• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ICMR। କରୋନା ଟିକାକରଣ ଏବଂ ସଂକ୍ରମଣ ସମ୍ବନ୍ଧରେ ଦେଶର ପ୍ରଥମ ଅଧ୍ୟୟନ ପ୍ରକାଶ କରିଛି। ଯାହା ଅନୁଯାୟୀ ୭୬ ପ୍ରତିଶତ ଲୋକ ଭ୍ୟାକ୍ସିନର ଦୁଇଟି ଯାକ ଡୋଜ ନେବା ପରେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସଂକ୍ରମଣର ଶିକାର ହେବା ପରେ, ଏମାନଙ୍କ ମଧ୍ୟରୁ କେବଳ ୧୬ ପ୍ରତିଶତ ଲୋକ ବିନା ଲକ୍ଷଣ ଥିବା କରୋନା ସଂକ୍ରମିତ ମିଳିଥିଲେ।
  2. ଦୈନିକ ସଂକ୍ରମଣ ମାମଲା ୩ ହଜାର ତଳକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୨ ହଜାର ୯୧୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୬୭୫ଟି ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୧୨୩୭ଟି ମାମଲା ସ୍ଥାନୀୟ ସଂକ୍ରମଣ । ଏଥିସହ ରାଜ୍ୟରେ ମୋଟ ସଂକ୍ରମଣ ମାମଲା ୮ ଲକ୍ଷ ୯୩ ହଜାର ୫୦୮କୁ ବୃଦ୍ଧି ପାଇଛି ।
  3. ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ୪୪ ତମ ଆନୁଆଲ୍ ଜେନେରାଲ୍ ମିଟିଂ ଅନୁଷ୍ଠିତ ହୋଇଛି । ଏହି ଅବସରରେ ନୀତା ଅମ୍ବାନୀ ଏକ ବଡ଼ ଘୋଷଣା କରିଛନ୍ତି। ଚଳିତ ବର୍ଷ ମୁମ୍ବାଇରେ ଜିଓ ଇନଷ୍ଟିଚ୍ୟୁଟର ନିର୍ମାଣ ଆରମ୍ଭ ହେବ ।
  4. ୨୪ ଘଣ୍ଟାରେ ବନ୍ଦ ହେବ ଫେକ୍ ସୋସିଆଲ ମିଡିଆ ଆକାଉଣ୍ଟ। ଏନେଇ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଆଇଟି ମନ୍ତ୍ରଣାଳୟ।
  5. କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଓପେକ୍ ସେକ୍ରେଟାରୀ ଜେନେରାଲ ଡା. ମହମ୍ମଦ ସାନୁସୀ ବାରକିଣ୍ଡୋଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି।ଏହି ବୈଠକରେ ଅଶୋଧିତ ତୈଳ ଦରରେ ବୃଦ୍ଧି ନେଇ ଭାରତର ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ। 
  6. ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷା ଫଳ ସହ ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ଓ ମଧ୍ୟମା ରେଜଲ୍ଟ । ସଂଧ୍ୟା ୬ଟା ପରେ ଛାତ୍ରଛାତ୍ରୀମାନେ www.bseodisha.ac.in ଓ  www.bseodisha.nic.in ୱେବ୍‌ସାଇଟ୍‌ରେ ନିଜର   ରେଜଲ୍ଟ ଚେକ୍‌ କରିପାରିବେ ।
  7. ୩୧ ଜୁଲାଇ ସୁଦ୍ଧା  ଦ୍ବାଦଶ ଶ୍ରେଣୀ ପରୀକ୍ଷା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି  ।
  8. ଓମ୍‌ଫେଡ ଚାଷୀଙ୍କ ପାଇଁ ଗୋଖାଦ୍ୟ ଖର୍ଚ୍ଚ ବାବଦ ୬୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ ସହାୟତା ଉପକୃତ ହେବେ ୧ ଲକ୍ଷ ୨୦ ହଜାର ଦୁଗ୍‌ଧ ଚାଷୀ ମୁଖ୍ୟମନ୍ତ୍ରୀଙ୍କ eha  କୋଭିଡ ସହାୟତା  ।
  9. ଟ୍ରେନରେ କାନପୁର ଯିବେ ରାଷ୍ଟ୍ରପତି, ବୁଲେଟପ୍ରୁଫ୍ ବଗିରେ ହୋଇଛି  ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା । ରାଷ୍ଟ୍ରପତିଙ୍କ ଏହି ଯାତ୍ରା ୫ ଘଣ୍ଟା ୩୦ ମିନିଟର ରହିବ ।
