• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେକ ହାଇଦର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହାଇଦର ମୃତ୍ୟୁ ପରେ କେନ୍ଦ୍ରାପଡାରେ ତାର ବାସସ୍ଥାନ ସମେତ ତିନିମୁହାଣୀ, ବସଷ୍ଟାଣ୍ଡ ଓ ଅନ୍ୟାନ୍ୟ ଉତ୍ତେଜନା ପ୍ରବଣ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି ।
  2. ଚଳିତ ବର୍ଷର ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି।  ଛାତ୍ରଛାତ୍ରୀ results.cisce.org ୱେବସାଇଟରେ ନିଜ ଫଳାଫଳ ଉପଲବ୍ଧ ହେଉଛି।
  3. କରୋନା ପାଇଁ ଚଳିତ ବର୍ଷ ପରୀକ୍ଷା ହୋଇ ନ ଥିବା ବେଳେ ଉଭୟ ଶ୍ରେଣୀରେ ପାସ୍‌ ହାର ୯୯%ରୁ ଅଧିକ ରହିଛି। ରାଜ୍ୟରେ ୧୦ମ ଶ୍ରେଣୀର ପାସ୍‌ ହାର ୯୯.୯୮% ରହିଥିବା ବେଳେ ଦ୍ୱାଦଶ ଶ୍ରେଣୀର ୯୯.୮୩% ପାସ୍‌ ହାର ରହିଛି।
  4. ଡଃ ତପନ କୁମାର ଚାନ୍ଦ ବେଦାନ୍ତର ଓଡିଶା ଏବଂ ଛତିଶଗଡ ଆବାସିକ ନିର୍ଦ୍ଦେଶକ ନିଯୁକ୍ତ। ଡଃ ଚାନ୍ଦ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି।
  5. ଭାରତୀୟ ସେନାରେ ନାମଲେଖା ପାଇଁ ଚଳିତ ମାସ ୨୫ ତାରିଖରେ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ସ୍ଥଗିତ, କରୋନା ମହାମାରୀ ଓ ବର୍ତ୍ତମାନର ପାଣିପାଗ ସ୍ଥିତିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି
  6. ଦେଶରେ ପିଲାମାନଙ୍କ ନିମନ୍ତେ ସେପ୍ଟେମ୍ବର ସୁଦ୍ଧା କୋଭିଡ ଟିକାକରଣ ଆରମ୍ଭ ହୋଇପାରେ। ସଂକ୍ରମଣ ସହ ଲଢେଇ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ।–ଏମସ୍‍ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆଙ୍କ ସୂଚନା
  7. ୧୯୯୧ ମସିହା ଅର୍ଥନୈତିକ ସଙ୍କଟକୁ ଦୃଷ୍ଟିରେ ରଖି କରୋନା ମହାମାରୀ ପ୍ରପୀଡ଼ିତ ରାଷ୍ଟ୍ର ପାଇଁ ଏବେକାର ଅର୍ଥନୈତିକ ଅବସ୍ଥା ଓ ଆଗାମୀ ରାସ୍ତା ଆହୁରି ଭୟଙ୍କର ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ
  8. ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରଥମ ପଦକ: ମୀରା ବାଇ ଚାନୁଙ୍କୁ ରୌପ୍ୟ ପଦକ
  9. ଟୋକିଓ ଅଲମ୍ପିକରେ ଭାରତର ବିଜୟ ଅଭିଯାନ ;  ପୁରୁଷ ହକିରେ ନ୍ୟୁଜିଲ୍ୟାଣ୍ଡକୁ ୩/୨ରେ ପରାସ୍ତ କଲା ଭାରତ ଟୋକିଓ ଅଲମ୍ପିକରେ ଭାରତର ଅଭିଯାନ ; ତୀରନ୍ଦାଜି ମିକ୍ସଡ୍‍ କ୍ୱାଟର ଫାଇନାଲରେ ପହଞ୍ଚିଲେ ଭାରତୀୟ ପ୍ରତିଯୋଗୀ
  10. ଚଳିତବର୍ଷ ଫୁଲବାଣୀ ବନଖଣ୍ଡରେ ମୋଟ ୧୪୨୪ ବିଦେଶୀ ପକ୍ଷୀ ଆସିଥିବା ସୂଚନା ମିଳିଛି। ଏହି ପକ୍ଷୀମାନେ ଫୁଲବାଣୀ ବନଖଣ୍ଡ ଅନ୍ତର୍ଗତ ମୋଟ ୬୫ଟି ଜଳାଶୟକୁ ଆସିଥିଲେ ବୋଲି ଫୁଲବାଣୀ ବନଖଣ୍ଡ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।
