• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କେବଳ ପୁରୀରେ ହେବ ରଥଯାତ୍ରା । କେନ୍ଦ୍ରାପଡ଼ା ଓ ବରଗଡ଼ରେ ରଥଯାତ୍ରା ଅନୁଷ୍ଠିତ କରାଯିବା ଲାଗି ମଗାଯାଇଥିବା ଅନୁମତିକୁ ଅଗ୍ରାହ୍ୟ କରିଛନ୍ତି ମାନ୍ୟବର ଓଡ଼ିଶା ହାଇକୋର୍ଟ । ଏ ନେଇ ହାଇକୋର୍ଟରେ ୫ ଟି ପିଟିସନ୍ ଦାଖଲ ହୋଇଥିଲା ।
  2. ଦେଶରେ ୪୦ ଜଣ କରୋନା ଡେଲ୍‍ଟା ପ୍ଲସ୍‍ ସଂକ୍ରମିତ ଚିହ୍ନଟ ।
  3. ସ୍କୁଲ ପାଠ୍ୟକ୍ରମରେ ପ୍ରଥମ ଭାଷା ଓଡ଼ିଆର ଉଭୟ ନବମ ଓ ଦଶମରେ ସ୍ଥାନ ପାଇଲା ବନ୍ଦେ ଉତ୍କଳ ଜନନୀ, ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବିଜ୍ଞପ୍ତି ।
  4. ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ନୀତି ହେଉଛି ସବୁ ଜୀବନ ମୂଲ୍ୟବାନ ।
  5. କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ସ୍ନାନ ଯାତ୍ରାରେ ଛେରା ପହଁରା କରିବେ ନାହିଁ ପୁରୀ ଗଜପତି ମହାରାଜ ।
  6. ମନ୍ତ୍ରୀ ସମୀର ଦାଶଙ୍କ ସୂଚନା, ଏଥର ବି ୩୦% କମିବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ ।
  7. ଶ୍ରୀନଗର ଉପକଣ୍ଠ ନଉଗାଁ ଅଞ୍ଚଳରେ ସିଆଇଡି ଅଧିକାରୀଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ ।
  8. ସେପ୍ଟେମ୍ବରରୁ ଅକ୍ଟୋବର ପର୍ଯ୍ୟନ୍ତ ଆସିପାରେ କରୋନାର ତୃତୀୟ ଲହର, ପ୍ରତିଦିନ ଚିହ୍ନଟ ହୋଇ ପାରନ୍ତି ୫ ଲକ୍ଷ ପଜିଟିଭ୍: ଆଇଆଇଟି କାନପୁର ।
  9. ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲରେ  ନ୍ୟୁଜିଲାଣ୍ଡ ୮ ୱିକେଟରେ ବିଜୟୀ ହୋଇଛି। ଫଳରେ ଭାରତକୁ ପରାସ୍ତ କରି ନ୍ୟୁଜିଲାଣ୍ଡ  ପ୍ରଥମ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ଟାଇଟଲ ହାସଲ କରିଛି।
  10. ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ପ୍ରତିକ୍ରିୟା । ଗଲୱାନ ସଂଘର୍ଷରୁ ଚୀନକୁ ମିଳିଛି ଶିକ୍ଷା । ଚୀନ୍ ଅନୁଭବ କରିଛି, ପର୍ବତାଞ୍ଚଳ ଲଢ଼େଇରେ ସକ୍ଷମ ନୁହଁନ୍ତି ପିଏଲଏ ସେନା ।
  11.  ‘ଆମ ପାଇଁ ୪ରୁ ୬ ସପ୍ତାହ ଗୁରୁତ୍ୱପୂର୍ଣ୍ଣ’ । ଏହା ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ନିରୋଜ ମିଶ୍ର କହିଛନ୍ତି , ଯଦି ଏହି ସମୟ ମଧ୍ୟରେ ଡେଲ୍‌ଟା ପ୍ଳସ୍‌ ସଂକ୍ରମଣ ବଢ଼ିଲେ ତୃତୀୟ ଲହର ଆଗୁଆ ଆସିପାରେ । 
