• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୫୦,୦୪୦ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧,୨୫୮ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୦୨,୩୩,୧୮୩ ଓ ମୃତ୍ୟୁସଂଖ୍ୟା ୩,୯୫,୭୫୧ରେ ପହଞ୍ଚିଛି।
  2. ନକଲି କୋଭିଡ୍‌ ଟିକା ନେଇ ବଙ୍ଗଳା ଫିଲ୍ମ ଅଭିନେତ୍ରୀ ତଥା ତୃଣମୂଳ ସାଂସଦ ମିମି ଚକ୍ରବର୍ତ୍ତୀ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ଗ୍ରହଣ ପରେ ବି ସେ ସୁସ୍ଥ ଅନୁଭବ ନ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 
  3. ଦେଶରେ ୧୨ରୁ ୧୮ ବର୍ଷ ପିଲାମାନଙ୍କୁ ଖୁବଶୀଘ୍ର କୋଭିଡ୍ ଟିକା ଦିଆଯିବ। ଭାରତୀୟ ଫାର୍ମାସୁଟିକାଲ କଂପାନୀ ଜାଇଡସ୍ କ‌ାଡିଲା ପକ୍ଷରୁ ଏହି ଟିକା ବିକଶିତ କରାଯାଇଛି। 
  4. ରାଜ୍ୟ ପୋଲିସରେ ୩୯ କ୍ରୀଡ଼ାବିତଙ୍କୁ ମିଳିଲା ଚାକିରି ମିଳିଲା  ।
  5. ପାତିଆଲାରେ ଚାଲିଥିବା ୬୦ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଦୌଡ଼କୁଦ ପ୍ରତିଯୋଗିତାର ୧୦୦ ମିଟର ଦୌଡ଼ରେ ଭାରତର ଦ୍ରୁତତମ ଧାବକ ଅମିୟ ମଲ୍ଲିକ କାଂସ୍ୟ ପଦକ ଜିତିଥିବା ବେଳେ ଦେଶର ଦ୍ରୁତତମା ମହିଳା ତଥା ତାରକା ସ୍ପ୍ରିଣ୍ଟର ଦୂତି ଚାନ୍ଦ ୪ର୍ଥ ସ୍ଥାନରେ ରହିଛନ୍ତି ।
  6. ଡିସେମ୍ବର ୩୧ ସୁଦ୍ଧା ଦେଶର ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ଦିଆଯିବ ଟିକା: ସୁପ୍ରିମକୋର୍ଟକୁ ଜଣାଇଲେ କେନ୍ଦ୍ର ସରକାର ।
  7. ଗବେଷକଙ୍କ ଦାବି, ୨୦ ହଜାର ବର୍ଷ ପୂର୍ବେ ଏସିଆରେ ତାଣ୍ଡବ ରଚିଥିଲା କରୋନା ଭୂତାଣୁ। ଏନେଇ ‘କରେଣ୍ଟ ବାୟୋଲୋଜି’ରେ ପ୍ରକାଶିତ ଖବରରେ ଦାବି କରାଯାଇଛି ।
  8. ରିଲାଏନ୍ସ ରିଟେଲ ୩ ରୁ ୫ ବର୍ଷ ଭିତରେ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ: ମୁକେଶ ଅମ୍ବାନି ।
  9. ୧୦. ଓଡ଼ିଶା ଏବଂ ଝାଡ଼ଖଣ୍ଡ ଉପରେ ଏକ ଟ୍ରପ୍‌ଲାଇନ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨ ଦିନ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । 
  10. WTC ଏକାଦଶରେ ବିରାଟ କୋହଲିଙ୍କୁ ମିଳିଲାନି ସ୍ଥାନ, କେନ ଓ୍ଵିଲିୟମସନ ଅଧିନାୟକ, ଭାରତରୁ ଏହି ଖେଳାଳି ସାମିଲ୍ ।
