• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବାହୁଡ଼ା ଯାତ୍ରା ମଙ୍ଗଳବାର ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ।ବୁଧବାର ରାତି ୮ଟା ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ ଜାରି ରହିବ । ତଦାରଖ ପାଇଁ ୧୦ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଭିଡିଓଗ୍ରାଫର ରହିବେ । 
  2. ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର କେନାଲ ସିଷ୍ଟମରୁ ୧୫,୩୫୯ ହେକ୍ଟର ଚାଷ ଜମିକୁ ପାଣି ଛଡ଼ା ଯାଇଛି । 
  3.  ଦିଲ୍ଲୀ ଏମ୍ସରେ ପରୀକ୍ଷଣରେ ସାମିଲ୍ ହୋଇଥିବା ଛୁଆ ୬ରୁ ୧୨ ବର୍ଷ ବୟସ୍କଙ୍କୁ କୋଭାକ୍ସିନର ଦ୍ୱିତୀୟ ଡୋଜ୍ ଦିଆଯିବ । ଦ୍ୱିତୀୟ ଡୋଜ୍ ଦେବା କାମ ଆସନ୍ତା ସପ୍ତାହରୁ ଆରମ୍ଭ ହୋଇପାରେ । ଚଳିତ ମାସର ଶେଷ ସୁଦ୍ଧା ଅନ୍ତରୀଣ ରିପୋର୍ଟ ଆସିବା ନେଇ ଆଶା କରାଯାଉଛି । ଯେଉଁଥିରୁ ଜଣାପଡ଼ିବ ପିଲାଙ୍କ ଉପରେ କେତେ ପ୍ରଭାବଶାଳୀ ହେଉଛି ଟିକା ।
  4. ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲି ଯାଏଁ ସ୍ଥଗିତ ରହିଛି । ଅନ୍ୟପଟେ ଫୋନ୍ ଟ୍ୟାପିଂ ବିବାଦକୁ ନେଇ ଦୂର ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ବିବୃତି ରଖିଛନ୍ତି । ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ‘ହ୍ୟାକିଂ ସହ ତଥ୍ୟ ଚୋରିର କୌଣସି ସମ୍ପର୍କ ନାହିଁ ।
  5. ୭୫ ବର୍ଷ ବୟସ୍କ ନେପାଳୀ କଂଗ୍ରେସ ନେତା ଦେଓବାଙ୍କୁ ୧୬୫ଟି ଭୋଟ ମିଳିଛି । ପ୍ରତିନିଧି ସଭାରେ ଆସ୍ଥା ଭୋଟରେ ଦେଓବାଙ୍କ ବିଜୟ ସହଜ ଥିଲା । ଭୋଟିଂରେ ମୋଟ ୨୪୯ ସାଂସଦ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୮୩ ଜଣ ସାଂସଦ ଦେଓବାଙ୍କ ବିରୋଧରେ ଭୋଟ ଦେଇଥିଲେ । ଜଣେ ସାଂସଦ ଭୋଟ ଦେଇ ନଥିଲେ ।
  6. ଇସ୍ରାଏଲୀ ସ୍ପାଇ ୱେୟାର ପେଗାସସ ଦ୍ୱାରା ଅନେକ ଫୋନ ନମ୍ବର ହ୍ୟାକ ହେବା ଖବର ପ୍ରକାଶ ପାଇବା ପରେ ଦେଶରେ  ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।ଏହି ସ୍ପାଇ ୱେୟାର କେବଳ ସରକାର ବ୍ୟବହାର କରିପାରିବାର ବ୍ୟବସ୍ଥା ଥିବା ବେଳେ, ଶତାଧିକ ଫୋନ ନମ୍ବର କିପରି ହ୍ୟାକ ହେଲା ତାକୁ ନେଇ ଉଠିଛି ପ୍ରଶ୍ନ। ହ୍ୟାକ ହୋଇଥିବା ଫୋନ ନମ୍ବରରେ ମଧ୍ୟ ସାମିଲ ରହିଛି ଅନେକ ଆଇନଜୀବୀ, ସରକାରୀ କର୍ମଚାରୀ, ସାମାଜିକ କର୍ମୀଙ୍କ ସମେତ ୩୦୦ରୁ ଅଧିକ ନମ୍ବର। 
  7. ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗରେ ସଂସଦ ଗୃହ ଗରମ । କେନ୍ଦ୍ରକୁ ଘେରିଲେ ବିରୋଧୀ, ଜବାବ୍ ଦେଲେ ସରକାର।
  8. ସଂସଦରେ ମୋଦୀଙ୍କୁ କହିବାକୁ ଦେଲେନାହିଁ ବିରୋଧୀ । ଫୋନ ହ୍ୟାକିଂ, ତେଲ ଦର ବୃଦ୍ଧି ଓ କୋଭିଡ ବିଫଳତାକୁ ନେଇ ଲଗାଇଲେ ନାରା।
  9. ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ନିମନ୍ତେ ୫ ବର୍ଷ ପାଇଁ ୬,୧୪୩ କୋଟି ବ୍ୟୟ ବରାଦ  କରାଯାଇଛି  ବୋଲି  କହିଛନ୍ତି  ଧର୍ମେନ୍ଦ୍ର ପ୍ରଧାନ ।
