• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତରେ କୋଭିଡ୍‌-୧୯ର ତୃତୀୟ ଲହର ଜୁଲାଇ ୪ରୁ ଆରମ୍ଭ ହୋଇସାରିଛି ବୋଲି ୧୫ ମାସରୁ ଅଧିକ ସମୟ ଧରି କରୋନା ସଂକ୍ରମଣ ଓ ମୃତ୍ୟୁହାର ଉପରେ ବିଶ୍ଳେଷଣ କରୁଥିବା ହାଇଦ୍ରାବାଦର ଜଣେ ବରିଷ୍ଠ ଗବେଷକ ମତ ଦେଇଛନ୍ତି। 
  2. ଆଇଏମ୍‌ଏ ସଭାପତି ଡାକ୍ତର ଜେ ଏ ଜୟଲାଲ୍‌ ଏବଂ ମହାସଚିବ ଡାକ୍ତର ଜ‌ୟେଶ ଲେଲେଙ୍କ ସ୍ବାକ୍ଷର ରହିଛି। ପର୍ଯ୍ୟଟନ ଏବଂ ଧର୍ମାନୁଷ୍ଠାନ ଗୁଡ଼ିକ ଖୋଲିଦେବା ଦ୍ବାରା ଏହା ତୃତୀୟ ଲହର ପାଇଁ ସୁପର୍‌ସ୍ପ୍ରେଡର ହେବ ବୋଲି ଆଇଏମ୍‌ଏ ଚେତାବନୀ ଦେଇଛି।
  3. ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ଅମିତ ମିତ୍ର ରାଜ୍ୟ ଅର୍ଥ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ଏଥିସହିତ ଅସୁସ୍ଥତା କାରଣରୁ ସେ ସକ୍ରିୟ ରାଜନୀତିରୁ ମଧ୍ୟ ସନ୍ନ୍ୟାସ ନେବେ।
  4. ଗୁଜୁରାଟସ୍ଥିତ ଫାର୍ମାସ୍ୟୁଟିକାଲ କମ୍ପାନି ଜାଇଡସ କାଡିଲା ପିଲାମାନଙ୍କ ପାଇଁ ପ୍ରସ୍ତୁତ କରୁଥିବା କରୋନା ଟିକା ଜାଇକୋଭି-ଡିକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିବାକୁ ଆଉ କିଛି ସମୟ ଲାଗିପାରେ ।
  5. ନେପାଳର ସର୍ବୋଚ୍ଚ ନ୍ୟାୟାଳୟ ଆଜି ଦୁଇ ଦିନ ମଧ୍ୟରେ ନେପାଳ କଂଗ୍ରେସ ସଭାପତି ଶେର ବାହାଦୂର ଦେଉବାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିବା ପାଇଁ ଆଦେଶ ଦେଇଛନ୍ତି। 
  6. ଭାରତରେ ପ୍ରତି ଦେଢ଼ ମିନିଟ୍‌ରେ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଉଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟରୁ ଏହା ଜଣାପଡ଼ିଛି। ରିପୋର୍ଟରୁ ସ୍ପଷ୍ଟ ହୋଇଛି ସଂକ୍ରମଣ କମିଛି ହେଲେ ବିପଦ ଟଳିନାହିଁ।
  7. ସେପ୍ଟେମ୍ୱର ୧୨ରେ ନିଟ୍‌ ୟୁଜି (NEET) ପରୀକ୍ଷା ଅନୁଷ୍ଠିତ ହେବ । କୋଭିଡ୍‌ କଟକଣା ଭିତରେ ସାରା ଦେଶରେ ଏହି ପରୀକ୍ଷା ହେବ । ଏନେଇ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ ବୋଲି ଜଣାପଡ଼ିଛି । 
  8. ଭାରତର ଅଗ୍ରଣୀ ଅଟୋମୋବାଇଲ୍ କଂପାନି ତଥା ଦୁନିଆର ସର୍ବବୃହତ୍ ଟ୍ରାକ୍ଟର୍ ନିର୍ମାତା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ସୁପ୍ରୋ ପ୍ରଫିଟ୍ ଟ୍ରକର ନୂଆ ବର୍ଗମାଳାକୁ ଉନ୍ମୋଚନ କରାଯାଇଛି ।
  9. ଓଡିଶାର ଚେସ ଖେଳାଳି ପଦ୍ମିନୀ ରାଉତ ବିଜୟରୁ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛନ୍ତି । ଆଇଏମ୍ ପଦ୍ମିନୀ ପ୍ରଥମ ରାଉଣ୍ଡରେ ଆଜରବୈଜାନର ଡବ୍ଲ୍ୟୁଜିଏମ୍ ଉଲଭିୟା ଫାଟାଲିୟେଭାଙ୍କୁ ପରାସ୍ତ କରିଛନ୍ତି ।
  10. ଶ୍ରୀଲଙ୍କା ସରକାରଙ୍କ ସବୁଜ ସଙ୍କେତ ମିଳିବା ପରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସୀମିତ କ୍ରିକେଟ୍ ସିରିଜ୍‌ ଏବେ ଜୁଲାଇ ୧୩ ପରିବର୍ତ୍ତେ  ଜୁଲାଇ ୧୮ରେ ଖେଳାଯିବ ।
  11. ଶ୍ରୀମନ୍ଦିର ଦ୍ୱାର ରୂପାଛାଉଣୀକୁ ASIର ଅନୁମତି ମିଳିଛି ।
