• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ତେଲଙ୍ଗାନାର ମୁଲୁଗୁ ଜିଲାସ୍ଥିତ ରୁଦ୍ରେଶ୍ବର ରାମାପ୍ପା ମନ୍ଦିର ୟୁନେସ୍କୋର ବିଶ୍ବ ଐତିହ୍ୟ ତାଲିକାରେ ସ୍ଥାନ ପାଇଛି। ଜାତିସଂଘର ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ ପ୍ରତିଷ୍ଠାନ (ୟୁନେସ୍କୋ) ରବିବାର ଏହାର ଟ୍ବିଟରରେ ଏହି ଘୋଷଣା କରିଛି। ତ୍ରୟୋଦଶ ଶତାବ୍ଦୀର ଏହି ମନ୍ଦିର ଦକ୍ଷିଣ ଭାରତର କାକତୀୟ ରାଜବଂଶ ଦ୍ବାରା ପ୍ରତିଷ୍ଠା କରାଯାଇଥିଲା। 
  2. ଟୋକିଓ ୨୦୨୦’ ଅଲିମ୍ପିକ୍‌ କ୍ରୀଡ଼ାରେ ଭାରତ ପକ୍ଷରୁ ତରବାରି ଚାଳନା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସି.ଏ. ଭବାନୀ ଦେବୀ ସୋମବାର ଦିନ ବିଜୟ ହାସଲ କରିଛନ୍ତି। ଭବାନୀ ହେଉଛନ୍ତି ତରବାରି ଚାଳନା କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ବ କରିଥିବା ପ୍ରଥମ ପ୍ରତିଯୋଗିନୀ।
  3. ଆଜିଠୁ ଖୋଲିବ ସ୍କୁଲ ଓ ହଷ୍ଟେଲ: ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଆରମ୍ଭ ହେବ ପାଠପଢ଼ା, ସକାଳ ୧୦ଟାରୁ ଦିନ ସାଢ଼େ୧ଟା ଯାଏଁ ଚାଲିବ କ୍ଲାସ୍  ।
  4. ମୋଦୀଙ୍କ ମନର କଥାରେ ଓଡ଼ିଆ ଯୁବକଙ୍କୁ ପ୍ରଶଂସା । ସମ୍ବଲପୁରର ଇସକ ମୁଣ୍ଡାଙ୍କ କାହାଣୀ କହିଲେ ପ୍ରଧାନମନ୍ତ୍ରୀ । 
  5. ଗ୍ୟାଙ୍ଗଷ୍ଟର ହାଇଦରର ଗାଁରେ ବଡ଼ଧରଣର ହଲଚଲ । କୌଣସି ଅପ୍ରିତିକର ପରିସ୍ଥିତିର ଆଶଙ୍କା କରି ପହରା ଦେଉଛି ପୁଲିସ୍, କେନ୍ଦ୍ରପଡ଼ା ସହର ସମେତ ୪ ପଂଚାୟତରେ ୧୪୪ ଧାରା ଲାଗୁ ।
  6. ଦିନିଆ ଲଦାଖ ଓ ଜମ୍ମୁକାଶ୍ମୀର ଗସ୍ତରେ ଯାଇ ଆଜି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଗ୍ରୀଷ୍ମ ରାଜଧାନୀ ଶ୍ରୀନଗରରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ଭାବେ ଚାରି ବର୍ଷ ପୂରଣ କରିଥିବା ଶ୍ରୀ କୋବିନ୍ଦଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି।
  7. ସାନିଆ ଓ ଅଙ୍କିତା ୟୁକ୍ରେନ ର ଯାଆଁଳା ଭଉଣୀ ଙ୍କ ଠାରୁ ପରାସ୍ତ; ପି ଭି ସିନ୍ଧୁ ଙ୍କ ବିଜୟ ଅଭିଯାନ ଆରମ୍ଭ ।
  8. ଓଡ଼ିଶା କ୍ରିକେଟ୍‌ର ବିଭିନ୍ନ ବର୍ଗର ପ୍ରଶିକ୍ଷକ ନିଯୁକ୍ତ: ଜାଫର ମୁଖ୍ୟ ପ୍ରଶିକ୍ଷକ; ରଶ୍ମିରଞ୍ଜନ ଜୁନିୟର ମୁଖ୍ୟ ପ୍ରଶିକ୍ଷକ ।
