• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩,୬୫୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ପୁନର୍ବାର ଦୈନିକ ସଂକ୍ରମଣରେ ବୃଦ୍ଧି ଲକ୍ଷ୍ୟ କରାଯାଇଛି। ସେହିଭଳି ଦିନକ ମଧ୍ୟରେ ୪୧,୬୭୮ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୯୭.୩୯% ହୋଇଛି।
  2. ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୧୭୦୩ ପଜିଟିଭ୍ । ଏହାସହ ଆଉ ୬୯ ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟାଇନ୍‌ରୁ ୯୮୮ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୭୧୫ । 
  3. ଆସାମ ଓ ମିଜୋରାମ ମଧ୍ୟରେ ସୀମା ବିବାଦ ଉଗ୍ରରୂପ ନେଇଛି । ୬ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ପରେ ଏବେ ସାରା ଦେଶର ନଜର ଏହି ଦୁଇ ରାଜ୍ୟ ଉପରେ । କେନ୍ଦ୍ର ସରକାର ବିବାଦକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ବିରୋଧୀ ମଧ୍ୟ ସୀମା ବିବାଦର ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି ।
  4. ପୁଅ ପାଇଁ ୪ଲକ୍ଷ, ଝିଅ ପାଇଁ ୮୦ ହଜାର। ପିଲା ବିକ୍ରି ପାଇଁ ବେଧଡ଼କ ବାର୍ଗେନିଂ । ରାଉରକେଲାରେ ଶିଶୁ ବିକ୍ରି କରୁଥିବା ରାକେଟର ସାତ ଜଣ ଗିରଫ  ।  ଗରିବ ଓ ଅସହାୟ ମହିଳାଙ୍କୁ ଅର୍ଥ ଲୋଭ ଦେଖାଇ ଶିଶୁ କିଣିନେଵା ପରେ ଶିଶୁଙ୍କୁ ଲକ୍ଷାଧିକ ଟଙ୍କାରେ ରାଜ୍ୟ  ବାହାରେ ବିକ୍ରି କରୁଥିଲେ ଅଭିଯୁକ୍ତ  ।
  5.  ବାସବରାଜ୍‌ ବୋମାଇ । ଇଞ୍ଜିନିୟରରୁ ମୁଖ୍ୟମନ୍ତ୍ରୀ ।  ବିଜେପି ମହଲରେ ଜଣେ ବିଶ୍ୱସ୍ତ ନେତା ହେଉଛନ୍ତି ବାସବରାଜ୍ । କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବାସବରାଜ ବୋମାଇ। ସେ ହେଉଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ.ଆର. ବୋମାଇଙ୍କ ପୁତ୍ର । 
  6.  ଗୁଜୁରାଟର ହରପ୍ପା ଯୁଗର ସହର ଧୋଲାଭିରା ୟୁନେସ୍କୋର ୱାଲ୍ଡ ହେରିଟେଜ ତାଲିକାରେ ସ୍ଥାନ ପାଇଛି। ମିଳିତ ଜାତିସଂଘ ସଂଗଠନ ମଙ୍ଗଳବାର ଦିନ ଏହି ସୂଚନା ଦେଇଛି।
  7. ନୂଆଦିଲ୍ଲୀରେ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। 