  12. ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା । ରାସ୍ତାରେ ବହିଲା ବନ୍ୟାପାଣି । ଭାସିଗଲା ଦୋକାନ ଘର ସହ ଏକାଧିକ କାର୍ ।
  13. ଥାଇଲାଣ୍ଡରରେ ସିନୋଭାକ ଟିକାର ପ୍ରଥମ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ମିଳିବ ଆଷ୍ଟ୍ରାଜେନିକାର ଟିକାର ଦ୍ୱିତୀୟ ଡୋଜ । ଏହି ମିଶ୍ରଣ ଡେଲ୍ଟା ଭାରିଆଣ୍ଟ ବିରୋଧରେ ସୁରକ୍ଷା ଦେବା ସହ ଶରୀରରେ ଉଚ୍ଚ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଅନୁଟିନ୍ ଚାର୍ନଭିରାକୁଲ୍ ।
  14. ରାଜଧାନୀ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଦୁଇଟି ଅତ୍ୟାଧୁନିକ କ୍ୟାନ୍‌ସର ହସ୍ପିଟାଲ୍‌ । ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଅବସରରେ ଭୁବନେଶ୍ୱର ଇନ୍‌ଫୋଭ୍ୟାଲିରେ ଆଜି ଏହି କ୍ୟାନସର ହସ୍ପିଟାଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
  15. 1ଜୁଲାଇ ୧୯ ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏହା ଅଗଷ୍ଟ ୧୩ ଯାଏ ଚାଲିବ । ଅଧିବେଶନରେ ରହିବ ୧୯ଟି କାର୍ଯ୍ୟଦିବସ ।
  16.  ପ୍ରଥମଥର ପାଇଁ କରୋନାର ଅଲଗା ଅଲଗା ଭାରିଆଣ୍ଟରେ ସଂକ୍ରମିତ ହୋଇ ୫ ଦିନରେ ମହିଳାଙ୍କ ମୃତ୍ୟୁ, ଚିନ୍ତାରେ ବୈଜ୍ଞାନିକ।
  17. ଓଜେଇ ପକ୍ଷରୁ ପଞ୍ଜୀକରଣ ଅବଧିକୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏପ୍ରିଲ ୧୪ରୁ ପଞ୍ଜୀକରଣ ଆରମ୍ଭ ହୋଇଥିଲା। ଶେଷ ତାରିଖ ମେ ୧୫ ଥିଲା। ତାଲାବନ୍ଦ ଓ ସପ୍ତାହାନ୍ତ ବନ୍ଦ ପାଇଁ ଜୁନ୍ ୧୫ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରାଯାଇଥିଲା।
  18. ଜୁଲାଇ ୧୫ରୁ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ୪ ରେଳ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, କଟକ-ଭଦ୍ରକ-କଟକ ଏବଂ କଟକ-ପାରାଦ୍ୱୀପ-କଟକ ଏବଂ କଟକ-ଭଦ୍ରକ-କଟକ ବାତିଲ ରହିବ। ଏ ମାସ ୧୫ରୁ ୧୯ ଯାଏଁ ଭୁବନେଶ୍ୱର- ବଲାଙ୍ଗୀର-ଭୁବନେଶ୍ୱର ଓ ଭୁବନେଶ୍ୱର-କେନ୍ଦୁଝରଗଡ-ଭୁବନେଶ୍ୱର ରେଳ ବାତିଲ ହେବ।
  19. ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ସୁପରସୋନିକ କ୍ରୁଜ୍‍ ମିସାଇଲ ବ୍ରହ୍ମୋସ  (ବ୍ରହ୍ମୋସର ଅପଡେଟ ଭରସନ୍‍) ଉତକ୍ଷେପଣ ହୋଇଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୬୫୦ ରୁ ୮୦୦ କିଲୋମିଟର। ଶବ୍ଦର ବେଗ ଠାରୁ ୩ ଗୁଣ ଅଧିକ ବେଗରେ ଗତି କରିପାରେ ସୁପରସୋନିକ ମିଶାଇଲ ବ୍ରହ୍ମୋସ। 
  20. ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ)ର ନବକଳେବର ହେବ। ଏହି ଯୋଜନାରେ ଲୋକେ କିଭଳି ଅଧିକ ସୁଫଳ ପାଇବା ସହିତ ନିର୍ଭରଯୋଗ୍ୟ ଭରସା କରିପାରିବେ ତାକୁ ନେଇ ସରକାରଙ୍କ ପକ୍ଷରୁ ସୁଦୂର ପ୍ରସାରୀ ଲକ୍ଷ୍ୟ ରହିଛି। ଆଗାମୀ ଦିନରେ ୧୦ରୁ ଅଧିକ ଘରୋଇ ଚିକିତ୍ସାଳୟକୁ ସଂଯୋଗ କରାଯିବା ଦ୍ବାରା ବିଭିନ୍ନ ସ୍ଥାନରେ ଲୋକେ ବିଭିନ୍ନ ପ୍ରକାର ଜଟିଳ ରୋଗରୁ ଉପଶମ ପାଇପାରିବେ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.