  9. ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଲଣ୍ଡନ, ଲସ୍ ଏଞ୍ଜେଲସ୍ ଏବଂ ସିଙ୍ଗାପୁର ଭଳି ଅନ୍ତର୍ଜାତୀୟ ସହରମାଳାରେ ସାମିଲ ହେଲା ପୁରୀ । ପ୍ରତ୍ୟେକ ପରିବାର ଙ୍କୁ ୨୪ ଘଣ୍ଟା ଟ୍ୟାପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ହେଲା ପ୍ରଥମ ସହର ।
  10. ଦୀର୍ଘ ଦେଢ଼ ବର୍ଷ ପ୍ରତୀକ୍ଷାର ହେବ ଅନ୍ତ, ଆଜିଠାରୁ  ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ । ସକାଳ ୧୦ଟାରୁ ଦିନ ସାଢେ ଗୋଟାଏ ଯାଏ କ୍ଲାସ ଚାଲିବ। ପିଲାଙ୍କ ଠାରୁ ଶିକ୍ଷକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଉତ୍ସାହ ।
  11. ଭାରତୀୟ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ପାଇଲା ଓଡିଶା । ପାଇକ ବିଦ୍ରୋହର ଗାଥାକୁ ନିଖୁଣ ଭାବେ ଦେଖାଇ ପ୍ରଥମ ହେଲା ନୃତ୍ୟ ନୈବେଦ୍ୟ । ପୁରସ୍କାର ଘୋଷଣା କଲେ ସାଂସଦ ସୋନାଲ ମାନସିଂହ।
  12. ସମ୍ବଲପୁରୀ କ୍ଷୁଦ୍ର ଚଳଚ୍ଚିତ୍ର ମାସ୍କ-୨ କୁ ମିଳିଲା ଆନ୍ତର୍ଜାତିକ ପୁରସ୍କାର ।
  13. ତୁରନ୍ତ ପୌର ନିର୍ବାଚନ କରାନଗଲେ ରାଜ୍ୟ ନିର୍ବାଚନ କମିଶନଙ୍କ ବିରୁଦ୍ଧରେ ମହାଅଭିଯୋଗ ପ୍ରସ୍ତାବ ଆଣିବ ବିଜେପି ।
  14. ପରିକ୍ରମଣ କକ୍ଷରେ ହଲଚଲ ହେଉଛି ‘ଚନ୍ଦ୍ର’ ! ବିଶ୍ୱଲାଗି ୨୦୩୦ ହେବ ବନ୍ୟାର ଦଶକ, ଦେଶ ଦୁନିଆ ଦେଖିବ ଜଳ ପ୍ରଳୟ । ନାସା ଦେଲା ସତର୍କ ସୂଚନା ।
  15. ଡୋମିନୋଜ’ର ବଡ ଘୋଷଣା: ଟୋକିଓ ଅଲିମ୍ପିକରେ ରୌପ୍ୟ ପଦକ ବିଜେତା ଚାନୁଙ୍କୁ ଆଜୀବନ ମାଗଣାରେ ଯୋଗାଇବ ପିଜା ।
  16. ଟୋକିଓ ଅଲମ୍ପିକ,ଭାରତୀୟ ନୌଚାଳନାରେ  ସେମିଫାଇନାଲରେ ପହଁଚିଲେ ଅର୍ଜୁନ ଓ ଅରବିନ୍ଦ ।
  17. ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ଦୁବାଇରେ ହେବ ବାକିଥିବା ଆଇପିଏଲ । ୨୭ ଦିନ ମଧ୍ୟରେ ୩୧ଟି ମ୍ୟାଚ ଖେଳାଯିବ ।
  18. ମେଡ଼ାଲ୍ ଅପେକ୍ଷାରେ ଭାରତ, ଷ୍ଟାର ବକ୍ସର ମ୍ୟାରି କମ୍ ୪-୧ରେ ବିଜୟୀ ହୋଇ ପରବର୍ତୀ ରାଉଣ୍ଡକୁ ପ୍ରବେଶ, ଟେବୁଲ ଟେନିସରେ ଦ୍ୱିତୀୟ ରାଉଣ୍ଡରେ ଜିତିଲେ ମନିକା ବାତ୍ରା ।
  19. ରାଜସ୍ଥାନ କ୍ୟାବିନେଟ୍‌ -ଜୁଲାଇ ୨୮ ତାରିଖ ଦିନ କ୍ୟାବିନେଟ୍‌ ସମ୍ପ୍ରସାରଣ ସମ୍ଭାବନା ଥିବାରୁ ଜୟପୁରରେ ରହିବା ଲାଗି ବିଧାୟକମାନଙ୍କୁ ନିର୍ଦେଶ ଦିଆଯାଇଛି।
  20. ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ଜୁଲାଇ ୨୬ ରୁ ୩୦ ଦିଲ୍ଲୀ ଗସ୍ତ କରୁଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.