• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କରୀନା ଫ୍ୟାନ୍ସଙ୍କ ସହିତ ନିଜ ପୁସ୍ତକ ‘Pregnancy Book’ ବିଷୟରେ   ଘୋଷଣା କରିଥିଲେ । ଯେଉଁଥିରେ ସେ ଗର୍ଭଧାରଣ ସମୟର ଅଭିଜ୍ଞତା ଶେୟାର କରିଛନ୍ତି ।  ଏହି ପୁସ୍ତକକୁ କରୀନା ତାଙ୍କର ତୃତୀୟ ପିଲା ବୋଲି କହିଥିଲେ । ଯାହାର ନାଁ ସେ ବାଇବେଲ ରଖିଛନ୍ତି ।ଏହା ନାଁ’କୁ ଏବେ  ନେଇ ‘ଅଲ ଇଣ୍ଡିଆ ମାଇନରିଟି ବୋର୍ଡ଼’  ପ୍ରଶ୍ନବାଚୀ ସୃଷ୍ଟି କରିଛି ।
  2. ଗୁଜରାଟ ଗାନ୍ଧୀ ନଗର ରେଳ ଷ୍ଟେସନ ଉପରେ ନିର୍ମିତ ଏକ ପଞ୍ଚ ତାରକା ହୋଟେଲ ଆକର୍ଷଣର କେନ୍ଦ୍ର ପାଲଟିଛି। ଯାତ୍ରୀମାନଙ୍କୁ ସ୍ବାଗତ କରିବା ପାଇଁ ଏବେ ଏହା ପ୍ରସ୍ତୁତ। ଏଠାରେ ରେଳଯାତ୍ରୀମାନଙ୍କୁ ବିମାନ ବନ୍ଦରର ଅନୁଭୂତି ମିଳିବ। ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ୍‌ ମୋଡ୍‌ରେ ଏହାର ଉଦ୍‌ଘାଟନ କରିବେ।
  3. କୋଭିସିଲ୍ଡ ଟିକା‌ ନେଇଥିବା ବ୍ୟକ୍ତି ଡେଲ୍‌ଟା ପ୍ରଜାତିରେ ସଂକ୍ରମିତ ହେଉଛନ୍ତି। ଡେଲ୍‌ଟା କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ଥିବା ଆଣ୍ଟିବଡିକୁ ଦୁର୍ବଳ କରିଦେଉଛି। ତେଣୁ କୋଭିସିଲ୍ଡ ଟିକା ନେଇଥିବା ଲୋକମାନଙ୍କୁ ତୃତୀୟ ଡୋଜ୍‌ ଦରକାର ପଡ଼ିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି।
  4. କୃଷି ଓ ସମବାୟ ବିଭାଗର ମନ୍ତ୍ରୀ ସ୍ତରୀୟ ଯୁଗ୍ମ ବୈଠକ,ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଉପରେ ଗୁରୁତ୍ୱ ।
  5. ଅଲରାଉଣ୍ଡର ଦୀପକ ହୁଡା ଭଦୋଦ୍ରା କ୍ରିକେଟ ଆସୋସିଏଶନ (ବିସିଏ) ଠାରୁ ଦୂରେଇ ଯାଇଛନ୍ତି। ଆଗାମୀ ଘରୋଇ ସିଜନରେ ସେ ରାଜସ୍ଥାନ ପାଇଁ ଖେଳିବେ।
  6. ଟୋକିଓ ଅଲିମ୍ପିକ୍ସକୁ ଚାଇନା ସର୍ବବୃହତ୍‌ ଦଳ ପଠାଇବ । ୪୩୧ଜଣ ଆଥ୍‌ଲେଟଙ୍କୁ ନେଇ ଗଠିତ ଏହି ଦଳକୁ ମିଳିଛି ଅଲିମ୍ପିକ୍ସର ସବୁଠାରୁ ବଡ଼ ଦଳର ମାନ୍ୟତା । ଅଲିମ୍ପିକ୍ସରେ ୨୨୫ଟି ଇଭେଣ୍ଟରେ ଅଂଶଗ୍ରହଣ କରିବ ଚାଇନା । 
  7. ଗତ ମେ’ ୧୫ରୁ ଜୁନ ୧୫ ମଧ୍ୟରେ ୨୦ ଲକ୍ଷ ଭାରତୀୟଙ୍କ ହ୍ବାଟ୍ସଆପ୍‌ ଆକାଉଣ୍ଟକୁ ବ୍ଲକ କରାଯାଇଛି । 
  8. ଆଜାଦ ହିନ୍ଦ ଫୌଜର ବୀର ଯବାନ ଓ ସ୍ୱାଧୀନତା ସଂଗ୍ରାମୀ ଇଶ୍ୱର ବିଷୋୟୀଙ୍କ ପରଲୋକ ଘଟିଛି । 
  9. ବିଶ୍ୱ ମାନବ ଅଧିକାର ସଂରକ୍ଷଣ ଆୟୋଗର ଆଜୀବନ ଜାତୀୟ ସଭ୍ୟ ହେଲେ ଇଂ.ଲକ୍ଷ୍ମୀକାନ୍ତ ମହାପାତ୍ର ।
  10. ଖରିଫ ଧାନ ସଂଗ୍ରହ ପାଇଁ ଆଜିଠାରୁ ଚାଷୀଙ୍କ ପଞ୍ଜିକରଣ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଆସନ୍ତା ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଚାଷୀ ନିଜର ବିଷଦ ବିବରଣୀ ସହ ସମିତିରୁ ପଞ୍ଜିକରଣ ଫର୍ମ ସଂଗ୍ରହ କରିବେ ।
  11. ସଂସଦୀୟ କ୍ଷେତ୍ର ବାରଣାସୀ ପାଇଁ ଭଣ୍ଡାର ଖୋଲିଦେଲେ ମୋଦି । ୧୫ଶହ କୋଟି ପ୍ରକଳ୍ପର କଲେ ଶିଳାନ୍ୟାସ ।
