• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୯୫୭ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬୯୮ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୨୫୯ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮୩୪୯୦ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୪୦୮ ସଂକ୍ରମିତ ।
  2. ଦୁବାଇରେ ସମ୍ମାନଜନକ ଇନସ୍ପାୟାରିଂ ଓମେନ ବିଜନେସ ଲିଡର ଆୱାର୍ଡ-୨୦୨୧ ଲାଭ କରିଛନ୍ତି ମଧୁସ୍ମିତା ନାୟକ । ଦୀର୍ଘ ୧୩ ବର୍ଷ ଧରି ୟୁନାଇଟେଡ ଆରବ ଏମିରେଟସରେ ବାସ କରୁଥିବା ମଧୁସ୍ମିତା ଦୁବାଇ ସରକାରଙ୍କ ଅଧୀନରେ ଷ୍ଟ୍ରାଟେଜି ଆଣ୍ଡ ବିଜନେସ ଏକ୍ସଲେନସ ଡିପାର୍ଟମେଣ୍ଟରେ କାର୍ଯ୍ୟ କରିଆସୁଛନ୍ତି । 
  3. ରାଜ୍ୟରେ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା କୋଭିଡ୍ ଟିକାକରଣ ଜାରି ରହିଛି । ଇତି ମଧ୍ୟରେ ରାଜ୍ୟରେ କୋଟିଏରୁ ଅଧିକ ଡୋଜ୍ କୋଭିଡ୍ ଟିକା ଦିଆଯାଇ ସାରିଲାଣି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖଯୋଦ୍ଧା, ବରିଷ୍ଠ ନାଗରିକ ଓ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯାଉଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛି ।
  4. ସୋମବାର ଦେଶରେ ରେକର୍ଡ ସଂଖ୍ୟକ ୮୦ ଲକ୍ଷରୁ ଅଧିକ ପାନ ଟିକାକରଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ଏବଂ କଠିନ ପରିଶ୍ରମ ପାଇଁ ସମ୍ମୁଖ କରୋନା ଯୋଦ୍ଧାମାନଙ୍କୁ ପ୍ରଶଂସା କରିଛନ୍ତି ।
  5. ଟୋକିଓ ଅଲିମ୍ପିକ୍ସ ମହିଳା ହକିରେ ନେତୃତ୍ବ ନେବେ ରାନୀ ରାମପାଲ, ଓଡ଼ିଆ ଖେଳାଳୀ ଦୀପଗ୍ରେସ ଏକ୍କା ଉପ-ଅଧିନାୟିକା ।
  6. ସୁଧୁରୁଛି ଶିଳ୍ପପତି ଅନିଲ୍‌ ଅମ୍ୱାନୀଙ୍କ ଅର୍ଥନୈତିକ ସମସ୍ୟା, ସେୟାର ମୂଲ୍ୟ ୩ ମାସରେ ୧ ହଜାର ପ୍ରତିଶତ ବୃଦ୍ଧି ।
  7. ସ୍ନାନଯାତ୍ରା ପାଇଁ ପୁରୀ ସହରରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜନସମାଗମ ରୋକିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି ହୋଇଛି । ଆସନ୍ତା ୨୩ ତାରିଖ ରାତ୍ର ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।
  8. ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ନୀତିନିର୍ଘଣ୍ଟ ଚୂଡାନ୍ତ । ଆସନ୍ତାମାସ ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ପାଇଁ ସକାଳ ସାଢ଼େ ଆଠଟାରେ ପହଣ୍ଡି ଆରମ୍ଭ ହେବ । ଅପରାହ୍ଣ ୨ଟା ସୁଦ୍ଧା ଛେରାପହରା ସହ ୩ଟାରୁ ରଥଟଣା ପାଇଁ କାର୍ଯ୍ୟସୂଚୀ ସ୍ଥିର ।
