବିସିସିଆଇର ବଡ଼ ଘୋଷଣା । ଯୋଗ୍ୟତାଧାରୀ ଭାରତୀୟ ଖେଳାଳିଙ୍କ ଟ୍ରେନିଂ ଓ ପ୍ରସ୍ତୁତି ପାଇଁ BCCI ଦେବ ୧୦ କୋଟି ଟଙ୍କା ।
  12. ଆଜି ବିଶ୍ୱ ସଙ୍ଗୀତ ଦିବସ ,ସର୍ବ ପ୍ରଥମେ ଫ୍ରାନ୍ସର ସଂସ୍କୃତି ମନ୍ତ୍ରୀ ଜ୍ୟାକ୍ ଲାଙ୍ଗ ୧୯୮୨ ମସିହାରେ ପ୍ୟାରିସରେ ପାଳନ କରାଯାଇଥିଲା । ପରେ ପରେ ଏବେ ବିଶ୍ୱର ୧୨୦ଟି ଦେଶରେ ଏହା ପାଳନ କରାଯାଉଛି ।

 

  1. ସିଏଚ୍‌ଏସଇ ପରୀକ୍ଷା ନିୟନ୍ତ୍ରକ ଡ.ବିଜୟ ସାହୁଙ୍କ ସୂଚନା- ବିକଳ୍ପ ମୂଲ୍ୟାୟନ ଯୋଗୁ ଚଳିତ ବର୍ଷ ଭଲ ହେବ ଯୁକ୍ତ ଦୁଇ ପରୀକ୍ଷାଫଳ। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ମୋଟ ପାସହାର ୯୦ ପ୍ରତିଶତରୁ ଅଧିକ ରହିବ।
  2. ଛତିଶା ନିଯୋଗ ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଚୂଡ଼ାନ୍ତ, ସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ।ସ୍ନାନଯାତ୍ରା ପାଇଁ ରାତି ୧ଟାରେ ମଙ୍ଗଳାର୍ପଣ, ଭୋର ୪ଟା ପର୍ଯ୍ୟନ୍ତ ପହଣ୍ଡି ।ଗୁଣ୍ଡିଚା ଯାତ୍ରା: ସକାଳ ୮.୩୦ରେ ପହଣ୍ଡି, ଅପରାହ୍ଣ ୩ଟାର ରଥଟଣା  ବାହୁଡ଼ା ଯାତ୍ରା: ମଧ୍ୟାହ୍ନ ୧୨ଟାରୁ ଦିନ ୨.୩୦ ପର୍ଯ୍ୟନ୍ତ ପହଣ୍ଡି; ଅପରାହ୍ଣ ୪ଟାରେ ରଥଟଣା, ଭୋର ୪ଟାରୁ ସକାଳ ୫.୩୦ ସୁନାବେଶ, ବେଶ ଓଲାଗି ରାତି ୧୧ଟାରୁ ୧୨ଟା
  3. ପୁଣି ରୂପ ବଦଳାଉଛି କରୋନା ଭୂତାଣୁ । ବିଶେଷଜ୍ଞ କହିଲେ, ସତର୍କ ନହେଲେ ଚିନ୍ତାର କାରଣ ହୋଇପାରେ ଡେଲଟା ପ୍ଲସ ଭାରିଆଣ୍ଟ ।
  4. ପ୍ରତିବନ୍ଧକ ହଟାଇଲା ୟୁଏଇ, ଜୁନ ୨୩ରୁ ଭାରତରୁ ଦୁବାଇକୁ ଆରମ୍ଭ ହେବ ବିମାନ ଚଳାଚଳ ।
  5. ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍‌ (ପିଏମ୍‌ଜିକେପି)- ବୀମା ଯୋଜନାରେ ଚଳିତ ମାସ ୩ ତାରିଖ ସୁଦ୍ଧା ଓଡିଶାର ୫୩ଟି କ୍ଲେମ୍ (ଦାବି) ମିଳିଛି। ସେଥିମଧ୍ୟରୁ ୮ଟି ଉପରେ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ୩୬ଟି କ୍ଲେମ୍‌ରେ ନଥିପତ୍ର ଅସଂପୂର୍ଣ୍ଣ ରହିଛି। 
  6. କୋଭିଡ୍‌-୧୯ ଟିକାକରଣ ନେଇ କେନ୍ଦ୍ର ସରକାରଙ୍କ ନୂଆ ନୀତି ଆଜି (ଜୁନ୍ ୨୧ ତାରିଖ) ଠାରୁ ସାରା ଦେଶରେ ଲାଗୁ ହେବାକୁ ଯାଉଛି। ଏଣିକି ଟିକାକରଣ ଅଭିଯାନର ସଂପୂର୍ଣ୍ଣ ଦାୟିତ୍ବ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ରହିବ 
  7. ସ୍ଥାନ, କାଳ ନିର୍ବିଶେଷରେ ଦେଶର ପ୍ରତ୍ୟେକଟି କୋଭିଡ୍‌ ମୃତ୍ୟୁ ବିଧିବଦ୍ଧ ଭାବେ ପରିଗଣିତ ହେବା ଉଚିତ୍‌ ବୋଲି କେନ୍ଦ୍ର ସରକାର ଗତକାଲି ବିଳମ୍ବିତ ରାତିରେ ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି।
  8. ଦେଶରେ ଦିନକୁ ଦିନ ଫିକା ପଡ଼ି ଆସୁଥିବା ମହାମାରୀ କୋଭିଡ୍‌-୧୯ର ଦ୍ବିତୀୟ ଲହର ସଂକ୍ରମଣର ଦୈନିକ ସଂଖ୍ୟା ତଳମୁହାଁ ହୋଇଚାଲିବା ସହ ଲଗାତାର ଷଷ୍ଠ ଦିନ ପାଇଁ ସୋମବାର ୬୦ ହଜାର ପାଖାପାଖି ରହିଛି।ତଳମୁହାଁ ହୋଇଚାଲିବା ସହ ଲଗାତାର ଷଷ୍ଠ ଦିନ ପାଇଁ ସୋମବାର ୬୦ ହଜାର ପାଖାପାଖି ରହିଛି।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.