• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତର ପ୍ରଥମ ରାଜ୍ୟ ଭାବେ ଛତିଶଗଡ଼ ପେଗାସସ୍ ସ୍ପାଇୱେର ଏବଂ ଏହାର ଗୁଇନ୍ଦାଗିରି ପଛରେ ଥିବା ରହସ୍ୟ ଖୋଜିବା ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି। ଗୃହ ସଚିବ, ଲୋକସମ୍ପର୍କ ସଚିବ ଏବଂ ପୁଲିସ ଆଇଜିଙ୍କୁ ଏହି କମିଟିର ପ୍ରମୁଖ ସଦସ୍ୟ ଭାବେ ଗ୍ରହଣ କରାଯାଇଛି। ବିଜେପି ଶାସନ ସମୟରେ ଏହି ପେଗାସସ୍ ସ୍ପାଇୱେର ତିଆରି କରିଥିବା ଇସ୍ରାଏଲ୍ର ଏନ୍ଏସ୍ଓ କମ୍ପାନୀର କିଛି ପ୍ରତିନିଧି ରାଜ୍ୟକୁ ଆସିଥିଲେ ବୋଲି ସେ ସୂଚନା ଦେଇଛନ୍ତି
  2. ଜବାହରଲାଲ ନେହେରୁ ୟୁନିଭରସିଟି (JNU)ରେ ଆସନ୍ତା ଅଗଷ୍ଟ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ନାମଲେଖା ପ୍ରକ୍ରିୟା। JNU ପ୍ରବେଶିକା ପରୀକ୍ଷା ପାଇଁ ପିଲାମାନେ ୧ ତାରିଖରୁ ଆବେଦନ କରିପାରିବେ । କରୋନା କଟକଣା ଯୋଗୁ ପ୍ରବେଶିକା ପରୀକ୍ଷା ସମ୍ପୂର୍ଣ୍ଣ ଭାବେ ଅନଲାଇନ ଯୋଗେ ହେବ।
  3. ରାଜ୍ୟରେ ଶିଳ୍ପାୟନର ନୂଆ ଅଧ୍ୟାୟ। ୧୪ଟି ଶିଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪୩୬ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା ୩ ଶିଳ୍ପର ଉଦଘାଟନ କରିଛନ୍ତି। ସେହିପରି ୧୧ଶହ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା ୧୧ଟି ଶିଳ୍ପର ଶିଳାନ୍ୟାସ କରିଛନ୍ତି। ଏଥିରେ ୩ ହଜାର ୭୭୩ ନିଯୁକ୍ତି ସୁଯୋଗ ସୃଷ୍ଟିହେବ।
  4. ଟ୍ୱିଟର ସ୍ପେସ୍, ଟ୍ୱିଟର ବ୍ଲୁ ଏବଂ ପେମେଣ୍ଟ ବିଭାଗରେ ଏହି କିଛି ନୂଆ ଫିଚର୍ସ ଆଡ୍ କରିବା ସହ ଏଥିଲାଗ ନିୟମରେ ପରିବର୍ତ୍ତନ ଆଣିଛି । ପ୍ରାଇଭେସି ପଲିସିର ପ୍ରଥମ ଭାଗରେ ରହିଛି ଟ୍ୱିଟର ସ୍ପେସ୍ । ଯାହା ସାହାଯ୍ୟରେ ଟ୍ୱିଟର ବ୍ୟବହାରକାରୀ ନିଜ ମଧ୍ୟରେ ଅଡିଓ ମାଧ୍ୟମରେ ବାର୍ତ୍ତାଳାପ କରିପାରିବେ | ଟ୍ୱିଟର ଅନୁଯାୟୀ, ସ୍ପେଶରେ ହୋଇଥିବା ବାର୍ତ୍ତାଳାପ ସାର୍ବଜନୀନ । ଏଣୁ ଏହାର ଗୋପନୀୟତା ନେଇ କୌଣସି ଆବଶ୍ୟକତା ନାହିଁ ।
  5. ଟୋକିଓ: କରୋନା କାଳରେ ଟୋକିଓ ଅଲମ୍ପିକ୍ସ ଜୁଲାଇ ୨୩ରୁ ଆରମ୍ଭ ହୋଇଛି । ୩୨ତମ ଅଲମ୍ପିକ୍ ଗେମ୍ସର ଉଦଘାଟନୀ ସମାରୋହରେ ଭାରତୀୟ ଦଳର ନେତୃତ୍ୱ ନେଇଛନ୍ତି ୬ ଥର ବିଶ୍ୱ ଚାମ୍ପିଅନ୍ ମେରି କମ୍ ଏବଂ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ
  6. ଜାପାନ ଶାସକ ନାରୁହିଟୋ ଅନ୍ତର୍ଜାତୀୟ ଅଲମ୍ପିକ୍ କମିଟି (ଆଇଓସି)ର ମୁଖ୍ୟ ଥୋମାସ୍ ବାକଙ୍କ ସହ ଷ୍ଟାଡିୟମରେ ପହଞ୍ଚିଥିଲେ। ଟୋକିଓ ୨୦୨୦ର ପ୍ରତୀକ ପ୍ରଦର୍ଶନ କରିବାକୁ ୨୦ ସେକେଣ୍ଡ ଯାଏଁ ନୀଳ ଏବଂ ଧଳା ରଙ୍ଗର ଆତସବାଜି କରାଯାଇଥିଲା ।
  7. ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳ ଷ୍ଟେସନ: ୨ରୁ ୩ ବର୍ଷ ଭିତରେ କାମ ସରିବ, ଆଲୋକୀକରଣକୁ ଦିଆଯିବ ଗୁରୁତ୍ୱ
