• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଡ୍ରଗ୍ସ ମୁକ୍ତ ଆସାମକୁ ସୁନିଶ୍ଚିତ କରିବା ପାଇଁ ଆସାମ ପୁଲିସ ଦ୍ୱାରା ଡ୍ରଗ୍ସ ଚୋରା ଚାଲାଣ ଉପରେ ବ୍ୟାପକ କଟକଣା ଜାରି କରାଯାଇଛି। ଆସାମ  ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଉପସ୍ଥିତିରେ ଦୁଇ କୋଟି ଟଙ୍କାର ଡ୍ରଗ୍ସ ମଧ୍ୟରେ ୧.୦୨୫ କିଲୋଗ୍ରାମ ହେରୋଇନ୍ , ୧୨୦୦ କିଲୋଗ୍ରାମ ଗଂଜେଇ , ୩ କିଲୋଗ୍ରାମର ଅଫିମ ପୋଡି ଦିଆଯାଇଛି।
  2. ଆସନ୍ତା ୨୧ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।
  3. ଶନିବାର ଦିନ ଆଗ୍ରାସ୍ଥିତ ମନପୁରମ ଗୋଲ୍ଡ ଲୋନ କମ୍ପାନୀରେ ଏକ ବଡ ଧରଣର ଡକାୟତି ହୋଇଛି | ଲୁଟେରାମାନେ ୧୭ କିଲୋଗ୍ରାମ ସୁନା ଏବଂ ନଗଦ ୫ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯିବା ଘଟଣା ସାରା ସହରରେ ଆଲୋଡ଼ନ ସୃଷ୍ଟି କରିଛି।
  4. ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ‘ମୁଖ୍ୟମନ୍ତ୍ରୀ କିଷାନ ମିତ୍ର ଏନର୍ଜୀ ଯୋଜନା’ର ଶୁଭାରମ୍ଭ କରିଛନ୍ତି । ରାଜ୍ୟରେ ଥିବା ୧୫ ଲକ୍ଷ କୃଷକ ପରିବାରକୁ ପ୍ରତି ମାସର ବିଜୁଳି ବିଲ ଉପରେ ରାଜ୍ୟ ସରକାର ୧ ହଜାର ଟଙ୍କା ଛାଡ କରିବେ । ଏହି ରିହାତି ଅର୍ଥ ସିଧାସଳଖ ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ଆସିବ । ଏହାସହ ଚଳିତ ବର୍ଷ ମେ’ ମାସର ବିଜୁଳି ବିଲଠାରୁ ଏହି ଯୋଜନା ଲାଗୁ ହେବ ।
  5. ଭାରତୀୟ ନୌସେନାରେ ସାମିଲ ହୋଇଛି ୨ଟି ଆମେରିକା ନିର୍ମିତ ଏମଏଚ ୬୦-ଆର ରୋମିଓ ମଲଟିରୋଲ ହେଲିକପ୍ଟର । ଶୁକ୍ରବାର ନର୍ଦନ ଆଇଲାଣ୍ଡସ୍ଥିତ ଆମେରିକା ନୌସେନା ଘାଟିରେ ଅନୁଷ୍ଠିତ ଏକ ସମାରୋହରେ ଏହି ଦୁଇଟି ହେଲିକପ୍ଟରକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି ।
  6. ୨୦୧୮ ମସିହାରେ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମୃତ୍ୟୁ ମାମଲା ଏବେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ଅଡୁଆ ବଢାଇଛି । ଆଜି ପୁଣିଥରେ ପଶ୍ଚିମବଙ୍ଗ ସିଆଇଡି ପକ୍ଷରୁ ରାଜ୍ୟ ବିଧାନସଭାର ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବାସଭବନରେ ଚଢାଉ କରାଯାଇଛି।
  7. ପ୍ରାୟ ଦୁଇ ଦଶନ୍ଧି ପରେ ପ୍ରଥମ ଥର ପାଇଁ ଆମେରିକାର ଟେକ୍ସାସରେ ଜଣେ ବ୍ୟକ୍ତି 'ମଙ୍କିପକ୍ସ' ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି | ଏହି ଭୂତାଣୁ ଏତେ ପ୍ରଭାବୀ ହୋଇନଥିଲେ ମଧ୍ୟ ଏହା ଜଣଙ୍କଠାରୁ ଆଉ ଜଣଙ୍କୁ ବ୍ୟାପିବାର ଆଶଙ୍କା ରହିଛି |
  8. ମହାମାରୀ କରୋନା ଭାଇରସ୍ (କୋଭିଡ୍-୧୯) ହେତୁ ବନ୍ଦ ଥିବା କେରଳର ସାବରିମାଲା ମନ୍ଦିର ପରେ ଭକ୍ତମାନଙ୍କ ପାଇଁ ଶନିବାର (ଜୁଲାଇ ୧୭)ରେ ଖୋଲା ଯାଇଛି। ଶ୍ରଦ୍ଧାଳୁମାନଙ୍କ ପାଇଁ ଜୁଲାଇ ୨୧ ତାରିଖ ପର୍ଯ୍ୟନ୍ତ ସାବରିମାଲା ମନ୍ଦିର ଖୋଲା ରହିବ ବୋଲି ସୂଚନା ରହିଛି।