  12. ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ଫର୍ମପୂରଣ ସରିଲା, ୧୫, ୧୫୫ ପିଲାଙ୍କ ଆବେଦନ । ଆସନ୍ତା ଜୁଲାଇ ୩୦ରୁ ଅଗଷ୍ଟ ୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ।
  13. ବଦଳିଲା ତାରିଖ, ଏବେ JEE ମେନ୍ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ଏହି ଦିନ ଅନୁଷ୍ଠିତ ହେବ। ବର୍ତ୍ତମାନ JEE ମୁଖ୍ୟ ପରୀକ୍ଷଣର ଚତୁର୍ଥ ପର୍ଯ୍ୟାୟ ଅଗଷ୍ଟ ୨୬, ୨୭ ଏବଂ ୩୧ ବ୍ୟତୀତ ସେପ୍ଟେମ୍ବର ୧ ଏବଂ ୨ ରେ ଅନୁଷ୍ଠିତ ହେବ।
  14. ରାଜ୍ୟରେ ବଳବତ୍ତର ରହିଲା ଆଂଶିକ ଲକ୍‌ଡାଉନ୍‌। ଅଗଷ୍ଟ ୧ ତାରିଖ ଯାଏ ସରକାର ଆଂଶିକ ଲକ୍‌ଡାଉନ୍‌କୁ ବଳବତ୍ତର ରଖିବାକୁ ନିଷ୍ପତ୍ତି ନେଇଛନ୍ତି। 
  15. ଯୁକ୍ତ ୨ ସିଟ୍ ବୃଦ୍ଧି ଆବେଦନ ନେଇ ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ।ଇଛୁକ ଉଚ୍ଚ ମାଧ୍ୟମିକ ସ୍କୁଲ ଗୁଡ଼ିକ SAMS ପୋର୍ଟାଲ ବା www.samsodisha.gov.inରେ ଆବେଦନ କରିପାରିବେ। ଗତକାଲିଠାରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୦ ତାରିଖ ସଂଧ୍ୟା ୬ଟାରେ ଶେଷ ହେବ।
  16. କରୋନା ଭୂତାଣୁର ଡେଲଟା ଭାରିଆଣ୍ଟ ପାଇଁ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ମୁଖ୍ୟ ଟେଡ୍ରୋସ୍ ଆନ୍ଧାନୋମ ଘେବ୍ରେୟେସସ୍ ଆଜି କରୋନାର ତୃତୀୟ ଲହର ଆରମ୍ଭ ହୋଇଥିବା ନେଇ ବିଶ୍ୱକୁ ଚେତାବନୀ ଦେଇଛନ୍ତି ।
  17. ବିଲଡର ତଥା ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଅଟକ । ସହିଦନଗର ଥାନା ପୋଲିସ ତାଙ୍କୁ ଅଟକ ରଖିଛି । ବିଭିନ୍ନ ଲୋକଙ୍କୁ ଜମି ଓ ଘର ଦେବାକୁ କହି କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଭୁବନେଶ୍ବର, ବାଲିଅନ୍ତା ଓ ବିଭିନ୍ନ ପ୍ରୋଜେକ୍ଟ ରେ ପୋଲିସର ଚଢ଼ାଉ କରାଯାଇଛି । ତାଙ୍କର ଏକ ଦାମୀ କାର ମଧ୍ୟ ଜବତ କରାଯାଇଛି ।
  18. ରାଜ୍ୟର ସମସ୍ତ ବସ ଉପରୁ ତିନି ମାସର ଟିକସ ଛାଡ କରାଯାଇଛି  । ଜୁଲାଇ ମାସ ପାଇଁ ଟିକସ ଛାଡ଼ କରିଛନ୍ତି ରାଜ୍ୟ ସରକାର ।  କରୋନା ସମୟରେ ଗାଡ଼ି ଚଳାଚଳ ବନ୍ଦ ରହିଥିବାବେଳେ ମାଲିକମାନେ ଟିକସ ଦେବାରେ ଅସମର୍ଥ ନେଇ ସରକାରଙ୍କ ନିକଟରେ ଦାବି ରଖିଥିଲେ  ।
  19. ଲୋକପ୍ରିୟ ସୋସିଆଲ ମିଡିଆ ମେସେଜିଂ ଆପ୍ ହ୍ୱାଟ୍ସଆପ୍‌ ବାର୍ତ୍ତରକୁ ପ୍ରମାଣ ହିସାବରେ ନେଇ ହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କୌଣସି ବ୍ୟକ୍ତିଙ୍କୁ ହ୍ୱାଟ୍ସଆପ୍ ମେସେଜ ଆଧାରରେ ଦଣ୍ଡିତ କରାଯାଇପାରିବନାହିଁ ।
  20. ଜୁଲାଇ ୨୩ରୁ ଅଗଷ୍ଟ ୮ ଯାଏ ଚାଲିବ ଟୋକିଓ ଅଲମ୍ପିକ୍ସ। ଏହାର ଉଦଘାଟନୀ ସମାରୋହରେ ୧ ହଜାରରୁ କମ୍ ଭିଆଇପି ଏବଂ ବିଦେଶୀ ପ୍ରତିନିଧି ମାନେ ଯୋଗଦେବାର ସମ୍ଭାବନା ରହିଛି। ପୂର୍ବରୁ ୧୦ ହଜାରର ଭିଆଇପିଙ୍କ ଆସିବା ନେଇ ଆକଳନ କରାଯାଇଥିଲା ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.