• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶରେ ୩୧,୪୪୩ ନୂଆ କୋଭିଡ୍‌ ମାମଲା ଚିହ୍ନଟ ହୋଇଛି। ୧୧୮ ଦିନରେ ଏହା ସବୁଠୁ କମ୍‌ ସଂକ୍ରମଣ। ଅନ୍ୟପକ୍ଷେ ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ୨,୦୨୦ କରୋନା ମୃତ୍ୟୁ ହୋଇଥିବା ରିପୋର୍ଟ କର‌ାଯାଇଛି।
  2. ୮ ଉତ୍ତରପୂର୍ବ ରାଜ୍ୟ ଆସାମ, ନାଗାଲାଣ୍ଡ୍‌, ତ୍ରିପୁରା, ସିକ୍କିମ, ମଣିପୁର, ମେଘାଳୟ, ଅରୁଣାଚଳପ୍ରଦେଶ ଏବଂ ମିଜୋରାମ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦୀ ଭର୍ଚୁଆଲ୍‌ ବୈଠକ କରିଛନ୍ତି। ବୈଠକରେ ମୋଦୀ କହିଛନ୍ତି, କରୋନାର ତୃତୀୟ ଲହର ସହ ଲଢ଼ିବାପାଇଁ ଆମକୁ ଟିକାକରଣ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ପଡ଼ିବ। 
  3. ଇରାକ୍‌ରେ ଏକ କୋଭିଡ୍‌ ହସ୍ପିଟାଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଅତି କମ୍‌ରେ ୬୪ ଜଣ ରୋଗୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଅଲ୍‌ ହୁସେନ୍‌ ହସ୍ପିଟାଲ୍‌ରେ ହୋଇଥିବା ଅଗ୍ନିକାଣ୍ଡର ପ୍ରକୃତ କାରଣ କ’ଣ ଜଣାପଡ଼ିନି। 
  4. ନେପାଳ କଂଗ୍ରେସ ସଭାପତି ଶେର ବାହାଦୁର ଦେଉବା ମଙ୍ଗଳବାର ପଞ୍ଚମ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।
  5. କରୋନାର ସଂକ୍ରମଣ ରୋକିବାକୁ ହେଲେ କାଉଡିଆଙ୍କ ଜଳଲାଗି ଉପରେ ରୋକ ଲଗାଇବାକୁ ପଡିବ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସତର୍କ କରାଇ ଦେଇଛି ଭାରତୀୟ ମେଡିକାଲ ସଂଘ- ଆଇଏମଏ ।
  6. ଦୂତିଙ୍କୁ ମୋଦୀ ମନ୍ତ୍ର: ତୁମ ନାମର ଅର୍ଥ ‘ଚମକ’; ଦେଶବାସୀଙ୍କୁ ଚମକାଇ ଦିଅ ।
  7. ଦେଶରେ ଥାର୍ଡ ଡିଗ୍ରି ଅତ୍ୟାଚାର ଯୁଗରେ ଯବନିକା ପଡ଼ିବ । ଏଥିପାଇଁ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି), ଫୌଜଦାରୀ ଆଇନ(ସିଆର୍‌ପିସି) ଏବଂ ଭାରତୀୟ ପ୍ରମାଣ ଆଇନ (ଆଇଇଏ)ରେ ବ୍ୟାପକ ପରିବର୍ତ୍ତନ ଅଣାଯିବ । 
