• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୨୨୨ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୮୩୮ଟି ପଜିଟିଭ୍ ମାମଲା ଆସିଥିବା ବେଳେ ୧୩୮୪ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । କଟକ ଜିଲ୍ଲାରୁ ସର୍ବାଧିକ ୯୧୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୨୨ ଜଣଙ୍କ ନମୁନା ପଜିଟିଭ୍ ଆସିଛି
  2. ପ୍ରଥମ ଓଡ଼ିଆ ଭାବେ ବିଶ୍ୱରୂପାଙ୍କୁ ମିଳିଲା ୟୁଏଇ ଗୋଲ୍ଡେନ ଭିସା ।
  3. ଜୁଲାଇ ୧୫ ସୁଦ୍ଧା ଭୁବନେଶ୍ବର ଏମ୍‌ସରେ କାର୍ଯ୍ୟକ୍ଷମ ହେବ ଏକମୋ ମେସିନ, ଖୁବ ଶୀଘ୍ର ଆସିବ ଦ୍ବିତୀୟ ଏକମୋ ମେସିନ 
  4. କୋଭିସିଲ୍ଡ ଟିକାକୁ ଗ୍ରହଣ କଲେ ୟୁରୋପର ୭ଟି ରାଷ୍ଟ୍ର। କୋଭିସିଲ୍ଡ ନେଇଥିଲେ ଭାରତୀୟକଙ୍କୁ କ୍ବାରେଣ୍ଟାଇନ ମନା।
  5. କୋଭାଭାକ୍ସର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲକୁ ଅନୁମତି ମିଳିଲା ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠିତ ପ୍ୟାନେଲ ଅନୁମତି ଦେଇନଥିବା ସୂଚନା।
  6. ଭୁବନେଶ୍ୱର ପହଞ୍ଚିଲା ୧ ଲକ୍ଷ ଡୋଜ କୋଭିସିଲ୍ଡ ଟିକା, ଆଜି ଆଉ ୮ଲକ୍ଷ ଟିକା ଆସିପାରେ।
  7. ୧୪-୧୨ରୁ ୧୮ ବର୍ଷ ପିଲାଙ୍କ ଟୀକାକରଣ ପାଇଁ ଆବେଦନ କଲା ଜାଇଡସ୍ କାର୍ଡିଲା । ତୃତୀୟ ପର୍ଯ୍ୟାୟ ଟ୍ରାଏଲରୁ ମିଳିଛି ଭଲ ଫଳାଫଳ, ଡିସିଜିଆଇର ଅନୁମତି ପରେ ଖୁବଶୀଘ୍ର ଆରମ୍ଭ ହେବ ବିନା ଇଞ୍ଜେକସନରେ ଟୀକାକରଣ ।
  8. ବଡ଼ଦାଣ୍ଡ ଲୋକଙ୍କୁ ରଥଯାତ୍ରା କଟକଣା କୋହଳ, ଛାତ ଉପରୁ ଦେଖିପାରିବେ ରଥଯାତ୍ରା ।
  9. ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ରାଜ୍ୟରେ ୧୫ଟି ଫାଷ୍ଟ ଟ୍ରାକ୍‌ କୋର୍ଟ ଭର୍ଚୁଆଲ୍‌ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି ।
  10. ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକ ଜୁଲାଇ ୧୫ତାରିଖ ପର୍ଯ୍ୟନ୍ତ ଅତିକମରେ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ ।
  11. ପୁଣି ବଢ଼ିଲା: ୭ ବର୍ଷରେ ଡବଲ୍‌ ହେଲାଣି ଏଲ୍‌ପିଜି ଦର । ଗୁରୁବାର ଭୁବନେଶ୍ୱରରେ ୧୪.୨ ଲିଟର ଓଜନର ଏଲ୍‌ପିଜି ସିଲିଣ୍ଡର ଦର ୨୫.୫୦ ଟଙ୍କା ବୃଦ୍ଧି ପାଇଛି। ଫଳରେ ୮୬୧ ଟଙ୍କାରେ ପହଞ୍ଚିଛି ସିଲିଣ୍ଡର ଦାମ ।
  12. ମାଟ୍ରିକ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଜୁଲାଇ ୩୦ ତାରିଖରୁ ଆରମ୍ଭ ହେବ ଅଫ୍‌ଲାଇନ ପରୀକ୍ଷା। ଅଫ୍‌ଲାଇନ ପରୀକ୍ଷା ପାଇଁ ଅନ୍‌ଲାଇନରେ ଫର୍ମ ପୂରଣ କରିବାକୁ ଜୁଲାଇ ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି ।
  13. ଗଡ଼ିନି ବସ୍‌ ବଢ଼ିଲା ଭଡ଼ା । ସାଧାରଣ ଏକ୍ସପ୍ରେସ ବସ୍‌ କିଲୋମିଟର ପିଛା ୪ ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ୮ ପଇସା ଏବଂ ସୁପର ପ୍ରିମିୟମ ବସ ଭଡ଼ା ୧୨ ପଇସା ବଢ଼ାଇ ଦିଆଯାଇଛି । 
