• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଜ୍ୟ ମିଶନ ଶକ୍ତିର ମହିଳା ମାନଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ୍ ସହାୟତା ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ ରାଜ୍ୟର ୩୩୮ଟି ବ୍ଲକସ୍ତରୀୟ ମିଶନ ଶକ୍ତି ମହାସଂଘର ନିଜସ୍ୱ ଘର ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏଁ ୧୬୯ କୋଟି ଟଙ୍କା ପ୍ରଦାନ କରାଯିବା ସହିତ ସେମାନଙ୍କୁ ବ୍ୟବସାୟରେ ସହାୟତା ପାଇଁ ୮୪.୫୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଋଣ ଉପରେ ସୁଧ ଫେରସ୍ତ ପାଇଁ ପାଇଁ ୨୦୦ କୋଟି ଟଙ୍କା ପ୍ରଦାନ କରାଯିବ
  2. ୨୦୦୭ ଟି୨୦ ବିଶ୍ୱକପ୍‌ ଓ ୨୦୧୧ ଆଇସିସି ଦିନିକିଆ ବିଶ୍ୱକପ୍‌ ସଫଳତାକୁ ବହୁ ବର୍ଷ ହେଲାଣି । ଏବେ ଟିମ୍‌ ଇଣ୍ଡିଆକୁ ଆଗାମୀ ଟି୨୦ ବିଶ୍ୱକପ୍‌ ଜିତିବା ଦରକାର । ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଓପନର ଗୌତମ ଗମ୍ଭୀର । 
  3. ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ ପକ୍ଷରୁ ୩, ୪୯୭ କୋଟି ଟଙ୍କା ମୂଲ୍ୟରେ ଜଷ୍ଟ୍ ଡାଏଲ୍‌ର ୪୦.୯୫% ଅଂଶଧନ ଅଧିଗ୍ରହଣ ଘୋଷଣା ।
  4. ଭାରତୀୟ କ୍ରିକେଟ୍ ଦଳର ଶ୍ରୀଲଙ୍କା ଗସ୍ତ  ଜୁଲାଇ ୧୮ରୁ ଦିନିକିଆ ସିରିଜ୍ ସହ ଆରମ୍ଭ ହେବ। ରବିବାର ଉଭୟ ଦଳ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ।
  5. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟରେ ଏକାଧିକ ବଡ଼ବଡ଼ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ମୋଟ ୧୧ ହଜାର କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । 
  6. ମିଶନ ଶକ୍ତି ପାଇଁ ୪୫୩.୫୦ କୋଟିର କୋଭିଡ୍ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୩୩୮ ବ୍ଲକରେ ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୧୬୯ କୋଟି ବ୍ୟୟବରାଦ ।
  7. ଟିକା ନେବା ପରେ ବି ଡେଲଟା ଭାରିଆଣ୍ଟ ଯୋଗୁଁ ଅଧିକାଂଶ ଭାରତୀୟ ସଂକ୍ରମିତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ।
  8. ନବୀନ-ମୋଦୀ ଆଲୋଚନା: ରାଜ୍ୟକୁ ୯୫ % ଟିକା ଯୋଗାଇ ଦେବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ ।
  9. ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଅଭିଯୋଗ – ଧାନ କିଣା ବାବଦ ୬୫୭୦ କୋଟି ଟଙ୍କା ଏଯାଏ ଦେଇନି କେନ୍ଦ୍ର ।
  10. ଦେଶରେ କେବଳ ୨୦୨୦ରେ ମଦ୍ୟପାନ ଯୋଗୁଁ ୬୨,୧୦୦ ଜଣ କର୍କଟରେ ଆକ୍ରାନ୍ତ, କୋଭିଡ୍ ସମୟରେ ସ୍ଥିତି ଆହୁରି ଭୟଙ୍କର ; ରିପୋର୍ଟ…।
  11. ତୃତୀୟ ଲହର ପିଲାଙ୍କ ପାଇଁ ବିପଦ। ବର୍ତ୍ତମାନ ଦେଶର କୋଭିଡ୍‌-୧୯ ସ୍ଥିତି ସମ୍ପର୍କରେ ଆୟୋଜିତ ଏକ ସମ୍ମିଳନୀରେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ ।
