• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଦେଶକୁ ପୁଣି ୩ଟି ରାଫେଲ୍‌ ଯୁଦ୍ଧବିମାନ ମିଳିଛି। ଗତକାଲି ସପ୍ତମ ପର୍ଯ୍ୟାୟରେ ୩ଟି ରାଫେଲ୍‌ ଯୁଦ୍ଧବିମାନ ଦେଶରେ ପହଞ୍ଚିଛି। ଏଥିସହ ଦେଶକୁ ମୋଟ୍‌ ୨୪ଟି ରାଫେଲ୍‌ ଯୁଦ୍ଧ ବିମାନ ମିଳିଲାଣି।
  2. ପେଗାସସ୍ ଗୁଇନ୍ଦାଗିରି ରିପୋର୍ଟକୁ ନେଇ ସଂସଦ ଆଜି ମଧ୍ୟ ଅଚଳ ରହିଛି । ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ସାଂସଦ‌ମାନେ ଏହି ପ୍ରସଙ୍ଗକୁ କେନ୍ଦ୍ରକରି ପାଟିତୁଣ୍ଡ ଏବଂ ହଟ୍ଟଗୋଳ ଜାରି ରଖିଛନ୍ତି ।
  3. ଉତ୍ତରପ୍ରଦେଶ ସରକାର ଦିଲ୍ଲୀର ମଦନପୁର ଖଦର ଅଞ୍ଚଳରେ ୨.୧୦ ହେକ୍ଟରରୁ ଅଧିକ ଜମିରେ ଥିବା ବେଆଇନ ରୋହିଙ୍ଗ୍ୟା ଶିବିରକୁ ଧ୍ବଂସ କରି ଦେଇଛନ୍ତି।
  4. ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗରେ ଗତ ୫ ବର୍ଷରେ ପଞ୍ଜୀକୃତ ଓଡ଼ିଶାର ସମୁଦାୟ ୪ ହଜାର ୨୭୬ ମାମଲା ମଧ୍ୟରୁ କେବଳ ଏକ ହଜାର ୪୦ଟି ମାମଲାର ଫୈସଲା ହୋଇଛି।
  5. ଉତ୍କଳ ବିଶ୍ବବିଦ୍ୟାଳୟର ବରିଷ୍ଠ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ହେବେ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ।
  6. ରେଳ ବାଇର ନିଷ୍ପତି ଅନୁସାରେ ବିଶାଖାପାଟନମ୍-ଗୁଣୁପୁର, ଅଗରତାଲା-ବାଙ୍ଗାଲୋର କ୍ୟାଣ୍ଟ ସ୍ପେସିଆଲ୍ ଟ୍ରେନ ଚଳାଚଳ କରିବ । ସେହି ଅନୁସାରେ ଉଭୟ ଟ୍ରେନ ପାଇଁ ନିମ୍ନ ତାରିଖ ଧାର୍ଯ୍ୟ କରାଯାଇଛି ।
  7. ଶିକ୍ଷାଦାନରେ ବାଧକ ସାଜିବନି ଟିକାକରଣ । ଯେଉଁମାନେ ଟିକା ନେଇନଥିବେ, ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁୁ ସ୍ୱାସ୍ଥ୍ୟ ବିଭାଗକୁ କହିବୁ । ପ୍ରାୟ ସବୁ ଶିକ୍ଷକ ଓ କର୍ମଚାରୀ ଟିକା ନେଇସାରିଛନ୍ତି । ଯେଉଁମାନେ ନେଇନାହାଁନ୍ତି, ସେମାନଙ୍କୁ ଅଗ୍ରାଧିକାର ଦେବାକୁ କହିବୁ ।  ଆମେ ଏସ୍‌ଓପିରେ ସବୁ ଉଲ୍ଲେଖ କରିଛୁ । ଅଭିଭାବକଙ୍କ ସହମତି ଆବଶ୍ୟକ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶ ।
  8. ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ ଲାଗି ପ୍ରଦାନ କରାଯିବ ୬,୩୨୨ କୋଟି ଟଙ୍କା ।
