• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପୁଞ୍ଜିପ୍ରତ୍ୟାହାର ବ୍ୟବସ୍ଥା ଅର୍ଥନୀତି ଲାଗି ସହାୟକ ହୋଇଛି ବୋଲି କହିଛନ୍ତି ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ୨୦୨୦-୨୦୨୧ରେ ଅର୍ଥନୀତି ପ୍ରଭାବିତ ହୋଇଥିବା ସତ୍ତ୍ବେ ଅର୍ଥନୀତି ବେଶ୍ ଭଲ କରିବ ବୋଲି ସେ ଆଶାବାଦୀ ଅଛନ୍ତି । ସେ କହିଛନ୍ତି- ଗତ ଦୁଇଟି କୋଭିଡ ଲହରୀର ଅଭିଜ୍ଞତା ଅନୁସାରେ ଭାରତ କୌଣସି ପ୍ରତିଘାତର ମୁକାବିଲା ଲାଗି ଯଥେଷ୍ଟ ପ୍ରସ୍ତୁତ ଅଛି ।
  1. ଜୁଲାଇ ୧୫ରୁ ଅଗଷ୍ଟ ୧୬ ଯାଏଁ ଖରିଫ ଧାନ କିଣା ପାଇଁ ଚାଲିବ ଚାଷୀ ପଞ୍ଜୀକରଣ । ଯେଉଁ ଚାଷୀ ସରକାରଙ୍କୁ ଧାନ ବିକିବେ, ସେମାନେ ସମସ୍ତ ତଥ୍ୟ ସହ ଫର୍ମ ପୂରଣ କରି ସରକାରଙ୍କ ଅନଲାଇନ୍ ବ୍ୟବସ୍ଥାରେ ପଞ୍ଜୀକରଣ କରିବେ । ପଞ୍ଜୀକରଣ ପାଇଁ ଚାଷୀଙ୍କୁ ସହଯୋଗ କରିବାକୁ ସମସ୍ତ ସମବାୟ ସମିତିରେ ହେଲ୍‌ପ ଡେସ୍କ ଖୋଲିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ  ।
  2. ବିଶ୍ୱର ଜନସଂଖ୍ୟା ଏବେ ରହିଛି ୭୭୯ କୋଟି । କେବଳ ଭାରତର ଜନସଂଖ୍ୟା ରହିଛି ୧୩୮ କୋଟି  । ଯାହାକି ୨୦୨୪ ସୁଦ୍ଧା ଚୀନର ଜନସଂଖ୍ୟାକୁ ଟପିପାରେ ଭାରତ  ।
  3. ପୁରୁଡେ ୟୁନିଭସିଟିରେ ପଢ଼ିଥିବା ଭାରତୀୟ ବଂଶୋଦ୍ଭବ, ୩୪ ବର୍ଷୀୟ ଏରୋନେଟିକାଲ ଇଞ୍ଜିନିୟର ବି. ସିରିଶା ଅନ୍ତରୀକ୍ଷ ଯାତ୍ରା କରିବେ । ଚତୁର୍ଥ ଥର ପାଇଁ ମହାକାଶରେ ପଡିଲା ଭାରତୀୟଙ୍କ ପାଦ, ଭର୍ଜିନ୍ ଗାଲାକ୍ଟିକ୍‌ରୁ ସଫଳତାର ସହ ଉଡାଣ ଭରିଲେ ବାନ୍ଦଲା
  4. ଆସନ୍ତାକାଲିଠାରୁ ନବଦିନାତ୍ମକ ଯାତ୍ରାରେ ବାହାରିବେ ଶ୍ରୀଜୀଉ । ରଥଖଳାରୁ ଟଣା ହୋଇ ସିଂହଦ୍ବାରରେ ଲାଗିଲା ୩ ରଥ।
  5. କେନ୍ଦ୍ରାପଡ଼ା ବଳଦେବ ଜୀଉ ମନ୍ଦିର ଚାରିପାଖରେ ୧୪୪ଧାରା ଜାରି । ଆଜି ରାତି ୯ଟାରୁ ଆସନ୍ତାକାଲି ୯ଟା ପର୍ଯ୍ୟନ୍ତ ୧୪୪ଧାରା ଜାରି କରିଛି ଜିଲା ପ୍ରଶାସନ । ବଳଦେବ ଜୀଉ ମନ୍ଦିରରେ ପାରମ୍ପରିକ ରୀତିନୀତିରେ ନୀତିକାନ୍ତି ଅନୁଷ୍ଠିତ ହେବ।
  6. ଜଳଜୀବନ ମିଶନରେ ଓଡ଼ିଶାକୁ ୩,୩୨୩ କୋଟି ମଞ୍ଜୁର । ୨୦୨୧-୨୨ ବର୍ଷ ପାଇଁ ଅର୍ଥ ମଞ୍ଜୁର କଲେ କେନ୍ଦ୍ର ସରକାର ।
  7. ରାତି ପାହିଲେ ଘୋଷଯାତ୍ରା । ଚଳିତ ବର୍ଷ ମଧ୍ୟ ପୂର୍ବ ବର୍ଷ ଅନୁଯାୟୀ କରୋନା କଟକଣା ଅନୁଯାୟୀ ସୁରୁଖୁରେ ରଥଯାତ୍ରା କରାଯିବ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଜିଲାପ୍ରଶାସନ ପକ୍ଷରୁ ଶ୍ରୀଜୀଉଙ୍କ ରଥଯାତ୍ରା ପାଇଁ ସମସ୍ତ ଗାଇଡଲାଇନ ଜାରି କରାଯାଇଛି ।
  8. ନିତୀକାନ୍ତି ଓ ପୂଜାର୍ଚ୍ଚନା ପରେ ବର୍ତ୍ତମାନ ରଥକୁ ବିଜେ ହୋଇଛି ମହାପ୍ରଭୁଙ୍କ ନିକଟରୁ ଆସିଥିବା ଆଜ୍ଞାମାଳ । ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସମ୍ମୁଖକୁ ରଥ ନିଆଯାଇଛି । ପରମ୍ପରା ଓ ରିତୀନିତୀ ଅନୁଯାୟୀ ତିନି ବାଡରେ ସେବକ ମାନେ ଏହି ଆଜ୍ଞାମାଳ ବିଜେ କରାଇଛନ୍ତି ।
  9. ଦ୍ବିତୀୟ ଜାତୀୟ ​ଲୋକ ଅଦାଲତ: ୩୫ଟି ବୀମା ଅଭିଯୋଗ ଫଇସଲା, କ୍ଷତିପୂରଣ ପାଇଁ ଆଦାୟ ହେଲା ୨କୋଟି ୩୨ ଲକ୍ଷ ୯୧ହଜାର ଟଙ୍କା ।