  9. ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ରୋଜ୍ ବାଉଲରେ ଚାଲିଥିବା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲର ଚତୁର୍ଥ ଦିବସ ଖେଳକୁ ବର୍ଷା ଧୋଇ ଦେଇଛି ।
  10. କରୋନା ଭାଇରସ୍ ସଂକ୍ରମଣର ସ୍ଥିତିକୁ ଅନୁଧ୍ୟାନ କରି ଜମ୍ମୁ-କଶ୍ମୀର ପ୍ରଶାସନ ଚଳିତ ବର୍ଷ ଅମରନାଥ ଯାତ୍ରାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ଶ୍ରାଇନ୍ ବୋର୍ଡଠାରୁ ପରାମର୍ଶ ନେବା ପରେ ଅମରନାଥ ଯାତ୍ରାକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । 
  11. ଓଡ଼ିଶା ଅଭିଭାବକ ମହାସଂଘର ଦାବି ମାନିଲା ଗଣଶିକ୍ଷା ବିଭାଗ,୧୫%ଛାଡ ହେବ ଟ୍ଯୁସନ ଫି।
  12. କେନ୍ଦ୍ରୀୟ ପଦ୍ଧତିକୁ ଅନୁସରଣ କରିପାରେ ରାଜ୍ୟ, ପ୍ରତି ୩ ମାସରେ ବିଦ୍ୟାର୍ଥୀଙ୍କ ଦକ୍ଷତା ମାପିବେ ଶିକ୍ଷକ।
  13. ସମ୍ବଲପୁର;ମାତ୍ର ୧୧ ଟଙ୍କାରେ ଆମ୍ବୁଲାନ୍ସ ସେବା : ‘ସାଥି ଚାରିଟେବଲ ଟ୍ରଷ୍ଟ’ର ମାନବୀୟ ସେବା,ଦୁଇଟି ସହାୟତା ମୋବାଇଲ ନମ୍ବର ୯୧୭୮୧୭୧୯୯୯ ଓ ୮୬୫୮୮୨୯୯୦୯ ଜାରି
  14. ଟୋକିଓ ଅଲିମ୍ପିକ୍ସ ମହିଳା ହକିରେ ନେତୃତ୍ବ ନେବେ ରାନୀ ରାମପାଲ, ଓଡ଼ିଆ ଖେଳାଳୀ ଦୀପଗ୍ରେସ ଏକ୍କା ଉପ-ଅଧିନାୟିକା।
  15. ପ୍ରଥମ ଥର ପାଇଁ ଓଡ଼ିଶାରେ ଆରମ୍ଭ ହେଲା ୟୁଟ୍ୟୁବରେ ପାଠପଢ଼ା । ପ୍ରଥମରୁ ଦଶମ ଯାଏଁ ଅନଲାଇନରେ ହେଲା କ୍ଲାସ । ଉପାନ୍ତ ଜିଲ୍ଲାରୁ ଆସିଲା ବିକଳ ଚିତ୍ର, ଅନେକ ପିଲାଙ୍କ ପାଖରେ ମୋବାଇଲ ନଥିବାରୁ ପଢ଼ି ପାରିଲେନି ପାଠ । ପ୍ରଥମ ଦିନରେ  ୟୁଟ୍ୟୁବରେ ପଢ଼ିଲେ  ୭ ଲକ୍ଷ ଛାତ୍ରଛାତ୍ରୀ।
  16. ରାଜ୍ୟରେ ୧ କୋଟି ଟପିଲା ଟିକାକରଣ । ଚାଲିଛି ବଡ଼ ଅଭିଯାନ, ଗୋଟିଏ ଦିନରେ ୩ ଲକ୍ଷ ଟାର୍ଗେଟ୍, ଟିକାକେନ୍ଦ୍ରରେ ଲାଗିଲା ଲମ୍ବାଲାଇନ୍ ।
  17. 5G ନେଟୱାର୍କ ତିଆରି ପାଇଁ ଟିସିଏସ୍ ସହ ହାତ ମିଳାଇଲା ଏୟାରଟେଲ୍, ଶୀଘ୍ର ଆରମ୍ଭ ହେବ ଟ୍ରାଏଲ୍ ।
  18. ବ୍ଲାକ ଫଙ୍ଗସ ପରେ ସାମ୍ନାକୁ ଆସିଲା ଅପ୍ଟିକ୍ ନ୍ୟୁରାଇଟିସ୍ ରୋଗ: ଡାକ୍ତରଙ୍କ ଦାବି, ସାରା ବିଶ୍ୱରେ ଏହା ପ୍ରଥମ ମାମଲା । କାନପୁର ସ୍ଥିତ ଲାଲା ଲଜପତ ରାୟ ହସ୍ପିଟାଲରେ ଜଣେ ରୋଗୀଙ୍କ ଠାରେ ଏକ ରୋଗ ଦେଖିବାକୁ ମିଳିଛି।
  19. ନୂଆ ଜାତୀୟ ରେକର୍ଡ କଲେ ଦୂତୀ , ୧୧.୧୭ ସେକେଣ୍ଡରେ ଦୌଡିଲେ ୧୦୦ ମିଟର । ଥଥାପି ମାତ୍ର .୦୦୨ ସେକେଣ୍ଡ ପାଇଁ ସେ ଟୋକିଓ ଅଲିମ୍ପିକ୍ସରୁ ବାଦ୍ ପଡିଛନ୍ତି ।
  20. ଉତ୍ତରପ୍ରଦେଶର ରାମ ମନ୍ଦିର ଜମି କିଣା ଦୁର୍ନିତି ମାମଲାରେ ଜଣେ ସାମ୍ବାଦିକଙ୍କ ନାଁରେ ଏତଲା କରାଯାଇଛି। ରାମ ମନ୍ଦିର ଟ୍ରଷ୍ଟର ସଚିବ ଚମ୍ପତରାୟଙ୍କ ଭାଇ ସଞ୍ଜୟ ବଂଶଲଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଛି । ଚମ୍ପତ୍ତ ରାୟଙ୍କ ବିରୋଧରେ ମଧ୍ୟ ଅଯୋଧ୍ୟା ଜମି ଦୁର୍ନୀତି ନେଇ ପ୍ରଶ୍ନ ଉଠିଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.