• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୪୫୬ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୭୩ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୪୮୩ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮୬୯୪୬ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୪୯୯ ସଂକ୍ରମିତ ।
  2.  ‘ଆତ୍ମା’ ହେଉଛି ଏକ ଅଟୋମେଟିକ ଚେକିଂ ଆକ୍ସେସ୍ ମେସିନ। ଭୁବନେଶ୍ବର ରେଳ ଷ୍ଟେସନରେ ଟଚ୍- ଫ୍ରି ଟିକେଟ୍ ଚେକିଂ କରିବା ଏହାର ଉଦ୍ଦେଶ୍ୟ । ଭୁବନେଶ୍ବରରେ ‘ଆତ୍ମା’ କରିବ ଟିକେଟ ଚେକିଂ । ଏହାଦ୍ୱାରା କରୋନାରୁ ସୁରକ୍ଷିତ ରହିବେ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ଟିଟିଇ ।
  3. ଗୋଟିଏ ଦିନରେ ୩ ଲକ୍ଷ ୩୨ ହଜାରରୁ ଊର୍ଦ୍ଧ୍ୱ ଡୋଜ୍‌ର କରୋନା ଟିକା ଦିଆଯାଇଛି । ଏ ନେଇ ଟିକାକରଣରେ ନିୟୋଜିତ ସମସ୍ତ ଡାକ୍ତର, ନର୍ସ ଏବଂ କର୍ମଚାରୀଙ୍କ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିୟୋଜିତ କର୍ମଚାରୀଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ଯୋଗୁଁ ଗୋଟିଏ ଦିନରେ ୩ ଲକ୍ଷ ୩୨ ହଜାରରୁ ଊର୍ଦ୍ଧ୍ଵ ଟିକାକରଣ ସମ୍ଭବ ହୋଇଛି ।
  4. ଦୁବାଇରେ ସମ୍ମାନଜନକ ଇନସ୍ପାୟାରିଂ ଓମେନ ବିଜନେସ ଲିଡର ଆୱାର୍ଡ-୨୦୨୧ ଲାଭ କରିଛନ୍ତି ମଧୁସ୍ମିତା ନାୟକ
  5. ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୬ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୭୧୭ କୁ ବୃଦ୍ଧି ପାଇଛି।
  6. ପୂର୍ବତଟ ରେଳପଥ ମଧ୍ୟରୁ ଏହାର ପରିସୀମା ମଧ୍ୟଦେଇ ୯ଯୋଡ଼ା ବିଶେଷ ରେଳ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରାଇବାକୁ ରେଳ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
  7. କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ୧୫ଥର ଚମ୍ପିଆନ ଉରୁଗୁଏର ଚଳିତ ଟୁର୍ଣ୍ଣାମେଣ୍ଟରେ ଖରାପ ପ୍ରଦର୍ଶନ ଜାରିରହିଛି । ମଙ୍ଗଳବାର ଗ୍ରୁପ୍‌ ‘ଏ’ରେ ଚିଲି ଓ ଉରୁଗୁଏ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ ୧-୧ ଗୋଲ୍‌ରେ ଅମୀମାଂସିତ ରହିଛି ।
  8. ଟିକାକରଣ ପାଇଁ ଏବେ ରାଜ୍ୟଗୁଡିକ ପାଖରେ ଅଛି ୨.୧୪ କୋଟିରୁ ଅଧିକ ଡୋଜ, କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ।
  9. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ ୨୪ ସକାଳ ୧୧ ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଟୟକାଥନ-୨୦୨୧ ପ୍ରତିଯୋଗୀମାନଙ୍କ ସହ ଆଲୋଚନା କରିବେ ।
