• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶର ୧୦୦ ସ୍ମାର୍ଟ ସିଟି ଭିତରେ ମଧ୍ୟ ପ୍ରଦେଶର ଇନ୍ଦୋର ଏବଂ ଗୁଜରାଟର ସୁରତ ସହର ମିଳିତଭାବେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି।
  2. ଦେଶର ୧୧ଟି ରାଜ୍ୟର ୧୮ଟି ଜିଲ୍ଲାରେ ୪୮ ଡେଲ୍‌ଟା ପ୍ଲସ୍‌ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୨୦ଟି ଡେଲ୍‌ଟା ପ୍ଲସ୍‌ ମାମଲା ରହିଛି। ଚିନ୍ତାଜନକ ପ୍ରଜାତି ଭାବେ ଏହି ରୂପାନ୍ତରିତ କରୋନା ଭୂତାଣୁକୁ ଘୋଷଣା କରାଯାଇଛି।
  3.  ଭାରତୀୟ ଟିକାର ଜରୁରୀକାଳୀନ ବ୍ୟବହାରକୁ ବିଦେଶରେ ଅନୁମତି ମିଳିଲା। ଫିଲିପାଇନ୍ସର ଫୁଡ୍ ଆଣ୍ଡ୍‌ ଡ୍ରଗ୍‌ ଏଜେନ୍ସି ଶୁକ୍ରବାର ଦିନ ଭାରତୀୟ କମ୍ପାନୀ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କରୋନା ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଥିବା ସୂଚନା ମିଳିଛି। 
  4. ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୪୪ତମ ବାର୍ଷିକ ସାଧାରଣ ବୈଠକରେ ଅଧ୍ୟକ୍ଷ ମୁକେଶ ଅମ୍ବାନି ରିଲାଏନ୍ସ ଜିଓ ଓ ଗୁଗୁଲ୍‌ର ସହଯୋଗିତାରେ ପ୍ରସ୍ତୁତ ହୋଇଥିବା ନୂଆ ସ୍ମାର୍ଟଫୋନ୍‌- JioPhone NEXT ବିଷୟରେ ଘୋଷଣା କରିଛନ୍ତି । 
  5. ୨୦୨୩ ସୁଦ୍ଧା ବସ୍ତି ମୁକ୍ତ ହେବ ଓଡ଼ିଶା । ରାଜ୍ୟରେ ୨୯୯୨ ବସ୍ତିରେ ପ୍ରାୟ ୭୦ ହଜାର ଲୋକଙ୍କୁ ଦିଆଯିବ ସରକାରୀ ପଟ୍ଟା । ଅନ୍ୟ ଜନ ବସତି ଅଞ୍ଚଳ ସହ ବସ୍ତି ଅଞ୍ଚଳରେ ବି ସାମଗ୍ରିକ ବିକାଶ କରାଯିବ, ରାଜ୍ୟରେ ଆଉ ବସ୍ତି ରହିବ ନାହିଁ ।
  6. ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ ପାସ ହାର ୯୭.୮୯ ପ୍ରତିଶତ । ସେହିଭଳି ଫେଲ ପିଲାଙ୍କ ସଂଖ୍ୟା ୭ ହଜାର ୭୦୩ ରହିଛି ।
  7. ଜୁଲାଇ-ଅଗଷ୍ଟରେ ଅନ୍‌ଲାଇନ୍‌ ମୋଡ୍‌ରେ ହେବ ୟୁଜି-ପିଜି ଶେଷ ସେମିଷ୍ଟାର ପରୀକ୍ଷା ।
  8.  ବୟସ୍କ ଏବଂ ଅଧିକ ସ୍ବାସ୍ଥ୍ୟ ସଙ୍କଟ ଥିବା ବ୍ୟକ୍ତି ଯେଉଁମାନେ କି ଅତି ସହଜରେ ରୋଗର ଶିକାର ହୋଇପାରନ୍ତି ସେମାନଙ୍କ ପାଇଁ ବାର୍ଷିକ ବୁଷ୍ଟର୍‌ ଡୋଜ୍‌ ଆବଶ୍ୟକ ହୋଇପାରେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ପକ୍ଷରୁ ଏହି ଆକଳନ କରାଯାଇଛି।
