• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କର୍ଣ୍ଣାଟକର ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବାସବରାଜ ବୋମାଇ । ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ପଦ ଓ ଗୋପନୀୟତାର ଶପଥପାଠ କରିଛନ୍ତି ।
  2. ପୁରୀ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର ଉନ୍ନତିକରଣ କାର୍ଯ୍ୟ ହାତକୁ ନିଆଯାଇଛି । ଏହାସହ ସାକ୍ଷୀଗୋପାଳ ମନ୍ଦିର ଓ ଚତୁର୍ପାଶ୍ୱ, ତୀର୍ଥ ପୁଷ୍କରିଣୀ ରାଧା କୁଣ୍ଡ, ଶ୍ୟାମ କୁଣ୍ଡ ଓ ଚନ୍ଦନ ପୁଷ୍କରିଣୀର ମଧ୍ୟ ଉନ୍ନତିକରଣ କରାଯିବ । ଏନେଇ ବକୁଳବନ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତ୍ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ଜିଲ୍ଲାପାଳ ସମର୍ଥ ବର୍ମା । ସେହିପରି ବକୁଳ ବନକୁ ଇକୋ ପାର୍କ ଭାବେ ନିର୍ମାଣ ନେଇ ମଧ୍ୟ ଆଲୋଚନା କରାଯାଇଛି ।
  3. କେନ୍ଦ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ସାଇକେଲ ଫର ଚେଞ୍ଜ ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ଅଧିଗ୍ରହଣ କରିଛି ଭୁବନେଶ୍ବର । ପ୍ରତିଯୋଗିତାରେ ଦେଶର 100ଟି ସ୍ମାର୍ଟସିଟି ଓ ସବୁ ରାଜ୍ୟର ରାଜଧାନୀ ଅଂଶଗ୍ରହଣ କରିଥିଲେ। ସେମଧ୍ୟରୁ ଦେଶର ପ୍ରଥମ 11ଟି ସ୍ମାର୍ଟସିଟି ମଧ୍ୟରେ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି ।
  4. ପଯ୍ୟଟନ ଋତୁରେ ହୀରାକୁଦରେ ବୋଟିଂ କ୍ଲବ ଓ ୱାଟର ସଫାରୀ ପ୍ରତିଷ୍ଠା କରାଯିବ । ପଯ୍ୟଟକଙ୍କ ପାଇଁ ରହିବ ସମସ୍ତ ବ୍ୟବସ୍ଥା । ଇକୋଟୁରିଜମ ପଦ୍ଧତିରେ ୫ ବର୍ଷ ପାଇଁ କଟେଜ ତିଆରି ହବ ।
  5. ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ବିକାଶ, ପରିଚାଳନା ଏବଂ ମ୍ୟାନେଜମେଣ୍ଟ ଘରୋଇ କମ୍ପାନୀ ହାତରେ ରହିବ । ଆଜି ରାଜ୍ୟସଭାରେ ବିଜେଡି ସାଂସଦ ସୁବାସ ସିଂହଙ୍କ ପ୍ରଶ୍ନର ଉତ୍ତରରେ ବେସମାରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ବି.କେ. ସିଂହ ଏହି ତଥ୍ୟ ରଖିଛନ୍ତି । ରାଜ୍ୟ ସରକାର ମଧ୍ୟ ଚାହିଁଲେ ବିମାନବନ୍ଦରର ବିକାଶ ଦାୟିତ୍ବ ମଧ୍ୟ ସମ୍ଭାଳିପାରିବେ ବୋଲି ନୂଆ ନୀତିରେ ସ୍ପଷ୍ଟ ଅଛି । 
