• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆଜି ବାଲେଶ୍ୱର, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ନୟାଗଡ଼ ଓ ସୋନପୁରରେ ଭ୍ୟାକ୍ସିନେସନ ବନ୍ଦ ରହିବ। ରାଜ୍ୟ ସରକାର ରେକର୍ଡ ଟିକାକରଣ କରୁଥିବା ବେଳେ କେନ୍ଦ୍ରର ଟାଳଟୁଳ ନୀତି ପାଇଁ ଟିକାକରଣରେ ବାଧା ସୃଷ୍ଟି ହେଉଛି। 

  2. କେନ୍ଦୁଝରରେ ଇସ୍ପାତ କାରଖାନା ନିଷ୍ପତ୍ତିକୁ ଜିଲ୍ଲାବାସୀଙ୍କ ସ୍ଵାଗତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଜିଲ୍ଲାବାସୀ ।

  3. ଚଳିତ ଆର୍ଥିକବର୍ଷର ପ୍ରଥମ କ୍ୱାର୍ଟରରେ ଖଣି ରାଜସ୍ୱ ସଂଗ୍ରହ ହେଲା ୯ ହଜାର ୨୦୦ କୋଟି ଟଙ୍କା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-T ସଂସ୍କାର ଓ ବିଭାଗୀୟ ଅଧିକାରୀଙ୍କ ନିଷ୍ଠା ଯୋଗୁ ସରକାର ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିପାରିଛନ୍ତି । ୨୦୨୧-୨୨ ଆର୍ଥିକବର୍ଷରେ ଖଣି ରାଜସ୍ୱ ବାବଦରେ ୧୫ ହଜାର କୋଟି ଟଙ୍କା ଆଦାୟ ହେବ ବୋଲି ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି ।

  4. ଜୁଲାଇ ୩୧ ସୁଦ୍ଧା ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଁ ଚେଷ୍ଟା କରାଯାଉଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ।

  5. ମନରେଗା ଶ୍ରମିକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା, ୩୨ ଲକ୍ଷ ଶ୍ରମିକଙ୍କୁ ଦିଆଗଲା ୩୫୨ କୋଟି, ପ୍ରତି ଶ୍ରମଦିବସ ପାଇଁ ନିର୍ମାଣ ଶ୍ରମିକ ପାଇବେ ଅତିରିକ୍ତ ୫୦ ଟଙ୍କା ।

  6. ଆଇଏଏସ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ମାମଲା ଖାରଜ, ସଦିଚ୍ଛାକ୍ରମେ ଟଙ୍କା ଫେରାଇ ଥିବାରୁ ବିଷ୍ଣୁପଦଙ୍କୁ ପ୍ରଶଂସା କଲେ ଲୋକାୟୁକ୍ତ ।

  7. ଆଇପିଏସ ସ୍ତରରେ ଅଦଳବଦଳ: କେନ୍ଦ୍ରୀୟ ଡେପୁଟେସନରୁ ଆସିଥିବା ଆଇଜି ଏସ ଦେବଦତ୍ତ ସିଂହଙ୍କୁ ପୁଲିସ ମୁଖ୍ୟାଳୟରେ ଆଇଜି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଅଖିଳେଶ୍ବର ସିଂହ ହେଲେ ଜଗତସିଂହପୁର ଏସ୍‌ପି ।

  8. ସମାନ ନାଗରିକ ସଂହିତା ପ୍ରଣୟନର ସମୟ ଆସିଛି । ଦେଶରେ ସମାନ ନାଗରିକ ସଂହିତା (ୟୁନିଫର୍ମ ସିଭିଲ୍ କୋଡ୍) ପ୍ରଣୟନ ସପକ୍ଷରେ ମତ ଦେଇଛନ୍ତି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ।

  9. ଶନିବାର ୧୦ତାରିଖ ଦିନ ପୁରୀ ସହରରେ ଲାଗୁ ହେବନାହିଁ ସପ୍ତାହାନ୍ତ କଟକଣା । ଜନସାଧାରଣଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ସ୍ବତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦେଶନାମା ପ୍ରକାଶ ପାଇଛି ।

