• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବୁଧବାର କେନ୍ଦ୍ର କ୍ୟାବିନେଟ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା(ଡିଏ)କୁ ୧୭ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୧୧ % ମହଙ୍ଗା ଭତ୍ତା ବୃଦ୍ଧି କଲେ ସରକାର, ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି  ପାଇଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା
  2. କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ରାଜ୍ୟସଭାରେ ବିଜେପିର ନେତା ନିଯୁକ୍ତ ହୋଇନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଥାୱରଚାନ୍ଦ ଗେହଲଟ କର୍ଣ୍ଣାଟକ ରାଜ୍ୟପାଳ ହେବାପରେ ତାଙ୍କ ସ୍ଥାନରେ ପୀୟୂଷଙ୍କୁ ଏହି ନୂଆ ଦାୟିତ୍ବ ମିଳିଛି।
  3. ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରେ ବ୍ୟବହୃତ ହୋଇଥିବା ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌ (ଇଭିଏମ୍‌) ସମେତ ମତଦାନ ସହ ସମ୍ପର୍କିତ ସମସ୍ତ ରେକର୍ଡ, କାଗଜପତ୍ର, ଭିଡିଓ ରେକର୍ଡି ଆଦି ସୁରକ୍ଷିତ ରଖାଯିବ।
  4. ଆସନ୍ତା ୧୯ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାବେଳେ ତାହାର ଦିନକ ପୂର୍ବରୁ ଅର୍ଥାତ ୧୮ ତାରିଖ ରବିବାର ଦିନ ସରକାର ଏକ ସର୍ବ ଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ ।
  5. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟରୋଗ ଅନୁଷ୍ଠାନ (ଏଏଚପିଜିଆଇସି) ରେ ଏମଆରଆଇ ଓ ସିଟି ସ୍କାନ ସେବାର ଶୁଭାରମ୍ଭ କରିଛନ୍ତି।
  6. ରାଷ୍ଟ୍ରୀୟ ଆୟୁଷ ମିଶନର ଅବଧି ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି, ବ୍ୟୟ ହେବ ୪୬୦୭ କୋଟି 
  7. ଭୁବନେଶ୍ୱରରୁ ୫୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗର ଜବତ; ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ସହ ୨ ଗିରଫ
  8. ୧୯୮୩ କ୍ରିକେଟ୍‌ ବିଶ୍ବକପ୍‌ ଚମ୍ପିଆନ୍ ଭାରତୀୟ ଦଳର ପ୍ରମୁଖ ସଦସ୍ୟ ଯଶପାଳ ଶର୍ମାଙ୍କର ମଙ୍ଗଳବାର ସକାଳେ ଦେହାନ୍ତ ହୋଇଯାଇଛି। ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ହୃଦ୍‌ଘାତରେ ଯଶପାଳ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।
  9. ଓଡ଼ିଶା ହାଇକୋର୍ଟଙ୍କ ଲଞ୍ଚ ହେବାକୁ ଯାଉଛି ଟେଲିଗ୍ରାମ ଚ୍ୟାନେଲ । ଯେଉଁଥିରେ ଆଇନୀବୀମାନଙ୍କ ପାଇଁ କୋର୍ଟ  ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପଲବ୍ଧ ହେବ । ତା ବ୍ୟତିତ ମହକିଲମାନେ ସେମାନଙ୍କ ମକଦ୍ଦମା, ବାବାଦୀୟ ତଥ୍ୟ, ସବିଶେଷ ତଥ୍ୟ ମଧ୍ୟ ପାଇ ପାରିବେ । ଏହା ବ୍ୟତିତ ହାଇକୋର୍ଟର କଜ୍ ଲିଷ୍ଟ , କୋର୍ଟଙ୍କ ବିଜ୍ଞପ୍ତି  ଇତ୍ୟାଦି ସ୍ଥାନିତ ହେବ ।
