• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1.  ମଙ୍ଗଳବାର ଠାରୁ ସବୁ କର୍ମଚାରୀ କାର୍ୟ୍ୟରେ ଯୋଗଦେବା ପାଇଁ ବିଶ୍ୱବିଦ୍ୟାଳୟ କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । କରୋନା କଟକଣା ମାନି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖି କାମ କରିବେ କର୍ମଚାରୀ ।
  2. ୨୦୧୫ରୁ ଆଇଟି ଆକ୍ଟ ୬୬Aକୁ ରଦ୍ଦ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ହେଲେ ଏହାପରେ ବି ୬୬Aଆକ୍ଟ ଆଧାରରେ ସାରାଦେଶରେ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି । ମୁଖ୍ୟତଃ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ନେଇ ୟୁଜର୍ସଙ୍କ ବିରୋଧରେ ଏହି ଆକ୍ଟ ଆଧାରରେ ମାମଲା ରୁଜୁ ହେଉଛି । ଏହାକୁ ନେଇ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଜଷ୍ଟିସ ଆର ଏଫ୍ ନରିମନ, କେଏମ୍ ଜୋସେଫ୍ ଏବଂ ବିଆର ଗଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି ତୁରନ୍ତ ଜବାବ ରଖିବାକୁ କହିଛନ୍ତି ।
  3.  ସିବିଏସଇ । ଦଶମ ଓ ଦ୍ବାଦଶ ଶ୍ରେଣୀ ଲାଗି ଚାଲିବ ସଂକ୍ଷିପ୍ତ ସିଲାବସ । 2021 ବ୍ୟାଚ ଲାଗି ଦୁଇଟି ଟର୍ମ ହେବ । ପ୍ରତି ଟର୍ମରେ ୫୦ ପ୍ରତିଶତ ସିଲାବସ ରହିବ । ନଭେମ୍ବର ଓ ଡିସେମ୍ବର ୨୦୨୧ ମଧ୍ୟରେ ଟର୍ମ ୧ ପରୀକ୍ଷା ହେବ । ମାର୍ଚ୍ଚ ଓ ଏପ୍ରିଲ ୨୦୨୨ ମଧ୍ୟରେ ଟର୍ମ ୨ ପରୀକ୍ଷା ହେବ । ତେବେ ପରିସ୍ଥିତିକୁ ବିଚାରକୁ ନେଇ ବିଭିନ୍ନ ଆକଳନ ଓ ପରୀକ୍ଷା କରାଯିବ । 
  4. ସୋମବାର ଗୋଟିଏ ଦିନରେ ରାଜ୍ୟରେ ୪ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ରାଜ୍ୟର ୧୬୯୬ଟି କେନ୍ଦ୍ରରେ ଟିକାଦାନ କରାଯାଇଛି। ଏହାଫଳରେ ଓଡ଼ିଶାରେ ଇତିମଧ୍ୟରେ ମୋଟ ଟିକାକରଣ ୧କୋଟି ୨୫ଲକ୍ଷ ୭୭ହଜାର ୮୮୨ରେ ପହଞ୍ଚିଛି।
  5. ବ୍ରିଟେନରେ କରୋନା କଟକଣାକୁ ପୂରା ଉଠାଇ ଦିଆଯିବ । ଏଣିକି ଲୋକ ବିନା ମାସ୍କ ଓ ସାମାଜିକ ଦୂରତା ବିନା ବୁଲି ପାରିବେ । ଟିକାକରଣ ସହ କରୋନାର ବଢ଼ୁଥିବା ମାମଲା ମଧ୍ୟରେ ବ୍ରିଟେନ୍ ମାସ୍କ ମୁକ୍ତ ଦେଶ ହେବାକୁ ଯାଉଛି । ବ୍ରିଟିଶ୍ ସରକାର ଏହି ଦିନକୁ ସ୍ୱାଧୀନତାର ଦିନ ଭାବେ ପାଳନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍ ।
