• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିଶ୍ବର ପ୍ରଥମ ଦେଶ ଭାବେ ୟୁରୋପୀୟ ଦେଶ ଜର୍ମାନୀ ମିକ୍ସ ଟିକା ଲଗାଇବାକୁ ଅନୁମତି ପ୍ରଦାନ କରିଛି । ଆଷ୍ଟ୍ରାଜେନିକା, ମଡେର୍ଣ୍ଣା ବା ଫାଇଜରର ପ୍ରଥମ ଡୋଜ୍ ନେଇଥିବା ଲୋକମାନେ ଅନ୍ୟ ଟିକାର ଦ୍ବିତୀୟ ଡୋଜ୍ ନେଇପାରିବେ । ଗୋଟିଏ ଟିକାର ଦୁଇଟି ଡୋଜ୍ ନେଇସାରିଥିବା ଲୋକମାନଙ୍କୁ ନିଜ ଇଚ୍ଛାରେ ଅନ୍ୟ ଏକ ଟିକାର ଡୋଜ୍ ନେବାକୁ ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ସରକାର ଅନୁମତି ଦେଇଛନ୍ତି ।
  2. ରାଜନୈତିକ ବିଶେଷଜ୍ଞ ପ୍ରଶାନ୍ତ କିଶୋର ଏବଂ ମମତାଙ୍କ ମଧ୍ୟରେ ଗତକାଲି ତିନି ଘଣ୍ଟା ଧରି ଆଲୋଚନା ମଧ୍ୟ ହୋଇସାରିଛି। ମମତାଙ୍କ ବାସ ଭବନରେ ଏହି ମିଟିଂ ହୋଇଥିବା ସୂଚନା ରହିଛି। ଏଥିରେ ରାଷ୍ଟ୍ରୀୟ ରାଜନୀତିରେ ପାଦ ଥାପିବା ପାଇଁ ମମତାଙ୍କ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି। 
  3. ଏଣିକି ବ୍ୟାଙ୍କର ଅତି ଗୁରୁତ୍ବପୂର୍ଣ୍ଣ ପଦବିରେ ଥିବା ଅଧିକାରୀ, ଟ୍ରେଜେରୀ ଓ କରେନ୍ସି ଚେଷ୍ଟ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଯିବ । ପ୍ରତିବର୍ଷ ଅତି କମରେ ୧୦ ଦିନ ଲାଗି ସେମାନଙ୍କୁ ଛୁଟିରେ ପଠାଯିବ । 
  4. ଶୃଙ୍ଖଳିତ ରଥଯାତ୍ରା ଲାଗି ସୁରକ୍ଷାବଳୟରେ ପୁରୀ । ଆସନ୍ତାକାଲି ରାତି ୮ଟାଠାରୁ ୪୮ଘଣ୍ଟା ଲାଗି ପୁରୀରେ କର୍ଫ୍ୟୁ ଜାରି । ଆଜି ମହାପ୍ରଭୁଙ୍କ ଉଭାଯାତ୍ରା ଅନୁଷ୍ଠିତ ।
  5. ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଘାରିଛି ମୂଲ୍ୟାୟନ ଚିନ୍ତା। ଦଶମ ଆଧାରରେ ମାର୍କ ଦିଆଯାଉଥିବାରୁ ଆଶଙ୍କାରେ ଛାତ୍ରଛାତ୍ରୀ । ସିଏଚଏସଇ ମାର୍ଗଦର୍ଶିକା ଜାରି: ମାର୍କ ଦେବା ସମୟରେ କଲେଜର ଗତ ୩ ବର୍ଷର ପ୍ରଦର୍ଶନକୁ ବିଚାରକୁ ନିଆଯିବ । ଏଥିରେ ଖିଲାପ ହେଲେ ମାର୍କ ଅପଲୋଡ କରାଯାଇପାରିବ ନାହିଁ ।
  6. ସୁପ୍ରିମକୋର୍ଟ ନିର୍ଦେଶକ୍ରମେ ଯୁକ୍ତ ଦୁଇ ପରୀକ୍ଷାଫଳ ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ବିକଳ୍ପ ମୂଲ୍ୟାୟନ ଜରିଆରେ ମାର୍କ ପାଇବେ ଛାତ୍ରଛାତ୍ରୀ। ପରୀକ୍ଷାଫଳ ନେଇ ଅସନ୍ତୋଷ ଥିଲେ ପରୀକ୍ଷା କରାଯାଇପାରିବ ।