  9. ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ନିର୍ଦ୍ଦେଶ ଅନୁଯାୟୀ ଅଗଷ୍ଟ ୧ ରୁ ବ୍ୟାଙ୍କ ଅଟୋମେଟେଡ୍ ଟେଲର୍ ମେସିନ୍ (ଏଟିଏମ୍) ଉପରେ ଇଣ୍ଟରଚେଞ୍ଜ୍ ଚାର୍ଜରେ ୨ ଟଙ୍କା ବୃଦ୍ଧି ହେବ ।
  10. ଲଘୁଚାପ ପ୍ରଭାବରେ ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ୧୧ ଜିଲ୍ଲା-ଭ୍ରଦକ, ବାଲେଶ୍ବର, ମୟୂରଭଞ୍ଜ, ଗଞ୍ଜାମ, ଦେବଗଡ ବଲାଙ୍ଗିର, କଳାହାଣ୍ଡି, ମାଲକାନଗିରି, କୋରାପୁଟ, କେନ୍ଦୁଝର ଏବଂ ନୟାଗଡ ।
  11. ୨୩ରୁ ସ୍ବତନ୍ତ୍ର ଓଜେଇଇ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଅଗଷ୍ଟ ୧୦ ତାରିଖରେ ସରିବ ।
  12. ଗୁରୁବାର ବିପିୟୁଟି ପକ୍ଷରୁ ଅନଲାଇନ ପରୀକ୍ଷା ପାଇଁ ନୂତନ ତାରିଖ ଘୋଷଣା କରାଯାଇଛି । ଜୁଲାଇ ୧୬ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ଜୁଲାଇ ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।
  13. କେନ୍ଦ୍ର ସରକାରଙ୍କ ପେନ୍‌ସନ୍‌ଭୋଗୀ / ପରିବାର ପେନ୍‌ସନ୍‌ଭୋଗୀଙ୍କ ପାଇଁ ଗ୍ରହଣୀୟ ମହଁଗା ରିଲିଫ୍ ବର୍ତ୍ତମାନର ହାର ୧୭% ରୁ ୨୮% ବୃଦ୍ଧି କରାଯାଇଛି । 
  14. ଆଜିଠୁ ଟୋକିଓ ଅଲିମ୍ପିକ୍ସ, ନଜରରେ ୪ ଓଡ଼ିଆ ।
  15. ଗୋପାଳପୁରରେ ଟାଟାର ଚା’ ପ୍ୟାକେଜିଂ ପ୍ଲାଣ୍ଟ ଉଦଘାଟିତ, ୯୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
  16. ପେଗାସସ୍ ଉପରେ ଉତ୍ତର ରଖିଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କହିଲେ, ମୌସୁମୀ ଅଧିବେଶନ ପୂର୍ବରୁ ଜାଣିଶୁଣି କରାଯାଇଛି ଏଭଳି ରିପୋର୍ଟ । ଅଭିଯୋଗରେ ନାହିଁ କୌଣସି ସତ୍ୟତା ।
  17. ଆଜି ଭାରତ-ଶ୍ରୀଲଙ୍କାମଧ୍ୟରେ ଶେଷ ତଥା ଅନ୍ତିମ ଦିନିକିଆ, ଭାରତ ସିରିଜରେ ୨-୦ରେ ଆଗୁଆ ଅଛି ।
  18. ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ , ୧୨୪ ଦେଶକୁ ବ୍ୟାପିଲାଣି କରୋନାର ଡେଲଟା ଭାରିଆଣ୍ଟ । କିଛିମାସ ମଧ୍ୟରେ ଆଣିପାରେ ମହାମାରୀ ଭଳି ସ୍ଥିତି ।
  19. କେନ୍ଦ୍ର ସରକାରଙ୍କର ବଡ଼ ଘୋଷଣା: ଲାଦାଖରରେ ହେବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ – ଏଥିପାଇଁ ଖର୍ଚ୍ଚ ହେବ ୭୫୦କୋଟି ।
  20. ଭାରତର ପ୍ରଥମ ମହାକାଶ ପର୍ଯ୍ୟଟକ ହେବେ ସନ୍ତୋଷ ଜର୍ଜ: ବୁଲି ସାରିଛନ୍ତି ୧୩୦ଟି ଦେଶ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.