  6. ଆସନ୍ତା ୩୧ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ । ବାଣିଜ୍ୟ ଏବଂ ବିଜ୍ଞାନ ବିଭାଗରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇବ। 
  7. ବୁଧବାର କେନ୍ଦ୍ର କ୍ୟାବିନେଟ ବ୍ୟାଙ୍କ ବୀମା ଓ କ୍ରେଡ଼ିଟ ଗ୍ୟାରେଣ୍ଟି ନିଗମ ବିଧେୟକ ୨୦୨୧କୁ ମଞ୍ଜୁରୀ ଦେଇଛି  । ଯଦ୍ୱାରା ଜମାକାରୀ ୯୦ ଦିନ ଭିତରେ ୫ ଲକ୍ଷ ପର୍ଯ୍ୟନ୍ତ ବୀମା ରାଶିକୁ ଉପଯୋଗ କରିପାରିବେ  ।
  8. ଉତ୍ତରପ୍ରଦେଶରେ ରାସ୍ତା ଉପରେ ଶୋଇଥିବା ଅବସ୍ଥାରେ ଗାଡ଼ି ମାଡ଼ିଯିବାରୁ ପ୍ରାଣ ହରାଇଲେ ୧୮ ଜଣ ଶ୍ରମିକ । ଏଥିସହ ଆହତ ହୋଇଛନ୍ତି ୧୯ ଜଣ ।
  9. ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ଅବସ୍ଥା ସଙ୍କଟାପନ୍ନ । କରୋନା ପରବର୍ତ୍ତୀ ଚିକତ୍ସା ପାଇଁ ସେ ଗତ ଦୁଇ ତାରିଖରୁ ଗୌହାଟୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । 
  10. ୨୦୧୫ ମସିହାରେ ସିପିଆଇ(ଏମ୍‌)ର ଛଅଜଣ ସଦସ୍ୟ କେରଳ ବିଧାନସଭାରେ କରିଥିବା ଗଣ୍ଡଗୋଳ ମାମଲା ପ୍ରତ୍ୟାହାର କରାଯାଇପାରିବ ନାହିଁ ବୋଲି ବୁଧବାର ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ଅଭିଯୁକ୍ତମାନେ ଯାହା କରିଛନ୍ତି ତାହା ଅସାମ୍ବିଧାନିକ ଥିଲା।
  11. ୨୦୨୧, ଏପ୍ରିଲ ୧ର ସ୍ଥିତି ଅନୁସାରେ ଓଡ଼ିଶାରେ ପୂର୍ଣ୍ଣ ଓ ଆଂଶିକ ରୂପେ ୫୨ ହଜାର ୨୧୯ କୋଟି ଟଙ୍କା ବ୍ୟୟରେ ୪ ହଜାର ୬୪୩ କିମି ‌ଦୈର୍ଘ୍ୟର ୩୭ଟି ପ୍ରକଳ୍ପର ଯୋଜନା, ମଂଜୁରି ଓ କାର୍ଯ୍ୟକାରିତା ବିଭିନ୍ନ ପର୍ଯ୍ୟାୟରେ ରହିଛି। ସେଥି ମଧ୍ୟରୁ ୯୨୮ କିମି ଭାରାର୍ପଣ (କମିସନ୍‌) ହୋଇଛି।
  12. କେନ୍ଦ୍ର ସରକାର ଆଜି କୋଭିଡ୍ କଟକଣାଗୁଡ଼ିକୁ ଆସନ୍ତା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ଦେଶରେ ସାମଗ୍ରିକ ଭାବେ ସଂକ୍ରମଣ କମୁଥିଲେ ମଧ୍ୟ କେତେକ ଜିଲ୍ଲାରେ ପଜିଟିଭିଟି ହାର ୧୦ ପ୍ରତିଶତ ଉପରେ ଥିବାରୁ ଅଧିକ ସତର୍କ ରହିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ କହିଛନ୍ତି ।
