• +91-9861016349 / +91-9437281655
  • Email: amarisatya@gmail.com

Odia Current News


1.    ନୂଆ କରି ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ଗୁରୁତ୍ୱପୂର୍ଣ୍ଣ ରେଳ ମନ୍ତ୍ରାଳୟ ମିଳିଥିବା ବେଳେ ପେଟ୍ରୋଲିୟମ୍ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ମନ୍ତ୍ରୀ ଭାବେ ଏବଂ   ବିଶ୍ୱେଶ୍ୱର ଟୁଡୁ- ଜଳଶକ୍ତି  ବିଭାଗ  ମିଳିଛି । 
2.    ଦେଶରେ ଗତ ୨୪ ଘଣ୍ଟାରେ ୪୩,୭୩୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମଙ୍ଗଳବାର ସଂକ୍ରମଣ ତୁଳନାରେ ଆଜି ସଂକ୍ରମଣ ଅଧିକ ରହିଛି। ୯୩୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।
3.    କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରିତ ହେଲା, ସାମିଲ ହେଲେ ୧୫ କ୍ୟାବିନେଟ ଓ ୨୮ ଜଣ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ।
4.    ଓଡିଶାରୁ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେ ୨ ଜଣ – କ୍ୟାବିନେଟ ମନ୍ତ୍ରୀ ହେଲେ ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ।
5.    ପଶ୍ଚିମବଂଗର ନିଶୀଥ ପରମାଣିକ ବୟସ ୩୫। ମୋଦୀ କ୍ୟାବିନେଟ୍‌ରେ ସେ ସର୍ବକନିଷ୍ଠ ମନ୍ତ୍ରୀ। ୨୦୧୯ ଲୋକସଭା ନିର୍ବାଚନରେ ସେ ୫୪,୨୩୧ ଭୋଟ୍‌ରେ ଜିତିଥିଲେ। 
6.    କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ୧୨ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି, ଓଡିଶାରୁ ଇସ୍ତଫା ଦେଲେ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ।
7.    ହାଇତିର ରାଷ୍ଟ୍ରପତି ଜୋଭେନେଲ ମୋଇସଙ୍କୁ ହତ୍ୟା କରାଯାଇଛି । ବୁଧବାର ଦିନ ତାଙ୍କ ନିଜ ବାସଭବନରେ ହତ୍ୟା ହୋଇଥିବା ନେଇ ସୂଚନା ଦେଇଛନ୍ତି ହାଇତିର ଅନ୍ତରୀଣ ପ୍ରଧାନମନ୍ତ୍ରୀ । 
8.    କଟକ ଏସସିବି ମେଡିକାଲରେ ଲାଗିବ ୯ଟି ଏକମୋ ମେସିନ, ସୂଚନା ଦେଲେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ।
9.    କୋଭିଡ ମୃତ୍ୟୁ ସଂଖ୍ୟା ନେଇ ଦ୍ୱନ୍ଦ୍ୱ ଦୂର କଲେ ସ୍ୱାସ୍ଥ୍ୟ ଏସିଏସ୍, କହିଲେ ଏବେ ଯେଉଁ ମୃତ୍ୟୁ ସଂଖ୍ୟା ଆସୁଛି, ତାହା ବର୍ତ୍ତମାନର କି ଗତକାଲିର ନୁହେଁ, କୋଭିଡ ମୃତ୍ୟୁ ୩ ଥାକିଆ ଅଡିଟ୍ କମିଟି ଦ୍ୱାରା ସ୍ଥିର ହୋଇଥାଏ ।
10.    ସୁନ୍ଦରଗଡ଼ ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ନାବାର୍ଡ ଦ୍ୱାରା ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି   ।
