• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ତୀରଥ ସିଂ ରାଓ୍ୱତ।  ମୁଖ୍ୟମନ୍ତ୍ରୀ ହେବା ପରେ ୬ ମାସ ମଧ୍ୟରେ ବିଧାୟକ ହେବାର ନିୟମ ରହିଛି। ତେବେ ଧାରା ୧୫୧ ଅନୁସାରେ ଯଦି କୌଣସି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଏକ ବର୍ଷରୁ କମ ସମୟ ଥାଏ ସେହି ରାଜ୍ୟରେ ଆଉ ଉପନିର୍ବାଚନ ହୋଇପାରିବ ନାହିଁ।
  2. ସିଡିଏସ ଜେନରାଲ ବିପିନ ରାଓ୍ୱତଙ୍କ ମନ୍ତବ୍ୟରେ ନାରାଜ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଆର.କେ. ଏସ. ଭଦୌରିଆ। ବାୟୁସେନା ଏକ ସହାୟକ ବାହିନୀ ବା ସପୋର୍ଟ ଆର୍ମ ବୋଲି ଜେନେରାଲ ରାଓ୍ୱତ କହିବା ପରେ ଏହାକୁ ଗ୍ରହଣ କରିବାକୁ ନାରାଜ ଭଦୌରିଆ। 
  3. ଆସନ୍ତା ୧୯ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଅଗଷ୍ଟ ୧୩ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ରହିପାରେ ୨୦ଟି ସିଟିଂ। କୋଭିଡ ଗାଇଡଲାଇନ ଅନୁସାରେ ଏଥର ବି ଚାଲିବ ଅଧିବେଶନ। ସଂସଦର ଅଧିବେଶନରେ ୪୦୦ରୁ ଅଧିକ ସାଂସଦ ଯୋଗଦେବାର ସମ୍ଭାବନା ରହିଛି।
  4. ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨,୯୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୬୭୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୨୪୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସର୍ବାଧିକ ୫୪୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
  5. ଘରୋଇ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ସାର୍ଟିଫିକେଟ୍‌ ଅଫ୍‌ ରେକୋଗ୍‌ନେସନ (ସିଓଆର) ପ୍ରଦାନ ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ୨୦୨୧-୨୨ରୁ ୨୦୨୫-୨୬ ଶିକ୍ଷାବର୍ଷ ଅର୍ଥାତ୍‌ ଆସନ୍ତା ୫ବର୍ଷ ପାଇଁ ସିଓଆର ପ୍ରଦାନ କରାଯିବ।
  6. ଦେଶରେ କରୋନା ମୃତ୍ୟୁ ୪ ଲକ୍ଷ ଟପିଛି। ଆମେରିକା ଏବଂ ବ୍ରାଜିଲ୍‌ ପରେ ତୃତୀୟ ରାଷ୍ଟ୍ର ଭାବେ ଭାରତରେ କରୋନା ମୃତ୍ୟୁ ୪ ଲକ୍ଷ ଟପିଛି। ଆଜି ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟାରେ ୮୫୨ ମୃତ୍ୟୁ ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୪,୦୦,୩୧୨ ପହଞ୍ଚିଛି
  7.  କୋଲକାତାରେ ଥିବା ସେଲ୍‌ କଞ୍ଚାମାଲ୍‌ ଡିଭିଜନ(ଆର୍‌ଏମ୍‌ଡି) ବିଭାଜନ ଓ ସେଥିରୁ ଗୋଟିଏ ରାଉରକେଲାକୁ ସ୍ଥାନାନ୍ତରଣ ହେବାର ନିଷ୍ପତ୍ତି ପରେ ସହରରେ ବର୍ତ୍ତମାନ ଖୁସିର ଲହରି।
  8. ଭୁବନେଶ୍ବରସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଏଜୁକେସନ ଆଣ୍ଡ୍‌ ରିସର୍ଚ୍ଚ (ନାଇଜର)ରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ଏମ୍‌.ଏସ୍‌ସି ପାଠ୍ୟକ୍ରମରେ ନାମଲେଖା ଲାଗି ଅଗଷ୍ଟ ୧୪ରେ ନ୍ୟାସନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ(ନେଷ୍ଟ) ଅନୁଷ୍ଠିତ ହେବ।
  9. ପୁଲୱାମାରେ ସେନାର ବଡ ଅପରେସନ୍ । ଏନକାଉଣ୍ଟରରେ ଲସ୍କର-ଇ-ତୋଇବାର ୫ ଆତଙ୍କୀ ନିପାତ, ଜଣେ ଯବାନ ସହିଦ । 
  10. ଭିକାରୀମୁକ୍ତ ହେବ ଭୁବନେଶ୍ୱର। ଏଥିପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରୟାସ। ।  ବିଏମ୍‌ସି, କମିଶନରେଟ ପୁଲିସ୍‌ ଓ ୩ଟି ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଏଥିପାଇଁ ଏକ ବିରାଟ ଅଭିଯାନ ଆରମ୍ଭ ହୋଇଛି .
