• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶରେ ନୂଆ ଆଇଟି ଆଇନ କାର୍ଯ୍ୟକାରୀ ହେବା ପରେ ସୋସିଆଲ ମିଡିଆ କମ୍ପାନି ଗୁଡ଼ିକ ସେମାନଙ୍କ ପ୍ଲାଟଫର୍ମରୁ ବିବାଦୀୟ ପୋଷ୍ଟିଂ ହଟାଇବା ସଂପର୍କିତ ପ୍ରଥମ ରିପୋର୍ଟ ଜାରି କରିଛନ୍ତି। ମେ ୧୫ ତାରିଖରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ମାସକର ରିପୋର୍ଟ ଏଥିରେ ପ୍ରକାଶ କରାଯାଇଛି.
  2. ଭାରତରେ ଶୀଘ୍ର ଅନ୍ତରୀଣ ଅଭିଯୋଗ ସମାଧାନ ଅଧିକାରୀ ନିଯୁକ୍ତ ହେବେ। ଟ୍ବିଟର ଇଣ୍ଡିଆ ପକ୍ଷରୁ ଦିଲ୍ଲୀ ହାଇକୋର୍ଟକୁ ଆଜି ଏହି ସୂଚନା ଦିଆଯାଇଛି। 
  3. ନକଲି କଲ୍‌ ସେଣ୍ଟର ଖୋଲି ବିଦେଶୀ ନାଗରିକଙ୍କୁ ଠକୁଥିବା ୧୯ ଜଣଙ୍କୁ ପୁଲିସ ଗିରଫ କରିଛି।
  4. କେନ୍ଦ୍ରୀୟ ପରୋକ୍ଷ ‌କର ବୋର୍ଡ (ସିବିଆଇସି)ରେ ନିଯୁକ୍ତ ବରିଷ୍ଠ ଅଧିକାରୀମାନଙ୍କ କାର୍ଯ୍ୟକାଳ ଅବସର ପରେ ବୃଦ୍ଧି କରାଯାଉଥିବାରୁ ଏଥିରେ ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌) ଅଫିସର ସଂଘ ଉତ୍‌କ୍ଷିପ୍ତ ହୋଇଛି।
  5. ଡେଲ୍‌ଟା ପ୍ରଜାତି ଏବେ ସାରା ବିଶ୍ବର ଭୟ ବଢ଼ାଇଛି। ପ୍ରାୟ ୧୦୦ ରାଷ୍ଟ୍ରରେ ଏହି ସଂକ୍ରାମକ ପ୍ରଜାତି ଚିହ୍ନଟ ହୋଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ମୁଖ୍ୟ ଟେଡ୍ରସ ଆଦନମ୍‌ ଏହା ମହାମାରୀର ଅତି ଖରାପ ସମୟ ବୋଲି କହିଛନ୍ତି।
  6. ତୀରଥ ସିଂହ ରାୱତ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆଜି ବସିଥିବା ବିଜେପିର ବିଧାୟକ ଦଳ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇଛି | ବିଜେପି ବିଧାୟକ ପୁଷ୍କର ସିଂହ ଧାମୀ ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡିଛି |
  7.  ରଥଯାତ୍ରା ପୂର୍ବରୁ ପୁରୀରେ ଲାଗୁ ହେବ କର୍ଫ୍ୟୁ।  ଆସନ୍ତା ୧୧ ତାରିଖରୁ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ ଜାରି ହେବ।
  8. ଗତବର୍ଷ ଭଳି ଏଥର ମଧ୍ୟ କେବଳ ସେବାୟତମାନେ ହିଁ ଟାଣିବେ ରଥ। ସେବାୟତଙ୍କୁ ବୋବାଇଲ ଓ କ୍ୟାମେରା ମନା । ସେପଟେ ବଡ଼ଦାଣ୍ଡର ଉଭୟ ପାଖ ଛାତ ଉପରୁ ରଥଯାତ୍ରା ଦେଖିବା ହେଲା ମନା, ଘର ଭିତରେ ରହିବେ ଶ୍ରଦ୍ଧାଳୁ । ଲାଗୁ ହେବ ୧୧୪ ଧାରା ।।
  9. ଜୁଲାଇ ୧୯ରୁ ବସିବ ସଂସଦର ମୌସୁମୀ ଅଧିବେଶନ, ଡବଲ ଡୋଜ୍ ଟିକା ବାଧ୍ୟତାମୂଳକ ।
  10. ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କ ଠାରୁ ଅଲଗା ହେଲେ ଅଭିନେତା ଆମିର ଖାନ । ଦୀର୍ଘ ୧୫ ବର୍ଷର ସମ୍ପର୍କକୁ ଆପୋଷ ବୁଝାମଣାରେ କଲେ ଶେଷ ।
  11. ଭୂମଧ୍ୟସାଗର ଅତିକ୍ରମ କରି ଲିବ୍ୟାରୁ ଇଟାଲୀ ଯାଉଥିବା ବେଳେ ଟ୍ୟୁନିସିଆ ନିକଟରେ ବୋଟ୍ ବୁଡି ଯିବାରୁ ଅତି କମରେ ୪୩ ଜଣ ବୁଡି ଯାଇଛନ୍ତି। ଏହି ଘଟଣାରେ ୮୪ ଜଣଙ୍କୁ ଉଦ୍ଧାର କରାଯାଇଛି। ଟ୍ୟୁନିସିଆ ରେଡ୍ କ୍ରିସେଣ୍ଟ ଶନିବାର ରିଅଟର୍ସକୁ ଏହାର ସୂଚନା ଦେଇଛନ୍ତି।
  12. ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଜ୍ୟ ତଥା ଦେଶର ତାରକା ତୀରନ୍ଦାଜ ଖେଳାଳି ଦୀପିକା କୁମାରୀଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି। ଦୀପିକା ଗତ ମାସରେ ପ୍ୟାରିସରେ ଆୟୋଜିତ ବିଶ୍ଵ କପ୍‌ର ତୃତୀୟ ପର୍ଯ୍ୟାୟରେ ତିନୋଟି ସ୍ଵର୍ଣ୍ଣ ଜିତିଥିଲେ।
  13. ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି।
  14. ଚଳିତ କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଗତଥରର ଚମ୍ପିଆନ ତଥା ଆୟୋଜକ ବ୍ରାଜିଲ ଓ ପେରୁ ମଧ୍ୟରେ ମୁକାବିଲା ହେବ।
  15. ଟୋକିଓ ଅଲିମ୍ପିକ୍‌ସ ଚଳିତ ଜୁଲାଇ ୨୪ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିରେ ଭାରତରୁ ୧୮ଟି ଇଭେଣ୍ଟରେ ୧୧୫ ଜଣ ଆଥ୍‌ଲେଟ୍‌ ଅଂଶଗ୍ରହଣ କରିବେ। ଜୁଲାଇ ୧୪ରେ ଭାରତୀୟ ପ୍ରତିଯୋଗୀଙ୍କ ପ୍ରଥମ ଦଳ ଟୋକିଓ ଗସ୍ତକରିବ ବୋଲି ଭାରତୀୟ ଅଲିମ୍ପିକ୍‌ସ ମହାସଂଘ ସମ୍ପାଦକ ରାଜୀବ ମେହେଟ୍ଟା କହିଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.