  11. ଓଡ଼ିଶାର ୩ଟି ଜିଲ୍ଲାରେ କରାଯାଇଥିଲା ସେରୋ ସର୍ଭେ। ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେ ପରେ ଏହାକୁ ନେଇ ରିପୋର୍ଟ ପ୍ରକାଶ ପାଇଛି। ଏହି ସର୍ଭେରୁ ଗୋଷ୍ଠୀ ଆଣ୍ଟିବଡି ୬୫.୧୨ ପ୍ରତିଶତ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଆଣ୍ଟିବଡି ୮୫ ପ୍ରତିଶତ ରହିଥିବା ଜଣାପଡିଛି।
  12. କୋଭିଡ୍‌ ମହାମାରୀର ଦ୍ବିତୀୟ ଲହର ସମୟରେ ଲୋକ ଯେପରି ସଂକ୍ରମଣ ହେଉଥିଲେ ଏହାକୁ ଦେଖି ନୂଆପଡ଼ା ଜିଲ୍ଲାପାଳ ସ୍ବଧାଦେବ ସିଂହଙ୍କ ଦ୍ବାରା କ୍ଷୁଦ୍ର ଚଳଚ୍ଚିତ୍ର ମାସ୍କ୍‌-୨ ନିର୍ମାଣ କରାଯାଇଥିଲା। ଏହି ଚଳଚ୍ଚିତ୍ର ପଣ୍ଡିଚେରୀସ୍ଥିତ ମୋ‌କଖୋ ଦ୍ବାରା ଆୟୋଜିତ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ବିଭିନ୍ନ ବିଭାଗରେ ପୁରସ୍କୃତ ହୋଇ ନୂଆପଡ଼ା ଜିଲ୍ଲା ପାଇଁ ଗୌରବ ଆଣି ଦେଇଛି।
  13. ନନ୍ଦନକାନନରେ ଅସୁସ୍ଥ ସିଂହ ଶାବକ ଚିକିତ୍ସା ପାଇଁ ତନାଘନା ଉଦ୍ୟମ, ବିଶେଷଜ୍ଞଙ୍କ ମରାମର୍ଶରେ କଲିକତାରୁ ମଗାଗଲା ରୟାଲ କାନାଇନ୍ କ୍ଷୀର ପାଉଡର ।
  14. ହୀରାକୁଦ ଜଳ ଭଣ୍ଡାରରେ ଉପର ମୁଣ୍ଡରୁ ବଢ଼ିଚାଲିଛି ବନ୍ୟା ଜଳ ପ୍ରବାହ, ଆଖୁଆପଦା ନିକଟରେ ବିପଦ ସଂକେତ ଉପରେ ବୈତରଣୀ, ବିପଦ ସଙ୍କେତ ୧୭.୮୩ ଥିବାବେଳେ ଏବେ ଜଳସ୍ତର ରହିଛି ୧୭.୯୪ ।
  15. ଦିଲ୍ଲୀରେ ଆହୁରି କୋହଳ ହେଲା କୋଭିଡ୍ କଟକଣା । ଜୁଲାଇ ୨୬ରୁ ଦିଲ୍ଲରରେ ଖୋଲିବ ସିନେମା ହଲ୍ ଓ ଥିଏଟର । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିବ ସିନେମା ହଲ୍ ଓ ଥିଏଟର । 
  16. କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସୂଚନା, ଟଙ୍କା ଫେରାଇବେ ଅଯୋଗ୍ୟ ହିତାଧିକାରୀ, ଓଡ଼ିଶାରୁ ଅଛନ୍ତି ୮,୯୦୦ ଲୋକ।
  17. CISCE ଦ୍ୱାରା ପରିଚାଳିତ ICSE ଦଶମ ଏବଂ ICSC ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ରାଜ୍ୟରେ ୧୦ମ ଶ୍ରେଣୀର ପାସ୍‍ ହାର ୯୯ ଦଶମିକ ୯/୮ ପ୍ରତିଶତ ରହିଥିବା ବେଳେ ଦ୍ୱାଦଶ ଶ୍ରେଣୀର ୯୯ ଦଶମିକ ୮/୩ ପ୍ରତିଶତ ପାସ୍‍ ହାର ରହିଛି ବୋଲି CISCE ପକ୍ଷରୁ ସୂଚନା ଦିଆଯାଇଛି ।
  18. ଭାରତକୁ ସଞ୍ଜିବନୀ ଯୋଗାଇବା ପରେ ଏବେ ପଡୋଶୀ ଦେଶକୁ ଅମ୍ଳଜାନ ଯୋଗାଇବ ଭାରତୀୟ ରେଳବାଇ ।
  19. ଟୋକିଓ ଅଲିମ୍ପିକ: ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ କୋଚ୍ ଙ୍କୁ IOA ଦେବ ୧୨.୫ ଲକ୍ଷ ପୁରସ୍କାର ।
  20. ଭାରତର ‘ପଞ୍ଚ୍‌ ମ୍ୟାନ୍‌’ ଭାବେ ପରିଚିତ ସତ୍ୟପୀର ପ୍ରଧାନ ସ୍ଲୋଭାକିଆର ପ୍ରସିଦ୍ଧ ମୁଷ୍ଟିଯୋଦ୍ଧା ପାଭେଲ୍ ରୁଷୋଭଙ୍କ ଗିନିଜ ବିଶ୍ବ ରେକର୍ଡ ଭାଙ୍ଗି ଭାରତ ପାଇଁ ଆଉ ଏକ ଗୌରବ ଆଣିଛନ୍ତି। ୨୩ ତାରିଖରେ ଭୁବନେଶ୍ବରସ୍ଥିତ ବୁଦ୍ଧମନ୍ଦିର ଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେ ଏହି ରେକର୍ଡ଼ ହାସଲ କରିଛନ୍ତି। ଶ୍ରୀ ପ୍ରଧାନ ପୂର୍ବରୁ ୨୦୧୭ ଏବଂ ୨୦୧୮ରେ ଦୁଇଟି ଗିନିଜ ବିଶ୍ବ ରେକର୍ଡ ସ୍ଥାପନ କରିସାରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.