  10. ବିଭିନ୍ନ କୃଷି ଯୋଜନାର ସଫଳ ରୂପାୟନ ଦିଗରେ ଯାଞ୍ଚ ଓ ତଦାରଖ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଯୁଗ୍ମ ସ୍କ୍ୱାଡ୍‌ ଗଠନ କରାଯାଇଛି ।

  11. ୧୩ରୁ ଆରମ୍ଭ ହେବ ନାହିଁ ଭାରତ-ଶ୍ରୀଲଙ୍କା ସିରିଜ୍ ।

  12. ନିଜ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଫାଇନାଲରେ ପହଞ୍ଚିବା ସହିତ ଇଟାଲୀର ମାଟ୍ଟେଓ ବେରେଟ୍ଟିନି ଇତିହାସ ସୃଷ୍ଟି କରିଛନ୍ତି। 

  13. ଟ୍ରେନିଂ ସରିବ, ଟୀକା ମିଳିବ । ଜୁଲାଇ ୧୫ ସୁଦ୍ଧା ସରିବ ଟୀକା ପାଇଁ ଟ୍ରେନିଂ । ଭ୍ୟାକ୍ସିନ ନେବାକୁ ଧାଡିରେ ଛିଡା ହେବେନି ଗର୍ଭବତୀ ।

  14. ଜାତୀୟସ୍ତରରେ ଲେଖକ-ସାମ୍ବାଦିକଙ୍କ ପ୍ରଥମ ମିଳିତ ମଞ୍ଚ ’ରାଇଟର୍ସ ଆଣ୍ଡ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌(ଡବ୍ଲ୍ୟୁଏଜେଏ, ଇଣ୍ଡିଆ) ଓଡ଼ିଶା ପ୍ରଦେଶର ଅଧ୍ୟକ୍ଷାଭାବେ ବିଶିଷ୍ଟ ଲେଖିକା, ସାମ୍ବାଦିକା, ସମାଜସେବୀ, ଉଦ୍ୟୋଗୀ ତଥା ‘କାଦମ୍ବିନୀ’ ସମ୍ପାଦିକା ଡ. ଇତି ସାମନ୍ତ ମନୋନୀତ ହୋଇଛନ୍ତି ।

  15. ବିନା ଭକ୍ତରେ ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ।  ୩ଦିନ ଧରି ହେବ ନେତ୍ର ଉତ୍ସବ । ସୋମବାର ଘୋଷଯାତ୍ରା ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି ।

  16. 'କାଦମ୍ବିନୀ’ ସମ୍ପାଦିକା ଡ. ଇତି ସାମନ୍ତ ‘ୱାଜା ଓଡ଼ିଶା’ର ଅଧ୍ୟକ୍ଷା ଭାବେ ମନୋନୀତ‌।

  17. ଜୁଲାଇ ୧୫ରେ ବାମଦଳ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା, ସମର୍ଥନ କରିବ କଂଗ୍ରେସ।

  18. ଆଇଜି ଏସ ଦେବଦତ୍ତ ସିଂହଙ୍କୁ ପୁଲିସ ମୁଖ୍ୟାଳୟରେ ଆଇଜି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଅଖିଳେଶ୍ବର ସିଂହ ହେଲେ ଜଗତସିଂହପୁର ଏସ୍‌ପି।

  19. ପାଣିପାଗ: ଦକ୍ଷିଣ ଓଡ଼ିଶାରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଅଧିକ ବର୍ଷା ସମ୍ଭାବନା।

  20. ସ୍ମାର୍ଟଫୋନ୍‌ ବ୍ୟବହାର ମାମଲାରେ ଦ୍ୱିତୀୟ ସ୍ଥାନରେ ଭାରତ, ତୃତୀୟରେ ଆମେରିକା,  ଶୀର୍ଷରେ ଚୀନ।

 

 

 

 

 

 

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.