  10. ଆସନ୍ତା ୧୩ ତାରିଖରେ ଭାରତୀୟ କ୍ରୀଡ଼ାବିତଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟୋକିଓ ଅଲିମ୍ପିକ୍ସ ପାଇଁ ଯିବାକୁ ଥିବା କ୍ରୀଡ଼ାବିତଙ୍କ ସହ ଭିଡିଓ କନ୍‌ଫରେନସିଂ ଜରିଆରେ କଥାହେବେ ।
  11. ନୂଆ ଆଇଟି ଆଇନ-୨୦୨୧ର କାର୍ଯ୍ୟକାରିତା ନେଇ ସମୀକ୍ଷା କଲେ ଇଲେକ୍‌ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ନୂଆ ଗାଇଡଲାଇନ ୟୁଜରଙ୍କ ସୁରକ୍ଷା, ନିରାପତ୍ତା ଓ ଦାୟିତ୍ବବୋଧ ବଢ଼ାଇବ କହିଲେ ଅଶ୍ବିନୀ ବୈଷ୍ଣବ ।
  12. ମାଓବାଦୀଙ୍କ ଗୁଳିରେ ଆହତ ୨ ଯବାନଙ୍କୁ ଭେଟିଲେ ପୁଲିସ ମହାନିର୍ଦେଶକ ଅଭୟ । ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ଉକ୍ତ ଯବାନଙ୍କୁ ଭେଟିବା ସହ ଡାକ୍ତରଙ୍କ ଠାରୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରିବା ସହ ଆଲୋଚନା କରିଛନ୍ତି ।
  13. ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଥାୱରଚାନ୍ଦ ଗେହଲଟ୍ ରବିବାର କର୍ଣ୍ଣାଟକର ୧୯ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି । କର୍ଣ୍ଣାଟକ ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଅଭୟ ଶ୍ରୀନିବାସ ଓକା ରାଜଭବନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
  14. ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ଆଉ ପାଦେ ଆଗକୁ ନେବାକୁ ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାର ୧୦୦ଟି ସ୍ଥାନରେ ବୋଟିଂ ସେବା ଆରମ୍ଭ କରିବେ ।
  15. ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ହୀରାକୁଦରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ ସମୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୯.୪୫ ଫୁଟ ଥିବାର ସୂଚନା ମିଳିଛି ।
  16. ପ୍ରତି ସପ୍ତାହରେ ଜମ୍ମୁ-କାଶ୍ମୀରର ଅପହଞ୍ଚ ଇଲାକାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବେ ୪ କେନ୍ଦ୍ରମନ୍ତ୍ରୀ, ଖୁବଶୀଘ୍ର ମିଳିପାରେ ରାଜ୍ୟ ମାନ୍ୟତା ।
  17. ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମଧ୍ୟରେ ୟୁଏଇରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଭାରତୀୟ ଏକାଦଶ ବାଛିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆନ ସ୍ପିନର ବ୍ରାଡ୍‌ ହଗ୍‌ । ତାଙ୍କ ଦଳରେ ସ୍ଥାନ ପାଇ ନାହାନ୍ତି ଫୁଲ ଫର୍ମରେ ଥିବା ଶିଖର ଧାଓ୍ବନ ।
  18. ଜୋକୋଭିଚଙ୍କୁ  ଷଷ୍ଠ ୱିମ୍ବଲଡନ୍ ଟାଇଟଲ୍: ନାଡାଲ ଓ ଫେଡେରରଙ୍କ ସମକକ୍ଷ ।
  19. ପଦ୍ମ ପୁରସ୍କାର: ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ମନୋନିତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ।
  20. ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କୋଭିଡ କାରଣରୁ ବିଧବା ହୋଇଥିବା ମହିଳାମାନଙ୍କୁ ମିଳିବ ୨.୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.