  10. କୋପା ଆମେରିକା ଫୁଟବଲର କ୍ବାର୍ଟରଫାଇନାଲରେ ଆର୍ଜେଣ୍ଟିନା ପ୍ରବେଶ କରିଛି । ମଙ୍ଗଳବାର ଗ୍ରୁପ୍‌‘ ଏ’ର ମ୍ୟାଚରେ ଆର୍ଜେଣ୍ଟିନା ୧-୦ ଗୋଲରେ ପାରାଗୁଏକୁ ପରାସ୍ତକରି ନକ୍‌ଆଉଟ୍‌କୁ ଉନ୍ନୀତ ହୋଇଛି ।
  11. ଡଙ୍ଗରିଆ କନ୍ଧ ଯୁବକଯୁବତୀଙ୍କୁ କୋଭିଡ ଟିକା ନେବା ପାଇଁ ମନାଇଲା ଯୋଜନା ବୋର୍ଡ ଉପାଧ୍ୟକ୍ଷ ।
  12. ସାମ୍ଭବ୍ୟ ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି, ନୂଆ ଜ୍ଞାନକୌଶଳ ବିନିଯୋଗ ପାଇଁ ନିଷ୍ପତି ।
  13. ଭାରତକୁ ଟିକା ଯୋଗାଇବ ଫାଇଜର, ଶେଷ ପର୍ଯ୍ୟାୟରେ ଚୁକ୍ତି : ଫାଇଜର ସିଇଓ ଆଲବର୍ଟ ବୋର୍ଲା ।
  14. ଭାରତ ଓ ଆମେରିକା ମଧ୍ୟରେ ଭାରତ ମହାସାଗରରେ କାଲିଠୁ ଦୁଇ ଦିନିଆ ଯୁଦ୍ଧାଭାସ୍, ଚୀନର ବିସ୍ତାରବାଦୀ ନୀତିକୁ ମିଳିବ ଦୃଢ ଜବାବ ।
  15. ଆସନ୍ତା ମାସରେ ସଂସଦର ଅଧିବେଶନ ବସୁଥିବା ଦୃଷ୍ଟିରୁ ପରିସ୍ଥିତି ଉପରେ ନଜର ରଖି ଓ କୋଭିଡ୍ ଗାଇଡଲାଇନକୁ ପାଳନ କରି ଓଡ଼ିଶା ବିଧାନସଭାର ଅଧିବେଶନ ବସିବା ନିଷ୍ପତ୍ତି ନିଆଯିବ ବୋଲି ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । ତେବେ କୋଭିଡ୍ ଗାଇଡଲାଇନକୁ ପାଳନ କରି ବିଧାନସଭାର ମୌସୁମୀ ଅଧିବେଶନ ଅଗଷ୍ଟ ମାସରେ ବସିବ । 
  16. ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା ୪ ଦିନ ଅର୍ଥାତ୍‌ ୨୩ ରୁ ୨୬ ତାରିଖ ପର୍ଯ୍ୟନ୍ତ ଏମିତି ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । 
  17. କୋଷ୍ଟାଲ ହାଇୱେ ନୂଆ ନକ୍ସାକୁ ମୋହର, ମୁଖ୍ୟମନ୍ତ୍ରୀ ଦେବେ ଚୂଡ଼ାନ୍ତ ଅନୁମୋଦନ ।
  18. ମହାମାରୀ କରୋନାରେ ୪୧୫୯ ଜଣ ଆରୋଗ୍ୟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୮୪୮୯୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି ।
  19. ପୁଣି ଚାଲିଲା ପୋଷ୍ଟର-ଚିରା ରାଜନୀତି । ଆଜି ବ୍ରହ୍ମପୁର, ବାରିପଦା, ଢେଙ୍କାନାଳ ଓ ରାୟଗଡାରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରିଲେ ବିଜେପି କର୍ମୀ । ପ୍ରଶ୍ନ କଲେ, କାହିଁକି ଟିକା କେନ୍ଦ୍ରରେ ରହିବ ନାହିଁ ମୋଦିଙ୍କ ପୋଷ୍ଟର ।
  20. ଏବେ ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକୋରମାଇକୋସିସ୍ ସଂକ୍ରମଣ ଦେଖା ଯାଉଛି। ଯଦିଓ ବ୍ଲାକ୍‌ ଫଙ୍ଗସ୍‌ର ଖୁବ୍ କମ୍ ମାମଲା ଦେଖିବାକୁ ମିଳେ, ତଥାପି ଏହା ଅତ୍ୟନ୍ତ ଘାତକ। ଏହା ଚକ୍ଷୁକୁ ଅଧିକ ପ୍ରଭାବିତ କରେ ଓ ଏହା ଦ୍ବାରା ଦୃଷ୍ଟିଶକ୍ତି ବି ଚାଲିଯାଏ। ଅବଶ୍ୟ ଏହା କେବଳ ଆଖିକୁ ପ୍ରଭାବିତ କରୁ ନାହିଁ, ବରଂ ନାକ ତଥା ମସ୍ତିଷ୍କ ଉପରେ ବି ପ୍ରଭାବ ପକାଉଛି। ତେବେ ଏହି ରୋଗ ପଛରେ ଷ୍ଟେରଏଡ୍‌ର ଭୂମିକା ଥିବା କୁହାଯାଉଛି। ମୁଖ୍ୟତଃ ଏହା ମଧୁମେହ ରୋଗୀଙ୍କଠାରେ ବେଶି ଦେଖିବାକୁ ମିଳେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.