  10. ଭୁବନେଶ୍ବର ଏମ୍‌ସରେ ଆରମ୍ଭ ହେବ ECMO ଚିକିତ୍ସା । ଏ ନେଇ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥା​‌ନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଗୁରୁବାର ଭୁବନେଶ୍ବର ସ୍ଥିତ ଏମ୍‌ସ ମେଡିକାଲର ୯ମ ପ୍ରତିଷ୍ଠା ଦିବସରେ ଏହି ସେବା ଆରମ୍ଭ ହେବ।
  11. ଇନଷ୍ଟିଚ୍ୟୁଟ୍ ଅଫ ଲାଇଫ ସାଇନ୍ସ ବା ILS ଏନେଇ ଗବେଷଣା କରିଛି । ହେନ୍ତାଳ ଗଛର ଜେନୋମ ସିକ୍ୟୁଏନ୍ସରୁ ILSକୁ ମିଳିଛି ବଡ଼ ସଫଳତା । ହେନ୍ତାଳ ଗଛ ଜିନ୍‌ରୁ ନୂଆ ପ୍ରଜାତିର ଧାନ ବିହନ ସୃଷ୍ଟି ହେବ । ଉପକୂଳର ଚାଷୀମାନେ ଏନେଇ ଉପକୃତ ହୋଇପାରିବେ ବୋଲି ଜଣାପଡ଼ିଛି ।
  12. ଓଡିଶା ସିନିୟର କ୍ରିକେଟ୍‌ ଦଳର କୋଚ୍ ହେଲେ ଓ୍ଵାସିମ  ଜାଫର। ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ଓସିଏ ସଂପାଦକ ସଞ୍ଜୟ ବେହେରା। ଓସିଏର କୋଚ୍ ଭାବେ ଜାଫରଙ୍କ କାର୍ଯ୍ୟକାଳ ୨ ବର୍ଷ ରହିବ। ବାଂଲାଦେଶ ଜାତୀୟ ଦଳର କୋଚ୍ ଦାୟିତ୍ଵ ତୁଲାଇଛନ୍ତି ଜାଫର। ସେ ଆଇପିଏଲରେ କିଙ୍ଗ୍ସ ଏକାଦଶ ପଞ୍ଜାବର କୋଚ୍ ମଧ୍ୟ ଥିଲେ।
  13. ୨୦୩୦ ସୁଦ୍ଧା ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୦୦ ମିଲିଅନ ଟନ୍‌ରେ ପହଞ୍ଚିବ । ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି, ଯାହାଦ୍ୱାରା ରାଜ୍ୟରେ ପୁଞ୍ଜି ବିନିଯୋଗ ବଢିଛି । କୋଭିଡ ସତ୍ତ୍ୱେ, ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ପୁଞ୍ଜି ବିନିଯୋଗ ୪.୪୧ ଲକ୍ଷକୁ ବୃଦ୍ଧି ପାଇଛି ।
  14. ଟପ୍ ମାଓନେତା ଆର ରଞ୍ଜିତଙ୍କ ଆତ୍ମସମର୍ପଣ । ହାଇଦ୍ରାବାଦ ପୋଲିସରେ ସରେଣ୍ଡର କଲେ ରଞ୍ଜିତ୍ ।
  15. କ୍ରିକେଟ ଇତିହାସରେ ପ୍ରଥମ : ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇଲା ଆୟରଲାଣ୍ଡ, ୧-୦ରେ ସିରିଜ ଆଗୁଆ ।
  16. ପଞ୍ଜାବ ସରକାରଙ୍କ ବଡ଼ ଘୋଷଣା, ୨.୮୦ ଲକ୍ଷ କୃଷକଙ୍କ ୫୯୦ କୋଟି ଟଙ୍କାର ଋଣ ଛାଡ଼ ।
  17. ଜମ୍ମୁ କାଶ୍ମୀରରେ ସେନାକୁ ବଡ ସଫଳତା । ଏନକାଉଣ୍ଟର କରି ନିପାତ କଲା ୩ ଆତଙ୍କୀ । ମୃତକଙ୍କ ଭିତରେ ରହିଛି ଲସ୍କର-ଇ-ତୋଇବାର କୁଖ୍ୟାତ ଆତଙ୍କବାଦୀ ଐଜାଜ୍ ଆଲିଆସ ।
  18. ଏଣିକି ମଧ୍ୟାହ୍ନ ଭୋଜନ ଭଳି ଅଣ ଶିକ୍ଷା କାମରେ ନିୟୋଜିତ ହୋଇପାରିବେନି ଶିକ୍ଷକ ।
  19. ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମିରେ ଯୋଡ଼ି ହେବ ରାଉରକେଲା ଇନଡୋର ଷ୍ଟାଡିଅମ । ୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ଲାଗି ବିପିୟୁଟି କ୍ୟାମ୍ପସରେ ସହିଦ ବୀର୍ସା ମୁଣ୍ଡା ହକି ଷ୍ଟାଡିଅମ ନିର୍ମାଣ କରାଯାଉଛି।
  20. ଦ୍ବିତୀୟ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ନେଇ ଘୋଷଣା କଲା ଆଇସିସି ।ଆସନ୍ତା ଅଗଷ୍ଟ ୪ରୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ମଧ୍ୟରେ  ୫ ଟିକିଆ ଟେଷ୍ଟ ସିରିଜ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.