• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ ପରେ କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠୱାଲେ କହିଛନ୍ତି ଯେ ଏନସିପି ଏନଡିଏରେ ଯୋଗଦେବା ଉଚିତ। 
  2. କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୨୦୧୪ ଓ ୨୦୧୯ ମଧ୍ୟରେ ଦେଶଦ୍ରୋହ ଆଇନରେ ମୋଟ୍ ୩୨୬ ମାମଲା ରୁଜୁ କରାଯାଇଛି। ଏଥିରୁ ସବୁଠୁ ଅଧିକ ୫୪ ମାମଲା ଆସାମରେ ରୁଜୁ କରାଯାଇଛି। ଏଥିରେ ୧୪୧ଟି ମାମଲାରେ ଅଭିଯୋଗର୍ଦ୍ଦ ଦାଖଳ କରାଯାଇଥିବା ବେଳେ ଏହି ଛଅ ବର୍ଷର ଅବଧିରେ କେବଳ ୬ ଜଣ ହିଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
  3. ଆଫଗାନିସ୍ତାନ ଆତଙ୍କବାଦୀ ସଂଗଠନ ତାଲିବାନରେ ସାମିଲ ହୋଇଥିବା ପାକିସ୍ତାନ ସେନାକୁ ଆଫଗାନିସ୍ତାନରେ ଥିବା ଭାରତୀୟ ସମ୍ପତ୍ତି ନଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସ ବା (ଆଇଏସ୍‌ଆଇ) ଦେଇଛି।
  4. କୃଷି ଆଇନ ବିରୋଧରେ ଚାଷୀଙ୍କୁ ପାର୍ଲ୍ୟାମେଣ୍ଟ ଆଗରେ ଧାରଣା ଲାଗି ଅନୁମତି ଦେବାକୁ ଦିଲ୍ଲୀ ପୋଲିସ ରବିବାର ମନା କରିଦେଇଛି। ତେବେ ଏହା ପୂର୍ବରୁ ପୋଲିସ ଚାଷୀଙ୍କୁ ବିରୋଧରେ କମ ଲୋକଙ୍କୁ ସାମିଲ କରିବା ଲାଗି ପରାମର୍ଶ ଦେଇଥିଲା। ହେଲେ ସଂୟୁକ୍ତ କୃଷକ ମୋର୍ଚ୍ଚା (ଏସକେଏମ) ପରାମର୍ଶକୁ ଅଗ୍ରାହ୍ୟ କରିଦେଇଛି। ଏଥିରେ କୋଭିଡ-୧୯ ଜନିତ ପରିସ୍ଥିତିରେ ସଙ୍ଗଠନ ବିରୋଧ ଯୋଜନାର ପୁନର୍ବିଚାର କରନ୍ତୁ ବୋଲି ପୋଲିସ ରବିବାର କହିଛି।
  5. ସିଡିସି ରିପୋର୍ଟ ଅନୁଯାୟୀ ଆମେରିକାର ଟେକ୍ସାସ ସହରରେ ଦେଖାଦେଇଛି ‘ମଙ୍କିପକ୍ସ’ ଭାଇରସ ସଂକ୍ରମଣ’ । ତେବେ ଆଶ୍ଚର୍ଯ୍ୟର କଥା ଏହି ମାମଲା ୧୮ ବର୍ଷ ପରେ ଚିହ୍ନଟ ହୋଇଛି । ଏହା ପୂର୍ବରୁ ୨୦୦୩ ମସିହାରେ ଆମେରିକାର କିଛି ସହରରେ ‘ମଙ୍କିପକ୍ସ’ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସିଡିସି କହିବା ମୁତାବକ ‘ମଙ୍କିପକ୍ସ’ ସଂକ୍ରମିତ ହୋଇଥିବା ବ୍ୟକ୍ତି ନିକଟରେ ନାଇଜେରିଆରୁ ଆମେରିକା ଯାଇଥିଲେ । 
  6. ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ଡିଜିପି ସୂଚନା ଦେଇଛନ୍ତି । ୨ ଜଣ ଏରିଆ କମିଟି ମେମ୍ବର ଓ ଜଣେ ସଦସ୍ୟ ଆତ୍ମସମର୍ପଣ କରିଛନ୍ତି । ୨ ଏରିଆ କମିଟିଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁର ପୁରସ୍କାର ରାଶି ରହିଥିଲା । ଆତ୍ମସମର୍ପଣ କରିଥିବା ୩ ମାଓବାଦୀ ଓଡ଼ିଆ ।
