• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୩୭୧ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୯୨୨ଟି ପଜିଟିଭ୍ ମାମଲା ଆସିଥିବା ବେଳେ ୧୪୪୯ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୩୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୬୮ ଜଣଙ୍କ ନମୁନା ପଜିଟିଭ୍ ଆସିଛି ।
  2. ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ୪୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୪ ହଜାର ପାର୍ କରିଛି । ମୋଟ ମୃତ୍ୟୁସଂଖ୍ୟା ୪ ହଜାର ୧୮କୁ ବୃଦ୍ଧି ପାଇଛି । ଏହା ପୂର୍ବରୁ ଜୁନ୍ ୧୨ ଓ ଜୁନ୍ ୨୬ରେ ସର୍ବାଧିକ ୪୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିଲେ ।
  3. ମାଟ୍ରିକ୍ ଫଳାଫଳକୁ କୋଭିଡ ମହାମାରୀର ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦେବଗଡରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ଏକ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।
  4. ଓଡ଼ିଶାରେ ୮ଟି ଜିଲ୍ଲାରେ ହଲମାର୍କ ସୁନା ବିକ୍ରିକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ଏହି ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଯାଜପୁର, ଖୋର୍ଦ୍ଧା, ମୟୁରଭଞ୍ଜ ଓ ସମ୍ବଲପୁର ହଲମାର୍କ ସୁନା ବିକ୍ରିକୁ କେନ୍ଦ୍ର ସରକାର ବାଧ୍ୟତାମୂଳକ କରିଛନ୍ତି ।
  5. ଯେଉଁମାନେ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ସେମାନେ ଫର୍ମ ଫିଲଅପ୍ କରି ଅଫଲାଇନ୍ ପରୀକ୍ଷା ଦେଇ ପାରିବେ । ଜୁଲାଇ ୫ରେ ଅଫଲାଇନ୍ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ ନୋଟିଫିକେସନ୍ ହେବ । ଫର୍ମ ଫିଲଅପ୍ ପାଇଁ ୧୦ ଦିନ ଦିଆଯିବ । ଜୁଲାଇ ମାସରେ ହିଁ ଅଫଲାଇନ୍ ପରୀକ୍ଷା କରାଯିବ । ପରୀକ୍ଷାର ୧୫ ଦିନ ମଧ୍ୟରେ ହିଁ ରେଜଲ୍ଟ ବାହାରିବ । ସେହି ରେଜଲ୍ଟକୁ ନେଇ ଯୁକ୍ତ ୨ରେ ନାମଲେଖାଇ ପାରିବେ । ଯେଉଁମାନେ ଅଫଲାଇନ୍ ପରୀକ୍ଷା ଦେବେ ସେହି ମାର୍କ ହିଁ ଫାଇନାଲ ହେବ।
  6. ଜୁଲାଇ ୩୧ ଯାଏଁ କୋଭିଡ୍ ନିୟମ ପାଳନ କରିବାକୁ ସବୁ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ।
  7. ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାରେ ଗାଇଡଲାଇନ୍ କଡ଼ାକଡ଼ି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ । ଟୀକାକରଣ ଓ ଘରକୁ ଘର ସର୍ଭେକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଲେ ନବୀନ ।
  8. ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଦେବଗଡରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ଉଦ୍‌ଘାଟିତ ।
  9. ଆକାଶବାଣୀର ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ ସିଂହଙ୍କ ପରଲୋକ ।
  10. ଓ୍ଵାନ୍‌ ନେସନ୍‌, ଓ୍ଵାନ୍‌ ରାସନ୍‌କୁ ନେଇ ସୁପ୍ରିମ୍‌କୋର୍ଟଙ୍କ ବଡ଼ ରାୟ, ୩୧ ଜୁଲାଇ ମଧ୍ୟରେ ଲାଗୁ କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ।
  11. ଭାରତକୁ ୪.୧ କୋଟି ଡଲାରର ଅତିରିକ୍ତ ସହାୟତା କରିବ ଆମେରିକା, କରୋନା ମୁକାବିଲାରେ ହେବ ସହାୟକ।
  12. କୋରାପୁଟରେ ଆରମ୍ଭ ହୋଇଛି ପଣସ ମଞିରୁ ଅଟା ପ୍ରସ୍ତତି । ପ୍ରଥମ ପର୍ଯ୍ୟାୟରେ ଏକ ଟନରୁ ଅଧିକା ମଞିରୁ ଅଟା ପ୍ରସ୍ତତି ଲକ୍ଷ୍ୟ । ୧୨ଟି ବ୍ଳକରୁ କରାଯାଉଛି ପଣସ ମଞି ସଂଗ୍ରହ ।
  13. ଜୁଲାଇ ୧୯ରେ ହୋଇପାରେ ମୌସୁମୀ ଅଧିବେଶନ, ସାଂସଦଙ୍କୁ ନେବାକୁ ପଡ଼ିବ ଦୁଇଟି ଡୋଜ୍ ଟିକା । ।
  14. ଭାରତର ଭୁଲ୍ ମାନଚିତ୍ର ଦେଖାଇ ଅଡୁଆରେ ଟ୍ବିଟର : ଏମଡି ମନୀଷ ମହେଶ୍ୱରୀଙ୍କ ବିରୋଧରେ ହେଲା ମାମଲା ରୁଜୁ ।
  15. ଜରୁରୀ କାଳିନୀ ବ୍ୟବହାର ପାଇଁ ମଡର୍ଣ୍ଣା ଟିକାକୁ ଡିସିଜିଆଇ ର ମଞ୍ଜୁରୀ ।
  16. କରୋନାରେ ମଲେ ପରିବାର ଲୋକଙ୍କୁ ମିଳିବ ଚାରି ଲକ୍ଷ, ଘୋଷଣା କଲେ ବିହାର ରାଜ୍ୟ ସରକାର ।
  17. ଜାମ୍ମୁ ଡ୍ରୋନ୍ ହମଲା ପରେ ପିଏମ ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ, ଗୃହମନ୍ତ୍ରୀ ଅମିତ ଶାହ ଓ ଅଜିତ ଡୋଭାଲଙ୍କ ସହ ରାଜନାଥ ସିଂହ ଥିଲେ ଉପସ୍ଥିତ । ଦେଶର ସୁରକ୍ଷା ଓ ନୀତି ଆଧାରିତ ପ୍ରସଙ୍ଗରେ ହେଲା ଆଲୋଚନା ।
  18. ଅକ୍ଟୋବର ୧୭ ତାରିଖରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଟି-୨୦ ବିଶ୍ଵକପ ୟୁଏଇ ଏବଂ ଓମାନରେ ଖେଳାଯିବ।
  19. ବର୍ଷ ୨୦୨୧ ଜାତୀୟସ୍ତରୀୟ କ୍ରୀଡ଼ା ପୁରସ୍କାର ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବ୍ୟାପର ବିଭାଗ ପକ୍ଷରୁ ୩ ଜଣ ପ୍ରତିଭାଙ୍କ ନାମ ସୁପାରିସ । ସେମାନେ ହେଲେ ଦୂତୀ ଚାନ୍ଦ, ବୀରେନ୍ଦ୍ର ଲାକ୍ରା ଓ କୋଚ କାଳୁଙ୍କ ।
  20. -ମହିଳା ଦିନିକିଆ ରାଙ୍କିଙ୍ଗ: ଟପ୍-୫ରେ ସ୍ଥାନ ପାଇଲେ ମିଥାଲି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.