  8. ଆସନ୍ତା ମାସ ସୁଦ୍ଧା ଦେଶରେ ଶିଶୁ ମାନଙ୍କ ଟିକାକରଣ ଆରମ୍ଭ ହୋଇପାରେ । ବିଜେପି ଏମପିଙ୍କ ସଂସଦୀୟ ବୈଠକରେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ
  9. ଅଲିମ୍ପିକ୍ସର ଚତୁର୍ଥ ଦିନରେ ବେଶ ଦମ୍ ଦେଖାଇଛନ୍ତି କିଶୋର ଖେଳାଳି । ତେବେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ୧୩ ବର୍ଷର ଦୁଇ କିଶୋରୀ ଖେଳାଳି । ପ୍ରତିଯୋଗିତା ଥିଲା ସ୍କେଟ୍ ବୋର୍ଡିଂ । ପଦକ ପାଇଁ ଚାଲିଥିଲା ଫାଇଟ୍ । ଯେଉଁଥିରେ ଜାପାନର ନିଶିଆ ମୋମୋଜି ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ ରୌପ୍ୟ ପଦକ ହାସିଲ କରିଛନ୍ତି ବ୍ରାଜିଲର ରାଇସା ଲିଲ୍ ।
  10. ୨୬୨ ତାଲିବାନ ଆତଙ୍କବାଦୀଙ୍କ ହତ୍ୟା କରିଛି ଆଫଗାନିସ୍ତାନ ସେନା । ଏନେଇ ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରାଳୟ ଘୋଷଣା କରିଛି। 
  11. ଅକ୍ଷୁଣ୍ଣ ରହିବ ଐତିହ୍ୟ। ମାଷ୍ଟର କ୍ୟାଣ୍ଟିନ ଛକରୁ ଘୋଡ଼ା ମୂର୍ତ୍ତିକୁ ସ୍ଥାନାନ୍ତର କରାଯିବ ନାହିଁ ବରଂ ଏହାକୁ ନୂଆ ରୂପ ଦିଆଯାଇ ଅଧିକ ଆକର୍ଷଣୀୟ କରାଯିବ।
  12. ହରପପ୍ପା ବା ସିନ୍ଧୁ ସଭ୍ୟତା ସମୟର ସହର ଗୁଜରାଟର ଧୋଲାବିରା ୟୁନେସ୍କୋର ବିଶ୍ବ ଐତିହ୍ୟ ତାଲିକାରେ ସ୍ଥାନୀତ ହୋଇଛି। ମଙ୍ଗଳବାର ୟୁନେସ୍କାର ବିଶ୍ବ ଐତିହ୍ୟ କମିଟି ଧୋଲାବିରାକୁ ଏହାର ତାଲିକାରେ ସ୍ଥାନୀତ କରିଛି। ଚୀନରେ ଚାଲିଥିବା ୪୪ତମ ୟୁନେସ୍କୋ ବିଶ୍ବ ଐତିହ୍ୟ କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରାୟ ୪୫୦୦ ବର୍ଷ ପୂର୍ବେ ଭାରତରେ ସିନ୍ଧୁ ସଭ୍ୟତା ଗଢିଉଠିଥିଲା। 
  13. ଭାରତୀୟ ରେଳବାଇରେ କାର୍ଯ୍ୟରତା ମୀରାବାଈ ଚାନୁଙ୍କୁ ୨ କୋଟି ଟଙ୍କା ପୁରସ୍କାର ଦେବା ସହ ତାଙ୍କୁ ପଦୋନ୍ନତି ଦେବାକୁ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘୋଷଣା କରିଥିଲେ।
  14.  ପେଗାସସ୍‌ ଝଡ଼ ଯୋଗୁଁ ମଙ୍ଗଳବାର ୬ଷ୍ଠ ଦିନ ପାଇଁ ସଂସଦରେ ଅଚଳାବସ୍ଥା ଜାରି ରହିଥିଲା। ପେଗାସସ୍ ସ୍ପାଏୱେର ମାଧ୍ୟମରେ ସରକାରଙ୍କ ଗୁଇନ୍ଦା କାର୍ଯ୍ୟର ଆଲୋଚନା ଦାବିରେ ବିରୋଧୀ ସଦସ୍ୟମାନେ ଉଭୟ ଗୃହରେ ହୋହଲ୍ଲା କରିଥିଲେ। 