  13. ହାଇକୋର୍ଟରେ ମାମଲା ଶୁଣାଣିର ସିଧାପ୍ରସାରଣ ସାଧାରଣ ଲୋକେ ଦେଖିପାରିବେ। ଏ ନେଇ ହାଇକୋର୍ଟ ପକ୍ଷରୁ ସ୍ବତନ୍ତ୍ର ନିୟମାବଳି ପ୍ରଣୟନ କରାଯାଇଛି। ନୂତନ ନିୟମାବଳି ଅଗଷ୍ଟ ୨ରୁ କାର୍ଯ୍ୟକାରୀ ହେବ ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।କୌଣସି ମାମଲାର ଶୁଣାଣି ସିଧା ପ୍ରସାରଣ ପାଇଁ ଯୋଗ୍ୟ ନୁହେଁ ବୋଲି ଯଦି ଖଣ୍ଡପୀଠ ମତ ଦିଅନ୍ତି ତେବେ ଏହାକୁ ମଧ୍ୟ ବାଦ୍‌ ଦିଆଯିବ।
  14. ଉପର ମୁଣ୍ଡରେ ବର୍ଷା ଓ ସମ୍ଭାବ୍ୟ ପାଣିପାଗ କାରଣରୁ ବୁଧବାର ହୀରାକୁଦ ବନ୍ଧର ଆଉ ୪ଟି ଗେଟ୍ ଖୋଲା ଯାଇଛି। ଫଳରେ ମୋଟ ୧୪ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ଜଳ ନିଷ୍କାସିତ ହେଉଛି।
  15. ଏବର୍ଷ ରାଜ୍ୟର ୧ ଲକ୍ଷ ୫୦ ହଜାର ହେକ୍ଟର ଜମିରେ ବନୀକରଣ ଜାରି ରହିଛି। ଏଥିପାଇଁ ଜଙ୍ଗଲ ବିଭାଗର ୩ ହଜାର ୩୭୫ଟି ନର୍ସରିରେ ୧୦ କୋଟି ୮୬ ଲକ୍ଷ ଚାରା ଉତ୍ପାଦନ ହୋଇଛି।
  16. ଏୟାରଟେଲ୍‌ ଏହାର ସର୍ବନିମ୍ନ ରିଚାର୍ଜ ପ୍ଲାନ୍‌ର ମୂଲ୍ୟ ବୃଦ୍ଧି କରିଛି। ପୂର୍ବରୁ ଏହାର ସବୁଠୁ କମ୍ ମୂଲ୍ୟର ପ୍ରିପେଡ୍ ପ୍ଲାନ୍ ଦାମ୍ ଥିଲା ୪୯ ଟଙ୍କା। ସେହି ପ୍ଲାନ୍‌କୁ କଂପାନି ବନ୍ଦ କରିଥିବା ବେଳେ ତାହା ସ୍ଥାନରେ ୭୯ ଟଙ୍କିଆ ପ୍ଲାନ୍ ଆଣିଛି।
  17. ଗତ ତିନି ବର୍ଷ ଭିତରେ ରାଜ୍ୟରେ ୩ ହଜାରରୁ ଅଧିକ ଜାଲ୍ କଂପାନି ଚିହ୍ନଟ କରାଯାଇଛି।ଯେଉଁ ସଂସ୍ଥାଗୁଡ଼ିକ ରେଜିଷ୍ଟ୍ରାର ଅଫ୍ କଂପାନିଜ୍‌ (ଆର୍‌ଓସି)ରେ ପଞ୍ଜୀକୃତ ହୋଇଥିବା ସତ୍ତ୍ବେ କୌଣସି ପ୍ରକାର କାରବାର କରନ୍ତି ନାହିଁ
  18. ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୯.୫%କୁ ହ୍ରାସ ପାଇବ। ଏଭଳି ଖରାପ ଖବର ଆଣିଛି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌)। ଭାରତ ପାଇଁ ଏହା ନିଜର ପୂର୍ବାନୁମାନକୁ ବଦଳାଇବାକୁ ବାଧ୍ୟ ହୋଇଛି।
  19. ଭାରତର ୩ ମହିଳା କ୍ରୀଡ଼ାବିତ୍‌ ପୂଜା ରାଣୀ, ଦୀପିକା କୁମାରୀ ଏବଂ ପିଭି ସିନ୍ଧୁ ବୁଧବାର ଚମତ୍କାର ପ୍ରଦର୍ଶନ ଜାରିଆରେ ପଦକ ଆଶ‌ା ଉଜ୍ଜୀବିତ ରଖିଛନ୍ତି। ମୁଷ୍ଟିଯୋଦ୍ଧା ପୂଜା କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚି ପଦକଠୁ ଗୋଟିଏ ପାଦ ଦୂରରେ ରହିଛନ୍ତି।
  20. ଚଳିତ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ହ୍ୟାଟ୍ରିକ୍‌ ପରାଜୟ ବରଣ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.