11.    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୬୪,୨୧୪ଟି ଆପଦଗ୍ରସ୍ତ ଆଦିମ ଜନଜାତି ପରିବାରକୁ (ପିଭିଟିଜି) ୫୦୦୦ ଟଙ୍କା ଲେଖାଏଁ ‘ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର କୋଭିଡ ସହାୟତା’ ପ୍ରଦାନ କରିଛନ୍ତି ।
12.    ଓଡ଼ିଶାରେ ପୁଣି ଆନ୍ଧ୍ରର ଅନୁପ୍ରବେଶ, କୋଟିଆରୁ ଉଠାଇ ନେଇ ଲୋକଙ୍କୁ ଦେଲା ଟିକା ।
13.    ତୈଳଦର ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱରରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ଅଭିନବ ଉପାୟରେ ପ୍ରତିବାଦ କଲା ।
14.    ପୁରୀ-ଇନ୍ଦୋର-ପୁରୀ ସ୍ପେଶାଲ ଟ୍ରେନର ସେବାକୁ 13 ଜୁଲାଇ, 2021 ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ପୁନଃ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି ।
15.    ଭାରତରେ ଲଞ୍ଚ ହୋଇଛି ପବ୍‌ଜୀର ଭାରତୀୟ ଭର୍ସନ ବ୍ୟାଟେଲଗ୍ରାଉଣ୍ଡ୍ସ ମୋବାଇଲ ଇଣ୍ଡିଆ । ଜୁଲାଇ ୨ ତାରିଖଠାରୁ ଏହି ଗେମ୍‌କୁ ଭାରତରେ ଲଞ୍ଚ କରାଯାଇଛି । ଏହି ଗେମ୍‌ ଏବେ ଖୁବ ଲୋକପ୍ରିୟ ହେବାରେ ଲାଗିଛି ।
16.    ଅନଲାଇନ୍ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ଗଣଶିକ୍ଷା ବିଭାଗ ନୂଆ ଯୋଜନା କରିଛି। ଇଣ୍ଟରନେଟ ନଥିବା ଉପାନ୍ତ ଅଞ୍ଚଳଗୁଡ଼ିକରେ ଶିକ୍ଷକତା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଘରକୁ ଘର ବୁଲି ପାଠ ପଢାଇବେ । ଇଣ୍ଟର୍ନସିପ୍ ପ୍ରୋଗ୍ରାମ ମାଧ୍ୟମରେ ସେମାନେ ପାଠ ପଢାଇବେ ବୋଲି ଗଣଶିକ୍ଷା ବିଭାଗ ନୂଆ ଯୋଜନା କରିଛନ୍ତି । 
17.    ଗୁରୁତର କୋଭିଡ  ଅସୁସ୍ଥଙ୍କ ଚିକିତ୍ସା ଲାଗି ଟୋସିଲିଜୁମାବ ଓ ସାରିଲୁମାବକୁ ଜୀବନ ରକ୍ଷକ ଔଷଧ ଭାବେ ମିଳିଲା WHOଙ୍କ ଅନୁମୋଦନ ।
18.    ଆଇସିସି ପକ୍ଷରୁ ବୁଧବାର ଟି-୨୦ ର୍ୟାଙ୍କିଙ୍ଗ ପ୍ରକାଶ ପାଇଛି । ଭାରତୀୟ ଅଧିନାୟକ ବିରାଟ କୋହଲି ୫ମ ସ୍ଥାନରେ ସ୍ଥିର ରହିଥିବା ବେଳେ କେ ଏଲ୍ ରାହୁଲ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।
19.    କୋଭିଡ୍-୧୯ର ଆଉ ଏକ ରୂପାନ୍ତରିତ ପ୍ରକାର ୩୦ଟି ଦେଶରେ ଚିହ୍ନଟ ହୋଇଛି, ଯାହାକୁ ଲାମ୍ବଡ଼ା ପ୍ରଜାତି ବୋଲି କୁହାଯାଉଛି ଏବଂ ଏହା ଡେଲ୍‌ଟାଠାରୁ ମଧ୍ୟ ଅଧିକ ଭୟଙ୍କର ବୋଲି ବ୍ରିଟେନ୍ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 
20.    ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କୋଲକତା ହାଇକୋର୍ଟରୁ ମିଳିଲା ବଡ଼ ଝଟକା । କୋର୍ଟ ମମତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି ।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.