  6. ଆଜିଠୁ ରାଜ୍ୟରେ ଗଡ଼ିବ ସରକାରୀ ବସ୍ । ୪୩ଟି ରୁଟରେ ଚାଲିବ ଓଏସଆରଟିସି ବସ୍ । ଏଥିପାଇଁ ରାଜ୍ୟ ସଡ଼କ ପରିବହନ ନିଗମ ତରଫରୁ ନିଷ୍ପତ୍ତି ।
  7. ଶ୍ରୀମନ୍ଦିର ପରି ଝଟକିବ କୋଣାର୍କ ସୂର୍ଯ୍ୟ ମନ୍ଦିର । ଶ୍ରୀମନ୍ଦିର ଚତୁଃର୍ପାଶ୍ୱ 75ମିଟର ସୌନ୍ଦର୍ଯ୍ୟ କରଣ ଭଳି କୋଣାର୍କରେ ମଧ୍ୟ ସୌନ୍ଦର୍ଯ୍ୟକରଣ ଓ ଉନ୍ନତିମୂଳକ କାର୍ଯ୍ୟ କରାଯିବ | 
  8.  ଟିଏମସିରେ ଯୋଗଦେଲେ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ।
  9. ସାମାଜିକ କର୍ମୀ ଫାଦର ସ୍ତାନ ସ୍ବାମୀଙ୍କ ପରଲୋକ ଘଟିଛି । ୮୪ ବର୍ଷ ବୟସ୍କ ସ୍ତାନ ବହୁଚର୍ଚ୍ଚିତ ଏଲଗାର ପରିଷଦ ମାମଲାରେ ଗିରଫ ହୋଇଥିଲେ । ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କ ପରଲୋକ ଘଟିଛି । ଗତ ବର୍ଷ ଅକ୍ଟୋବରରୁ ଜେଲରେ ଥିବା ସ୍ତାନ ଶେଷ ପର୍ଯ୍ୟନ୍ତ ମୁକୁଳିବା ଲାଗି ଆଇନଗତ ଲଢେଇ ଜାରି ରଖିଥିଲେ । ସେ ଜଣେ ମାଓବାଦୀ ଓ ଦେଶରେ ଅସ୍ଥିରତା ସୃଷ୍ଟି କରିବା ଲାଗି ସେ ଉଦ୍ୟମ କରିଥିଲେ ବୋଲି ହୋଇଥିବା ଅଭିଯୋଗ କ୍ରମେ ସେ ଗିରଫ ହୋଇଥିଲେ
  10.  PM ଆବାସ ଯୋଜନା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୋନି ପ୍ରଭାବିତ ୧୪ ଜିଲ୍ଲା ଛାଡ଼ି ଅନ୍ୟ ଜିଲ୍ଲା ପାଇଁ ଚିଠି ଲେଖିଛନ୍ତି ସିଏ । ଏହି ୧୬ ଜିଲ୍ଲାରେ ଆବାସ୍‌ ପ୍ଲସ୍‌ ଆପ୍‌ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ କରିଛନ୍ତି ଅନୁରୋଧ ।
  11. ଅଗଷ୍ଟରେ ଆସିବ ନୂଆ ପ୍ରଜାତିର ଭୂତାଣୁ ; ବୈଜ୍ଞାନିକଙ୍କ ଆକଳନ : ଅକ୍ଟୋବର-ନଭେମ୍ବରରେ ଶିଖର ଛୁଇଁବ ତୃତୀୟ ଲହର। ତୃତୀୟ ଲହର ଆସୁ ନ ଆସୁ ଆମେ ପ୍ରସ୍ତୁତ: ସ୍ବାସ୍ଥ୍ୟ ନିର୍ଦେଶକ।
  12. ଆବାସ ଯୋଜନା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି। ଫନି କ୍ଷତିଗ୍ରସ୍ତଙ୍କୁ ୮.୧୭ଲକ୍ଷ ଘର ମଞ୍ଜୁର ପାଇଁ ଧନ୍ୟବାଦ। ଅଣପ୍ରଭାବିତ ୧୬ ଜିଲା ପାଇଁ ୱିଣ୍ଡୋ ଖୋଲି ନ ଥିବାରୁ ସମସ୍ୟା। ବାକି ଜିଲାର ହିତାଧିକାରୀଙ୍କୁ ଘର ମିଳୁ-ମୁଖ୍ୟମନ୍ତ୍ରୀ
  13. ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଲାଗି ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଏବଂ ଅର୍ଜୁନ ପୁରସ୍କାର ଲାଗି ଭାରତୀୟ ମହିଳା ହକି ଦଳର ଉପଅଧିନାୟିକା ଦୀପ୍‌ ଗ୍ରେସ୍‌ ଏକ୍କାଙ୍କ ନାମ ସୁପାରିସ କରାଯାଇଛି।