  15. ୨୦୨୦ ଆରମ୍ଭରୁ ଜନଗଣନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେହିବର୍ଷ ଏପ୍ରିଲ ୧୬ ତାରିଖରୁ ମେ ୩୧ ପର୍ଯ୍ୟନ୍ତ ଗୃହ ଗଣନା ଏବଂ ୨୦୨୧ ଫେବୃଆରୀରୁ ମୁଣ୍ଡଗଣତି କରାଯାଇ ମାର୍ଚ୍ଚ ଶେଷ ସୁଦ୍ଧା ପ୍ରାଥମିକ ତାଲିକା ପ୍ରକାଶ ପାଇଥାନ୍ତା। କରୋନା ଯୋଗୁଁ କାର୍ଯ୍ୟ ବନ୍ଦ ରହିଥିଲା। ୨୦୨୨ ପ୍ରଥମ ଭାଗରୁ ପ୍ରକ୍ରିୟା ଆରମ୍ଭ ହୋଇ ୨୦୨୩ ମାର୍ଚ୍ଚ ଶେଷ ବେଳକୁ ଜନଗଣନାର ପ୍ରାଥମିକ ତାଲିକା ପ୍ରକାଶ ପାଇବ ବୋଲି ନିର୍ଦେଶକ ପ୍ରେମାନନ୍ଦ ଖୁଣ୍ଟିଆ ସୂଚନା ଦେଇଛନ୍ତି।
  16. ଅଲିମ୍ପିକ୍‌ସ ରୌପ୍ୟ ଜିତିଥିବା ମୀରାବାଈଙ୍କୁ ମଣିପୁର ପୁଲିସ୍‌ରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଏଏସ୍‌ପି) ପଦରେ ନିଯୁକ୍ତି ଦିଆଯିବ ବୋଲି ମଣିପୁରର ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂହ ଘୋଷଣା କରିଛନ୍ତି। କେବଳ ଏତିକି ନୁହେଁ; ପୂର୍ବ ଘୋଷଣା ଅନୁସାରେ ଅଲିମ୍ପିକ୍‌ସ ରୌପ୍ୟ ଜିତିଥିବା ମୀରାବାଈଙ୍କୁ ୧ କୋଟି ଟଙ୍କା ପ୍ରଦାନ କରାଯିବ।
  17. ସରକାରୀ କର୍ମଚାରୀଙ୍କ ଭଳି ‌ସ୍ବେରେଜ ବୋର୍ଡ କର୍ମଚାରୀ ୬୦ ବର୍ଷ ବୟସରେ ଅବସର ଗ୍ରହଣ କରିବା ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି।
  18. ଆଇଏନ୍‌ଆଇ-ସିଇଟି (ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ନ୍ୟାସନାଲ ଇମ୍ପୋଟାନ୍ସ କମ୍ବାଇନ୍ଡ଼ ଏନ୍‌ଟ୍ରାନ୍‌ସ ଟେଷ୍ଟ)ରେ ରାଉରକେଲାର ଝିଅ ସ୍ବୀକୃତି ଦାଶ ସର୍ବଭାରତୀୟ ସ୍ତରରେ ୩୯ତମ ସ୍ଥାନ ଅଧିକାର କରିଛନ୍ତି।
  19. ଉତ୍ତର ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଯୋଗୁ ଆସନ୍ତା ୨୮ ରୁ ୩୧ ତାରିଖ ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ |
  20. ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଲଭ୍‌ଲିନା ବୋର୍ଗୋହେଁ (୬୪ ‌‌କିଲୋଗ୍ରାମ) ପଦକଠୁ ଆଉ ମାତ୍ର ଗୋଟିଏ ବିଜୟ‌ ଦୂରରେ ରହିଛନ୍ତି। ଅଲିମ୍ପକ୍ସ ପଦାର୍ପଣ କରିଥିବା ଲଭ୍‌ଲିନା ମଙ୍ଗଳବାର କଡ଼ା ସଂଘର୍ଷପୂର୍ଣ୍ଣ ପ୍ରିକ୍ବାର୍ଟର ଫାଇନାଲ୍‌ରେ ବୟସରେ ନିଜଠୁ ୧୨ ବର୍ଷ ବଡ଼ ଜର୍ମାନି ଭେଟେରାନ ନାଦିଆ ଆପେଜଙ୍କୁ ମାତ୍‌ ଦେଇଥିଲେ। ଏହି ଲଢ଼େଇକୁ ସେ ୩-୨ରେ ଜିତି କ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.