  10. ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅତିରିକ୍ତ ଜଳସେଚନ ବ୍ୟବସ୍ଥା ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଚାଷୀକୁ ମିଳିଲା ସୁବର୍ଣ୍ଣରେଖା ପାଣି, ମୟୁରଭଂଜର ୫ଟି ବ୍ଲକର ୯୪ଟି ଗାଁର ୧୫୩୫୯ ହେକ୍ଟର ଜମିକୁ ଗଲା ପାଣି ।
  11. କରୋନାକୁ ନେଇ ଏମ୍ସ ଡାକ୍ତରଙ୍କ ଚେତାବନୀ, ଆଗାମୀ ବର୍ଷେ-ଦୁଇ ବର୍ଷ ଲୋକଙ୍କୁ ସାବଧାନ ରହିବାକୁ ପଡ଼ିବ।
  12. ଆଜି ଦ୍ଵିତୀୟ ଦିନିକିଆ: ସିରିଜ୍ ଜିତିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଶିଖର ଧାଓ୍ଵନଙ୍କ ଯୁବ ବାହିନୀ ।
  13. ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ। ଅଗଷ୍ଟ ୨୭ରେ ୨ଟି ସିଟିଂରେ ପରୀକ୍ଷା ପାଇଁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ।ସକାଳ ୧୦ରୁ ମଧ୍ୟାହ୍ନ ୧୨ ପ୍ରଥମ ପେପର ଏବଂ ଦିନ ୧.୩୦ରୁ ଅପରାହ୍ଣ ୩.୩୦ ପର୍ଯ୍ୟନ୍ତ ଦ୍ବିତୀୟ ପେପର ପରୀକ୍ଷା କରାଯିବ। ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ବର, କଟକ ଓ ସମ୍ବଲପୁରରେ ହେବ ପରୀକ୍ଷାକେନ୍ଦ୍ର ।
  14. ଓଡ଼ିଶା କ୍ରିକେଟ ଆସୋସିଏନ ଜରିଆରେ ହେବ କ୍ରିକେଟ ଏକାଡେମୀ। ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲାରେ ହେବ କ୍ରିକେଟ ଏକାଡେମୀ। ତୃତୀୟ ପର୍ଯ୍ୟାୟରେ ଅନ୍ୟାନ୍ୟ ଜିଲାରେ ହେବ କ୍ରିକେଟ ଏକାଡେମୀ।
  15. ଟୋକିଓ ଅଲିମ୍ପିକରେ ଆଉ ୧୫ କୋଭିଡ୍ ପଜିଟିଭ, ପ୍ରତିଦିନ ହେବ ୮୦ ହଜାର ଟେଷ୍ଟ ।
  16. ଘରୋଇ ହସ୍ପିଟାଲ୍‌ଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ତାଗିଦ୍‌: ଲୋକଙ୍କ ଦୁଃଖରୁ ଲାଭ ଉଠାଇବା ବନ୍ଦ କର ।
  17. ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୁଲିସର କ୍ରାଇମ୍‌ ବାଞ୍ଚ ଆଜି ଗିରଫ କରିଛି। ଅଶ୍ଳୀଳ ସିନେମା ପ୍ରସ୍ତୁତ କରି ମୋବାଇଲ ଆପ୍ ଜରିଆରେ ସେ ଏହାକୁ ରିଲିଜ କରୁଥିଲେ ବୋଲି ‌ପୁଲିସ ପକ୍ଷରୁ କୁହାଯାଇଛି। 
  18. କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ମିଡିଆ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ ରୂପେ ଗଣେଶ୍ବର ବେହେରାଙ୍କୁ ନିଯୁକ୍ତି ଦେଇଛନ୍ତି। 
  19. ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଭାବେ ନବଜୋତସିଂ ସିଦ୍ଧୁଙ୍କୁ ଦଳ ଚୟନ କରିବା ପରେ ଏବେ ରାଜସ୍ଥାନରେ ବି ବଦଳି ପାରନ୍ତି ପିସିସି ସଭାପତି । ରାଜସ୍ଥାନ କଂଗ୍ରେସ ପ୍ରଭାରୀ ଅଜୟ ମାକେନଙ୍କ ଏକ ରି ଟ୍ୱିଟ୍ ପରେ ଏ ନେଇ ଚର୍ଚ୍ଚା ଜୋର ଧରିଛି ।
  20. ଆନ୍ଧ୍ରପ୍ରଦେଶସ୍ଥିତ ତିରୁମାଲା ତିରୁପତି ବାଲାଜୀଙ୍କ ନାମ ଦେଶର ସବୁଠାରୁ ପ୍ରତିଷ୍ଠିତ ଓ ଧନୀ ମନ୍ଦିର ତାଲିକାରେ ରହିଛି। ସୋମବାର ହାଇଦ୍ରାବାଦର ଶ୍ରୀନିବାସ ଦମ୍ପତ୍ତି ୪ କୋଟି ଟଙ୍କାର ସୁନାର ଖଣ୍ଡା ଅର୍ପଣ କରିଛନ୍ତି। ଶ୍ରୀନିବାସ ଦମ୍ପତ୍ତି ସୋମବାର ସକାଳେ ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି) ଅଧିକାରୀଙ୍କୁ ସୁନାର ଖଣ୍ଡା ଦାନ କରିଛନ୍ତି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.