  14. ଜୁଲାଇ ୨୩ରେ ଏହି ଅଲିମ୍ପିକ୍‌ସର ଉଦ୍‌ଘାଟନୀ ଉତ୍ସବ ଆୟୋଜନ ହେବ। ଏଥିରେ ଭାରତୀୟ ଜାତୀୟ ପତାକା ବହନ କରିବେ ୬ ଥର ବିଶ୍ବ ଚମ୍ପିଆନ୍ ମହିଳା ମୁଷ୍ଟିଯୋଦ୍ଧା ଏମ୍‌.ସି. ମ୍ୟାରୀ କମ୍ ଓ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ। ସୋମବାର ଭାରତୀୟ ଅଲିମ୍ପିକ୍‌ ମହାସଂଘ (ଆଇଓଏ) ଏହା ଘୋଷଣା କରିଛି। 
  15. ରାଜ୍ୟରେ ୧୩୦ ଜଣ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ । ଏବେ ସୁଦ୍ଧା ୨୦ ଜୀବନ ନେଲାଣି ବ୍ଲାକ ଫଙ୍ଗସ୍ ।
  16. ଗୋବି ମରୁଭୂମିରେ ୧୦୦ରୁ ଅଧିକ ମିସାଇଲ୍ ରଖିବା ପାଇଁ ବିରାଟକାୟ ଭଣ୍ଡାରଘର ନିର୍ମାଣ କରୁଛି ଚୀନ ।
  17. ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମ୍ପ୍ରସାରିତ ଚତୁର୍ଥ ପର୍ଯ୍ୟାୟକୁ ସଠିକ୍ ଢଙ୍ଗରେ କାର୍ଯ୍ୟକାରୀ କରିବା ଲାଗି ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ର ଓଡ଼ିଶା ଶାଖା ପକ୍ଷରୁ ଆବଶ୍ୟକ ସମ୍ବଳ ପ୍ରସ୍ତୁତ କରାଯାଉଛି। ଏହି ଯୋଜନା ଦ୍ବାରା ସାରା ଦେଶରେ ୮୦ କୋଟି ଲୋକ ଉପକୃତ ହେବାକୁ ଥିବା ବେଳେ ଏଥିରେ ଓଡ଼ିଶାର ୩.୨୪ କୋଟି ହିତାଧିକାରୀ ରହିଛନ୍ତି।
  18. ଡେଲ୍‌ଟା ପ୍ଲସ୍‌ ଯୋଗୁଁ ତୃତୀୟ ଲହର ଖୁବ୍‌ ଶୀଘ୍ର ଆସିଯିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ତେବେ ଏସ୍‌ବିଆଇ ଗ‌ବେଷଣା ରିପୋର୍ଟ କହୁଛି ଆସନ୍ତା ମାସ ତଥା ଅଗଷ୍ଟରେ ତୃତୀୟ ଲହର ଆସିପା‌ରେ ଏବଂ ସେପ୍ଟେମ୍ବରରେ ଏହା ଶୀର୍ଷ ଛୁଇଁପା‌ରେ।
  19. ସୋମବାର ଦିନ ପ୍ରଥମ ଥର ଲାଗି କରୋନାରେ ୫୨ଜଣଙ୍କର ମୃତ୍ୟୁ ହେବା ନେଇ ଘୋଷଣା କରାଯାଇଛି। ପ୍ରଥମ ଓ ଦ୍ବିତୀୟ ଲହରରେ ଏହା ସର୍ବାଧିକ ଦୈନିକ ମୃତ୍ୟୁ ଭାବେ ରାଜ୍ୟ ଏକ ଅଲୋଡ଼ା ରେକର୍ଡ କରିଛି। ଏହାସହିତ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୪୨୪୮ରେ ପହଞ୍ଚିଛି।
  20.  ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଜାରି ରହିବ। ଆସନ୍ତା ୭, ୮ ଓ ୯ ତାରିଖ ଦିନ ରାଜ୍ୟରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, କଟକ, ଖୋର୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ବର୍ଷା ହୋଇପାରେ।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.