  7. ୨ରୁ ଅଧିକ ସନ୍ତାନ ଥିଲେ ଉତ୍ତର ପ୍ରଦେଶରେ ସରକାରୀ ଚାକିରି ମନା। ଚାକିରିକାଳରେ ୪ଥର ଇନ୍‌କ୍ରିମେଣ୍ଟ। ମାଗଣା ସ୍ବାସ୍ଥ୍ୟ ସେବା। ସନ୍ତାନକୁ ୨୦ବର୍ଷ ପର୍ଯ୍ୟନ୍ତ ବୀମା ସୁବିଧା। ଚାକିରିକାଳରେ ୨ଥର ଅତିରିକ୍ତ ଇନ୍‌କ୍ରିମେଣ୍ଟ।
  8. ଇପିଏଫ ଯୋଜନାରେ ୩ ପ୍ରତିଶତ ବୃଦ୍ଧି । ରିହାତି ଦରରେ ମିଳିବ ଘର କିମ୍ବା ଜମି। ପାଣି, ବିଜୁଳି ବିଲ୍‌ରେ ବି ରିହାତି । ସ୍କୁଲ ନାମଲେଖାରେ ମିଳିବ ଅଗ୍ରାଧିକାର। ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା ।
  9. ସଂସଦ ଘେରିବେ ଅନ୍ନଦାତା । ଜୁଲାଇ ୨୨ରୁ ସଂସଦ ନିକଟରେ ୨୦୦ କୃଷକ କରିବେ ବିକ୍ଷୋଭ ।
  10. କେରଳରେ ୨ ଦିନରେ ୧୪ଜିକା ଭାଇରସ କେସ ଚିହ୍ନଟ। ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମର କେରଳ ଗସ୍ତ ।
  11. ଭାରତୀୟ ବୈଜ୍ଞାନିକଙ୍କ ଦ୍ବାରା ଆଣ୍ଟାର୍କଟିକାରେ ଏକ ପ୍ରକାର ଉଦ୍ଭିଦ ପ୍ରଜାତି ଆବିଷ୍କାର। ଆଣ୍ଟାର୍କଟିକାରେ ଠାବ ଉଦ୍ଭିଦ ପ୍ରଜାତି ଭାରତ ନାମରେ ନାମିତ। ଭାରତ ଏବଂ ଆଣ୍ଟାର୍କଟିକାରେ ଥିବା ଭାରତର ଗବେଷଣା କେନ୍ଦ୍ର ଭାରତୀ ଅନୁଯାୟୀ ଏହାର ନାମ ରଖାଯାଇଥିବା ଜଣାଯାଇଛି ।
  12. ଶବ୍ଦ ପ୍ରଦୂଷଣ କଲେ ଏଣିକି ୧ ଲକ୍ଷ ଟଙ୍କା ତଣ୍ଡ ଗଣିବେ। ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି(ଡିପିସିସି) ଶବ୍ଦ ପ୍ରଦୂଷଣକାରୀଙ୍କ ପାଇଁ ଜରିମାନା ରାଶି ବୃଦ୍ଧି କରିଛି।
  13. ଏବେ ଆଉ ଶନିବାର-ରବିବାର ଛୁଟି ନାହିଁ, ସପ୍ତାହର ସାତ ଦିନ କାମ କରିବ ଶିକ୍ଷା ମନ୍ତ୍ରଣାଳୟ ।
  14. ତାଲିବାନ ଆତଙ୍କବାଦୀ ଗୋଷ୍ଠୀ ଆଫଗାନିସ୍ତାନର ୮୫% ଅଞ୍ଚଳ ନିଜ ଦଖଲକୁ ନେଇସାରିଥିବା କହିଛନ୍ତି । ସେଥିମଧ୍ୟରେ ଇରାନକୁ ଲାଗିଥିବା ଗୁରୁତ୍ୱପୂର୍ଣ୍ଣ ସୀମାନ୍ତ ମଧ୍ୟ ସାମିଲ ।
  15. ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ରେ ଏଣିକି କେବଳ ମୁଖ୍ୟ ନିର୍ବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ପଦବୀ ରହିବ । ନିଗମରେ ଅଧ୍ୟକ୍ଷ ପଦବୀକୁ ବାଦ୍‍ ଦିଆଯିବାକୁ ନିଷ୍ପତ୍ତି ହୋଇଛି ।