  11. UKରେ ପ୍ରସରିଲା କରୋନାର ଡେଲ୍ଟା ଭାରିଏଣ୍ଟ, ସପ୍ତାହକରେ ୫୦ ହଜାର ୮୨୪ ଜଣ ହେଲେଣି ସଂକ୍ରମିତ ।
  12. ଗର୍ଭବତୀ ମହିଳାଙ୍କୁ କୋଭିଡ ଟିକା ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଦେଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।
  13. ଓଡ଼ିଶାର ୪ଟି ଜିଲା ସମେତ ଦେଶର ମୋଟ ୭୧ ଜିଲାରେ ଏବେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହିଛି-କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ
  14. ପ୍ରଧାନମନ୍ତ୍ରୀଙ୍କୁ TMC ସାଂସଦଙ୍କ ପତ୍ର, ତୁରନ୍ତ ପଦରୁ ହଟନ୍ତୁ ସୋଲିସିଟର ଜେନେରାଲ, ସେପଟେ ଶୁଭେନ୍ଦୁ ଅଧିକାରୀଙ୍କୁ ଭେଟିନି କହିଲେ ତୁଷାର ।
  15. ୧ବ୍ଲୁ ଫ୍ଲାଗ୍’ ସ୍ତରୀୟ ଆଉ ୫ ବେଳାଭୂମି; ପୁରୀରେ ୩, ଗଞ୍ଜାମରେ ୨
  16. ଭାରତ ବାୟୋଟେକ ସହ ୩୨୪ ନିୟୁତ ଡଲାରର ବୁଝାମଣା ବାତିଲ କଲା ବ୍ରାଜିଲ ।
  17. ବିଜୁଳି ସ୍ଥିତି ନେଇ ଚିନ୍ତିତ ସିଦ୍ଧୁ, ସେପଟେ ନିଜ ଉପରେ ବକେୟା ଅଛି ୮.୬୭ ଲକ୍ଷ ବିଲ୍, ଅମରିନ୍ଦର ସିଂହ ସରକାରଙ୍କୁ ଦେଉଛନ୍ତି ଉପଦେଶ .
  18. ଭାରତ, ବାଂଲାଦେଶ ଓ ପାକିସ୍ତାନ ସମେତ ୧୪ ଦେଶର ଯାତ୍ରା ଉପରେ କଟକଣା ଲଗାଇଲା ୟୁଏଇ,।
  19. ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କୋଲକାତା ହାଇକୋର୍ଟଙ୍କ ଝଟକା । ନିର୍ବାଚନ ପରେ ହୋଇଥିବା ସମସ୍ତ ହିଂସା ବିରୋଧରେ ଏଫଆଇଆର ରୁଜୁ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ।
  20. ଟୋକିଓ ଅଲମ୍ପିକ୍ସ ଟିକେଟ୍‌ ପାଇଲେ ପ୍ରଥମ ଭାରତୀୟ ମହିଳା ସନ୍ତରଣକାରୀ, ଆହତ ସତ୍ତ୍ବେ ହାର ମାନିନଥିଲେ ମାନା ପଟେଲ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.