  8. ଯୁକ୍ତ ୨ରେ ସିଟ୍‌ ବଢ଼ିବ, ଅନୁମତି ଦେଲେ ରାଜ୍ୟ ସରକାର ।
  9. ଶ୍ରୀମନ୍ଦିର ଦ୍ବାରରେ ରୁପା ଚାଦର ଲାଗିବା କାମ ଆରମ୍ଭ, ମନ୍ଦିରକୁ ଗଲା ରୁପା ଚାଦର ସହ ଷ୍ଟିଲ୍‌ ଫ୍ରେମ୍‌ ଓ ନୂଆ କବାଟ ।
  10. ସିଏଜି ମାଗିଲେ କୋଭିଡ୍ ଖର୍ଚ୍ଚର ହିସାବ, ଅର୍ଥ ବିଭାଗ ଅଡ଼ୁଆରେ ।
  11. ସିରିଜ୍ ହାରିବା ପରେ ଫର୍ମକୁ ଆସିଲେ ବାବର, ଦ୍ରୁତତମ ୧୪ ଶତକ ହାସଲ କରି ରଚିଲେ ଇତିହାସ, ପଛରେ ରହିଲେ ବିରାଟ କୋହଲି ।
  12. ପୁଣି ଆନ୍ଧ୍ରାର ଦାଦାଗିରି: ଉପର ସେମ୍ବିରେ ପଶି କଲା ଗ୍ରାମ ସଭା‌, ସଚିବାଳୟ ଷ୍ଟାଫଙ୍କ ସହ ଗ୍ରାମବାସୀଙ୍କ ବୈଠକ ।
  13. ଭୋପାଳ:ଏଣିକି ବିବାହ କାର୍ଯ୍ୟରେ ସାମିଲ ହୋଇପାରିବେ ୧୦୦ ଜଣ, ରାତି ୧୦ ଯାଏଁ ଖୋଲିପାରିବ ଦୋକାନ ବଜାର, ଅନ୍ତିମ ସଂସ୍କାର ପାଇଁ ୫୦ ଜଣଙ୍କୁ ଅନୁମତି ।
  14. ପ୍ରତିଶ୍ରୁତି ରଖିଲେ ଅପରାଜିତା, ଖୋର୍ଦ୍ଧା ଜିଲ୍ଲାପାଳ ଅଫିସ୍ ଛକରେ ହେବ ଓଭରବ୍ରିଜ୍ ।
  15. ଟିମ୍ ଇଣ୍ଡିଆର ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଜୀବନିକୁ ନେଇ ନିର୍ମାଣ ହେବ ଫିଲ୍ମ, ଗାଙ୍ଗୁଲିଙ୍କ ଚରିତ୍ରରେ ନଜର ଆସିବେ ଏହି ବଲିଉଡ ଅଭିନେତା ।
  16. ସାଂଘାତିକ ହୋଇପାରେ ଦୁଇଟି ଅଲଗା ଟିକା ନେବା, ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
  17. ପୁଣି ବଢିଲା ବିଜୁଳି ଦର। ୟୁନିଟ ପିଛା ପୁଣି ୩୦ ପଇସା ବୃଦ୍ଧି ପାଇଛି । 
  18. ବନ୍ଦ ହେଲା ବୋଲବମ ଯାତ୍ରା, ନିର୍ଦେଶ ଜାରି କଲେ ଏସ୍‌ଆରସି ।
  19. ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋଭିସିଲ୍ଡ ଟିକା ୩ ଲକ୍ଷ ୪୯ ହଜାର ୯୩୦ ଡୋଜ ରହିଥିବା ବେଳେ ୩ ଲକ୍ଷ ୯ ହଜାର ୫୩୦ କୋଭାକ୍ସିନ୍ ଟିକା ମହଜୁଦ ଅଛି ।
  20. ଚାଲିଗଲେ ୮୩ର ଅନ୍ୟତମ ତାରକା ଯଶପାଲ ଶର୍ମା! ପୂର୍ବତନ ଭାରତୀୟ କ୍ରିକେଟର ତଥା ୧୯୮୩ ବିଶ୍ୱକପ୍ ବିଜୟୀ ଦଳର ଅନ୍ୟତମ ତାରକା ଯଶପାଲ ଶର୍ମାଙ୍କର ମଙ୍ଗଳବାର ଦିନ ହୃଦଘାତରେ ପରଲୋକ ଘଟିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.