  9. ମ୍ୟାଲେରିଆ ମୁକ୍ତ ରାଜ୍ୟ ଦିଗରେ ଓଡ଼ିଶା, ଗତ ତିନି ବର୍ଷ ମଧ୍ୟରେ ସଂକ୍ରମଣ ହାର ୯୦ ପ୍ରତିଶତ ହ୍ରାସ ।
  10. ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢିଲା ଆଧାର-ପ୍ୟାନ ଲିଙ୍କ୍‌ କରିବାର ଶେଷ ତାରିଖ ।
  11. ଗର୍ଭବତୀ ମହିଳା ନେଇପାରିବେ କରୋନା ଟିକା । ସୂଚନା ଦେଲେ ଆଇସିଏମଆର ନିର୍ଦ୍ଦେଶକ ଡାକ୍ତର ବଲରାମ ଭାର୍ଗବ ।
  12. ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରରୁ ପିନାକ ରକେଟର ହେଲା ସଫଳ ପରୀକ୍ଷଣ ।
  13. ଭାରତ ସ୍ମାର୍ଟସିଟି ପ୍ରତିଯୋଗିତାରେ ଭୁବନେଶ୍ୱରକୁ ମିଳିଲା ୨ଟି ପୁରଷ୍କାର ।
  14. ଓଡ଼ିଶାର ଦେବଗଡ଼ ଜିଲ୍ଲାରେ ଚିହ୍ନଟ ହେଲା ଡେଲଟା ପ୍ଲସ୍ ଭାରିଆଣ୍ଟ । ନ୍ୟାସନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ନିର୍ଦ୍ଦେଶକ ଦେଲେ ସୂଚନା । କେତେ ସଂକ୍ରାମକ ଏହି ଭାରିଆଣ୍ଟ ଚାଲିଛି ଅନୁଧ୍ୟାନ ।
  15. ଇଣ୍ଡିଆ ସ୍ମାର୍ଟ ସିଟି କଣ୍ଟେଷ୍ଟ-୨୦୨୦ରେ ମଧ୍ୟପ୍ରଦେଶର ସାଗର ଜିଲ୍ଲାକୁ ମିଳିଲା ଦ୍ୱିତୀୟ ସ୍ଥାନ ।
  16. ଭାରତ ସୀମା ନିକଟ ତିବତରେ ପ୍ରଥମ ବୁଲେଟ ଟ୍ରେନ ସେବା ଆରମ୍ଭ କଲା ଚୀନ ।
  17. କୋଭିଡରେ କୋହଳ ହେଲା ଆୟକର ନିୟମ, ଚିକିତ୍ସା ବାବଦ ବ୍ୟୟ ଲାଗି ପ୍ରାପ୍ତ ରାଶି ନିମନ୍ତେ ଦେବାକୁ ପଡିବନି କର ।
  18. ନୌସେନାରେ ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବିମାନବାହୀ ଯୁଦ୍ଧପୋତ INS ବିକ୍ରାନ୍ତ ।
  19. ଟେଷ୍ଟ ଚାମ୍ପିୟନ ନ୍ୟୁଜିଲାଣ୍ଡକୁ ମିଳିଲା ୧୧.୮୭ କୋଟି ଟଙ୍କା ପୁରସ୍କାର । ୧୨୬ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଛି ବିଶ୍ବ ବିଜେତା ନ୍ୟୁଜିଲାଣ୍ଡ ।
  20. ପ୍ରଥମ ମହିଳା ଜୁଡୋକା ଭାବରେ ସୁଶୀଳାଙ୍କୁ ମିଳିଲା ଅଲିମ୍ପିକ୍ସ ଯୋଗ୍ୟତା ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.