  16.  ରାଜ୍ୟର ପ୍ରଥମ ତଥା ଐତିହାସିକ ଫିଲାଟେଲିକ ବ୍ୟୁରୋ କଟକରୁ ଉଠିଯିବ। ଏହି ବ୍ୟୁରୋକୁ ଭୁବନେଶ୍ବରରେ ଥିବା ସର୍କଲ ମୁଖ୍ୟ କାର୍ଯ୍ୟାଳୟସ୍ଥିତ ବ୍ୟୁରୋ ସହିତ ମିଶାଇ ଦିଆଯିବ। କେବଳ କଟକ ନୁହେଁ, ଗତ ଜାନୁଆରିରେ ସମ୍ବଲପୁରରେ ଖୋଲିଥିବା ନୂଆ ବ୍ୟୁରୋକୁ ମଧ୍ୟ ଭୁବନେଶ୍ବର ସହିତ ଯୋଡ଼ି ଦିଆଯିବ। ୧୨ ତାରିଖଠାରୁ କଟକ ଓ ସମ୍ବଲପୁର ବ୍ୟୁରୋର କାମ ବନ୍ଦ କରି ଦେବାକୁ ଗତ ୮ ତାରିଖରେ ଡାକ ବିଭାଗ ପକ୍ଷରୁ ଚିଠି କରାଯାଇଛି। 
  17. ଲକଡାଉନ୍ ଅବଧିକୁ ଏମ.କେ ଷ୍ଟାଲିନ ସରକାର ଜୁଲାଇ ୧୯ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଲକଡାଉନ୍ ବଢାଇଥିଲେ ମଧ୍ୟ କିଛି କଟକଣାକୁ କୋହଳ କରାଯାଇଛି। ହୋଟେଲ, ଚା ଦୋକାନ, ବେକେରୀ, ରାସ୍ତା କଡ଼ରେ ଥିବା ଦୋକାନ, ଜଳଖିଆ ଦୋକାନ ୫୦ ପ୍ରତିଶତ ଗ୍ରାହକ କ୍ଷମତା ସହିତ ରାତି ୯ଟା ପର୍ଯ୍ୟନ୍ତ ଖୋଲିପାରିବ |
  18. ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସୀମିତ ଓଭର ସିରିଜ୍‌ ଘୁଞ୍ଚିବାରେ ଲାଗିଛି। ଜୁଲାଇ ୧୩ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ ଏବେ ଜୁଲାଇ ୧୮ ତାରିଖରୁ ଆରମ୍ଭ ହେବ।
  19.  ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତରେ ଅତିଶୟ ଗରମ ଓ ଅତିଶୟ ଥଣ୍ଡା ବା ଅସ୍ବାଭାବିକ ତାପମାତ୍ରା ଦେଖାଯାଉଛି, ଯେଉଁଥିପାଇଁ ବାର୍ଷିକ ପ୍ରାୟ ୭,୪୦,୦୦୦ ମୃତ୍ୟୁ ହେଉଛି। 
  20. ଟିଭି ସହ ଅନ୍‌ଲାଇନ୍‌ ଯଥା ‌ୟୁଟ୍ୟୁବ୍‌ ମାଧ୍ୟମରେ ପାଠପଢ଼ା ଚାଲିଥିଲେ ମଧ୍ୟ ତାହା ସବୁ ପିଲାଙ୍କ ନିକଟରେ ପହଞ୍ଚି ପାରୁନାହିଁ। ପ୍ରଥମରୁ ୧୦ମ ଶ୍ରେଣୀର ମାତ୍ର ୧୮ରୁ ୨୦ ପ୍ରତିଶତ ପିଲା ୟୁଟ୍ୟୁବ୍‌ରୁ ପଢ଼ୁଛନ୍ତି। ଆହୁରି ୮୦ ପ୍ରତିଶତ ପିଲା ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ଏଥିସହ ନେଟ୍‌ୱାର୍କ ସମସ୍ୟା ଯୋଗୁଁ ବହୁ ପିଲାଙ୍କ ପାଖରେ ସବୁ ସୁବିଧା ଥାଇ ମଧ୍ୟ ଅନ୍‌ଲାଇନ୍‌ ଶିକ୍ଷା ପାଉନାହାନ୍ତି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.