  12. ପ୍ରଥମ ଭାଷା ଓଡ଼ିଆ ପାଠ୍ୟକ୍ରମରେ ସ୍ଥାନିତ ପାଇଲା ବନ୍ଦେ ଉତ୍କଳ ଜନନୀ, ଏଣିକି ଉଭୟ ନବମ ଓ ଦଶମରେ ପିଲାଏ ପଢିବେ। ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି ।
  13. ମୁଡିଜ୍’ ରେଟିଂରେ ଭାରତର ଆନୁମାନିକ ଅଭିବୃଦ୍ଧି ହାର ହ୍ରାସ,Covid ଦ୍ୱିତୀୟ ଲହରରେ ଗୁରୁତର ପ୍ରଭାବିତ ହୋଇଛି ଅର୍ଥନୀତି ।
  14. ଏଣିକି ଗୃହିଣୀମାନଙ୍କ ଜମା ଟଙ୍କା ଉପରୁ ଆଦାୟ କରାଯାଇପାରିବ ନାହିଁ ଆୟକର ଟିକସ, ଟ୍ରିବ୍ୟୁନାଲ ଦେଲେ ବଡ଼ ରାୟ ।
  15. ବଦଳିଲା କେଜିଏଫ-୨ ର ରିଲିଜ୍ ତାରିଖ । ଜୁଲାଇ ୧୬ ରେ ରିଳିଜ୍ ହେବାକୁଥିବାବେଳେ କରୋନା ଯୋଗୁଁ ସେପ୍ଟେମ୍ବର ୯ ରେ ରିଲିଜ୍ କରାଯିବ । 
  16. ଜୁଲାଇ ମାସ ପହିଲା ଠାରୁ ପୂର୍ବତଟ ରେଳପଥ ମଧ୍ୟରୁ ୨୨ ଯୋଡ଼ା ସ୍ବତନ୍ତ୍ର ଟ୍ରେନ ସେବା ପୁଣି ଚାଲୁ ହେବ ।
  17. ଆଗକୁ ତେଲ ଦର ଆହୁରି ଅସମ୍ଭାଳ ! ଅଶୋଧିତ ତୈଳ ବ୍ୟାରେଲ ୧୦୦ ଡଲାର ହେବ ବୋଲି ଚେତାଇଲେ ତେଲ କମ୍ପାନୀ CEO।
  18. ଦୀର୍ଘ ୧୦ ମାସ ପରେ ପୁଣି ଉଡ଼ାଣ ଭରିଲା ବିଶ୍ବର ସବୁଠୁ ବଡ଼ ଉଡ଼ାଜାହାଜ ଏଏନ-୨୨୫ ଯାହାର ଲମ୍ବ ୮୪ ମିଟର। ୟୁକ୍ରେନ୍‌ର ରାଜଧାନୀ କିଭ୍‌ର ଗୋଷ୍ଟୋମେଲ୍‌ ଏଣ୍ଟୋନୋଭ୍‌ ଏୟାରପୋର୍ଟରୁ ଉଡ଼ାଣ ଭରିଲା।
  19. ରବିନ୍ଦ୍ର ଜାଡେଜା ବନିଲେ ଦୁନିଆର ନମ୍ବର୧ ଟେଷ୍ଟ ଅଲରାଉଣ୍ଡର । ଚତୁର୍ଥ ସ୍ଥାନରେ ଅଶ୍ୱିନୀ ।
  20. ଭାରତରୁ ଋଣ ନେଇ ପଳାଇଥିବା ବ୍ୟକ୍ତିଙ୍କ ବିରୋଧରେ କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ । ପଳାତକ ଘୋଷିତ ବିଜୟ ମାଲ୍ୟା, ନିରବ ମୋଦି ଏବଂ ମେହୁଲ ଚୋକସିଙ୍କ ବିରୋଧରେ ସରକାର ଯେଉଁ କାର୍ଯ୍ୟାନୁଷ୍ଠାନ ନେଇଛି କେନ୍ଦ୍ର  । ଏହାର ପରିଣାମ ସ୍ୱରୂପ ୯୩୭୧ କୋଟି ଟଙ୍କା ସରକାରୀ ବ୍ୟାଙ୍କକୁ ଫେରିଛି ବୋଲି ଇଡି ସୂଚନା ଦେଇଛି। ଏବେ ଏହି ଟଙ୍କା ସେହି ବ୍ୟାଙ୍କ ଗୁଡ଼ିକୁ ଦିଆଯିବ ଯେଉଁ ବ୍ୟାଙ୍କ ଗୁଡିକରୁ ଋଣ ନେଇ ଏହି ତିନି ପଳାତକ ପରିଶୋଧ କରିନଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.