• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ହିନ୍ଦୀ ସିନେମାର ଭେଟରାନ୍ କଳାକାର ଦିଲୀପ କୁମାର ଆଉନାହାଁନ୍ତି । ବୁଧବାର ୯୮ ବର୍ଷ ବୟସରେ ଆଖି ବୁଜିଛନ୍ତି ଦିଲୀପ କୁମାର । 
  2. ବହୁପ୍ରତୀକ୍ଷିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ ବୋଲି ସୂଚନା ମିଳିଛି। ମନ୍ତ୍ରିମଣ୍ଡଳରୁ କିଛି ମନ୍ତ୍ରୀଙ୍କୁ ବାଦ୍ ଦିଆଯିବ ଏବଂ ୨୦ରୁ ଅଧିକ ମନ୍ତ୍ରୀଙ୍କୁ ସାମିଲ କରାଯାଇପାରେ। ଆସନ୍ତାକାଲି ବୁଧବାର ସନ୍ଧ୍ୟା ୬ଟାରେ ନୂଆ ମନ୍ତ୍ରୀଙ୍କ ପାଇଁ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ବିଭିନ୍ନ ସୂତ୍ରରୁ ମିଳିଥିବା ଖବରରୁ ଜଣାପଡ଼ିଛି।
  3. ଦେଶର ୮ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳଙ୍କୁ ନିଯୁକ୍ତି ; ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ନୂତନ ରାଜ୍ୟପାଳମାନଙ୍କୁ ନିଯୁକ୍ତି
  4. ବିପିୟୁଟି ଏମ୍‌ସିଏ ଏବଂ ବି.ଟେକ ପରୀକ୍ଷାଫଳ ପ୍ରକାଶ। ଏମ୍‌ସିଏର ଷଷ୍ଠ ଏବଂ ବି.ଟେକ୍‌ର ଅଷ୍ଟମ ସେମିଷ୍ଟର ପରୀକ୍ଷାଫଳ ପ୍ରକାଶ। ବିପିୟୁଟି ୱେବସାଇଟରୁ ପରୀକ୍ଷାଫଳ ଦେଖିପାରିବେ ଛାତ୍ରଛାତ୍ରୀ
  5. ଟ୍ୱିଟର ମାନିଲା- ପାଳନ କରିନି ନୂତନ ଆଇଟି ନିୟମ, କୋର୍ଟ କହିଲେ- ଆକ୍ସନ୍ ନିଅନ୍ତୁ ସରକାର
  6. ଶିଳ୍ପାୟନ କ୍ଷେତ୍ରରେ ଆଉ ପାଦେ ଆଗେଇଲେ ରାଜ୍ୟସରକାର । ରାଜ୍ୟରେ ପ୍ରତିଷ୍ଠା ହେବେ ଆଉ ୫ଟି ବଡ଼ ଶିଳ୍ପ  । ୨୬,୯୫୯ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ; ନିବେଶ ହେବ ୧୪୬୧୭୨ କୋଟି ।
  7. ମୋଦୀଙ୍କ ଦ୍ୱିତୀୟ ପାଳିର ପ୍ରଥମ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଆଜି ସନ୍ଧ୍ୟା ୬ଟାରେ ନିଆଯିବ ନିଷ୍ପତ୍ତି ।
  8. ଜୁଲାଇ ୨୦ରୁ ହେବ ଜେଇଇ ମେନ ସେସନ-୩ ଆଉ ଜୁଲାଇ ୨୭ରୁ ସେସନ-୪ ର ହେବ ପରୀକ୍ଷା, ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସୂଚନା । ଜୁଲାଇ ୨୦ରୁ ହେବ ଜେଇଇ ମେନ ସେସନ-୩ ଆଉ ଜୁଲାଇ ୨୭ରୁ ସେସନ-୪ ର ହେବ ପରୀକ୍ଷା, ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସୂଚନା ।