  9. ମୁକେଶ ଅମ୍ବାନିଙ୍କ କଂପାନି ରିଲାଏନ୍ସ ରିଟେଲ୍‌ ପକ୍ଷରୁ ଜଷ୍ଟ୍‌ ଡାଏଲ୍‌ର ସିଂହ ଭାଗ ଅଂଶଧନକୁ ୩୪୯୭ କୋଟି ଟଙ୍କାରେ କିଣାଯାଇଛି। ଜଷ୍ଟ୍‌ ଡାଏଲ୍‌ର ୪୦.୯୫% ଅଂଶଧନକୁ ଏହା ହାସଲ କରିଛି।
  10.  କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ତରଫରୁ ଆଜି ୭୫ ହଜାର କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ରାଶି ଜାରି କରାଯାଇଛି। ସେଥିରୁ ଓଡ଼ିଶାକୁ ୩୦୩୩.୧୦ କୋଟି ଟଙ୍କା ମିଳିଛି। ପାଞ୍ଚ ବର୍ଷିଆ ଅବଧି ପାଇଁ ୨୭୭୦.୨୩ କୋଟି ଟଙ୍କା ଓ ଦୁଇ ବର୍ଷିଆ ଅବଧି ଲାଗି ୨୬୨.୮୭ କୋଟି ଟଙ୍କା ମିଳିଛି।
  11.  ଜନସଂଖ୍ୟା ହ୍ରାସକୁ ନେଇ ଗଭୀର ଭାବେ ଚିନ୍ତିତ ଥିବା ଟେସ୍‌ଲାର ମୁଖ୍ୟ ଏଲନ୍ ମସ୍କ କହିଛନ୍ତି ଯେ ତାଙ୍କ ପରବର୍ତ୍ତୀ ସନ୍ତାନ ଝିଅଟିଏ ହେଉ ବୋଲି ସେ ଚାହୁଛନ୍ତି। ମସ୍କଙ୍କର ସାତଟି ସନ୍ତାନ ଅଛନ୍ତି। ଗତବର୍ଷ ତାଙ୍କ ପୁଅ ଏକ୍ସ ଜନ୍ମ ହୋଇଥିଲା
  12. ବିରାଟ କୋହଲି ଏବଂ ରବି ଶାସ୍ତ୍ରୀଙ୍କ ‘ବିଶେଷ ଖେଳାଳି’ଙ୍କୁ ଶ୍ରୀଲଙ୍କା ସିରିଜ୍‌ରେ ମିଳିବ ସୁଯୋଗ: ଧଓ୍ବନ ।
  13.  ଅଲମ୍ପିକ୍ସରେ ଭାଗ ନେବା ପାଇଁ ଆଜି ରାତିରେ ଟୋକିଓ ଗସ୍ତ କରିବେ ୫୪ଜଣ ଭାରତୀୟ କ୍ରୀଡାବିତ ।
  14. ସିଇଟି ମହାବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟ କରାଯାଇଥିବାରୁ ଯୁବ ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ।
  15. ଆସନ୍ତା ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଗାଇଡଲାଇନ ଜାରି କରିବା ସହ ୟୁଜିସି ଅପଡେଟ୍‌ ଏକାଡେମିକ କ୍ୟାଲେଣ୍ଡର ପ୍ରକାଶ କରିଛି ।
  16. ରାଜ୍ୟର ଗ୍ରାମାଂଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ  ପ୍ରାୟ ୧୪୫୦କୋଟି ଟଙ୍କାର ୩ଟି ବୃହତ୍ ପାନୀୟ ଜଳ ପ୍ରକଳ୍ପର ଟେଣ୍ଡର କାର୍ଯ୍ୟ ମୁମ୍ବାଇର ମେସର୍ସ ଜେଏମସି ପ୍ରୋଜେକ୍ଟସ ଇଣ୍ଡିଆ ଲିମିଟେଡକୁ ନ୍ୟସ୍ତ ହୋଇଛି ।
  17. ଅଭଡ଼ା’ ଯୋଜନା ଅନ୍ତର୍ଗତ ପ୍ରକଳ୍ପଗୁଡ଼ିକର ସହଜ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ସଂରକ୍ଷିତ ଖଣିରୁ ବାହାର କରାଯାଇଥିବା ଖଣିଜ ପଦାର୍ଥ(ଖଣ୍ଡାଲାଇଟ୍‌) ନିମନ୍ତେ ରୟାଲିଟି ଛାଡ଼ କରିବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି।
  18. ଓଡିଶାର ପ୍ରଖ୍ୟାତ ପ୍ରତ୍ନତତ୍ବବିତ୍ ବିଜୟ କୁମାର ରଥଙ୍କର କରୋନାରେ ପରଲୋକ ।
  19.  ଜୁଲାଇ ୨୬ରୁ ଦଶମ ଓ ଦ୍ଵାଦଶ ଶ୍ରେଣୀ ପିଲାଙ୍କ କ୍ଲାସରୁମ୍ ପାଠପଢ଼ା ପାଇଁ ସରକାରଙ୍କ ନିଷ୍ପତ୍ତି, ପରିସ୍ଥିତି ଠିକ ରହିଲେ ଅଗଷ୍ଟ ୧୬ରୁ ଖୋଲିବ ନବମ ଶ୍ରେଣୀ । ସ୍କୁଲକୁ ଆସିବା ପିଲାମାନଙ୍କର ଇଚ୍ଛାଧୀନ ରହିବ, ଅଭିଭାବକମାନଙ୍କ ସହ ଆଲୋଚନା କରି ସ୍କୁଲକୁ ଆସିବେ ପିଲା ।
  20. ଓଡ଼ିଶାର ପୂର୍ବତନ କ୍ରିକେଟ ଖେଳାଳି ଶ୍ୟାମାକାନ୍ତ ପଟ୍ଟନାୟକଙ୍କର ୮୪ ବର୍ଷ ବୟସରେ ଆଜି ପରଲୋକ ଘଟିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.