  14. ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା କଳାହାଣ୍ଡି ଜିଲ୍ଲା‌ରେ ସୌଭାଗ୍ୟ ଯୋଜନା ଓ ବିପିଏଲ୍‌ ବିଜୁ ଜ୍ୟୋତି ଓ କୁଟୀର ଜ୍ୟୋତି ଯୋଜନାରେ ଲାଇନ୍‌ ସଂଯୋଗ କାର୍ଯ୍ୟ ଶେଷ କରିବାକୁ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିର୍ଦେଶ ଦେଇଛନ୍ତି ।
  15. ତିନିମାସର ନିରବତା ପରେ ତୈଳ କମ୍ପାନୀମାନେ ଜୁଲାଇରେ ପୁଣି ରୋଷେଇ ଗ୍ୟାସ ଦର ବୃଦ୍ଧି କରିଛନ୍ତି। ଗତ ଜାନୁୟାରୀରୁ ଏପର୍ଯ୍ୟନ୍ତ  ୭ ମାସରେ ଇନ୍ଧନ ଗ୍ୟାସ୍‌ ଦରରେ ୫ ଥର ବୃଦ୍ଧି ହେଲାଣି। ଏଥର ସିଲିଣ୍ଡର ପିଛା ୨୫ଟଙ୍କା ୫୦ ପଇସା ମହଙ୍ଗା ହୋଇଥିବା ବେଳେ ୨୦୨୧ରେ  ରନ୍ଧନ ଗ୍ୟାସ ମୂଲ୍ୟରେ ଏପର୍ଯ୍ୟନ୍ତ ୧୪୦ଟଙ୍କା ୫୦ ପଇସା ବଢିଲାଣି। 
  16. କ୍ରୀଡ଼ା କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖରେ କ୍ରିକେଟର ସର୍ବୋଚ୍ଚ ସମ୍ମାନ ‘ଖେଳ ରତ୍ନ’ ପ୍ରଦାନ କରାଯାଇଥାଏ । ୨୦୨୧ ବର୍ଷ ପାଇଁ କ୍ରୀଡ଼ା ପୁରସ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ମଧ୍ୟ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପୁରସ୍କାର ପାଇଁ ଦୁଇ ଖେଳାଳିଙ୍କ ନାଁ ସୁପାରିସ୍ କରିଛି ।
  17. ବିଶ୍ୱ  ଚେସ୍‌ରେ ନୂଆ ଇତିହାସ ରଚିଛନ୍ତି  ଆମେରିକାର ଭାରତୀୟ ବଂଶଦ୍ଭବ  ଅଭିମନ୍ୟୁ ମିଶ୍ର । ମାତ୍ର ୧୨ ବର୍ଷ ୪ ମାସ  ୨୫ ଦିନରେ ଗ୍ରାଣ୍ଡମାଷ୍ଟର ହେବାର ଗୌରବ  ଅର୍ଜନ କରିଛନ୍ତି । 
  18. ଉତ୍ତରାଖଣ୍ଡ ଚାର୍ ଧାମ ଯାତ୍ରା ମାମଲାରେ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ତିରଥ ସିଂ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ତିରଥ ସିଂ ରାୱତଙ୍କ ସରକାର ସୁପ୍ରିମକୋର୍ଟରେ ଏହି ମାମଲାରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି। 
  19. ଦିଲ୍ଲୀରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସରକାର ଘରୋଇ ସ୍କୁଲ ଫି’କୁ ନେଇ ଚଳାଇଥିବା ମନମାନି ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଦିଲ୍ଲୀର ସମସ୍ତ ଘରୋଇ ସ୍କୁଲ ନିଜର ଫି’ର ୧୫ ପ୍ରତିଶତ ହ୍ରାସ କରିବେ ବୋଲି  କେଜ୍ରିଓ୍ୱାଲ କହିଛନ୍ତି । ଏହି ଆଦେଶ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଲାଗୁ ହେବ । 
  20. ବନବାଣୀ ଥାନା ଆଜାଦ ନଗର ଅଞ୍ଚଳରେ ଘଟିଛି ଏହି ଦୁଃଖଦ ଘଟଣା । ଡାକ୍ତର ଦମ୍ପତ୍ତିଙ୍କ ମଧ୍ୟରେ କୌଣସି କାରଣରୁ ମତାନ୍ତର ହେବାପରେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ଡାକ୍ତର ଅଙ୍କିତା ନିଖିଲ ସେଣ୍ଡକର (୨୬ବର୍ଷ) ଏବଂ ଡାକ୍ତର ନିଖିଲ ଅଙ୍କିତା ସେଣ୍ଡକର (୨୮ବର୍ଷ) । ପ୍ରଥମେ ପତ୍ନୀ ଆତ୍ମହତ୍ୟା କରିଥିବା ବେଳେ ତାପରେ ପତି ନିଖିଲ ଆତ୍ମହତ୍ୟା କରିଛନ୍ତି ।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.