  9. ବିପିୟୁଟି ଏମ୍‌ସିଏ ଏବଂ ବି.ଟେକ ପରୀକ୍ଷାଫଳ ପ୍ରକାଶ ପାଇଲା, ୱେବସାଇଟରୁ ପରୀକ୍ଷାଫଳ ଦେଖିପାରିବେ ଛାତ୍ରଛାତ୍ରୀ ।
  10. ଓଡ଼ିଶାରେ କୋଭିସିଲ୍ଡ ଟିକା ଅଭାବ, ଅତିରିକ୍ତ ୧୫ ଲକ୍ଷ ମାତ୍ରା ପଠାଇବାକୁ କେନ୍ଦ୍ରକୁ ଅନୁରୋଧ କଲେ ରାଜ୍ୟ ସରକାର ।
  11. ପୁରୀ ବ୍ୟତୀତ ଓଡ଼ିଶାର ଅନ୍ୟତ୍ର ରଥଯାତ୍ରାକୁ ମନାକଲେ ସୁପ୍ରିମକୋର୍ଟ ; କେନ୍ଦ୍ରାପଡା, ଭଟଲି, ନୀଳଗିରି ଓ ବାରିପଦାରେ ରଥଯାତ୍ରା ପାଇଁ କରାଯାଇଥିଲା ଏକାଧିକ ଆବେଦନ ।
  12. ରଥଯାତ୍ରାରେ ଛେରାପହଁରା କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସୂଚନା।
  13. ନବୀନ ନିବାସରେ ଉନ୍ମୋଚିତ ହେଲା ଦୁଇଟି ପୁସ୍ତକ । 'ଆଜିର ଦିନଟି ମୋର’ ଏବଂ ‘ ଉର୍ବଶୀର ଗାଁ’ ଉନ୍ମୋଚନ କରିଲେ ମୁଖ୍ୟମନ୍ତ୍ରୀ ନବୀନ ।
  14. ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଗ୍ନିକାଣ୍ଡ । ସଂସ୍କୃତ ବିଭାଗ କୋଠାରେ ନିଆଁ ଲାଗି କାଗଜପତ୍ର ନଷ୍ଟ । ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ ।
  15. ରାଜ୍ୟରେ ବନ୍ଦ ହେବ କୋଭିଡ୍‌ କେୟାର୍‌ ସେଣ୍ଟର, ଚିଠି ଲେଖିଲେ ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।
  16. ଏଣିକି ରାତି ୩ଟା ଯାଏଁ ଖୋଲା ରହିବ ବାର୍‌, ନୂଆ ଅବକାରୀ ନୀତି ଘୋଷଣା କଲେ ଦିଲ୍ଲୀ ସରକାର ।
  17. ଖୁବଶୀଘ୍ର ଏକାଠି ହେବେ ମୋଦୀ-ବିଡେନ । ଅଷ୍ଟ୍ରେଲିଆ ଓ ଜାପାନକୁ ନେଇ ଅନୁଷ୍ଠିତ ହେବାକୁ ଥିବା ଚତୁରାଷ୍ଟ୍ରୀୟ ସମ୍ମିଳନୀ(କ୍ୱାଡ)ରେ ହେବେ ଏକାଠି । 
  18. ICC ମହିଳା ODI ମାନ୍ୟତା: ୨୨ ବର୍ଷର କ୍ରିକେଟ୍‌ କ୍ୟାରିୟର୍‌ରେ ଅଷ୍ଟମ ଥର ପାଇଁ ନମ୍ୱର ୧ ହେଲେ ମିତାଲି ରାଜ୍‌ ।
  19. କଟକରେ ଆହୁରି ଚମକିବ ତାରକସି ସାମଗ୍ରୀ । ଖୁବଶୀଘ୍ର ମିଳିପାରେ ଜିଆଇ ଟ୍ୟାଗ୍ । ବିଶ୍ବ ବଜାରରେ ବଢିବ ଚାହିଦା ।
  20.  ବିଜୁ ପଟ୍ଟନାୟକ ବିମାନ ବନ୍ଦରର ନୂତନ ନିର୍ଦ୍ଦେଶକ ଭାବେ ଯୋଗ ଦେଇଛନ୍ତି ପ୍ରଭାତ ରଂଜନ ବେଉରିଆ । ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.