  12. ଦେଶ ପାଇଁ ଗୌରବ ଆଣିଲେ ଆଉ ଜଣେ ଭାରତୀୟ ମହିଳା, ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପାଇଁ ତିଆରି କରିଛନ୍ତି ରକେଟ ।
  13. ଆସନ୍ତା ୨୧ ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।
  14. ଦେଶରେ ସଂକ୍ରମଣ ହାର କମିବା ମନ୍ଥର ହୋଇଯାଇଛି। କିଛି ରାଜ୍ୟରେ ଦୈନିକ ସଂକ୍ରମଣ ଲଗାତାର ଭାବେ ବଢ଼ୁଛି। ୫ ରାଜ୍ୟ କେରଳ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଏବଂ ଓଡ଼ିଶାରେ ଦେଶର ନୂଆ ସଂକ୍ରମଣ ମାମଲାର ୭୪.୦୧ ପ୍ରତିଶତ ଚିହ୍ନଟ ହୋଇଛି।
  15. କୋଭିଡ୍‌-୧୯ରୁ ସୁରକ୍ଷା ଦେବା ଲାଗି ପିଲାଙ୍କ ପାଇଁ ବିକାଶ କରାଯାଉଥିବା ଟିକା ଉପରେ ପର୍ଯ୍ୟାପ୍ତ ଗବେଷଣା ହେବା ଆବଶ୍ୟକ। ଉପଯୁକ୍ତ ଗବେଷଣା ବିନା ପିଲାଙ୍କୁ କରୋନା ଟିକା ଦିଆଗଲେ ଏହା ବିପର୍ଯ୍ୟୟ ଆଣିବ ବୋଲି ଦିଲ୍ଲୀ ‌ହାଇକୋର୍ଟ ଆଜି ସତର୍କ କରାଇ ଦେଇଛନ୍ତି।
  16. ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ନିୟମ ଅନୁଯାୟୀ ପ୍ରତିଷ୍ଠା ହୋଇନାହିଁ। ତେଣୁ ତାହାକୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଆଇନ ୧୯୫୬ର ସେକ୍ସନ ୨(ଏଫ୍‌)ରେ ସାମିଲ କରାଯାଇପାରିବ ନାହିଁ।
  17. ତୀକ୍ଷ୍ଣ ସ୍ମରଣଶକ୍ତି ପାଇଁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ୍‌ ଘାଗରାବେଡ଼ା ପଞ୍ଚାୟତ, ବାଟିସାହି ଗ୍ରାମର କୁନି ଝିଅ ଶ୍ରେୟାଂଶୀ ସ୍ଥାନ ପାଇଛନ୍ତି।
  18. ସ୍କୁଲ୍ ଇନୋଭେସନ୍‌ ଆମ୍ବାସାଡର୍‌ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହାଦ୍ୱାରା ୫୦ ହଜାର ବିଦ୍ୟାଳୟର ଶିକ୍ଷକଙ୍କୁ ନବସୃଜନ, ଉଦ୍ୟୋଗୀ, ଆଇପିଆର୍‌, ଡିଜାଇନ୍ ଥିଙ୍କିଂ, ସାମଗ୍ରୀ ବିକାଶ, ଆଇଡିଆ ଜେନେରେସନ୍ ଆଦି ଉପରେ ତାଲିମ୍‌ ଦେବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
  19. ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଅବସରପ୍ରାପ୍ତ ପ୍ରଶାସକ ତଥା କଥାକାର ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ମାଟି ଘୋଡ଼ାର ଲୋକାର୍ପଣ କରିଛନ୍ତି । ମାଟିର ମହକରେ ନିଜକୁ ହଜାଇ ଦେଇଥିବା ପ୍ରଦୀପ୍ତ ତାରି ଭିତରେ ହିଁ ଶାଶ୍ୱତର ସନ୍ଧାନ କରିଛନ୍ତି ।
  20. ମାତାରିଣୀ ବିଲ୍ଡରର ତଥା ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣାକୁ ଗିରଫ କରି କୋର୍ଟ ଚାଲାଣ କରିଛି ଶହୀଦନଗର ଥାନା ପୋଲିସ । ଠକେଇର ଚେର ଖୋଜିବାକୁ ନିରଞ୍ଜନଙ୍କୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିବ ପୋଲିସ । ସେପଟେ ଗଣମାଧ୍ୟମରେ ନିରଞ୍ଜନଙ୍କ ଗିରଫ ଖବର ଦେଖିବା ପରେ ଠକାମୀର ଶିକାର ହୋଇଥିବା ଅନେକ ଲୋକ ଥାନାକୁ ଆଣି ଅଭିଯୋଗ କରିଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.