  11. ଭୟ ବଢିଲା: ୨୨ ଜିଲ୍ଲାରେ ସଂକ୍ରମଣ ଉପଧ ମୁହାଁ । ୩ ହଜାର ଉପରେ ପଜିଟିଭ୍ , ଆଗାମୀ ୫ ଦିନ ଗୁରୁତ୍ୱପୂର୍ଣ୍ଣ ।
  12. ଏଣିକି ଯେଉଁ ଛାତ୍ର-ଛାତ୍ରୀ ରେଜଲ୍ଟକୁ ଚ୍ୟାଲେଞ୍ଜ୍ କରିବେ, ସବୁ ବିଷୟରେ ଦେବାକୁ ପଡିବ ପରୀକ୍ଷା, ସର୍ତ୍ତାବଳୀ ଲାଗୁ କଲେ ବୋର୍ଡ । ସେପଟେ ଚିନ୍ତାରେ ମାଟ୍ରିକ୍‌ ଛାତ୍ରଛାତ୍ରୀ ! ଯେତିକି ପାସ୍‌ କରିଛନ୍ତି, ସେତିକି +୨ରେ ସିଟ୍‌ ନାହିଁ।
  13. ଖୁବଶୀଘ୍ର ଓଡ଼ିଶା ହେବ ସ୍ପୋର୍ଟ୍ସ ପାୱାର ହାଉସ । ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି ପାଇଁ ଦେଶର ସର୍ବବୃହତ ହକି ଷ୍ଟାଡଅମରେ ୧୦୦୦ କୋଟି ଟଙ୍କା ନିବେଶ ହେବ ।
  14. ଆଜି ଲେହ-ଲଦାଖ ଗସ୍ତରେ ଯିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସୁରକ୍ଷା ବ୍ୟବସ୍ଥାର କରିବେ ଯାଞ୍ଚ ।
  15. ଆଜିଠାରୁ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ଫେସ୍‌ବୁକ୍‌ ଓ ଟୁଇଟର୍‌ ପେଜ୍ରେ ଦେଖିହେବ ପାରମ୍ପରିକ କଳା ଓ ଗଣ୍ଡ ଚିତ୍ରକଳା ।
  16. ଡରାଉଛି ‘ଡେଲଟା ପ୍ଲସ୍’ କରୋନା ଭୂତାଣୁ । କଣ୍ଟେନମେଣ୍ଟ ଜୋନ୍ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ । ଏପଟେ ରାଜ୍ୟରେ ପ୍ରଥମ ‘ଡେଲଟା ପ୍ଲସ୍’ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଗଲା ଟିମ୍ ।
  17. ଭାରତରେ ଉତ୍ପାଦନ ହେଲା ଆଉ ଏକ ବିଦେଶୀ ଟିକା ‘ନୋଭାଭାକ୍ସ । ସୂଚନା ଦେଲେ ସିରମ ଇନଷ୍ଟିଚ୍ୟୁଟର ଏମଡି ଅଦର ପୁନାଓ୍ବାଲା ।
  18. -ଜୁଲାଇ ୯ରେ ଜୋରଦାର ହେବ ଚାଷୀଙ୍କ ଆନ୍ଦୋଳନ, ଦିଲ୍ଲୀ ଅଭିମୁଖେ ୪ ଲକ୍ଷ ଟ୍ରାକ୍ଟର ଓ ୨୫ ଲକ୍ଷ ଚାଷୀ ଶୋଭାଯାତ୍ରା କରିବାକୁ ପ୍ରସ୍ତୁତ ।
  19. ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ଘୋଷଣା, ଉଚ୍ଚଶିକ୍ଷା ଲାଗି ଛାତ୍ର ଛାତ୍ରୀଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ।
  20. ଓଡିଆ ଧାବକ ଅମୀୟ ମଲିକ୍ ୬୦ ତମ ଜାତୀୟ ଆଥଲେଟିକ୍ ଚାମ୍ପିଅନଶିପରେ ବ୍ରୋଞ୍ଜ ପଦକ କରିଲେ ହାସଲ ।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.