  8. ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟର ସ୍ନାତକ(ୟୁଜି) ଅନ୍ତିମ ତ୍ରୈମାସିକ ପରୀକ୍ଷା(ବ୍ୟାକ୍‌ ପେରକୁ ଛାଡ଼ି) ଅଗଷ୍ଟ ୧୯ ତାରିଖ ସୁଦ୍ଧା ଶେଷ ହେବ। ସେହିପରି ସ୍ନାତକର ବ୍ୟାକ୍‌ ପେପର ସମେତ ଶେଷ ତ୍ରୈମାସିକ ପରୀକ୍ଷା ଫଳ ସେପ୍ଟମ୍ବର ୨୭ ସୁଦ୍ଧା ପ୍ରକାଶ ପାଇବ।
  9. ପ୍ରଫେସର କ୍ଷିତିଭୂଷଣ ଦାସଙ୍କୁ ଝାଡ଼ଖଣ୍ଡ ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ମିଳିଛି। ଏଥିନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି
  10. ଗୋପାଳପୁରରେ ଟାଟା ପ୍ୟାକେଜିଂ ୟୁନିଟ୍‌ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ । ଏହି ୟୁନିଟ ରେ ୧୦୦ କୋଟି ଟଙ୍କା ଖର୍ଚ ହୋଇଥିବା ବେଳେ ପ୍ରାୟ ୭୦୦ଲୋକ କାର୍ଯ୍ୟ କରିବେ ।
  11. ଅଫଲାଇନ ମାଟ୍ରିକ ପରୀକ୍ଷା-୨୦୨୧ : ୫୦୪ଟି କେନ୍ଦ୍ରରେ ପରୀକ୍ଷା ଦେବେ ୧୫,୧୫୧ ଛାତ୍ରଛାତ୍ରୀ । ଆଡମିଟ କାର୍ଡ ଡାଉନଲୋଡ୍ ପାଇଁ ପରୀକ୍ଷାର୍ଥୀମାନେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍‌ସାଇଟ୍ www.bseodisha.ac.in କରିପାରିବେ ।
  12. ବଙ୍ଗୋପ ସାଗରରେ ଦୁଇ ଦୁଇଟି ଲଘୁଚାପ ସୃଷ୍ଚି । ୨୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଓ୍ବାର୍ଣ୍ଣିଂ। ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ।
  13. ମାଆ ହେଲା ସିଂହୀ ବିଜୁଳି, ନନ୍ଦନକାନନକୁ ଆସିଲେ ୩ ନୂଆ ଅତିଥି। ସିଂହୀ ବିଜୁଳି ଜନ୍ମ ଦେଲା ୩ ଶାବକ। ଏବେ ନନ୍ଦନକାନରେ ସିଂହ ସଂଖ୍ୟା ୧୮କୁ ବୃଦ୍ଧି । ନନ୍ଦନକାନନକୁ ଆସିଲେ ୩ ନୂଆ ଅତିଥି। ସିଂହୀ ବିଜୁଳି ଜନ୍ମ ଦେଲା ୩ ଶାବକ। ଏବେ ନନ୍ଦନକାନରେ ସିଂହ ସଂଖ୍ୟା ୧୮କୁ ବୃଦ୍ଧି ।
  14. ପୂର୍ବତନ ରାଷ୍ଟ୍ରପତି ଡା.ଏ.ପି.ଜେ ଅବଦୁଲ କଲାମଙ୍କୁ ଭାରତୀୟ ରେଳର ରଚନାତ୍ମକ ଶ୍ରଦ୍ଧାଞ୍ଜଳି । ବେଙ୍ଗାଲୁରୁର ଯଶୋବନ୍ତପୁର ଷ୍ଟେସନରେ ସ୍ଥାପିତ ହେଲା ସୁନ୍ଦର ପ୍ରତିମା ।
  15. ମୁମ୍ବଇରେ ତାଣ୍ଡବ ରଚିଛି ବର୍ଷା, ରେଳ ଧାରଣା ପାଣିରେ ବୁଡି ରହିବାରୁ ଲୋକାଲ ଟ୍ରେନ ସେବା ବାଧାପ୍ରାପ୍ତ ।
  16. ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିରେ ଆଜି କାର୍ଯ୍ୟଭାର ଗ୍ରହଣ କରିବେ ସିଧୁ ଓ ୪ କାର୍ଯ୍ୟକାରୀ ସଭାପତି ।
  17. ପୁଣି ଥରେ ନିଲାମ ହେବ ଆପଲ୍‌ର ସହପ୍ରତିଷ୍ଠାତା ଷ୍ଟିବ୍‌ ଜବ୍ସଙ୍କ ପ୍ରଥମ ଜବ୍‌ ଆପ୍ଲିକେସନ୍ ।
  18. ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତା, କୋହଲି ୨ୟରେ ସ୍ଥିର; ଧାୱନ ଉଠିଲେ ୧୬ ତମ ସ୍ଥାନ।
  19. ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ)ର ଟେଲିକମ ଓ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ଜିଓ ପ୍ଲାଟଫର୍ମସ ଲିମିଟେଡ ଚଳିତ ଆର୍ଥିକ ବର୍ଷର ୨୦୨୧ ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ପ୍ରଥମ ତ୍ରୟମାସରେ ଶୁଦ୍ଧ ଲାଭରେ ୪୪.୯% ବୃଦ୍ଧି ସହ ୩୬୫୧ କୋଟି ଟଙ୍କା ନିଟ ଲାଭ ହାସଲ

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.