  10. କନ୍ଦମୂଳ ଉତ୍ପାଦନରେ ଓଡ଼ିଶା ଦେଶରେ ପ୍ରଥମ, କାଜୁରେ ତୃତୀୟ ଏବଂ ଆମ୍ବ ଉତ୍ପାଦନରେ ପଞ୍ଚମ ସ୍ଥାନ ଅଧିକାର କରିଛି ।
  11. ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର ଉପଯୁକ୍ତ ଅନୁମୋଦନ ବିନା କେନ୍ଦ୍ର ସରକାର କୋଭାକ୍ସିନ୍‌ ଟିକାକୁ ବ୍ୟବହାରିକ ମଞ୍ଜୁରୀ ଦେଇଥିବାରୁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ।
  12. ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟକୁ ୧୦୦୦ କୋଟିରେ ପହଞ୍ଚାଯିବାକୁ ନିଷ୍ପତି, ହେବ ଗୋଲ୍ଡ କ୍ୟାଟେଗୋରି ।
  13. ୬ ଜିଲ୍ଲାରେ ସଂକ୍ରମଣ ଅଧିକ, ୩ ଜିଲ୍ଲା ହାଇପ୍ରିଭିଲାନ୍ସ ଜୋନରେ’ । ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ହାଇପ୍ରିଭିଲାନ୍ସ ଜୋନରେ ରହିଛି ।
  14. ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୪୪ତମ ବାର୍ଷିକ ସାଧାରଣ ବୈଠକରେ ଅଧ୍ୟକ୍ଷ ମୁକେଶ ଅମ୍ବାନି ରିଲାଏନ୍ସ ଜିଓ ଓ ଗୁଗୁଲ୍‌ର ସହଯୋଗିତାରେ ପ୍ରସ୍ତୁତ ହୋଇଥିବା ନୂଆ ସ୍ମାର୍ଟଫୋନ୍‌- ଜିଓଫୋନ୍ ନେକ୍ସଟ୍ ବିଷୟରେ ଘୋଷଣା କରିଛନ୍ତି । ଏହି ସ୍ମାର୍ଟଫୋନ୍‌ରେ ଜିଓ ଓ ଗୁଗୁଲ୍‌ର ବିଭିନ୍ନ ବୈଶିଷ୍ଟ୍ୟ ଓ ଆପ୍‌ଗୁଡ଼ିକ ରହିଛି ।
  15. ଅକ୍ଷୟ ଶକ୍ତି କ୍ଷେତ୍ରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୩ ବର୍ଷରେ ନିବେଶ କରିବ ୭୫,୦୦୦ କୋଟି ଟଙ୍କା ।
  16. ସୁପ୍ରିମକୋର୍ଟଙ୍କ ତାଗିଦ ପ​‌ରେ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ କଲେ ଆନ୍ଧ୍ର ସରକାର ।
  17. ଭାରତୀୟ ତୀରନ୍ଦାଜୀ ଦମ୍ପତ୍ତି ଅତନୁ ଦାସ ଓ ଦୀପିକା କୁମାରୀ ଆର୍ଚେରୀ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛନ୍ତି । ଏହା ସହିତ ଏହି ଦମ୍ପତ୍ତି ବିଶ୍ୱକପ୍ର ତୃତୀୟ ପର୍ଯ୍ୟାୟରେ ଭାରତ ପାଇଁ ପ୍ରଥମ ପଦକ ନିଶ୍ଚିତ କରିଛନ୍ତି ।
  18. ଦେଶରେ ତୃତୀୟ ଲହରର ଚର୍ଚ୍ଚା ଭିତରେ ଚିନ୍ତା ବଢ଼ାଉଛି ଡେଲଟା ପ୍ଳସ୍ । ଆକ୍ରାନ୍ତଙ୍କଠାରେ ଦେଖାଯାଉଛି ନୂଆ ଲକ୍ଷଣ, ପେଟ ସମସ୍ୟା ସହ ଦେଖା ଦେଉଛି ଗଣ୍ଠିଘୋଳା ବିନ୍ଧା।
  19. ହାତୀବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି । କୋଭିଡ଼୍ କଟକଣାରେ ପାଳିତ ହେଲା ସ୍ନାନପୂର୍ଣ୍ଣିମା । ଅଣସର ପହଣ୍ଡିରେ ପୂଜା ପାଇବେ ପଟ୍ଟିଦିଅଁ , ଶୁକ୍ରବାରଠୁ ଅଲାରନାଥ ଦର୍ଶନ ।
  20. ଦଶଟି ରାଜ୍ୟ ରାଜପଥକୁ ଜାତୀୟ ରାଜପଥରେ ସମ୍ପ୍ରସାରଣ କରିବାକୁ ଭାରତ ସରକାରଙ୍କ ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିଛି। ୧୦ ମଧ୍ୟରୁ ୯ଟି ସଡ଼କ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ନିର୍ମାଣ କରିବାକୁ ଥିବାବେଳେ ଏନଏଚ-୩୨୦ଡି ରାଜ୍ୟ ସରକାରଙ୍କ ଜାତୀୟ ରାଜପଥ(ଏନ୍‌ଏଚ୍‌)କରିବ ବୋଲି ଜଣାପଡିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.