  7. କୋଭିଡ୍ ଟେଷ୍ଟରେ ମାଇଲଖୁଣ୍ଟ ସ୍ଥାପନ କରିଛି ଓଡ଼ିଶା । ରାଜ୍ୟରେ ୧.୫ କୋଟିରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରିଛନ୍ତି । 
  8. ସୋମବାର ଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ତା’ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସର୍ବଦଳୀୟ ବୈଠକ ଡାକିଥିଲେ । ଯେଉଁଥିରେ ବିଭିନ୍ନ ଆଇନ୍ ଓ ଦରବୃଦ୍ଧିକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସରକାର ସଂସଦରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ।
  9. କୋଭିଶିଲ୍ଡ ଟିକା ଗ୍ରହଣ କରିଥିବା ଲୋକଙ୍କ ପାଇଁ ଫ୍ରାନ୍ସ ଯାତାୟାତ ଉପରେ କୌଣସି କଟକଣା ନାହିଁ। ଫ୍ରାନ୍ସରେ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପ୍ରବେଶକୁ ରବିବାରଠାରୁ ଅନୁମତି ଦିଆଯାଇଥିବା ନେଇ ଫ୍ରାନ୍ସ ପ୍ରଧାନମନ୍ତ୍ରୀ କହିଛନ୍ତି।
  10. ୮ଟି ରାଜ୍ୟର ୧୪ଟି ଇଞ୍ଜିନିୟରିଂ କଲେଜରେ ନିର୍ଦ୍ଦିଷ୍ଟ ବିଷୟରେ ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ଶିକ୍ଷାଦାନ କରାଯିବା ନେଇ ଏଆଇସିଟିଇ ଅନୁମୋଦନ କରିଥିବାବେଳେ ଏହି ନିଷ୍ପତ୍ତିକୁ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡ଼ୁ ସ୍ୱାଗତ କରିଛନ୍ତି। ଏହାକୁ ଆସନ୍ତା ଶିକ୍ଷାବର୍ଷରୁ କାର୍ଯ୍ୟକାରୀ କରାଯିବା ସହିତ ଓଡ଼ିଆକୁ ମିଶାଇ ମୋଟ୍‍ ୧୧ଟି ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ପଢ଼଼ାଯିବ। ହିନ୍ଦୀ, ମରାଠୀ, ତାମିଲ, ତେଲୁଗୁ, କନ୍ନଡ଼, ଗୁଜରାଟୀ, ମାଲାୟଲମ, ବଙ୍ଗଳା, ଅହମିୟା, ପଞ୍ଜାବୀ ଓ ଓଡ଼ିଆ ଭାଷାରେ ଛାତ୍ରଛାତ୍ରୀ ବି.ଟେକ୍‍ ପଢ଼଼ିବେ।
  11. ଖୋର୍ଦ୍ଧା ରଣପୁର ସିକୋ ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍‌ର ଚଢ଼ାଉ। ଚଢ଼ାଉ ବେଳେ ୧୦ଟି ବନ୍ଧୁକ ଜବତ କରିବା ସହ ୨ଜଣ ଆନ୍ତରାଜ୍ୟ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି କରିଛି ଏସଟିଏଫ ।
  12. ମେ ମାସରେ ଯାତ୍ରୀବାହୀ ଗାଡ଼ି ବିକ୍ରି ୫୯ ପ୍ରତିଶତ ହ୍ରାସ୍ ପାଇଛି । ୨ ଚକିଆ ଯାନ, ଟ୍ରାକ୍ଟର ଓ କମର୍ସିଆଲ୍ ଗାଡ଼ି ଆଦି ବିକ୍ରି ବି ଢେର୍ କମିଛି । ଫେଡେରେସନ୍ ଅଫ୍ ଡିଲର୍ସ ଆସୋସିଏସନ୍ ଅନୁସାରେ, ମେ ମାସରେ ଦେଶବ୍ୟାପୀ ମାତ୍ର ୮୫ ହଜାର ୭୩୩ ପାସେଞ୍ଜର ଗାଡ଼ି ବିକ୍ରି ହୋଇଛି ।
  13. ଜୁଲାଇ ୨୧ରୁ ଭୁବନେଶ୍ବରରେ ଗର୍ଭବତୀଙ୍କୁ ଟିକାକରଣ ଆରମ୍ଭ। ସପ୍ତାହରେ ୨ଦିନ; ବୁଧ ଓ ଶନିବାର ଗର୍ଭବତୀଙ୍କୁ ଟିକାକରଣ।
  14. ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ ପକ୍ଷରୁ ପୁରସ୍କାର ଘୋଷଣା-ଓଡ଼ିଶା ଆଥଲେଟିକ୍ସ ସ୍ବର୍ଣ୍ଣ ଜିତିଲେ ଦେବ ୫ଲକ୍ଷ ଟଙ୍କା। ସେହିପରି ରୋପ୍ୟ ଜିତିଲେ ୩ଲକ୍ଷ ଏବଂ କାଂସ୍ୟ ପଦକ ପାଇଲେ ଲକ୍ଷେ ଟଙ୍କା ଦେବାକୁ ଘୋଷଣା।
  15. କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍‌ସ। ଏଥିପାଇଁ ପ୍ରଥମ ଦଫାରେ ୮୮ ଜଣ ଭାରତୀୟ ଦଳ ଟୋକିଓ ଗସ୍ତ କରିଛନ୍ତି। ପ୍ରଥମ ଦଫାରେ ୫୪ ଜଣ ଖେଳାଳି ଓ ୩୪ ଜଣ ସହଯୋଗୀ ସଦସ୍ୟ ଓ ଅଫିସିଆଲ୍‌ ଟୋକିଓ ଗସ୍ତ କରିଛନ୍ତି। 
  16. କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ନେଇ ଚାଲିଥିବା ବିବାଦର ପୁନଃ ତଦନ୍ତ ପାଇଁ ନିର୍ଦେଶ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)। ଦ୍ବିତୀୟ ପର୍ଯ୍ୟାୟରେ ତଦନ୍ତକାରୀ ଦଳ ଉହାନର ପରୀକ୍ଷାଗାର, ବିଭିନ୍ନ ପ୍ରାଣୀ ଓ ବଜାର ଇତ୍ୟାଦି ଅନୁଧ୍ୟାନ କରିବେ।
  17. ଦେଶରେ ଯେତେବେଳେ କିଛି ବ୍ୟତିକ୍ରମ ଘଟେ ସେତେବେଳେ ସର୍ବୋଚ୍ଚ ନ୍ୟାୟାଳୟ ସାଧାରଣ ଜନତାଙ୍କ ପକ୍ଷରେ ଛିଡ଼ା ହୁଏ। ସମ୍ବିଧାନକୁ ସୁରକ୍ଷା ପ୍ରଦାନ କରେ। ଜନତା ଏହି ଜାଣିଛନ୍ତି। ଧର୍ମ ଯେଉଁଠି ବିଜୟ ସେଇଠି। ସେଥିପାଇଁ ନ୍ୟାୟିକ ବ୍ୟବସ୍ଥା ଉପରେ ଲୋକଙ୍କର ଆସ୍ଥା ରହିଆସିଛି ବୋଲି କହିଛନ୍ତି ପ୍ରଧାନ ବିଚାରପତି ଏନ୍‌.ଭି ରମଣା।
  18.  ‘ସେଣ୍ଟ୍ରାଲ ଭିସ୍ତା’ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବ ଏବଂ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍‌ ପର୍ଯ୍ୟନ୍ତ ରାସ୍ତା ଅଭିନବ ରୂପ ନେଇଥିବ। ଏହି ରାସ୍ତାରେ ପରେଡ୍‌ ଭାରତବାସୀଙ୍କ ପାଇଁ ଉପଭୋଗ୍ୟ ହେବ ବୋଲି କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି।ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ ପୁନର୍ଗଠିତ ତିନି କିଲୋମିଟର ବ୍ୟାପୀ ରାଜପଥରେ ଅନୁଷ୍ଠିତ ହେବ
  19. ପଦ୍ମଶ୍ରୀ ଡକ୍ଟର ଆର.ଏନ୍ ସିଂହ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚପି)ର ନୂଆ ଅଧ୍ୟକ୍ଷ  ହୋଇଛନ୍ତି। ପରିଷଦର ଅଧ୍ୟକ୍ଷ ହେବା ପରେ ଡକ୍ଟର ସିଂହ କହିଛନ୍ତି ଯେ ଲୋକଙ୍କ ସହଯୋଗରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯାଉଛି।
  20. ଆଫଗାନିସ୍ତାନ ରାଷ୍ଟ୍ରପତି କହିଲେ ଭାରତ ହିଁ ବିକାଶର ସଚ୍ଚୋଟ ସହଯୋଗୀ, ତାଲିବାନଙ୍କ ମୁକାବିଲାରେ ଆମେ ସଫଳ ହେଉଛୁ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.